Skip to main content

ସାଉଦି କତ୍ତାରର ସଂପର୍କ ବିନମ୍ରତାର ସଂକେତ

ଚାଳିସତମ ଉପସାଗରୀୟ ସହଯୋଗ ପରିଷଦର ସର୍ବୋଚ ପରିଷଦ ସମ୍ମିଳନୀ ସାଉଦି ଆରବ ଏବଂ କତ୍ତାରର ସଂପର୍କରେ ପରିବର୍ତ୍ତନର ସଂକେତ ଦେଇଛି | ପ୍ରକାଶ ଥାଉକି ସାଉଦି ଆରବ, ମିସ୍ର, ସଂଯୁକ୍ତ ଆରବ ଏମିରେଟ ଏବଂ ବାହରିନ କତ୍ତାର ଉପରେ ଅଭିଯୋଗ କରିଥିଲେ ଯେ ଏହା ସନ୍ତ୍ରାସବାଦ ଗୋଷ୍ଠିକୁ ସାହାର୍ଯ୍ୟ କରୁଛି | ଏହି ଚାରୋଟି ରାଷ୍ଟ୍ର କତ୍ତାର ଠାରୁ କୂଟନୈତିକ ସଂପର୍କ ଛିନ୍ନ କରିଥିଲେ | ସାଉଦି ରାଜା ସଲମାନ ବିନ ଅବଦ୍ଦୁଲାଜିଜ ଅଲ ସୌଦ କତ୍ତରର ଅମୀର ଶେଖ ତମିମ ବିନ ହମଦ ଅଲ ଥାନିଙ୍କୁ ରିୟାଦରେ ହେଉଥିବା 2019 ଜେସିସି ସମ୍ମିଳନୀ ପାଇଁ ବ୍ୟକ୍ତିଗତ ଭାବେ ଆମନ୍ତ୍ରଣ କରିଥିଲେ | ଏଣୁ କତ୍ତର ଏହାର ପ୍ରଧାନମନ୍ତ୍ରୀ ଶେଖ ଅବଦ୍ଦୁଲା ବିନ ନସେର ଅଲ ଥାନିଙ୍କୁ ସମ୍ମିଳନୀରେ ସାମିଲ ହେବାକୁ ପଠାଇଥିଲେ | 2017 ପରେ ଏହା କତ୍ତାରର ସର୍ବୋଚ ପ୍ରତିନିଧି ବୋଲି କୁହାଯାଉଛି | ସେ ସମୟରେ କତ୍ତରକୁ ସାଉଦି କ୍ଷତିଗ୍ରସ୍ତ କରିବାକୁ ଚାହୁଁଥିଲା ଏବଂ ତାର ସୀମା ସହିତ 61 କିଲୋମିଟର ଅଞ୍ଚଳରେ ଏକ 200 ମିଟର ଉଚ୍ଚର ନାଳ ଖୋଳି ଏହାକୁ ଅଲଗା କରିଦେଇଥିଲା |

ଉଭୟ ପକ୍ଷ ଏବେ ସଂପର୍କ ସୁଧାରିବା ଦିଗରେ ଅଗ୍ରସର ହେଉଥିବା ଜଣାପଡୁଛି | ଚଳିତ ବର୍ଷ କତ୍ତାର ପ୍ରଧାନମନ୍ତ୍ରୀ ସାଉଦି ଆରବରେ ଆମେରିକା ତୈଳ ସଂସ୍ଥା ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ଜରୁରିକାଳିନ ସୁରକ୍ଷା ବୈଠକରେ ଯୋଗ ଦେବା ପାଇଁ ଯାଇଥିଲେ | ଆକ୍ରମଣ ପରେ ସାଉଦି ଆରବ ଆମେରିକା ଉପରେ ନିର୍ଭରଶିଳତା କମ କରି ଉପସାଗରୀୟ ଦେଶମାନଙ୍କ ସହିତ ସଂପର୍କ ବଢାଇ ଦେଇଛି ଯାହା ଜେସିସି ସମ୍ମିଳନୀ 2019ରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି |

କିନ୍ତୁ କତ୍ତାର ଯୋଗଦେବା ଅର୍ଥ ନୁହେଁ ଯେ ସାଉଦି ଆରବ ସହିତ ସଂପର୍କ ମଧୁର ହୋଇଗଲା | କାରଣ ଏବେ ମଧ୍ୟ ସାଉଦି କତ୍ତାର ବିରୁଦ୍ଧରେ ଅଭିଯୋଗ କାଏମ ରଖିଛି | ସଂଯୁକ୍ତ ଆରବ ଏମିରେଟର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ କତ୍ତାର ନିଜେ ସମସ୍ୟା ସୃଷ୍ଟି କରିଥିବାରୁ ଏହାର ସମାଧାନ ପାଇଁ ପଦକ୍ଷେପ ମଧ୍ୟ ସେ ହି ନେବା ଦରକାର | ସେ ଏକଥା ମଧ୍ୟ କହିଛନ୍ତି ଯେ ସଂକଟ ଦୂର ହେବାକୁ ଏବେ ସମୟ ଲାଗିବ |

ଅପରପକ୍ଷେ କତ୍ତାରର ବିଦେଶ ମନ୍ତ୍ରୀ ଅନ୍ୟ ଦେଶ ମାମଲାରେ ଅଣ ହସ୍ତକ୍ଷେପ ଏବଂ ପରସ୍ପର ସମ୍ମାନ ଉପରେ ଆଧାରିତ ବିନା ସର୍ତ୍ତ ଆଲୋଚନାରେ ସାମିଲ ହେବାକୁ ଇଛା ପ୍ରକାଶ କରିଛି | କତ୍ତାରର ଅମୀର ମଧ୍ୟ ସଂଯୁକ୍ତ ଆରବ ଏମିରେଟର ରାଷ୍ଟ୍ରପତିଙ୍କ ଭାଇଙ୍କ ମୃତ୍ୟୁରେ ଶୋକ ସନ୍ଦେଶ ପଠାଇଥିଲେ | ସେ କତ୍ତାରରେ ଆୟୋଜିତ ବାହରିନ ଯୋଗଦେଇଥିବା ହ୍ୟାଣ୍ତବଲ ଖେଳରେ ମଧ୍ୟ ଉପସ୍ଥିତ ଥିଲେ | ଏସବୁର ଗୁରୁତ୍ଵ ରହିଛି ବୋଲି କୁହାଯାଇ ପାରେ |

ଭାରତ ସର୍ବଦା ଚାହିଁଆସିଛି ଯେ କତ୍ତାର ସଂକଟର ଅବସାନ ଘଟୁ ହା ପାରସ୍ୟ ଉପସାଗରର ସ୍ଥିରତା ଏବଂ ଶାନ୍ତି ପାଇଁ ଅତି ଆବଶ୍ୟକ | ଏହାବ୍ୟତିତ ସାଉଦିରେ ଥିବା 3.2 ମିଲିୟନ ଏବଂ କତ୍ତାରରେ ଥିବା 0.6 ମିଲିୟନ ଭାରତୀୟଙ୍କ ସୁରକ୍ଷା ପାଇଁ ମଧ୍ୟ ଗୁରୁତ୍ଵପୂର୍ଣ୍ଣ | ବାଣିଜ୍ୟ, ଶକ୍ତି, ପ୍ରବାସୀ, ହଜ ଯାତ୍ରା ଏବଂ ଭାରତ ପଠାଯାଇଥିବା ବିଦେଶୀ ମୁଦ୍ରା ଦୃଷ୍ଟିରୁ ସାଉଦି ଆରବ ଭାରତ ପାଇଁ ଗୁରୁତ୍ଵପୂର୍ଣ୍ଣ ଏବଂ କତ୍ତାର ଏମିତି ଏକମାତ୍ର ଦେଶ ଯାହା ସହିତ ଭାରତ ଦୀର୍ଘ ଦିନରୁ ଶକ୍ତି ଆମଦାନୀ ବୁଝାମଣା ଚାଲିଆସୁଅଛି | କତ୍ତାର ସହିତ ସାଉଦିର ସଂପର୍କ ଉତ୍ତମ ହେଲେ ଏହା ଭାରତ ପାଇଁ ଲାଭଜନକ ହେବ |




ଆଲେଖ୍ୟ ଡକ୍ଟର ଲକ୍ଷ୍ମୀପ୍ରୀୟା

ଭାବାନୁବାଦ ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...