Skip to main content

କୋଭିଡ -19 ର ମୁକାବିଲା କରୁଛି ଭାରତ

ସମଗ୍ର ବିଶ୍ଵରେ କରୋନାଭାଇରସ ମହାମାରୀ ସଂକ୍ରମଣ ଜାରି ରହିଥିବା ବେଳେ ଭାରତରେ ମଧ୍ୟ ଏହି ମହାମାରୀର ସଂକ୍ରମଣ ବ୍ୟାପିବାରେ ଲାଗିଛି | 2019 ଶେଷ ବେଳକୁ ଚୀନରେ ଏହି ଭାଇରସ ଚିହ୍ନଟ ହେବା ପରଠୁ ଭାରତର ବୈଜ୍ଞାନିକ ଓ ଭେଷଜ ସମ୍ପ୍ରଦାୟ ଏହି ଭାଇରସ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଅଧ୍ୟୟନ କରୁଛନ୍ତି |

ଚଳିତ ବର୍ଷ ଜାନୁଆରୀରେ କେରଳରେ ଜଣେ ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ଠାରେ ପ୍ରଥମ କାରୋନାଭାଇରସ ମାମଲା ଜଣା ପଡିଥିଲା | ସେହି ଦିନଠାରୁ ଭାରତ ଅନେକ ନିର୍ଦ୍ଦେଶାବଳୀ ଜାରି କରିଛି ଓ ଏହାକୁ ବହୁ ଦେଶରେ ଅନୁକରଣ କରାଯାଉଛି |

କାରୋନାଭାଇରସ ସଂକ୍ରମଣ ବ୍ୟାପୁଥିବା ବେଳେ ଅନେକ ବିକଶିତ ଦେଶ ଏହି ପ୍ରଳୟଙ୍କାରୀ ମହାମାରୀର ସମ୍ମୁଖୀନ ହୋଇଛନ୍ତି | ଗରିବ ଦେଶ ମାନଙ୍କ ଲାଗି ଏହା ଏକ ବଡ ଆହ୍ଵାନ ସଦୃଶ ହୋଇଛି | ଭାରତ ଏକ ବିକାଶଶୀଳ ଦେଶ ଭାବେ ଏହି ମହାମାରୀର ର ମୁକାବିଲା ଲାଗି ନିଜର ନୀତି ପ୍ରସ୍ତୁତ କରି ସବୁ ମନ୍ତେ ପ୍ରୟାସ ଜାରି ରଖିଛି |

ଗତ ମାର୍ଚ୍ଚ ମାସ ପହିଲାରୁ ଭାରତ, ବିଦେଶରେ ଅଟକ ଥିବା ନାଗରିକ ମାନଙ୍କୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନେଇଥିଲା | ଏହି ନାଗରିକ ମାନେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବା ପରେ ସେମାନଙ୍କୁ 14 ଦିନ ଲାଗି ଏକାନ୍ତବାସରେ ରଖାଯିବା ପରେ ଘରକୁ ଯିବାକୁ ଅନୁମତି ଦିଆଯାଉଥିଲା |

ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଗତ ମାସ 22 ତାରିଖରେ ଦେଶବ୍ୟାପୀ ଏକ ଦିନିକିଆ କରଫ୍ୟୁ ପାଳନ କରାଯାଇଥିଲା ଓ କାରୋନା ଯୋଦ୍ଧା ମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା |

ତେବେ ଏହି ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ଗତ ମାସ 25 ତାରିଖରୁ ତିନି ସପ୍ତାହ ଲାଗି ଦେଶରେ ଲକଡାଉନ ଲାଗୁ କରାଯାଇଥିଲା | ଏହା ବହୁମାତ୍ରାରେ ସଫଳ ହୋଇଥିବାର ପରିଲକ୍ଷିତ ହୋଇଛି | ହେଲେ ଏକ ଧାର୍ମିକ ଅନୁଷ୍ଠାନରେ ଥିବା ଏକ ବେଆଇନ ଜନସମାଗମ ଯୋଗୁଁ କେତୋଟି କରୋନା ପ୍ରବଣ ଅଞ୍ଚଳ ଉଭା ହୋଇଛି | କିନ୍ତୁ ଏହି ଧାର୍ମିକ ସମାଗମରେ ଉପସ୍ଥିତ ଥିବା ଲୋକମାନଙ୍କୁ ଅନୁସନ୍ଧାନ, ପରୀକ୍ଷା ଓ ପୃଥକୀକରଣ ଲାଗି ବହୁ ପଦକ୍ଷେପ ନିଆଯାଇଛି |ଏମାନଙ୍କ ମଧ୍ୟରୁ କୋଭିଡ-19 ପଜିଟିଭ ଥିବା ବ୍ୟକ୍ତି ମାନଙ୍କୁ ବିଭିନ୍ନ ହାସପାତାଳରେ ଚିକିତ୍ସା କରାଯାଉଛି |

ଏହି ମହାବିପତ୍ତି ସମୟରେ ଦେଶର ଗରିବ ତଥା ବାସହରା ଲୋକମାନଙ୍କୁ ସବୁ ପ୍ରକାରର ସହାୟତା ପ୍ରଦାନ କରାଯାଉଛି | ସରକାର, ଗରିବ ଓ ଦିନ ମଜୁରିଆ ମାନଙ୍କ ଲାଗି 1.7 ଲକ୍ଷ କୋଟି ଟଙ୍କା ଘୋଷଣା କରିଥିବା ବେଳେ ପ୍ରବାସୀ ଶ୍ରମିକ ମାନଙ୍କୁ ଖାଦ୍ୟ ଓ ଆଶ୍ରୟ ଯୋଗାଇବା ପାଇଁ ହଜାର ହଜାର ସଂଖ୍ୟାରେ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି |

ଏହି ଘଡିସନ୍ଧି ମୁହୂର୍ତ୍ତରେ ଭାରତ, ପଡୋଶୀ ରାଷ୍ଟ୍ର ମାନଙ୍କୁ ସାହାଯ୍ୟ କରିବାକୁ ନିର୍ଣ୍ଣୟ ନେଇ ଏହି ମହାମାରୀ ବିରୁଦ୍ଧରେ ସଂଗ୍ରାମ ଲାଗି ସ୍ଥାପିତ ଏକ ସାର୍କ ପାଣ୍ଠିରେ 10 ନିୟୁତ ଡଲାର ଦାନ କରିଛି | ଭାରତ ମଧ୍ୟ ବିଦେଶୀ ନାଗରିକ ମାନଙ୍କୁ ସ୍ଵତନ୍ତ୍ର ବିମାନ ଯୋଗେ ସେମାନଙ୍କ ଦେଶକୁ ପଠାଇ ଦେଇଛି | ଆମେରିକା, ବ୍ରିଟେନ, ନେପାଳ, ମାଳଦ୍ଵୀପ ଏବଂ ଶ୍ରୀଲଙ୍କାକୁ ଚିକିତ୍ସା ପାଇଁ ଔଷଧ ପତ୍ର ରପ୍ତାନି କରିବାକୁ ମଧ୍ୟ ଭାରତ ନିଷ୍ପତ୍ତି ନେଇଛି | ଏଥିସହିତ ମାଳଦ୍ଵୀପ ଓ ନେପାଲକୁ ଡାକ୍ତରୀ ଟିମ ମଧ୍ୟ ପଠାଯାଇଥିଲା |

କରୋନାଭାଇରସ ମହାମାରୀର ସଂପୂର୍ଣ୍ଣ ମୂଳପୋଛ ଲାଗି ଭାରତ ଅଙ୍ଗୀକାରବଦ୍ଧ | ଏହି ମହାମାରୀ ଯୋଗୁଁ ଆର୍ଥିକ ଦୂରାବସ୍ଥା ହୋଇପାରେ କିନ୍ତୁ ଦେଶବାସୀଙ୍କ ସ୍ୱାସ୍ଥ୍ୟ ହେଉଛି ସର୍ବୋଚ୍ଚ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି | ବର୍ତ୍ତମାନର ସଙ୍କଟଜନକ ପରିସ୍ଥିତିରେ ଭାରତ, ବିଶ୍ଵ ପଟଳରେ ଏକ ଆଦର୍ଶ ଭାବେ ପ୍ରଶଂସାର ପାତ୍ର ହୋଇଛି ଓ ଅନ୍ୟ ଦେଶ ପାଇଁ ଅନୁକରଣୀୟ ହୋଇଛି |

ଭାରତ ନିଶ୍ଚିତ ରୂପରେ ଏହି ମହାମାରୀ ବିରୁଦ୍ଧରେ ଲଢେଇରେ ବିଜୟଲାଭ କରିବ |

ମୂଳ ଲେଖା : କୌଶିକ ରାୟ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...