Skip to main content

ପାକିସ୍ତାନ ଏଫଏଟିଏଫ ର ଧୂସର ତାଲିକାରେ ରହିବ

ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ଆର୍ଥିକ କ୍ରିୟାନୁଷ୍ଠାନ ଟାସ୍କ ଫୋର୍ସ (ଏଫଏଟିଏଫ) ର ଅଧିବେଶନରେ ଫେବୃଆରୀ 2021 ପର୍ଯ୍ୟନ୍ତ ପାକିସ୍ତାନକୁ “ଧୂସର ତାଲିକାରେ” ରଖିବାକୁ ନିଷ୍ପତ୍ତି ନେଇଛି। ଜାତିସଂଘ ଦ୍ଵାରା ଘୋଷିତ ସନ୍ତ୍ରାସବାଦି ଏବଂ ସନ୍ତ୍ରାସବାଦି ସଂଗଠନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପାକିସ୍ତାନର ଅନବରତ ଅନିଚ୍ଛା ଅଥବା ବିଫଳତା କାରଣରୁ ଏବଂ ସେମାନଙ୍କର ତଦନ୍ତ କରି ଦୃଢ ଦଣ୍ତାଦେଶ ଦେବାକୁ ଏଫଏଟିଏଫ ଏହି ନିଷ୍ପତ୍ତି ନେଇଛି | ଆତଙ୍କବାଦୀମାନେ ମୁକ୍ତ ଭାବରେ ସେଠାରେ କାର୍ଯ୍ୟ କରୁଛନ୍ତି ଏବଂ ପାକିସ୍ତାନୀ ରାଷ୍ଟ୍ର ଦ୍ଵାରା ସକ୍ରିୟ ଭାବରେ ସେମାନଙ୍କୁ ସମର୍ଥନ ତଥା ଆର୍ଥିକ ଅନୁଦାନ ପ୍ରଦାନ କରାଯିବା ସହିତ ପୃଷ୍ଠପୋଷକତା ଯୋଗାଇଦେବା ଏବଂ ଅର୍ଥ ହେରଫେରର ନେଟୱାର୍କକୁ ମୂଳୋତ୍ପାଟନ କରିବାରେ ପାକିସ୍ତାନ ଦ୍ୱିଧା ପ୍ରକାଶ କରୁଛି।

ଏଫଏଟିଏଫ ସମ୍ମିଳନୀ ଶେଷରେ ଆୟୋଜିତ ହୋଇଥିବା ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି। ଆନ୍ତର୍ଜାତୀୟ ସଂସ୍ଥା ଏହା ପୂର୍ବରୁ 27-ପଏଣ୍ଟ ସର୍ତ୍ତମୂଳକ ଏକ ସେଟ୍ ପ୍ରସ୍ତୁତ କରିଥିଲା ​​ଯେଉଁଥିରୁ ପାକିସ୍ତାନ 21 କୁ ପୂରଣ କରିବାରେ ସକ୍ଷମ ହୋଇଥିଲା। ଏହି କାରଣରୁ ପାକିସ୍ତାନକୁ ଧୂସର ତାଲିକାରେ ରଖା ଯାଇଛି। ଏଫଏଟିଏଫ ର ସଭାପତି ମାର୍କସ୍ ପ୍ଲେୟାର କହିଛନ୍ତି ଯେ ଯଦିଓ ଏଥିରେ କିଛି ପ୍ରଗତି ହୋଇଛି, ତଥାପି ପାକିସ୍ତାନକୁ ଆହୁରି ଅଧିକ କିଛି କରିବାର ଆବଶ୍ୟକତା ରହିଛି | ପାକିସ୍ତାନ ପାଇଁ ସବୁଠୁ ବଡ ଚିନ୍ତାର କାରଣ ହେଉଛି ଯେ, ଧୂସର ତାଲିକା ଜାରି ଯୋଗୁଁ, ଏହାକୁ ଆନ୍ତର୍ଜାତିକ ଆର୍ଥିକ ସଂସ୍ଥାଗୁଡ଼ିକର ସହାୟତା ମିଳିବାରୁ ବଞ୍ଚିତ ହେବାକୁ ପଡ଼ିବ |

1989 ରେ ଗଠିତ ଏଫଏଟିଏଫ ହେଉଛି ଏକ ବିଶ୍ୱସ୍ତରୀୟ ସଂସ୍ଥା ଯାହାକି 39 ଜଣ ସଦସ୍ୟଙ୍କୁ ନେଇ ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଣ ତଥା ଆର୍ଥିକ ହେରଫେର କାର୍ଯ୍ୟକଳାପ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗଠନ କରାଯାଇଛି । ଭାରତ ଏଫଏଟିଏଫ ର ସଦସ୍ୟ ଏବଂ ପାକିସ୍ତାନର ମାମଲା ଦେଖୁଥିବା ଏହାର ଆଞ୍ଚଳିକ ଏସିଆ ପ୍ରଶାନ୍ତ ମହାସାଗରୀୟ ଗ୍ରୁପ୍ ର ଏକ ଅଂଶବିଶେଷ । ଉଲ୍ଲେଖଯୋଗ୍ୟ ଯେ ଉପ ମହାଦେଶରେ ଆତଙ୍କ ସୃଷ୍ଟି କରୁଥିବା ସନ୍ତ୍ରାସବାଦୀ ଗୋଷ୍ଠୀ ସହ ପାକିସ୍ତାନର ଚିରାଚରିତ ସଂପର୍କ ବିରୁଦ୍ଧରେ କାର୍ଯ୍ୟ କରିବାକୁ ଭାରତ ବିଶ୍ଵ ସମୁଦାୟକୁ ସକ୍ରିୟ ଭାବରେ ପ୍ରବର୍ତ୍ତାଉଛି ।

ପାକିସ୍ତାନ କେବଳ ଭାରତ ନୁହେଁ ବରଂ ଆଖପାଖ ଅଞ୍ଚଳରେ, ବିଶେଷ କରି ଆଫଗାନିସ୍ତାନରେ ମଧ୍ୟ ନିଜର ରାଷ୍ଟ୍ରନୀତି ଭାବରେ ସନ୍ତ୍ରାସବାଦକୁ ଉପଯୋଗ କରୁଛି । ସନ୍ତ୍ରାସବାଦୀ ଗୋଷ୍ଠୀକୁ ପାକିସ୍ତାନର ସମର୍ଥନ ଏବଂ ସେମାନଙ୍କ ସହଯୋଗୀମାନେ ଆଫଗାନିସ୍ତାନରେ ଶାନ୍ତି, ସ୍ଥିରତା ଏବଂ ଶୃଙ୍ଖଳା ଆଣିବା ଦିଗରେ ମିଳିତ ବାହିନୀର ଉଦ୍ୟମକୁ ନିରନ୍ତର ନିଷ୍ଫଳ କରିଚାଲିଛି । ଏହି କାରଣରୁ ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ଫ୍ରାନ୍ସ ପରି ଶକ୍ତିଶାଳୀ ଦେଶ ସନ୍ତ୍ରାସବାଦୀ ଗୋଷ୍ଠୀକୁ ପ୍ରୋତ୍ସାହନ ଯୋଗାଉଥିବା ପାକିସ୍ତାନ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ସନ୍ତ୍ରାସବାଦ ବିରୁଦ୍ଧରେ ପାକିସ୍ତାନର ଦୋମୁହାଁ ନୀତି କାରଣରୁ ଏଫଏଟିଏଫର ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପାକିସ୍ତାନ ବିରୁଦ୍ଧରେ ସହମତି ରହୁଛି। ସଦ୍ୟତମ ଅଧିବେଶନରେ ପାକିସ୍ତାନ ମାତ୍ର 3 ଟି ଦେଶ-ଚୀନ୍, ତୁର୍କୀ ଏବଂ ମାଲେସିଆର ସମର୍ଥନ ପାଇଛି। ସେମାନଙ୍କ ସମର୍ଥନ ଯୋଗୁଁ ପାକିସ୍ତାନର କଳା ତାଲିକାରୁ ବର୍ତ୍ତି ଯାଇଛି ।

ଜୁନ୍ 2018 ରେ ପାକିସ୍ତାନ ଧୂସର ତାଲିକାଭୁକ୍ତ ହୋଇଥିଲା ଏବଂ ସନ୍ତ୍ରାସବାଦ ପାଣ୍ଠି ବିରୁଦ୍ଧରେ କାର୍ଯ୍ୟ କରିବା ପାଇଁ ଇସଲାମାବାଦକୁ 27-ପଏଣ୍ଟ ଆକ୍ସନ୍ ପ୍ଲାନ୍ ଦିଆଯାଇଥିଲା ଯାହା ଅକ୍ଟୋବର 2019 ସୁଦ୍ଧା ସମ୍ପୂର୍ଣ୍ଣ ହେବା ଆବଶ୍ୟକ ଥିଲା। ଫେବୃଆରୀ 2020 ସୁଦ୍ଧା ପାକିସ୍ତାନ 27 ଟି ପଏଣ୍ଟ ମଧ୍ୟରୁ 13 ଟିରେ କାର୍ଯ୍ୟ କରିଛି ବୋଲି କୁହାଯାଉଛି। । ତାପରେ ଜୁନ୍ 2020 ଅଧିବେଶନ ପୂର୍ବରୁ ଅବଶିଷ୍ଟ ଆବଶ୍ୟକତା ପୂରଣ କରିବାକୁ ପାକିସ୍ତାନକୁ ଆଉ 4 ମାସର ଅନୁଗ୍ରହ ଅବଧି ଦିଆଯାଇଥିଲା | ତେବେ, କୋଭିଡ -19 ମହାମାରୀ ହେତୁ ଅଧିବେଶନକୁ ସ୍ଥଗିତ ରଖାଗଲା ଏବଂ ଦେଶକୁ 4 ମାସର ଅବଧି ମିଳିଲା। ଏହି ସମୟ ମଧ୍ୟରେ ଏଫଏଟିଏଫ ପାରସ୍ପରିକ ସମୀକ୍ଷା ପ୍ରକ୍ରିୟାକୁ ସ୍ଥଗିତ ରଖିଲା | ବର୍ଦ୍ଧିତ ସମୟସୀମା ସତ୍ତ୍ଵେ ପାକିସ୍ତାନ ଏଫଏଟିଏଫ ର ସର୍ତ୍ତ ପୂରଣ କରିବାକୁ ସ୍ଥିର ଭାବରେ କାର୍ଯ୍ୟ କରିବାରେ ବିଫଳ ହୋଇଛି। ବୋଧହୁଏ, ପାକିସ୍ତାନର ବ୍ୟବସ୍ଥା ତଥା ନୀତିରେ ସନ୍ତ୍ରାସବାଦକୁ ସମର୍ଥନ କରାଯିବା ଏତେ ମାତ୍ରାରେ ନିବିଡ ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏଥିରେ ବିଫଳ ହୋଇଛନ୍ତି । ସମସ୍ତ 27 ଟି ସର୍ତ୍ତ ପୂରଣ ହେବା ପରେ ଏଫଏଟିଏଫ ର ଫ୍ୟାକ୍ଟ ଫାଇଣ୍ଡିଂ ଦଳ ଯାଞ୍ଚ ପାଇଁ ପାକିସ୍ତାନ ଗସ୍ତ କରିବେ |

ଦୀର୍ଘ ଦିନ ଧରି ପାକିସ୍ତାନର ଅର୍ଥନୀତି ଦେବାଳିଆ ଅବସ୍ଥାରେ ରହିଛି । ଦେଶର ଅଭାବକୁ ଦୂର କରିବା ପାଇଁ ନିକଟରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମଧ୍ୟ ପାକିସ୍ତାନ ସରକାରଙ୍କ ପାଇଁ କଡା ସର୍ତ୍ତ ରଖିଛି। ଯଦି ପାକିସ୍ତାନ ଆନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନଗୁଡିକରୁ ସହାୟତା ପାଇବାକୁ ଆଶା କରେ, ତେବେ ଏହାର ଏକମାତ୍ର ଉପାୟ ହେଉଛି ସନ୍ତ୍ରାସବାଦକୁ ପାଣ୍ଠି ଯୋଗାଣ ପାଇଁ ଥିବା ଚ୍ୟାନେଲଗୁଡ଼ିକୁ ପ୍ରଭାବଶାଳୀ ଭାବରେ ବନ୍ଦ କରିବା ଏବଂ ଏହାର ଉତ୍ସ ଏବଂ ଉତ୍ପତ୍ତିକୁ ସମ୍ପୂର୍ଣ୍ଣ କରିବା।


ଆଲେଖ୍ୟ: ଡକ୍ଟର ପ୍ରିୟଙ୍କା ସିଂହ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...