Skip to main content

ସହଯୋଗ ବୃଦ୍ଧି ପାଇଁ ଭାରତ-ନରୱେ ପୁନଃ ପ୍ରତିବଦ୍ଧ



ଭାରତ ଏବଂ ନରୱେ ମଧ୍ୟରେ ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କରେ କ୍ରମାଗତ ଅଭିବୃଦ୍ଧି ହାସଲ କରିବାର ଏକ ପ୍ଲାଟଫର୍ମ ହେଉଛି ମିଳିତ ଆୟୋଗ ବୈଠକ । ନିକଟରେ ଭାରତ-ନରୱେ ମିଳିତ ଆୟୋଗର ଷଷ୍ଠ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ନରୱେର ପ୍ରତିନିଧୀ ଦଳ ନରୱେର ବୈଦେଶିକ ମନ୍ତ୍ରୀ ଇନେ ଏରିକସେନ୍ ସୋରେଡଙ୍କ ନେତୃତ୍ୱରେ ଏବଂ ଭାରତୀୟ ପ୍ରତିନିଧି ଦଳ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ନେତୃତ୍ୱରେ ଭାଗ ନେଇଥିଲେ । ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିକୁ ସ୍ୱୀକୃତି ଦେବାବେଳେ, ଉଭୟ ପକ୍ଷ ଅଣ ପାରମ୍ପାରିକ କ୍ଷେତ୍ରରେ ବିଶେଷ ଭାବରେ ମହାମାରୀ ପ୍ରଭାବିତ ଦୁନିଆରେ ସମ୍ଭାବ୍ୟ ସହଯୋଗର କ୍ଷେତ୍ରଗୁଡିକ ଉଲ୍ଲେଖ କରିଛନ୍ତି ଯାହା ଅଧିକ ସ୍ଥାୟୀ ଅର୍ଥନୀତି ଗଠନ ପାଇଁ ସୁଯୋଗ ପ୍ରଦାନ କରିବ । ସ୍ୱାସ୍ଥ୍ୟ ନିରାପତ୍ତା ସୁନିଶ୍ଚିତ କରିବାର ମହତ୍ତ୍ୱକୁ ସ୍ୱୀକାର କରୁଥିବାବେଳେ ଦେଶଗୁଡ଼ିକ ବିଶ୍ୱସ୍ତରୀୟ ସୁଲଭ COVAX ପ୍ରସ୍ତୁତିି ଏବଂ ଟୀକାକରଣ ପାଇଁ ବିଶ୍ୱସ୍ତରର ସୁବିଧାଜନକ ଉଦ୍ୟମକୁ ସ୍ୱାଗତ କରିଥିଲେ । ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଉପରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ମଧ୍ୟ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ।


15-16 ଜାନୁୟାରୀ, 2020 ରେ ନୂଆଦିଲ୍ଲୀରେ ହୋଇଇଥିବା ‘ଡାଏଲଗ୍ ଅନ୍ ଟ୍ରେଡ୍ ଆଣ୍ଡ ଇନଭେଷ୍ଟମେଣ୍ଟ’ (ଡିଟିଆଇ) ଅନୁଯାୟୀ ‘ନୀଳ ଅର୍ଥନୀତି’, ପରିବହନ ଏବଂ ସାମୁଦ୍ରିକ କ୍ଷେତ୍ରରେ ସହଯୋଗ କରିବ। ଭବିଷ୍ୟତରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା, ଅକ୍ଷୟ ଶକ୍ତି, ମତ୍ସ୍ୟ ଏବଂ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME) ଭିତ୍ତିଭୂମି ଉପରେ ଉଭୟ ଦେଶ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଭାରତ ଏବଂ ନରୱେର ସମ୍ଭାବନାକୁ ଏକତ୍ର କରି ସାମୁଦ୍ରିକ ପରିବହନ ଏବଂ ସ୍ଥାୟୀ ବିକାଶ ପାଇଁ ବ୍ଲୁ ଇକୋନୋମି ଉପରେ ଟାସ୍କ ଫୋର୍ସ ଗଠନ ସହ ମତ୍ସ୍ୟ, ଜଳଚର, ସାମୁଦ୍ରିକ ବ୍ୟବହାର ପାଇଁ ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ଜାହାଜ, ଜାହାଜ ବିଘଟନ ଏବଂ ସବୁଜ ବନ୍ଦର ନିର୍ମାଣ ଭଳି ଅନ୍ୟାନ୍ୟ କ୍ଷେତ୍ର ରହିଛି । ସାମୁଦ୍ରିକ ପ୍ରଦୂଷଣ, ସମନ୍ୱିତ ମହାସାଗର ପରିଚାଳନା ଏବଂ ଅନୁସନ୍ଧାନ ଏବଂ ସାମୁଦ୍ରିକ ସ୍ଥାନିକ ଯୋଜନା ଉପରେ ନିଆଯାଇଥିବା ସମନ୍ୱିତ କାର୍ଯ୍ୟ ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।


ଦ୍ୱିପାକ୍ଷିକ ସମ୍ପର୍କର ଆଭିମୁଖ୍ୟ ମଧ୍ୟରେ ଭାରତ-ନରୱେ ମିଳିତ ଆୟୋଗ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପରିବେଶ, ଉଚ୍ଚଶିକ୍ଷା, ହାଇଡ୍ରୋକାର୍ବନ୍, ସଂସ୍କୃତି, ସ୍ଥାନୀୟ ଶାସନ, ସାମୁଦ୍ରିକ ବିଷୟ ଏବଂ ମତ୍ସ୍ୟଚାଷ ଭଳି ଏକାଧିକ କ୍ଷେତ୍ରରେ ଏକାଧିକ ମିଳିତ ଗୋଷ୍ଠୀ (JWG) ପ୍ରତିଷ୍ଠା କରିଛନ୍ତି । ସ୍ଥାୟୀ ବିକାଶ ଲକ୍ଷ୍ୟକୁ ପ୍ରୋତ୍ସାହିତ କରିବା, ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ଏବଂ ସବୁଜ ଅର୍ଥନୀତି ଆଡକୁ ଅଗ୍ରସର ହେବା ଦିଗରେ ମନ୍ତ୍ରୀମାନେ ଏହି ଗୋଷ୍ଠୀର ମହତ୍ତ୍ବ ଉପରେ ଆଲୋକପାତ କରିଛନ୍ତି । ଏହି ଦୃଷ୍ଟିକୋଣରୁ, ଦ୍ୱିପାକ୍ଷିକ ସମ୍ପର୍କକୁ ନବୀକରଣ କରାଯାଇଛି ଯାହା ଦ୍ବାରା ବିଶ୍ବ ସମୁଦାୟକୁ ପ୍ରଭାବିତ କରୁଥିବା ସମସାମୟିକ ଚିନ୍ତାଧାରା ଅନ୍ତର୍ଭୁକ୍ତ ହେବ ।


ବହୁପକ୍ଷୀୟତା ଉପରେ ବିଶ୍ୱ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବାରେ ମିଳିତ ଜାତିସଂଘର ଭୂମିକା ଏବଂ ମହତ୍ତ୍ୱ ଉପରେ ଆଲୋକପାତ କରାଯାଇଥିଲା । ମିଳିତ ଜାତିସଂଘ ମଧ୍ୟରେ ଉଭୟ ଦେଶ ପାଇଁ ଏକ ବୃହତ ଭୂମିକା ଧାର୍ଯ୍ୟ କରାଯାଇଛି ଯେହେତୁ ଉଭୟ ଦେଶ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ନିର୍ବାଚିତ ସଦସ୍ୟ ଅଟନ୍ତି ଏବଂ ସଦସ୍ୟତା ଅବଧି 2021-22 ମଧ୍ୟରେ ସୁରକ୍ଷା ପରିଷଦ ପ୍ରସଙ୍ଗରେ ବରିଷ୍ଠ ଅଧିକାରୀ ସ୍ତରରେ ନିୟମିତ ପରାମର୍ଶ ନେବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଜାତିସଂଘ ବ୍ୟତୀତ ଦୁଇ ବୈଦେଶିକ ମନ୍ତ୍ରୀ ଆଞ୍ଚଳିକ, ବହୁପକ୍ଷୀୟ ତଥା ବିଶ୍ବସ୍ତରୀୟ ସ୍ୱାର୍ଥ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି । ଏକ ସମୟରେ ଯେଉଁଠାରେ ବହୁପକ୍ଷୀୟ ଶାସନ ବ୍ୟବସ୍ଥାର ଦୁର୍ବଳତା ଉପରେ ବିତର୍କ ବଢ଼ିବାରେ ଲାଗିଛି, ଭାରତ-ନରୱେ ସହଯୋଗ ମିଳିତ ଜାତିସଂଘ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସହ ଜଡିତ ସଂସ୍କାର ଉପରେ ଏକତ୍ର କାର୍ଯ୍ୟ କରିବାକୁ ଏକ ଦିଶାନିଦ୍ଦେର୍ର୍ଶ କରୁଛି ।


ଭାରତ-ନରୱେ ସମ୍ପର୍କର ପ୍ରତିଷ୍ଠା 1947 ମସିହାରୁ ଆରମ୍ଭ ହୋଇଥିଲା । ଉଭୟ ଦେଶ ଗଣତନ୍ତ୍ର, ମାନବିକ ଅଧିକାର ଏବଂ ଆଇନର ନିୟମର ସାଧାରଣ ମୂଲ୍ୟବୋଧ ଭିତ୍ତିରେ ପ୍ରତିଷ୍ଠିତ । ନିକଟ ଅତୀତରେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଗତିଶୀଳ ଏବଂ ତ୍ବରାନ୍ବିତ ହୋଇପାରିଛି । ଉଚ୍ଚଶିକ୍ଷା ଏବଂ ବାୟୋ-ଫୋଟୋନିକ୍ସ, ସ୍ୱାସ୍ଥ୍ୟ ଏବଂ ନିଦାନ ଉପକରଣ, ନାନୋଟେକ୍ନୋଲୋଜି, ଜଳ ପରିଚାଳନା, ନବୀକରଣ ଯୋଗ୍ୟ ଶକ୍ତି ଜଳ ବିଦ୍ୟୁତ୍, ପ୍ରକଳ୍ପ ଭିତ୍ତିକ ଶିକ୍ଷା ଏବଂ ଛାତ୍ର ଏବଂ ଅନୁସନ୍ଧାନକାରୀଙ୍କ ଗତିଶୀଳତା ପରି କ୍ଷେତ୍ରରେ 4 ଟି ଏମଓୟୁ ସ୍ୱାକ୍ଷର ଦ୍ବାରା ଉଭୟ ଦେଶ ଉପକୃତ ହେବେ ।


ନିଯୁକ୍ତିର ନୂତନ ଏବଂ ବ୍ୟାପକ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ଅର୍ଥନୈତିକ ଏବଂ ବାଣିଜ୍ୟିକ କ୍ଷେତ୍ରରେ ନୂତନ ସମ୍ଭାବନାକୁ ହୃଦୟଙ୍ଗମ କରିବା ଆବଶ୍ୟକ । ଯେହେତୁ ଉଭୟ ଦେଶ ଏକ ନିୟମ-ଆଧାରିତ ବହୁପକ୍ଷୀୟ ବାଣିଜ୍ୟ ପ୍ରଣାଳୀକୁ ସମର୍ଥନ କରନ୍ତି, ବାଣିଜ୍ୟ ଏବଂ ବିନିଯୋଗର ଏକ ସ୍ଥିର ଢାଞ୍ଚା, ବ୍ୟାବସାୟିକ ଅନୁକୂଳ ନୀତି ଘରୋଇ କ୍ଷେତ୍ରର ଯୋଗଦାନ, ଅନୁସନ୍ଧାନ ଏବଂ ବୈଷୟିକ ସହଯୋଗ ସହିତ ଜଡିତ ରଣନୀତି ସହିତ ମିଳିତ ହୋଇ ପରବର୍ତ୍ତୀ ସମୟରେ ଅର୍ଥନନୈ ତିକ ଭାଗିଦାରୀକୁ ଆଗକୁ ନେବା ହେଉଛି ସମୟର ଆବଶ୍ୟକତା । ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ (FTA) ମୁକ୍ତ ବାଣିଜ୍ୟ ବୁଝାମଣାର ପ୍ରାରମ୍ଭିକ ସିଦ୍ଧାନ୍ତ ବାଣିଜ୍ୟ ଏବଂ ବ୍ୟବସାୟର ସୁଯୋଗକୁ ବଢ଼ାଇବ ଏବଂ ଅନ୍ୟାନ୍ୟ ଲାଭ ମଧ୍ୟରେ ଶୁଳ୍କ ଏବଂ ଟେକ୍ନୋଲୋଜି ବିନିମୟକୁ ହ୍ରାସ କରିବ । 2020 ଯୁଗ୍ମ ଆୟୋଗ ବୈଠକରେ ଉଭୟ ଦେଶ ସୁବିଧାଜନକ ଦିନରେ ଓସଲୋରେ ମିଳିତ ଆୟୋଗ ବୈଠକର ପରବର୍ତ୍ତୀ ପର୍ଯ୍ୟାୟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମୂଳଲେଖା : ଡ. ସଂଘମିତ୍ରା ଶର୍ମା, ଇଉରୋପୀୟ ବ୍ୟାପାର ରଣନୀତିକ ଆଲୋଚିକା

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...