Skip to main content

ଭାରତୀୟ ଅର୍ଥବ୍ୟବସ୍ଥାର ଅଭ୍ୟୁଦୟ

ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ପାର୍ବଣ ଅବସରରେ ଉପଭୋକ୍ତା ସାମଗ୍ରୀର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି। ଅକ୍ଟୋବରରୁ ମାର୍ଚ୍ଚ ହେଉଛି ଭାରତରେ ପାର୍ବଣ ଋତୁ । ନିକ୍କେଇ ମାନୁଫାକ୍ଚରିଂ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ (PMI) ଉପରେ ଆଧାର କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ମହାମାରୀ ପ୍ରତିବନ୍ଧକ ହ୍ରାସ ହେବା ପରେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ଉର୍ଦ୍ଧ୍ବମୁଖୀ ହୋଇଛି ଏବଂ ବିଭିନ୍ନ ସରକାରୀ ପଦକ୍ଷେପ ଏହାକୁ ସାହାଯ୍ୟ କରିଛି। 50 ରୁ ଅଧିକ PMI ମାନ ସମ୍ପ୍ରସାରଣକୁ ସୂଚିତ କରେ ଏବଂ 50 ରୁ କମ୍ ସଂକୋଚନକୁ ସୂଚିତ କରେ । ବିଶ୍ଳେଷଣରୁ ଜଣାପଡିଛି ଯେ PMI ଅଗଷ୍ଟରେ 52 ରୁ ସେପ୍ଟେମ୍ବରରେ 56.8 କୁ ବୃଦ୍ଧି ପାଇଛି, ଯାହା ଜାନୁୟାରୀ 2012 ଠାରୁ ସର୍ବାଧିକ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

କାର ବିକ୍ରୟରେ ବର୍ଷ ପରେ ବର୍ଷ (YoY) ଦୁଇ ଅଙ୍କ ବୃଦ୍ଧି ଦ୍ବାରା ପାର୍ବଣ ଋତୁରେ ଗ୍ରାହକଙ୍କ ମନରେ ଉତ୍ସାହ ଭରି ରହିଥିବା ଲକ୍ଷ୍ୟ କରାଯାଇଛି । ଦୁଇ ଚକିଆ ବିକ୍ରିରେ ଦେଶର କେତେକ ସ୍ଥାନରେ YoY ଆକଳନରେ ଅଭିବୃଦ୍ଧି ଘଟିଛି । କୃଷି ରପ୍ତାନି, ପରିବହନ, ଫାର୍ମାସ୍ୟୁଟିକାଲ୍ସ, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ରାସାୟନିକ ପଦାର୍ଥର ରପ୍ତାନି ପୁଣି ଥରେ ଏହାର ଏକ ଚତୁର୍ଥାଂଶ ପାର କରିଛି। ବୈଦେଶିକ ମୁଦ୍ରା ଭଣ୍ଡାରଗୁଡ଼ିକ ବୃଦ୍ଧି ପାଉଛି । ଭାରତର ବୈଦେଶିକ ମୁଦ୍ରା (ଫରେକ୍ସ) ଭଣ୍ଡାର ବର୍ତ୍ତମାନ ସୁଦ୍ଧା ସର୍ବାଧିକ, ପ୍ରାୟ 555.12 ବିଲିୟନ ଡ଼ଲାରରେ ପହଞ୍ଚିଛି। 2021-22 ରେ ଭାରତୀୟ ଅର୍ଥନୀତି ପୁନର୍ବାର ଲମ୍ଫ ପ୍ରଦାନ କରିବ ବୋଲି ଆନ୍ତର୍ଜାତୀୟ ସଂସ୍ଥାଗୁଡିକ ପୂର୍ବାନୁମାନ କରିଛନ୍ତି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଆକଳନ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଅର୍ଥନୀତି ଦ୍ରୁତତମ ଅଭିବୃଦ୍ଧିଶୀଳ ବୃହତ ଅର୍ଥନୀତି ହୋଇ ରହିଛି। 2019-20 ରେ ଭାରତର ଜିଡିପି ଅଭିବୃଦ୍ଧି 4.2 ପ୍ରତିଶତ ଥିବାବେଳେ 2019 ରେ ଚୀନ୍ 6% ରହିଥିଲା।

ତେବେ ଆଇଏମ୍ଏଫ୍ ଆକଳନ କରିଛି ଯେ ଭାରତର ଜିଡିପି ଅଭିବୃଦ୍ଧି ଆସନ୍ତା ବର୍ଷ ଚୀନ୍‌କୁ ଅତିକ୍ରମ କରିବ କାରଣ ଭାରତ 8.8 ପ୍ରତିଶତ ହାରରେ ବୃଦ୍ଧି ପାଇବ ଏବଂ ଚୀନ୍‌ର ଅଭିବୃଦ୍ଧି ହାର 8.2 ପ୍ରତିଶତ ହେବ।

“ଋଣ ସ୍ଥଗନ” ହେଉଛି ଅନ୍ୟ ଏକ ନୀତି, ଏହା ମଧ୍ୟ ଋଣଗ୍ରହୀତାଙ୍କୁ ଲାଭ ଦେବ । ନଭେମ୍ବର 2 ରେ ସୁପ୍ରିମକୋର୍ଟ ଋଣ ସ୍ଥଗନ ଆବେଦନ ଉପରେ ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି ଯାହା “ସୁଧ ଉପରେ କିପରି ସୁଧ ଛାଡ କରାଯିବ” ଉପରେ ମଧ୍ୟ ତର୍ଜମା କରିବ। ଅର୍ଥ ମନ୍ତ୍ରଣାଳୟ ମାଧ୍ୟମରେ କେନ୍ଦ୍ର ଦ୍ବାରା ଦାଖଲ ହୋଇଥିବା ସ୍ବୀକାରୋକ୍ତି ଋଣ ନେଇଥିବା ଏକ ବୃହତ କ୍ଷେତ୍ରକୁ ଆସ୍ବସ୍ତ କରିଛି। ନଭେମ୍ବର 5 ସୁଦ୍ଧା ଚକ୍ରବୃଦ୍ଧି ସୁଧ ଏବଂ ସରଳ ସୁଧ ମଧ୍ୟରେ ପାର୍ଥକ୍ୟ ଋଣ ନେଇଥିବା ବ୍ୟକ୍ତିଙ୍କ ଖାତାରେ ଜମା ହେବ ବୋଲି କୁହାଯାଇଛି।

“ଆତ୍ମନିର୍ଭର ଭାରତ” ଅର୍ଥନୈତିକ ପ୍ୟାକେଜ୍‌ର ଅଂଶ ଭାବରେ ମାର୍ଚ୍ଚ 2020 ରେ ସରକାର ସମସ୍ତ ମିଆଦି ଋଣ ପାଇଁ ଋଣ ସ୍ଥଗନ ଘୋଷଣା କରିଥିଲେ। ଏହା ଏକ ଋଣ ଛାଡ ନୁହେଁ ବରଂ ଏକ ମାସିକ କିସ୍ତି ସ୍ଥଗିତ ଯୋଜନା । ଋଣ ନେଇଥିବା ବ୍ୟକ୍ତିମାନେ ପରବର୍ତ୍ତୀ କିସ୍ତିଗୁଡିକୁ ପରେ ପଇଠ କରିପାରିବେ ।

ଏହି ନିଷ୍ପତ୍ତି କେବଳ 2 କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ, ଏନ୍‌ବିଏଫ୍‌ସି (ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ) ଏବଂ ରାଜ୍ୟ ସମବାୟ ବ୍ୟାଙ୍କ ପାଇଁ ନିଆଯାଇଛି। ଏଥିରେ ହାଉସିଂ ଫାଇନାନ୍ସ କମ୍ପାନୀ ଏବଂ ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡିକର ଋଣଦାତା ଅନ୍ତର୍ଭୁକ୍ତ । ଏମ୍‌ଏସ୍‌ଏମ୍‌ଇ, ଶିକ୍ଷା, ଗୃହ, ଉପଭୋକ୍ତା ସାମଗ୍ରୀ ଇତ୍ୟାଦି ଏହି ଋଣ ସ୍ଥଗନ ପାଇଁ ଯୋଗ୍ୟ ହେବେ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଅର୍ଥନୀତିରେ ପୁନରୁତ୍ଥାନର ଦୃଶ୍ୟମାନ ଲକ୍ଷଣ ରହିଛି କିନ୍ତୁ ଜିଡିପି ଅଭିବୃଦ୍ଧି ନକାରାତ୍ମକ ଜୋନ୍‌ରେ କିମ୍ବା ଚଳିତ ଆର୍ଥିକ ବର୍ଷରେ ଶୂନ୍ୟ ହୋଇପାରେ। ଏହା ମୁଖ୍ୟତଃ ବର୍ତ୍ତମାନର ପ୍ରଥମ ଆର୍ଥିକ ତ୍ରୈମାସିକ(ଏପ୍ରିଲ୍-ଜୁନ୍)ରେ ଅର୍ଥନୀତିର 23.9 ପ୍ରତିଶତ ସଂକୋଚନ ହେତୁ ହୋଇଛି | ମାର୍ଚ୍ଚ 25 ରେ ଲଗାଯାଇଥିବା ଲକ୍‌ଡାଉନ୍‌ ପଛରେ ‘ଜୀବିକାଠାରୁ ଜୀବନ ରକ୍ଷା ଗୁରୁତ୍ବପୂର୍ଣ୍ଣ’ ନୀତି ଆଧାରିତ ଥିଲା ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, 2020 ର ପ୍ରଥମ ତ୍ରୈମାସିକରେ ବିଶ୍ବର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ (FDI) YoY ରେ 49% ହ୍ରାସ ପାଇଛି ଓ ଏହି ବର୍ଷରେ 40% ପର୍ଯ୍ୟନ୍ତ ହ୍ରାସ ଘଟିଛି। UNCTAD ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ EU କୁ ଏଫଡିଆଇ ପ୍ରବାହ ନକାରାତ୍ମକ ହୋଇ 202 ବିଲିୟନ ଡ଼ଲାରରୁ ମାଇନସ୍ 7 ବିଲିୟନ ଡ଼ଲାରକୁ ଖସି ଆସିଥିବାବେଳେ ଆମେରିକାକୁ 61% ହ୍ରାସ ପାଇ 51 ବିଲିୟନ ଡ଼ଲାରରେ ପହଞ୍ଚିଛି।

ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ଘୋଷଣା କରିଛି ଯେ 2021-22 ମସିହାରେ ଆର୍ଥିକ ଅଭିବୃଦ୍ଧି 9.5 ପ୍ରତିଶତ ହ୍ରାସ ପାଇବ। ମୁଦ୍ରାସ୍ଫୀତି 6 ପ୍ରତିଶତରୁ ଅଧିକ ଥିବାରୁ ଏମ୍‌ପିସି ନୀତି ହାରକୁ ଯଥାସ୍ଥିତିରେ ରଖିଛି, ଯାହା ବ୍ୟାଙ୍କର ଦୀର୍ଘକାଳୀନ ନୀତି ପାଇଁ ସର୍ବୋଚ୍ଚ ସୀମା ଅଟେ। ଆର୍ଥିକ ଏବଂ ମୁଦ୍ରା ନୀତି ଦୃଷ୍ଟିକୋଣରୁ ଲିକ୍ୟୁଡିଟି ଇନଫ୍ୟୁଜନ୍ ପ୍ରଦାନ କରାଯାଇ ବଜାରକୁ ସ୍ଥିର ରଖିବା ଆଶା କରାଯାଏ । ଦୃଢ଼ ଆର୍ଥିକ ଏବଂ ମୁଦ୍ରା ନୀତି ସହିତ ମହାମାରୀକୁ ମୁକାବିଲା କରି ଆର୍ଥିକ ବିକାଶ ତ୍ବରାନ୍ବିତ କରାଯାଇପାରେ।

ଭାରତୀୟ ଅର୍ଥନୀତିର ଉତ୍ସାହକୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ 2024 ସୁଦ୍ଧା ଭାରତ 5 ଟ୍ରିଲିୟନ ଡଲାର ଅର୍ଥନୀତି ହେବାର ଲକ୍ଷ୍ୟ ହାସଲ କରିପାରିବ ।


ମୂଳ ଲେଖା : ଡକ୍ଟର ଲେଖା ଏସ୍‌ ଚକ୍ରବର୍ତ୍ତୀ, ପ୍ରଫେସର ତଥା ପ୍ରାଧ୍ୟାପକ, ଏନ୍‌ଆଇପିଏଫ୍‌ପି ଓ ରିସର୍ଚ୍ଚ ଆସୋସିଏଟ୍, ଲେଭି ଇକୋନୋମିକ୍ସ ଇନଷ୍ଟିଚ୍ୟୁଟ୍, ନ୍ୟୁୟର୍କ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...