Skip to main content

ପାକିସ୍ତାନ ଧୂସର ତାଲିକାରେ ରହିବାକୁ ନେଇ ସମ୍ଭାବନା

ପ୍ୟାରିସ୍ ଭିତ୍ତିକ ବିଶ୍ୱ ଆତଙ୍କବାଦ ବିରୋଧୀ ଅର୍ଥନୈତିକ ତଦାରଖକାରୀ, ଆର୍ଥିକ କ୍ରିୟାନୁଷ୍ଠାନ ଟାସ୍କ ଫୋର୍ସ (ଏଫଏଟିଏଫ) ର ଏହି ସପ୍ତାହରେ ହେବାକୁ ଥିବା ପରବର୍ତ୍ତୀ ଭର୍ଚୁଆଲ୍ ସମ୍ମଳନୀରେ “ଧୂସର ତାଲିକାରୁ” ବାହାରି ଯିବାକୁ ପାକିସ୍ତାନ ଦୃଢ ବିଶ୍ଵାସ ରଖିଛି । ଅନ୍ତତଃ ପକ୍ଷେ, ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶୀ ବିଶ୍ଵକୁ ଏହିପରି ଏକ ଧାରଣା ଦେଇଛନ୍ତି । ନିକଟରେ ଶ୍ରୀ କୁରେଶି ମୁଲତାନରେ ଏକ ସମାବେଶରେ କହିଛନ୍ତି ଯେ ଆତଙ୍କବାଦ ପାଇଁ ପାଣ୍ଠି ଉପରେ ଏଫଏଟିଏଫର ମାନକ ଆବଶ୍ୟକତା ପାଳନ କରିଥିବାରୁ ପାକିସ୍ତାନ ଖୁବ ଶୀଘ୍ର ଧୂସର ତାଲିକାରୁ ବାଦ ପଡିବ। ସେ ତୁର୍କୀ, ମାଲେସିଆ ଏବଂ ସାଉଦି ଆରବରେ ଥିବା ପ୍ରତିପକ୍ଷଙ୍କୁ ଟେଲିଫୋନ୍ କରି ଏହି ପରିପ୍ରେକ୍ଷୀରେ ଇସଲାମାବାଦ ଦ୍ଵାରା ନିଆଯାଇଥିବା ପଦକ୍ଷେପ ଉପରେ ଅବଗତ କରାଇଛନ୍ତି । ଏହି ପରିପ୍ରେକ୍ଷୀରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଥିବା ଦାବି କରିଛି।

କିନ୍ତୁ ବାସ୍ତବତା କଣ ତାହା ସମସ୍ତେ ଜାଣନ୍ତି | ପ୍ରକୃତରେ ପାକିସ୍ତାନ କେବଳ ଫମ୍ପା ଦାବି କରିଛି । ଏଫଏଟିଏଫ ଆବଶ୍ୟକତା ପୂରଣ କରିବାକୁ ସେଗୁଡ଼ିକ ଯଥେଷ୍ଟ କି? ଏହି ସଂସ୍ଥାର ସମୀକ୍ଷା ସୂଚିତ କରେ ଯେ ଆହୁରି ଅନେକ କିଛି କରିବାକୁ ବାକି ଅଛି | ବେଆଇନ ବ୍ୟକ୍ତିଗତ ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗେରହଣ କରି ପାକିସ୍ତାନ ଏଲଇଟି ମୁଖ୍ୟ ହାଫିଜ ସଇଦଙ୍କୁ ଗିରଫ କରି ତାଙ୍କୁ 11 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛି। କିନ୍ତୁ ଏହା ବିଶ୍ଵକୁ କହିଛି ଯେ ଜାକି-ଉର-ରେହମାନ ଲକ୍ଷ୍ମୀ ଏବଂ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଅଜହରଙ୍କ ପରି ଅନ୍ୟମାନଙ୍କର କୌଣସି ପତ୍ତା ମିଳୁନାହିଁ । ଏହା ଅବିଶ୍ଵାସନୀୟ ବିଷୟ ଯେ ଏଭଳି ଆତଙ୍କବାଦୀମାନେ ପାକିସ୍ତାନରେ ବର୍ଷ ବର୍ଷ ଧରି ନିଖୋଜ ହୋଇପାରନ୍ତି। ଖାଲି ସେତିକି ନୁହେଁ, ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଏହା ଏକ ବାହାନ ମାତ୍ର | ଏହା ବ୍ୟତୀତ ଅଲ କାଏଦା ଏବଂ ହକ୍କାନି ଗୋଷ୍ଠୀ ସହ ଜଡିତ ଜାତିସଂଘର ନିର୍ଦ୍ଦିଷ୍ଟ ଆତଙ୍କବାଦୀଙ୍କ ଉପରେ କୌଣସି ଦଣ୍ତ ବିଧାନ କରାଯାଇ ନାହିଁ।

ଜାତିସଂଘର ମନିଟରିଂ ଟିମ୍ ଜଣାଇଥିବା 6500 ଆତଙ୍କବାଦୀଙ୍କ ସହ କ’ଣ ଘଟିଛି ତାହା କେହି ଜାଣନ୍ତି ନାହିଁ। ଗତ ବର୍ଷ ପାକିସ୍ତାନ ଏହାର ଆତଙ୍କବାଦ ବିରୋଧୀ ଅଧିନିୟମ ଅନୁଯାୟୀ ପ୍ରସ୍ତୁତ ତାଲିକାରୁ ପ୍ରାୟ 4000 ଆତଙ୍କବାଦୀଙ୍କୁ ଛାଡି ଦେଇଥିଲା। ଯେଉଁମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସେମାନଙ୍କୁ କମ୍ ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇଛି, ହାଲୁକା ଦଣ୍ଡ ଦିଆଯାଉଛି ଏବଂ ସ୍ଵଳ୍ପ କାରାଦଣ୍ଡ ପରେ ମୁକ୍ତ କରାଯାଇଛି | 2010ରେ ଆମେରିକା ଦ୍ଵାରା ଘୋଷିତ ଭାରତରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପରେ ଜଡିତ ହାଫିଜ ସଇଦଙ୍କ ଭିଣୋଇ ଅବଦୁଲ ରେହମାନ ମକ୍କିକୁ ଧରିବା ପାଇଁ 2 କୋଟି ଡଲାର ପୁରସ୍କାର ଘୋଷିତ ସନ୍ତ୍ରାସବାଦିକୁ ପାକିସ୍ତାନ ଦ୍ଵାରା ମାତ୍ର 20, 000 ଟଙ୍କା ଜୋରିମାନା କରାଯାଇଥିଲା ଏବଂ 18 ମାସ ପାଇଁ ଏକ ଦଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିଲାଏବଂ ପରେ ସନ୍ତ୍ରାସବାଦୀ କୋର୍ଟ ଏବଂ ଯାହା ପରେ ଲାହୋର କୋର୍ଟ ଦ୍ୱାରା ସ୍ଥଗିତ ରଖାଯାଇଥିଲା। ସନ୍ତ୍ରାସବାଦୀଙ୍କ ବିରୋଧରେ ମାମଲା ଏତେ ହାଲୁକା ଭାବରେ କରାଯାଇଛି ଯେ ଗତ ବର୍ଷ ଗିରଫ ହୋଇଥିବା 196 ଆତଙ୍କବାଦୀଙ୍କୁ କୋର୍ଟ ମୁକ୍ତ କରିଥିଲେ।

ଗତ ମାସରେ ସଂସଦର ମିଳିତ ଅଧିବେଶନରେ ଇସଲାମାବାଦ ତିନୋଟି ସନ୍ତ୍ରାସବାଦ ବିରୋଧୀ ଆଇନ ପ୍ରଣୟନ କରିଥିଲା ​​କିନ୍ତୁ ଏପର୍ଯ୍ୟନ୍ତ ତାହା କେତେ ପ୍ରଭାବଶାଳୀଭାବେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା। କୌଣସି ପରିସ୍ଥିତିରେ ସନ୍ତ୍ରାସବାଦ ବିରୋଧୀ ଆଇନର ଅଭାବ ପାକିସ୍ତାନରେ କେବେବି ସମସ୍ୟା ହୋଇନଥିଲା କିନ୍ତୁ ସେଗୁଡିକର କାର୍ଯ୍ୟକାରିତା ସର୍ବଦା ଏକ ସମସ୍ୟା ହୋଇଆସୁଛି।

ନିକଟରେ ପ୍ରକାଶିତ ଏଫଏଟିଏଫ ର ଏସିଆ ପ୍ରଶାନ୍ତ ମହାସାଗରୀୟ ଗ୍ରୁପ୍ (ଏପିଜି) ସମୀକ୍ଷା ରିପୋର୍ଟରେ କୁହାଯାଇଛି ଯେ ମନି ଲଣ୍ଡରିଂ ଏବଂ ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଇବାର କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଫଏଟିଏଫର 40 ଟି ସୁପାରିଶ ଉପରେ ପାକିସ୍ତାନର ଅଗ୍ରଗତି ଗତ ବର୍ଷ ଭଳି ରହିଥିଲା। ଏଥିରେ କୁହାଯାଇଛି ଯେ ବୈଷୟିକ ଅନୁପାଳନକୁ ସମାଧାନ କରିବାରେ ସାମାନ୍ୟ ଅଗ୍ରଗତି ସତ୍ତ୍ଵେ ପାକିସ୍ତାନ 'ବର୍ଦ୍ଧିତ' ଅନୁସରଣ ତାଲିକାରେ ରହିବ, ଯାହାକୁ ଗତ ବର୍ଷ ଏହାକୁ 'ନିୟମିତ' ଅନୁସରଣରୁ ହ୍ରାସ କରାଯାଇଥିଲା ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଏପିଜେ କୁ ରିପୋର୍ଟ କରିବ।

କଳା ତାଲିକାଭୁକ୍ତ ନହେବା ପାଇଁ ପାକିସ୍ତାନ ଏଫଏଟିଏଫ ର 39 ସଦସ୍ୟଙ୍କ ମଧ୍ୟରୁ ଅତି କମରେ 3 ଜଣଙ୍କ ସମର୍ଥନ ଆବଶ୍ୟକ କରେ । ଧୂସର ତାଲିକାରୁ ବାହାରିବା ପାଇଁ ପାକିସ୍ତାନକୁ ଅତି କମରେ 12 ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହେବ | ଚୀନ୍, ତୁର୍କୀ ଏବଂ ମାଲେସିଆ ପାକିସ୍ତାନକୁ ସମର୍ଥନ କରୁଥିବାରୁ ଏହା ଧୂସର ତାଲିକାରେ ଜାରି ରହିବ। ଧୂସର ତାଲିକାରୁ ବାହାରିବା ପାଇଁ ଆବଶ୍ୟକ କରୁଥିବା ଅନ୍ୟ 9 ସଦସ୍ୟଙ୍କ ସମର୍ଥନ ପାଇବା ପାକିସ୍ତାନ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ହେବ। ଏହାର ଅର୍ଥ ହେଉଛି, ଇସଲାମାବାଦ ବିଶ୍ୱ ବ୍ୟାଙ୍କ, ଆଇଏମ୍ଏଫ୍, ଏସିଆନ୍ ବିକାଶ ବ୍ୟାଙ୍କ ଏବଂ ୟୁରୋପୀୟ ସଂଘ ଭଳି ଅନୁଷ୍ଠାନ ଦ୍ୱାରା ଅର୍ଥରୁ ବଞ୍ଚିତ ହେବାର ସମ୍ଭାବନା ରହିଛି, ତେଣୁ ଏହାର ଅର୍ଥନୈତିକ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି।

ପାକିସ୍ତାନ ପାଇଁ ଏହା ସ୍ପଷ୍ଟ ଯେ ଯଦି ଏହା ଧୂସର ତାଲିକାରୁ ବାହାରକୁ ଆସିବାକୁ ଆଗ୍ରହୀ, ତେବେ ସନ୍ତ୍ରାସବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ | ଆନ୍ତର୍ଜାତୀୟ ସମ୍ପ୍ରଦାୟକୁ ପ୍ରଭାବିତ କରିବା ପାଇଁ ଅନ୍ୟ କୌଣସି ଫନ୍ଦି ଫିକର କାମ କରିବ ନାହିଁ |
ଆଲେଖ୍ୟ: ଅଶୋକ ହାନ୍ଦୁ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...