Skip to main content

ହାଫିଜ ସୟିଦକୁ ଅଭିଯୁକ୍ତ କରିବା ଏକ ବାସ୍ତବ ନା ପ୍ରହସନ ?


ଜାତିସଂଘ ଦ୍ଵାରା ସନ୍ତ୍ରାସବାଦୀ ଭାବେ ଘୋଷିତ ଜମାତ- ଉଦ -ଦାୱା (ଜେୟୁଡ଼ି)ମୁଖ୍ୟ ତଥା 26/11 ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ହାଫିଜ ସୟିଦକୁ ଲାହୋର ର ଏକ ଅଦାଲତ ଦ୍ଵାରା ସନ୍ତ୍ରାସବାଦୀ ମାନଙ୍କୁ ପାଣ୍ଠି ପ୍ରଦାନ ଅଭିଯୋଗରେ ଅଭିଯୁକ୍ତ କରାଯାଇଛି | ଗତ ଜୁଲାଇ ମାସରେ ପଞ୍ଜାବ ପୋଲିସର ସନ୍ତ୍ରାସବାଦୀ ବିରୋଧୀ ବିଭାଗ (ସିଟିଡ଼ି), ସୟିଦ ଓ ତାର ସହଯୋଗୀ ମାନଙ୍କ ବିରୁଦ୍ଧରେ 23 ଟି ମାମଲା ରୁଜ୍ଜୁ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ବିଚାର ବିଭାଗୀୟ ହାଜତରେ ଲାହୋର ର କୋଟ ଲଖପତ ଜେଲକୁ ପଠେଇଛି | ଏହି ରାୟ ଘୋଷଣା ବେଳେ ସୟିଦ କୋର୍ଟରେ ହାଜର ଥିବାର ଜଣାପଡିଛି | ସୟିଦକୁ ଗତ 11 ତାରିଖ ଦିନ ପାକିସ୍ତାନର ସନ୍ତ୍ରାସବାଦୀ ନିରୋଧୀ ଅଦାଲତ ଅଭିଯୁକ୍ତ କରିଥିବା ଦର୍ଶାଯାଇଛି | ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ପ୍ରକୃତରେ କଣ ଅଦାଲତ ସୟିଦ ବିରୁଦ୍ଧରେ ଗୁରୁତର ଭାବେ ମାମଲା ପରିଚାଳନା କରିବ ? ପାକିସ୍ତାନରେ କାର୍ଯ୍ୟକାରୀ କରାଯାଉଥିବା ବର୍ତ୍ତମାନର ବ୍ୟବସ୍ଥା ବିଷୟରେ ଜଣା ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଏଭଳି ପ୍ରଶ୍ନ ଉଠିବା ସ୍ଵାଭାବିକ |

ଏଠାରେ ସ୍ମରଣ ଯୋଗ୍ୟ ଯେ ବିଶ୍ଵ ସନ୍ତ୍ରାସବାଦ ପାଣ୍ଠି ନିରୋଧ ସଂସ୍ଥା ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ (ଏଫଏଟିଏଫ) ଦ୍ଵାରା ସନ୍ତ୍ରାସବାଦୀ ଗୋଷ୍ଠୀ ଗୁଡିକୁ ପାଣ୍ଠି ପ୍ରଦାନ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯିବା ପରେ ପାକିସ୍ତାନ ଉପରେ ଆନ୍ତର୍ଜାତୀୟ ଚାପ ବୃଦ୍ଧି ପାଇଛି | ପାକିସ୍ତାନ, ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ଚାପ ଯୋଗୁଁ ସୟିଦ ର ବ୍ୟାଙ୍କ ଜମା ଖାତା ସମେତ ତାର ସମ୍ପତ୍ତି ଗୁଡିକୁ ଅଚଳ କରିଛି | ଏସବୁ ସତ୍ତ୍ୱେ ସୟିଦ ତାର ପରିବାର ଖର୍ଚ୍ଚ ତୁଲାଇବା ପାଇଁ ତାର ବ୍ୟାଙ୍କ ଜମା ଖାତାରୁ ଟଙ୍କା ଉଠାଣ ପାଇଁ ଅନୁମତି ଦିଆଯାଉ ବୋଲି ପାକିସ୍ତାନ ଜାତିସଂଘ ନିରାପତ୍ତା ପରିଷଦକୁ ଅନୁରୋଧ କରିଛି | ଏଫଏଟିଏଫ ପକ୍ଷରୁ ଚାପ ସହ ଭାରତ ମଧ୍ୟ ସୟିଦ ବିରୁଦ୍ଧରେ ପଦକ୍ଷେପ ପାଇଁ ନିରନ୍ତର ଦାବି କରୁଛି | ନୂଆଦିଲ୍ଲୀର କହିବା କଥା ହେଲା ଭାରତ ବିରୁଦ୍ଧରେ ଆକ୍ରମଣ ଲକ୍ଷ୍ୟରେ ସୟିଦ ଧାର୍ମିକ ଅନୁଷ୍ଠାନ ଗୁଡିକ ଜରିଆରେ ସନ୍ତ୍ରାସବାଦୀ ମାନଙ୍କୁ ପାଣ୍ଠି ପ୍ରଦାନ କରୁଛି | ହାଫିଜ ସୟିଦକୁ ଧରେଇ ଦେଲେ 10 ନିୟୁତ ଡଲାର ପୁରସ୍କାର ଦେବାକୁ ଆମେରିକା ପ୍ରସ୍ତାବ ଦେଇଛି |

ସନ୍ତ୍ରାସବାଦୀ ମାନଙ୍କୁ ପାଣ୍ଠି ଯୋଗାଣ ଓ କଳାଧନକୁ ସଂପୂର୍ଣ୍ଣ ମୂଳପୋଛ କରିବା ପାଇଁ ପାକିସ୍ତାନକୁ ଆହୁରି ଅଧିକ ପଦକ୍ଷେପ ନେବାକୁ ପଡିବ ବୋଲି ଗତ ଅକ୍ଟୋବର ମାସରେ ଏଫଏଟିଏଫ ଦ୍ଵାରା ସଦ୍ୟତମ ସମୀକ୍ଷାରେ କୁହାଯାଇଛି | 2020 ମସିହା ଫେବୃୟାରି ମାସ ମଧ୍ୟରେ ପଦକ୍ଷେପ ନେବାକୁ ଏଫଏଟିଏଫ ପକ୍ଷରୁ ସମୟ ଦିଆଯାଇଛି ଏବଂ ସେ ପର୍ଯ୍ୟନ୍ତ ପାକିସ୍ତାନ ଗ୍ରେ ତାଲିକାରେ ରହିବ | ଲାହୋରର ସନ୍ତ୍ରାସବାଦ ବିରୋଧୀ ଅଦାଲତ ଦ୍ଵାରା ସନ୍ତ୍ରାସବାଦୀ ମାନଙ୍କୁ ପାଣ୍ଠି ପ୍ରଦାନ ଅଭିଯୋଗରେ ସୟିଦକୁ ଅଭିଯୁକ୍ତ କରାଯିବା ପାକିସ୍ତାନର ଏକ କୌଶଳ ମଧ୍ୟ ହୋଇପାରେ କାରଣ ଏଫଏଟିଏଫ ର ପରବର୍ତ୍ତୀ ସମୀକ୍ଷା ବୈଠକରେ ପାକିସ୍ତାନକୁ କଳାତାଲିକାଭୁକ୍ତ ନକରିବା ପାଇଁ ଇସଲାମାବାଦ ଏଭଳି ଚାଲ ଚଳେଇଥିବା ବିଷୟକୁ ମଧ୍ୟ ଅସ୍ଵୀକାର କରାଯାଇ ପାରିବ ନାହିଁ |

ସବୁଠାରୁ ମଜାର କଥା ହେଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ଭେଟିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ୱାଶିଙ୍ଗଟନ ଗସ୍ତର ମାତ୍ର କେଇ ସପ୍ତାହ ପୂର୍ବରୁ ହାଫିଜ ସୟିଦକୁ ଅଭିଯୁକ୍ତ କରାଯାଇଛି | ଏକଥା ମଧ୍ୟ ହେଇପାରେ ପାକିସ୍ତାନରୁ ଚାଲି ଥିବା ସନ୍ତ୍ରାସବାଦ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ଆମେରିକା ପକ୍ଷରୁ ବର୍ଦ୍ଧିତ ଚାପ ଏବଂ ଗତ କେଇ ବର୍ଷ ହେଲା ସନ୍ତ୍ରାସବାଦ ବିରୁଦ୍ଧରେ ଆମେରିକା ପକ୍ଷରୁ କଡା ଆଭିମୁଖ୍ୟ ପ୍ରକାଶ କରାଯାଉଥିବାରୁ ସୟିଦ ବିରରୁଦ୍ଧରେ ତୁରନ୍ତ ଏଭଳି ପଦକ୍ଷେପ ନେଇ ଆମେରିକା ଆଖିରେ ପାକିସ୍ତାନ ଭଲେଇ ହେବାକୁ ଚାହୁଁଛି |

ଆହୁରି ମଜାର କଥା ହେଲା ଗୋଟିଏ ପଟେ ହାଫିଜ ସୟିଦକୁ ଅଭିଯୁକ୍ତ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ତାର ପୁତ୍ର ଗତ ସପ୍ତାହରେ ଲାହୋର ଉପକଣ୍ଠରେ ଗୋଟିଏ ଦୋକାନ ପାଖରେ ସମବେତ ଜନତାଙ୍କୁ ଉଦବୋଧନ ଦେଉଥିବା ବେଳେ ଏକ ହତ୍ୟା ଉଦ୍ୟମରୁ ବର୍ତ୍ତି ଯାଇଛି | ସେହି ହତ୍ୟା ଉଦ୍ୟମ ବେଳେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଥିବା ବେଳେ 7 ଜଣ ଲସ୍କର ସନ୍ତ୍ରାସବାଦୀ ଗୁରୁତର ଭାବେ ଆହତ ହୋଇଥିଲେ | ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ତଲହା ସୟିଦ ଭବିଷ୍ୟତରେ ଲସ୍କର ମୁଖ୍ୟ ଭାବେ ହାଫିଜ ସୟିଦର ଉତ୍ତରାଧିକାରୀ ହେବ | ଆଉ କେତେକ ଖବରରେ କୁହାଯାଇଛି ଯେ ଲସ୍କର ଗୋଷ୍ଠୀର ପାଣ୍ଠି ତଲହା ନିୟନ୍ତ୍ରଣରେ ରଖିଥିବାରୁ ସେହି ସନ୍ତ୍ରାସବାଦୀ ସଂଗଠନର ବରିଷ୍ଠ ନେତା ମାନେ ଅତ୍ୟନ୍ତ ମାତ୍ରାରେ ରାଗି ଯାଇଛନ୍ତି | ତେଣୁ ଲସ୍କର ଭିତରେ ଆଭ୍ଯନ୍ତରୀଣ ଶକ୍ତି ଲଢେଇକୁ ନେଇ ତଲହା ସୟିଦ ଉପରେ ଆକ୍ରମଣ କରାଯାଇଥିବା କଥା ଅନୁମାନ କରାଯାଉଛି |

ସୟିଦକୁ ଅଭିଯୁକ୍ତ କରାଯିବା ଆମେରିକା ସ୍ଵାଗତ କରିଥିବା ସତ୍ତ୍ୱେ ଭାରତକୁ ଅତି ସତର୍କତାର ସହ ଦ୍ରୁଷ୍ଟି ରଖିବାକୁ ପଡିବ ଏବଂ ପାକିସ୍ତାନର ପୂର୍ବ ସରକାର ଗୁଡିକ ତୁଳନାରେ ଇମ୍ରାନ ଖାଁ ସରକାର ଅଲଗା କି ନୁହେଁ ତାହା ମଧ୍ୟ ଦେଖିବାକୁ ପଡିବ | ହାଫିଜ ସୟିଦକୁ ପୂର୍ବରୁ ବହୁ ବାର ଗିରଫ କରାଯାଇ ଜେଲକୁ ପଠାଯାଇଥିଲା ଏବଂ ବହୁବାର ତାକୁ ଛାଡି ମଧ୍ୟ ଦିଆଯାଇଛି |

ସୟିଦକୁ ଅଭିଯୁକ୍ତ କରିବାର କିଛି ଦିନ ପୂର୍ବରୁ ତାକୁ ଏକ ଜମି ହଡପ ମାମଲାରେ ଜାମିନ ଦିଆଯାଇଥିଲା | ତାବିରୁଦ୍ଧରେ ଏଭଳି ଅନେକ ଜମି ହଡପ ମାମଲା ରହିଛି | ତାକୁ ଗିରଫ କରାଯାଇ ବାରମ୍ବାର ଛଡା ଯାଉଥିବା ଘଟଣା ଏକ ପ୍ରହସନରେ ପରିଣତ ହୋଇଛି ଏଣୁ ସୟିଦ ବିରୁଦ୍ଧରେ ସନ୍ତ୍ରାସବାଦ ମୋକଦ୍ଦମା ଗୁଡିକୁ ପରିଚାଳନା କରିବା କ୍ଷେତ୍ରରେ ପାକିସ୍ତାନ ଗୁରୁତର କି ନୁହେଁ ତାହା ମଧ୍ୟ ବିଶ୍ଳେଷଣ କରିବାକୁ ପଡିବ | ଏଫଏଟିଏଫର 27 ଦଫା ଯୋଜନା କୁ ପାଳନ କରିବା ପାଇଁ ପାକିସ୍ତାନ ପ୍ରସ୍ତୁତ ଅଛି କି ନାହିଁ ତାହା ମଧ୍ୟ ଦେଖିବାକୁ ପଡିବ | ସୟିଦକୁ ଏଭଳି ବାରମ୍ବାର ଛଡା ଯାଉଛି ଏବଂ ଯଦି ଏଥର ମଧ୍ୟ ଛାଡି ଦିଆଯାଏ ତେବେ ସନ୍ତ୍ରାସବାଦୀ ଗୋଷ୍ଠୀ ଗୁଡିକୁ ପାଣ୍ଠି ପ୍ରଦାନ ନିବାରଣ କ୍ଷେତ୍ରରେ ପାକିସ୍ତାନର ବିଫଳତା ପାଇଁ ସେ ଦେଶକୁ ଏଫଏଟିଏଫ କଳା ତାଲିକାଭୁକ୍ତ କରିବ କି ନାହିଁ ତାହା ମଧ୍ୟ ଦେଖିବାକୁ ବାକି ଅଛି |

ମୂଳ ଲେଖା : ଡଃ ଜୈନାବ ଅଖତର, ପାକିସ୍ତାନ ଉପରେ ବିଶ୍ଳେଷକ

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...