Skip to main content

ଭାରତୀୟ ଅର୍ଥବ୍ୟବସ୍ଥାର ଅଭ୍ୟୁଦୟ

ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ପାର୍ବଣ ଅବସରରେ ଉପଭୋକ୍ତା ସାମଗ୍ରୀର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି। ଅକ୍ଟୋବରରୁ ମାର୍ଚ୍ଚ ହେଉଛି ଭାରତରେ ପାର୍ବଣ ଋତୁ । ନିକ୍କେଇ ମାନୁଫାକ୍ଚରିଂ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ (PMI) ଉପରେ ଆଧାର କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ମହାମାରୀ ପ୍ରତିବନ୍ଧକ ହ୍ରାସ ହେବା ପରେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ଉର୍ଦ୍ଧ୍ବମୁଖୀ ହୋଇଛି ଏବଂ ବିଭିନ୍ନ ସରକାରୀ ପଦକ୍ଷେପ ଏହାକୁ ସାହାଯ୍ୟ କରିଛି। 50 ରୁ ଅଧିକ PMI ମାନ ସମ୍ପ୍ରସାରଣକୁ ସୂଚିତ କରେ ଏବଂ 50 ରୁ କମ୍ ସଂକୋଚନକୁ ସୂଚିତ କରେ । ବିଶ୍ଳେଷଣରୁ ଜଣାପଡିଛି ଯେ PMI ଅଗଷ୍ଟରେ 52 ରୁ ସେପ୍ଟେମ୍ବରରେ 56.8 କୁ ବୃଦ୍ଧି ପାଇଛି, ଯାହା ଜାନୁୟାରୀ 2012 ଠାରୁ ସର୍ବାଧିକ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

କାର ବିକ୍ରୟରେ ବର୍ଷ ପରେ ବର୍ଷ (YoY) ଦୁଇ ଅଙ୍କ ବୃଦ୍ଧି ଦ୍ବାରା ପାର୍ବଣ ଋତୁରେ ଗ୍ରାହକଙ୍କ ମନରେ ଉତ୍ସାହ ଭରି ରହିଥିବା ଲକ୍ଷ୍ୟ କରାଯାଇଛି । ଦୁଇ ଚକିଆ ବିକ୍ରିରେ ଦେଶର କେତେକ ସ୍ଥାନରେ YoY ଆକଳନରେ ଅଭିବୃଦ୍ଧି ଘଟିଛି । କୃଷି ରପ୍ତାନି, ପରିବହନ, ଫାର୍ମାସ୍ୟୁଟିକାଲ୍ସ, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ରାସାୟନିକ ପଦାର୍ଥର ରପ୍ତାନି ପୁଣି ଥରେ ଏହାର ଏକ ଚତୁର୍ଥାଂଶ ପାର କରିଛି। ବୈଦେଶିକ ମୁଦ୍ରା ଭଣ୍ଡାରଗୁଡ଼ିକ ବୃଦ୍ଧି ପାଉଛି । ଭାରତର ବୈଦେଶିକ ମୁଦ୍ରା (ଫରେକ୍ସ) ଭଣ୍ଡାର ବର୍ତ୍ତମାନ ସୁଦ୍ଧା ସର୍ବାଧିକ, ପ୍ରାୟ 555.12 ବିଲିୟନ ଡ଼ଲାରରେ ପହଞ୍ଚିଛି। 2021-22 ରେ ଭାରତୀୟ ଅର୍ଥନୀତି ପୁନର୍ବାର ଲମ୍ଫ ପ୍ରଦାନ କରିବ ବୋଲି ଆନ୍ତର୍ଜାତୀୟ ସଂସ୍ଥାଗୁଡିକ ପୂର୍ବାନୁମାନ କରିଛନ୍ତି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଆକଳନ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଅର୍ଥନୀତି ଦ୍ରୁତତମ ଅଭିବୃଦ୍ଧିଶୀଳ ବୃହତ ଅର୍ଥନୀତି ହୋଇ ରହିଛି। 2019-20 ରେ ଭାରତର ଜିଡିପି ଅଭିବୃଦ୍ଧି 4.2 ପ୍ରତିଶତ ଥିବାବେଳେ 2019 ରେ ଚୀନ୍ 6% ରହିଥିଲା।

ତେବେ ଆଇଏମ୍ଏଫ୍ ଆକଳନ କରିଛି ଯେ ଭାରତର ଜିଡିପି ଅଭିବୃଦ୍ଧି ଆସନ୍ତା ବର୍ଷ ଚୀନ୍‌କୁ ଅତିକ୍ରମ କରିବ କାରଣ ଭାରତ 8.8 ପ୍ରତିଶତ ହାରରେ ବୃଦ୍ଧି ପାଇବ ଏବଂ ଚୀନ୍‌ର ଅଭିବୃଦ୍ଧି ହାର 8.2 ପ୍ରତିଶତ ହେବ।

“ଋଣ ସ୍ଥଗନ” ହେଉଛି ଅନ୍ୟ ଏକ ନୀତି, ଏହା ମଧ୍ୟ ଋଣଗ୍ରହୀତାଙ୍କୁ ଲାଭ ଦେବ । ନଭେମ୍ବର 2 ରେ ସୁପ୍ରିମକୋର୍ଟ ଋଣ ସ୍ଥଗନ ଆବେଦନ ଉପରେ ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି ଯାହା “ସୁଧ ଉପରେ କିପରି ସୁଧ ଛାଡ କରାଯିବ” ଉପରେ ମଧ୍ୟ ତର୍ଜମା କରିବ। ଅର୍ଥ ମନ୍ତ୍ରଣାଳୟ ମାଧ୍ୟମରେ କେନ୍ଦ୍ର ଦ୍ବାରା ଦାଖଲ ହୋଇଥିବା ସ୍ବୀକାରୋକ୍ତି ଋଣ ନେଇଥିବା ଏକ ବୃହତ କ୍ଷେତ୍ରକୁ ଆସ୍ବସ୍ତ କରିଛି। ନଭେମ୍ବର 5 ସୁଦ୍ଧା ଚକ୍ରବୃଦ୍ଧି ସୁଧ ଏବଂ ସରଳ ସୁଧ ମଧ୍ୟରେ ପାର୍ଥକ୍ୟ ଋଣ ନେଇଥିବା ବ୍ୟକ୍ତିଙ୍କ ଖାତାରେ ଜମା ହେବ ବୋଲି କୁହାଯାଇଛି।

“ଆତ୍ମନିର୍ଭର ଭାରତ” ଅର୍ଥନୈତିକ ପ୍ୟାକେଜ୍‌ର ଅଂଶ ଭାବରେ ମାର୍ଚ୍ଚ 2020 ରେ ସରକାର ସମସ୍ତ ମିଆଦି ଋଣ ପାଇଁ ଋଣ ସ୍ଥଗନ ଘୋଷଣା କରିଥିଲେ। ଏହା ଏକ ଋଣ ଛାଡ ନୁହେଁ ବରଂ ଏକ ମାସିକ କିସ୍ତି ସ୍ଥଗିତ ଯୋଜନା । ଋଣ ନେଇଥିବା ବ୍ୟକ୍ତିମାନେ ପରବର୍ତ୍ତୀ କିସ୍ତିଗୁଡିକୁ ପରେ ପଇଠ କରିପାରିବେ ।

ଏହି ନିଷ୍ପତ୍ତି କେବଳ 2 କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ, ଏନ୍‌ବିଏଫ୍‌ସି (ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ) ଏବଂ ରାଜ୍ୟ ସମବାୟ ବ୍ୟାଙ୍କ ପାଇଁ ନିଆଯାଇଛି। ଏଥିରେ ହାଉସିଂ ଫାଇନାନ୍ସ କମ୍ପାନୀ ଏବଂ ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡିକର ଋଣଦାତା ଅନ୍ତର୍ଭୁକ୍ତ । ଏମ୍‌ଏସ୍‌ଏମ୍‌ଇ, ଶିକ୍ଷା, ଗୃହ, ଉପଭୋକ୍ତା ସାମଗ୍ରୀ ଇତ୍ୟାଦି ଏହି ଋଣ ସ୍ଥଗନ ପାଇଁ ଯୋଗ୍ୟ ହେବେ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଅର୍ଥନୀତିରେ ପୁନରୁତ୍ଥାନର ଦୃଶ୍ୟମାନ ଲକ୍ଷଣ ରହିଛି କିନ୍ତୁ ଜିଡିପି ଅଭିବୃଦ୍ଧି ନକାରାତ୍ମକ ଜୋନ୍‌ରେ କିମ୍ବା ଚଳିତ ଆର୍ଥିକ ବର୍ଷରେ ଶୂନ୍ୟ ହୋଇପାରେ। ଏହା ମୁଖ୍ୟତଃ ବର୍ତ୍ତମାନର ପ୍ରଥମ ଆର୍ଥିକ ତ୍ରୈମାସିକ(ଏପ୍ରିଲ୍-ଜୁନ୍)ରେ ଅର୍ଥନୀତିର 23.9 ପ୍ରତିଶତ ସଂକୋଚନ ହେତୁ ହୋଇଛି | ମାର୍ଚ୍ଚ 25 ରେ ଲଗାଯାଇଥିବା ଲକ୍‌ଡାଉନ୍‌ ପଛରେ ‘ଜୀବିକାଠାରୁ ଜୀବନ ରକ୍ଷା ଗୁରୁତ୍ବପୂର୍ଣ୍ଣ’ ନୀତି ଆଧାରିତ ଥିଲା ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, 2020 ର ପ୍ରଥମ ତ୍ରୈମାସିକରେ ବିଶ୍ବର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ (FDI) YoY ରେ 49% ହ୍ରାସ ପାଇଛି ଓ ଏହି ବର୍ଷରେ 40% ପର୍ଯ୍ୟନ୍ତ ହ୍ରାସ ଘଟିଛି। UNCTAD ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ EU କୁ ଏଫଡିଆଇ ପ୍ରବାହ ନକାରାତ୍ମକ ହୋଇ 202 ବିଲିୟନ ଡ଼ଲାରରୁ ମାଇନସ୍ 7 ବିଲିୟନ ଡ଼ଲାରକୁ ଖସି ଆସିଥିବାବେଳେ ଆମେରିକାକୁ 61% ହ୍ରାସ ପାଇ 51 ବିଲିୟନ ଡ଼ଲାରରେ ପହଞ୍ଚିଛି।

ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ଘୋଷଣା କରିଛି ଯେ 2021-22 ମସିହାରେ ଆର୍ଥିକ ଅଭିବୃଦ୍ଧି 9.5 ପ୍ରତିଶତ ହ୍ରାସ ପାଇବ। ମୁଦ୍ରାସ୍ଫୀତି 6 ପ୍ରତିଶତରୁ ଅଧିକ ଥିବାରୁ ଏମ୍‌ପିସି ନୀତି ହାରକୁ ଯଥାସ୍ଥିତିରେ ରଖିଛି, ଯାହା ବ୍ୟାଙ୍କର ଦୀର୍ଘକାଳୀନ ନୀତି ପାଇଁ ସର୍ବୋଚ୍ଚ ସୀମା ଅଟେ। ଆର୍ଥିକ ଏବଂ ମୁଦ୍ରା ନୀତି ଦୃଷ୍ଟିକୋଣରୁ ଲିକ୍ୟୁଡିଟି ଇନଫ୍ୟୁଜନ୍ ପ୍ରଦାନ କରାଯାଇ ବଜାରକୁ ସ୍ଥିର ରଖିବା ଆଶା କରାଯାଏ । ଦୃଢ଼ ଆର୍ଥିକ ଏବଂ ମୁଦ୍ରା ନୀତି ସହିତ ମହାମାରୀକୁ ମୁକାବିଲା କରି ଆର୍ଥିକ ବିକାଶ ତ୍ବରାନ୍ବିତ କରାଯାଇପାରେ।

ଭାରତୀୟ ଅର୍ଥନୀତିର ଉତ୍ସାହକୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ 2024 ସୁଦ୍ଧା ଭାରତ 5 ଟ୍ରିଲିୟନ ଡଲାର ଅର୍ଥନୀତି ହେବାର ଲକ୍ଷ୍ୟ ହାସଲ କରିପାରିବ ।


ମୂଳ ଲେଖା : ଡକ୍ଟର ଲେଖା ଏସ୍‌ ଚକ୍ରବର୍ତ୍ତୀ, ପ୍ରଫେସର ତଥା ପ୍ରାଧ୍ୟାପକ, ଏନ୍‌ଆଇପିଏଫ୍‌ପି ଓ ରିସର୍ଚ୍ଚ ଆସୋସିଏଟ୍, ଲେଭି ଇକୋନୋମିକ୍ସ ଇନଷ୍ଟିଚ୍ୟୁଟ୍, ନ୍ୟୁୟର୍କ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...