Skip to main content

ଆଞ୍ଚଳିକ ସ୍ଥିରତା ପାଇଁ ଭାରତ ଆଫଗାନିସ୍ଥାନ ଦ୍ଵିପକ୍ଷୀୟ ସଂପର୍କ  ସୁଦୃଢ ଦିଗରେ ଅଗ୍ରଗତି

ସେପ୍ଟେମ୍ବର 12, 2020 ରେ କତାରର ରାଜଧାନୀ ଦୋହା ଠାରେ ଆରମ୍ଭ ହୋଇଥିବା ଆଫଗାନିସ୍ତାନ ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତି କଥାବାର୍ତ୍ତା ମଧ୍ୟରେ ଆଫଗାନିସ୍ତାନର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ବର୍ତ୍ତମାନର ଜାତୀୟ ପୁନଃ ନିର୍ମାଣ ପରିଷଦର ଅଧ୍ୟକ୍ଷ ଡକ୍ଟର ଅବଦୁଲ୍ଲା ଅବଦୁଲ୍ଲା ଭାରତକୁ ପାଞ୍ଚ ଦିନିଆ ଗସ୍ତ କରିଛନ୍ତି ଚାଲିଥିବା ଶାନ୍ତି ପ୍ରକ୍ରିୟା ପାଇଁ ଅଞ୍ଚଳରେ ଏକ ସହମତି ସୃଷ୍ଟି କରିବା ଦିଗରେ ଏହି ଗସ୍ତକୁ ଦେଖାଯାଉଛି | ଭାରତର ନିମନ୍ତ୍ରଣରେ ଡକ୍ଟର ଅବଦୁଲ୍ଲାଙ୍କ ଗସ୍ତ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଉଚ୍ଚ ସ୍ତରୀୟ ଆଲୋଚନାର ଏକ ଅଂଶବିଶେଷ । ତାଙ୍କ ପୂର୍ବରୁ ଆଫଗାନିସ୍ତାନ ପୁନଃ ନିର୍ମାଣ ଉପରେ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧୀ ଜଲମାଇ ଖଲିଲଜାଦ ଏବଂ ଆଫଗାନିସ୍ତାନର ପ୍ରମୁଖ ନେତା ଅବଦୁଲ ରସିଦ ଦୋଷ୍ଟମ ସେପ୍ଟେମ୍ବର ମାସରେ ଭାରତ ଗସ୍ତ କରିଥିଲେ।

ଚାଲିଥିବା ଆଫଗାନିସ୍ତାନ ଶାନ୍ତି କଥାବାର୍ତ୍ତା ପାଇଁ ଡକ୍ଟର ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି। ଭାରତୀୟ ନେତୃତ୍ୱ ଆଫଗାନିସ୍ତାନ-ତାଲିବାନ ଆଲୋଚନାକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଗତ ମାସରେ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଶାନ୍ତି ଆଲୋଚନାର ଉଦଘାଟନୀ ଭାଷଣରେ ଡକ୍ଟର ଜୟଶଙ୍କର ଆଫଗାନିସ୍ତାନର ନେତୃତ୍ୱାଧୀନ, ଆଫଗାନିସ୍ତାନ ମାଲିକାନା ଏବଂ ଆଫଗାନିସ୍ତାନ ନିୟନ୍ତ୍ରିତ ବୁଝାମଣାର ସିଦ୍ଧାନ୍ତକୁ ଭାରତ ସମର୍ଥନ କରୁଥିବା କହିଥିଲେ । ଦୋହାରେ ହୋଇଥିବା କଥାବାର୍ତ୍ତାର ଉଦଘାଟନୀ ଉତ୍ସବରେ ଏକ ଭାରତୀୟ ପ୍ରତିନିଧୀ ମଧ୍ୟ ଉପସ୍ଥିତ ଥିଲେ। ଶାନ୍ତି ଆଲୋଚନାରେ ଭାରତ ସାମିଲ ହେଉ ବୋଲି ଆଫଗାନିସ୍ତାନ ଭାରତକୁ ଅନୁରୋଧ କରୁଛି । ତାଲିବାନ ସହ ସିଧାସଳଖ ଜଡିତ ହେବା ନେଇ ଭାରତ ଏପର୍ଯ୍ୟନ୍ତ ନିରବ ରହିଛି। ତେଣୁ ଆଫଗାନିସ୍ତାନ ଦୃଷ୍ଟିକୋଣରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏହି ବୈଠକରେ ଅଭିଭାଷଣ ଦେବା ଏକ ଗୁରୁତ୍ୱପୂର୍ଣ୍ଣ କଥା ବୋଲି ବିବେଚନା କରାଯାଇପାରେ।

ଆଫଗାନିସ୍ତାନର ଭବିଷ୍ୟତ ଗଠନରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଡକ୍ଟର ଅବଦୁଲ୍ଲା କହିଛନ୍ତି। ଭାରତ ଏବଂ ଆଫଗାନିସ୍ତାନ ଗଭୀର ଐତିହାସିକ ସଂପର୍କରେ ଆବଦ୍ଧ ଏବଂ ବର୍ଷ ବର୍ଷ ଧରି ଭାଗିଦାରୀ ଭାବରେ ରହି ଆସିଛନ୍ତି | ଆଫଗାନିସ୍ତାନର ସ୍ଥିରତା ପାଇଁ ଭାରତର ବୃହତ୍ ଯୋଗଦାନ ଅଛି କାରଣ ସେଠାରେ ପୁନଃ ନିର୍ମାଣ କାର୍ଯ୍ୟରେ ଏହା ବହୁତ ଅବଦାନ ରଖିଛି | ଏହା ମଧ୍ୟ ପାକିସ୍ତାନ-ତାଲିବାନ ଜାଣିବା ଆବଶ୍ୟକ ଯାହାକି ଭାରତର ସୁରକ୍ଷା ସ୍ୱାର୍ଥ ବିରୁଦ୍ଧରେ ନିରନ୍ତର କାର୍ଯ୍ୟ କରିଛି। ଆଫଗାନିସ୍ତାନରେ ଶାନ୍ତି କେବଳ ତାଲିବାନକୁ ଆଣିବା ଦ୍ୱାରା ସମ୍ଭବ, ବୋଲି ରାଜନୈତିକ ବିଶେଷଜ୍ଞମାନଙ୍କମାନେ ହୃଦୟଙ୍ଗମ କରିଛନ୍ତି । ଆମେରିକା ଏବଂ ତାଲିବାନ ମଧ୍ୟରେ ସ୍ୱାକ୍ଷରିତ ଫେବୃଆରୀ 2020 ଶାନ୍ତି ଚୁକ୍ତି ଅନ୍ତର୍ଗତ ବର୍ତ୍ତମାନର ଆଫଗାନିସ୍ତାନ ଶାନ୍ତି ଆଲୋଚନା ଚାଲିଛି। ଆଫଗାନିସ୍ତାନର ରାଜନୈତିକ ଏବଂ ସାମାଜିକ ଦୃଶ୍ୟପଟ୍ଟର ଅସମାନତାକୁ ଦୃଷ୍ଟିରେ ରଖି ଏହା ଏକାନ୍ତ ଆବଶ୍ୟକ ଯେ ଭାରତ ସମେତ ସମସ୍ତ ଅଂଶୀଦାର ଏହି ପ୍ରକ୍ରିୟାରେ ଯଥାସମ୍ଭବ ସାମିଲ ହେବା ଉଚିତ ଯାହାଦ୍ଵାରା ଶାନ୍ତି ବ୍ୟବସ୍ଥା ସଫଳ ହୋଇ ପାରିବ।

ଏକ ଉଲ୍ଲେଖନୀୟ ଦିଗ ହେଉଛି ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଦିଗରେ ସହଯୋଗ କରିବାକୁ ଇସଲାମାବାଦକୁ ପ୍ରବର୍ତ୍ତାଇବା ପାଇଁ ଆଫଗାନିସ୍ତାନର ନେତୃତ୍ୱ ମଧ୍ୟ ପାକିସ୍ତାନ ନିକଟରେ ପହଞ୍ଚିଛନ୍ତି। ଏହାର କାରଣ ହେଉଛି ପାକିସ୍ତାନ ତାଲିବାନ ସହିତ ଦୀର୍ଘ ଦିନର ସଂପର୍କ ରହିଛି। ତେଣୁ ପାକିସ୍ତାନର ଜଣେ ସମାଲୋଚକ ଥିବା ଡକ୍ଟର ଅବଦୁଲ୍ଲା ଏବେ ପାକିସ୍ତାନ ନେତୃତ୍ୱ ସହ ଆଲୋଚନା କରିବା ଦେଖିବାକୁ ମିଳୁଛି । ତାଲିବାନ ସହ ପାକିସ୍ତାନର ସମ୍ପର୍କ ଥିବାରୁ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧୀ ଖାଲିଲଜାଦ ମଧ୍ୟ ଇସଲାମାବାଦ ଗସ୍ତ କରିଥିଲେ। ପ୍ରସ୍ଥାବିତ ଆମେରିକୀୟ ସୈନ୍ୟବାହିନୀର ପ୍ରତ୍ୟାହାର ଏବଂ ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବା ବିଷୟ ମଧ୍ୟ ଆଗାମି ଦିନରେ ଗୁରୁତ୍ୱପୂର୍ଣ୍ଣ ହେବ।

ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାକୁ ଭାରତ ସ୍ୱାଗତ କରିଥିବାବେଳେ ଆଫଗାନିସ୍ତାନ ନେତୃତ୍ୱକୁ ମଧ୍ୟ ଚେତାବନୀ ଦେଇଛି ଯେ ଆଫଗାନିସ୍ତାନର ମାଟିରୁ ହିଂସା ନଘଟାଇବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଯେପରି ଶେଷ ନହୁଏ। ଆଫଗାନିସ୍ତାନରେ ସଂଖ୍ୟାଲଘୁ ଏବଂ ମହିଳାଙ୍କ ଅଧିକାର ସୁରକ୍ଷିତ ରଖିବା ପ୍ରସଙ୍ଗ ମଧ୍ୟ ଭାରତ ଉଠାଇଥିଲା ଏବଂ ଆଫଗାନିସ୍ତାନରେ ତାଲିବାନର ପ୍ରସ୍ତାବିତ ହାନାଫି ଇସଲାମକୁ ନେଇ ବିବାଦ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା।

ଆଲେଖ୍ୟ: ଡକ୍ଟର ପ୍ରିୟଙ୍କା ସିଂହ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...