Skip to main content

ଭାରତର ବିକିରଣ ପ୍ରତିରୋଧି କ୍ଷେପଣାସ୍ତ୍ର

ଗତ ସପ୍ତାହରେ ନୂତନ ପିଢିର ବିକିରଣ ପ୍ରତିରୋଧି କ୍ଷେପଣାସ୍ତ୍ର “ରୁଦ୍ରମ୍ -1” ର ସଫଳ ପରୀକ୍ଷଣ ସହିତ ଭାରତ ଏହାର ପ୍ରତିରକ୍ଷା ପ୍ରସ୍ତୁତିରେ ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ, ଡିଆରଡିଓ, ଭାରତର ପ୍ରମୁଖ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ଏଜେନ୍ସି ଦ୍ୱାରା ବିକଶିତ ଏହି ନୂତନ କ୍ଷେପଣାସ୍ତ୍ର ଯୁଦ୍ଧରେ କୌଶଳିକ ଆକାଶମାର୍ଗରେ ମହାଶକ୍ତି ଭାବେ ଉଭା ହେବାକୁ ଲକ୍ଷ୍ୟ ରଖିଛି | ଓଡ଼ିଶାର ପୂର୍ବ ଉପକୂଳର ବାଲେଶ୍ଵର ଜିଲ୍ଲାର ଚାନ୍ଦିପୁରର ସମନ୍ଵିତ ପରୀକ୍ଷଣ ରେଞ୍ଜରେ ଏକ ସୁଖୋଇ -30 ଏମକେ ଯୁଦ୍ଧ ବିମାନରୁ ଏହି ପରୀକ୍ଷା କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ସଫଳତାର ସହ ପୂର୍ବରୁ ହ୍ୱିଲର୍ ଦ୍ୱୀପ ନାମରେ ପରିଚିତ ଥିବା ଡକ୍ଟର ଅବଦୁଲ କଲାମ ଦ୍ୱୀପରେ ଅବସ୍ଥିତ କେନ୍ଦ୍ରରୁ ସଫଳତାର ସହିତ ପରୀକ୍ଷଣ ହୋଇଥିଲା । ଏହି ସଫଳତା ସହିତ, ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ଏବଂ ବିକଶିତ ତଥା ପରୀକ୍ଷୀତ କେତେକ ସ୍ଵତନ୍ତ୍ର ଦେଶର ଗୋଷ୍ଠିରେ ଭାରତ ସାମିଲ ହୋଇଛି ଯେଉଁମାନେ ବିକିରଣ ପ୍ରତିରୋଧୀ କ୍ଷେପଣାସ୍ତ୍ରର ବିକାଶ କରିଛନ୍ତି । ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓକୁ ଅଭିନନ୍ଦନ ଜଣାଇ ଏହାକୁ ଏକ ଉଲ୍ଲେଖନୀୟ ସଫଳତା ବୋଲି କହିଛନ୍ତି।

ଏକ ବିକିରଣ ପ୍ରତିରୋଧି କ୍ଷେପଣାସ୍ତ୍ର ହେଉଛି ଏକ ଆକାଶ ମାର୍ଗରୁ ଭୂପୃଷ୍ଠ କ୍ଷେପଣାସ୍ତ୍ର ଯାହା ଶତ୍ରୁ ପକ୍ଷର ରେଡିଓ ନିର୍ଗମନ ଉତ୍ସକୁ ଚିହ୍ନଟ କରିବା ପାଇଁ ପରିକଳ୍ପିତ | ଏହି ଶ୍ରେଣୀର ଅଧିକାଂଶ ଅସ୍ତ୍ର ପରି, ରୁଦ୍ରମ୍ -1 ରେ ଏପରି ବ୍ୟବସ୍ଥା ରହିଛି ଯାହା ବିକିରଣକୁ ଚିହ୍ନଟ କରି ତାକୁ ଭେଦ କରିଥାଏ | ସାଧାରଣତଃ ଏଗୁଡିକ ଶତ୍ରୁର ରାଡାର ମଧ୍ୟରେ ନଆସି ବ୍ୟବହାର ପାଇଁ ଡିଜାଇନ୍ କରାଯାଇଛି, ଯଦିଓ ଜାମର ଏବଂ ଯୋଗାଯୋଗ ପାଇଁ ବ୍ୟବହୃତ ରେଡିଓ ମଧ୍ୟ ଏହି ଉପାୟରେ ଟାର୍ଗେଟ କରାଯାଇପାରେ |

ଶବ୍ଦ ଠାରୁ ଦୁଇ ଗୁଣ ବେଗରେ ଯାଉଥିବା ମ୍ୟାଚ୍ 2 ରୁଦ୍ରାମ -1 ଦେଶର ବିମାନ ବାହିନୀକୁ ଏକ ଗୁରୁତ୍ୱପୂର୍ଣ୍ଣ ଆକାଶ ମାର୍ଗରୁ ଭୂପୃଷ୍ଠକୁ ଅସ୍ତ୍ର ପ୍ରଦାନ କରିଛି ଯାହା ଶତ୍ରୁର ରାଡାର ଏବଂ ନିରୀକ୍ଷଣ ପ୍ରଣାଳିକୁ ନିରସ୍ତ୍ର କରିପାରିବ | ଏହି କ୍ଷେପଣାସ୍ତ୍ରଟି ଶତ୍ରୁ ଅଞ୍ଚଳରେ ଥିବା ରାଡାର ପରି ବିକିରଣ ନିର୍ଗତ ଉତ୍ସକୁ ହଟାଇବା କିମ୍ବା ଦମନ କରିବା ପାଇଁ ପରିକଳ୍ପନା କରାଯାଇଛି, ଯାହାଦ୍ୱାରା ପ୍ରଭାବଶାଳୀ ବିମାନ ଆକ୍ରମଣ ପାଇଁ ପଥ ପରିସ୍କାର କରିବ | ରାଡାର ପ୍ରଣାଳୀକୁ ଦମନ କରିବା ଦ୍ଵାରା ଭାରତର ଜେଟଗୁଡିକ ବିନା ବାଧାରେ ଆକ୍ରମଣ କରିବାକୁ ସକ୍ଷମ ହେବ |

ଅତ୍ୟଧିକ କ୍ଷତିକାରକ ତଥା ସମ୍ବେଦନଶୀଳ ଯୁଦ୍ଧ ବିମାନରୁ ଏହି କ୍ଷେପଣାସ୍ତ୍ରକୁ ପରିବହନ ଏବଂ ଉତକ୍ଷେପଣ କରିହେବ, ଯୁଦ୍ଧ ବିମାନ ସହିତ ଏକୀକରଣ ବ୍ୟତୀତ ବିକିରଣ ସନ୍ଧାନକାରୀ ପ୍ରଯୁକ୍ତିବିଦ୍ୟା ଏବଂ ମାର୍ଗଦର୍ଶନ ପ୍ରଣାଳୀର ବିକାଶ କରିବା ଏକ ଚ୍ୟାଲେଞ୍ଜ ଥିଲା |

ଡିଆରଡିଓ ଅନୁଯାୟୀ, ଶତ୍ରୁର ବିମାନ ପ୍ରତିରକ୍ଷା କ୍ଷମତାକୁ ଦମନ କରିବା ପାଇଁ ଭାରତୀୟ ବିମାନ ବାହିନୀର ଆବଶ୍ୟକତା ସକାଶେ ରୁଦ୍ରାମ -1 ପ୍ରସ୍ତୁତ କରାଯାଇଛି। ଆର୍ଟ ରେଡିଏସନ୍ ଟ୍ରାକିଂ ଏବଂ ଗାଇଡ୍ ସିଷ୍ଟମ୍ ସହିତ ସଜ୍ଜିତ ରୁଦ୍ରମ୍ -1 ଭାରତୀୟ ବିମାନ ବାହିନୀର ଆକ୍ରମଣକୁ ସଫଳତା ଦେବ । ସୁଖୋଇ ସୁ -30 ଏମକେଆଇ ଡାସାଲ୍ଟ ମିରାଜ 2000, ଜାଗୁଆର ଏବଂ ତେଜ ସମେତ ଭାରତୀୟ ବିମାନ ବାହିନୀର ମହଜୁଦ ଥିବା ବିଭିନ୍ନ ଯୁଦ୍ଧ ବିମାନରୁ ଏହା ଲଞ୍ଚ କରାଯିବା ପାଇଁ ଡିଜାଇନ୍ କରାଯାଇଛି। ରୁଦ୍ରାମ -1 100 ରୁ 250 କିଲୋମିଟର ମଧ୍ୟରେ ଯେକୌଣସି ପରିସରକୁ ଆଘାତ କରିପାରେ |

ଡିଆରଡିଓ ଅନୁଯାୟୀ, ଭାରତର ପରବର୍ତ୍ତୀ ପିଢିର ବିକିରଣ ପ୍ରତିରୋଧି କ୍ଷେପଣାସ୍ତ୍ର ଉପରେ ସମ୍ଭାବ୍ୟତା ଅଧ୍ୟୟନ 2012 ରେ ଆରମ୍ଭ ହୋଇଥିଲା ଏବଂ ଏହି କ୍ଷେପଣାସ୍ତ୍ରକୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ବିନ୍ୟାସ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା। ଏହା କରିବା ପାଇଁ,ଡିଆରଡିଓ ଏକ ବ୍ୟାପକ ବ୍ୟାଣ୍ଡର ପାସିଭ୍ ସନ୍ଧାନକାରୀ, ଏକ ମିଲିମେଟ୍ରିକ ତରଙ୍ଗ ସକ୍ରିୟ ସନ୍ଧାନକାରୀ, ସନ୍ଧାନକାରୀଙ୍କ ପାଇଁ ରେଡୋମ୍ ଏବଂ ଏକ ଡୁଆଲ୍-ପଲ୍ସ ପ୍ରମ୍ପୁଲ୍ ସିଷ୍ଟମ୍ ସହିତ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିର ବିକାଶକୁ ଆୟତ୍ତ କରିବା ଆବଶ୍ୟକ କରେ, ଯାହା ସଫଳତାର ସହିତ ହାସଲ କରାଯାଇଥିଲା |

ଉତକ୍ଷେପଣ ପରେ, ସେନ୍ସର ଏବଂ ଜ୍ଞାନକୌଶଳ ଦ୍ଵାରା କ୍ଷେପଣାସ୍ତ୍ରର ଲକ୍ଷ୍ୟସ୍ଥଳ ଆଡକୁ ଭେଦ କରିଥାଏ | ଏହି ଇନପୁଟଗୁଡିକ ଏକ ଅନ୍-ବୋର୍ଡ କମ୍ପ୍ୟୁଟର ଦ୍ୱାରା ପ୍ରକ୍ରିୟାକରଣ କରାଯାଇଥାଏ ଯାହା ଅଟୋପିଲଟ୍ କମାଣ୍ଡ ସୃଷ୍ଟି କରିଥାଏ, ଏକ କଣ୍ଟ୍ରୋଲ୍ ସିଷ୍ଟମ୍ ସହିତ କ୍ଷେପଣାସ୍ତ୍ରକୁ ଲକ୍ଷ୍ୟ ଆଡକୁ ପରିଚାଳନା କରିଥାଏ |

ଏହା ବର୍ତ୍ତମାନ ଆଉ ଅଛପା ନାହିଁ ଯେ ଆଧୁନିକ ଯୁଗରେ ଯୁଦ୍ଧ ଅଧିକରୁ ଅଧିକ ନେଟୱାର୍କ-କେନ୍ଦ୍ରିକ ଅଟେ, ଯାହାର ଅର୍ଥ ହେଉଛି ଏଥିରେ ବିସ୍ତୃତ ଚିହ୍ନଟ, ନୀରିକ୍ଷଣ ଏବଂ ଯୋଗାଯୋଗ ପ୍ରଣାଳୀ ରହିଛି ଯାହା ଅସ୍ତ୍ରଶସ୍ତ୍ର ସହିତ ସଂଯୁକ୍ତ। ଏହି ପରିପ୍ରେକ୍ଷୀରେ ଭାରତର ନୂତନତମ ରାଡାର ବିରୋଧୀ କ୍ଷେପଣାସ୍ତ୍ରର ସଫଳତା ମହତ୍ .ପୂର୍ଣ ଅଟେ।

ମୋବାଇଲ୍ ଲଞ୍ଚର୍ ଠାରୁ ଆରମ୍ଭ ହେବାକୁ ଥିବା ରୁଦ୍ରାମର ଏକ ପୃଥକ ପ୍ରକାର ବିକଶିତ କରି ଓହାକୁ ଆହୁରି ଅଧିକ ଦକ୍ଷ କରିବାକୁ ଡିଆରଡିଓ ଯୋଜନା କରୁଛି |



ଆଲେଖ୍ୟ: ବିମାନ ବାସୁ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...