Skip to main content

ପାକିସ୍ତାନର ଜାତୀୟ  ଏସେମ୍ବ୍ଲିରେ ଗୃହିତ ପ୍ରସ୍ତାବକୁ ଭାରତର ଦୃଢ ପ୍ରତ୍ୟାକ୍ଷାନ 

ପାକିସ୍ତାନର ବିଭିନ୍ନ ଅନୁଷ୍ଠାନ ଗୁଡିକ ମଧ୍ୟରେ ଏବେ କନ୍ଦଳ ଲାଗି ରହିଛି | କିନ୍ତୁ ଭାରତର ପ୍ରତ୍ୟେକ ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାକିସ୍ତାନ ତାର ଚିରାଚରିତ କଦର୍ଯ୍ୟ ଅଭ୍ୟାସ ତ୍ୟାଗ କରିପାରୁନାହିଁ | ଭାରତୀୟ ସଂସଦରେ ନାଗରିକତା ସଂଶୋଧନ ବିଲ ଅନୁମୋଦନ ହେବା ପରେ ଏହା ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନରେ ପରିଣତ ହୋଇଛି, ଏବିଷୟରେ ମଧ୍ୟ ପାକିସ୍ତାନ ଏସେମ୍ବ୍ଲିରେ ବିତର୍କ କରାଯାଇଛି | ପାକିସ୍ତାନ ହେଉ କିମ୍ବା ଯେକୌଣସି ଦେଶରେ ହେଉ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ଖେଳେଇବା ସେମାନଙ୍କର କୌଣସି ଅଧିକାର ନାହିଁ | ନାଗରିକତା ସଂଶୋଧାନ ଆଇନର ଲକ୍ଷ୍ୟ ହେଲା ଆଫଗାନିସ୍ତାନ, ପାକିସ୍ତାନ ଓ ବାଙ୍ଗଲାଦେଶରେ ଉତ୍ପୀଡନର ଶିକାର ହେଉଥିବା ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ମାନଙ୍କୁ ଭାରତର ନାଗରିକତ୍ଵ ପ୍ରଦାନ କରିବା | 

ପାକିସ୍ତାନରେ ସଂଖ୍ୟାଲଘୁ ମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ବିଷୟକୁ ନେଇ ଇସଲାମାବାଦକୁ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଉଥିବା ବେଳେ ଭାରତର ନାଗରିକତା ସଂଶୋଧନ ଆଇନକୁ ନେଇ ବର୍ତ୍ତମାନ ସେ ଦେଶରେ ହଇଚଇ ସୃଷ୍ଟି ହୋଇଛି | ସଂଖ୍ୟାଲଘୁ ମାନଙ୍କ ସୁରକ୍ଷା କ୍ଷ୍ରେତ୍ରରେ ପାକିସ୍ତାନର ରେକର୍ଡ ଆଦୌ ଭଲ ନୁହେଁ | ସେ ଦେଶରେ ସଂଖ୍ୟାଲଘୁ ଲୋକମାନେ ଅତ୍ୟନ୍ତ ଭୟରେ କାଳାତିପାତ କରୁଛନ୍ତି | କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ପ୍ରତ୍ୟେକ ନାଗରିକ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପ୍ରତ୍ୟେକ ଦେଶର କର୍ତ୍ତବ୍ୟ | ପାକିସ୍ତାନର ସୁପ୍ରିମକୋର୍ଟ ଧର୍ମ ନିନ୍ଦୁକ ଅଭିଯୋଗରୁ ଖ୍ରୀଷ୍ଟିୟାନ ମହିଳା ଆସିଆ ବିବିକୁ ମୁକ୍ତ କରିବା ରାୟକୁ ନେଇ ସେ ଦେଶର ମୌଳବାଦୀଙ୍କ ପ୍ରତିକ୍ରିୟା ଉପରେ ବିଶ୍ଵବାସୀ ଭଲ ଭାବେ ଜାଣନ୍ତି | ଆସିଆ ବିବି, ତାଙ୍କ ପରିବାର ଓ ତାଙ୍କ ଓକିଲକୁ ପାକିସ୍ତାନ ଛାଡିବାକୁ ପଡିଥିଲା ଓ ବିଦେଶରେ ଆଶ୍ରୟ ନେବାକୁ ପଡିଥିଲା | 

ଏବେ ପାକିସ୍ତାନ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକ ମାନଙ୍କର ତ୍ରାଣକର୍ତ୍ତା ବୋଲି ନିଜକୁ ଚିତ୍ରଣ କରିବାରେ ଲାଗିଛି | ପାକିସ୍ତାନ ସରକାର ବର୍ତ୍ତମାନ ଆତ୍ମ ବିଶ୍ଳେଷଣ କରିବା ଉଚିତ | ନବ ଗଠିତ ପାକିସ୍ତାନରେ ସଂଖ୍ୟା ଲଘୁ ସମ୍ପ୍ରଦାୟ ମାନଙ୍କ ପ୍ରତି ଦୁର୍ବ୍ୟବହାର କରାଯିବାରୁ ମୁସଲିମ ଲିଗର ପ୍ରତିଷ୍ଠାତା ସଦସ୍ୟ ତଥା ସେ ଦେଶର ପ୍ରଥମ ଆଇନ ଓ ଶ୍ରମ ମନ୍ତ୍ରୀ ଯୋଗେନ୍ଦ୍ର ନାଥ ମଣ୍ଡଳଙ୍କୁ 1950 ମସିହାରେ ପାକିସ୍ତାନ ଛାଡିବାକୁ ପଡିଥିଲା | ଶ୍ରୀ ମଣ୍ଡଳ ପରେ ପାକିସ୍ତାନ ନାଗରିକତ୍ଵ ପରିହାର କରି କୋଲକାତା ଉପକଣ୍ଠରେ ଶରଣାର୍ଥୀ ଭାବେ ରହିଥିଲେ | 

ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ମାନଙ୍କୁ ପାତର ଅନ୍ତର କରାଯାଉଥିବା ଆଉ ଏକ ଜ୍ଵଳନ୍ତ ଉଦାହରଣ ହେଲା ପାର୍ସି ସମ୍ପ୍ରଦାୟର ଜଷ୍ଟିସ ଦୋରାବ ପଟେଲଙ୍କୁ ପ୍ରଧାନ ବିଚାରପତି ପଦ ପାଇଁ ବିବେଚନା କରାନଯିବା | କାରଣ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କୁ ମୃତ୍ୟୁଦଣ୍ଡାଦେଶ ଦେବା ପାଇଁ ସେ ଏକମାତ୍ର ବିଚାରପତି ଥିଲେ ଯିଏକି ଅସହମତି ପ୍ରକାଶ କରିଥିଲେ | ଏହିଭଳି ଅନେକ ଉଦାହରଣ ରହିଛି ଏପରିକି ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମର ଜନକ ଡଃ ଏ.କିଉ ଖାଁ ଅହମଦିୟା ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ପ୍ରତି ମଧ୍ୟ ବାଛ ବିଚାର କରାଯାଇଥିଲା |

ଭାରତର ସମ୍ପୁର୍ଣ୍ଣ ଆଭ୍ୟନ୍ତରୀଣ ବିଷୟ ଗୁଡିକ ଉପରେ ପାକିସ୍ତାନ ଏସେମ୍ବ୍ଲିର ପ୍ରସ୍ତାବରେ ଉଲ୍ଲେଖ କରାଯିବା ବିଷୟକୁ ନୂଆଦିଲ୍ଲୀ ଦୃଢ ଭାବେ ପ୍ରତ୍ୟାକ୍ଷାନ କରିଛି | ଭାରତର ବୈଦେଶିକ ମନ୍ତ୍ରୀ କହିଛନ୍ତି ଜାମ୍ମୁ ଓ କାଶ୍ମୀର ଓ ଲଦାଖ ପ୍ରସଙ୍ଗକୁ ନେଇ ପାକିସ୍ତାନ ଯେଉଁ ମିଛ କଥା କହିବୁଲୁଛି ଏହା ଆହୁରି ଏକ ବୃଥା ପ୍ରଚେଷ୍ଟା | ଭାରତରେ ସୀମାପାରି ଆତଙ୍କବାଦକୁ ପାକିସ୍ତାନ ଦେଇ ଆସୁଥିବା ସମର୍ଥନକୁ ଯଥାର୍ଥ ବୋଲି ପ୍ରତିପାଦନ କରିବା ପାଇଁ ଏହା ଆଉ ଏକ ଉଦ୍ୟମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ | ଏଭଳି ଉଦ୍ୟମ ନିଶ୍ଚିତ ବିଫଳ ହେବ ବୋଲି ଭାରତ ଭଲ ଭାବେ ଜାଣିଛି |

ଭାରତ ପୁଣି କହିଛି ପାକିସ୍ତାନ ତା ନିଜର ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ମାନଙ୍କୁ ଯେଉଁଭଳି ଉତ୍ପୀଡନ ଦେଉଛି ସେଥିରୁ ଧ୍ୟାନ ହଟେଇବା ପାଇଁ ସେ ଦେଶର ଜାତୀୟ ଏସେମ୍ବ୍ଲିର ପ୍ରସ୍ତାବ ନେପଥ୍ୟରେ ଏକ ଉଦ୍ୟମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ| ପାକିସ୍ତାନରେ ରହୁଥିବା ହିନ୍ଦୁ, ଖ୍ରୀଷ୍ଟିୟାନ, ଶିଖ ଓ ଅନ୍ୟ ଧର୍ମର ସଂଖ୍ୟାଲଘୁ ଲୋକମାନଙ୍କର ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା ଯୋଗୁଁ ଏହା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଛି | 

ଭାରତର ନାଗରିକତା ସଂଶୋଧନ ଆଇନ 2019ର ପ୍ରକୃତ ଲକ୍ଷ୍ୟକୁ ଭୁଲ ଭାବେ ଚିତ୍ରଣ କରିବା ହେଉଛି ଏହି ପ୍ରସ୍ତାବର ମୂଳ ଲକ୍ଷ୍ୟ |ଏହି ଆଇନର ମୂଳ ଲକ୍ଷ୍ୟ ହେଲା କେତେକ ବଛା ବଛା ବିଦେଶୀ ରାଷ୍ଟ୍ରର ନିର୍ଯ୍ୟତିତା ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ମାନଙ୍କୁ ଭାରତର ନାଗରିକତ୍ଵ ପ୍ରଦାନ କରିବା | ତେବେ କୌଣସି ଧର୍ମର ଭାରତୀୟଙ୍କ ଠାରୁ ନାଗରିକତ୍ଵ ଛଡାଇ ନେବା ଏହି ଆଇନର କଦାପି ଲକ୍ଷ୍ୟ ନୁହେଁ |

ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ବାଛ ବିଚାର ମୂଳକ ଆଇନକୁ ଅନୁମୋଦନ କରୁଥିବା ପାକିସ୍ତାନର ଜାତୀୟ ଏସେମ୍ବ୍ଲି ଅନ୍ୟ ମାନଙ୍କୁ ଅଙ୍ଗୁଳି ଦେଖେଇବା ଏକ ହାସ୍ୟାସ୍ପଦ ବିଷୟ | ନିଜେ ଜଡିତ ଥିବା ଦୋଷକୁ ଘୋଡେଇବା ପାଇଁ ଅନ୍ୟ ମାନଙ୍କୁ ମିଥ୍ୟାରେ ଅଭିଯୁକ୍ତ କରିବା ଅପେକ୍ଷା ପାକିସ୍ତାନ ଆତ୍ମ ବିଶ୍ଳେଷଣ କରୁ ବୋଲି ଭାରତ ପରାମର୍ଶ ଦେଇଛି |

ପାକିସ୍ତାନ ମନେ ରଖିବା ଉଚିତ ଯେ ଭାରତ ହେଉଛି ଏକ ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଏହାର ସରକାର ମାନେ ଅବାଧ ଓ ନିରପେକ୍ଷ ଭାବେ ଭୋଟ ଦ୍ଵାରା ନିର୍ବାଚିତ ହୋଇଥାନ୍ତି ଏବଂ ଯେକୌଣସି ଧର୍ମର ହେଉନା ଥାନ୍ତୁ କାହିଁକି ସମ୍ବିଧାନରେ ସବୁ ଭାରତୀୟ ମାନଙ୍କୁ ସମାନ ଅଧିକାର ଦିଆଯାଇଛି | ଏଣୁ ପାକିସ୍ତାନ ଏଭଳି ଆଦର୍ଶ ଅନୁସରଣ କରୁ ବୋଲି ପରାମର୍ଶ ଦିଆଯାଇଛି|

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପେଶୱାର ହାଇକୋର୍ଟର ମୁଖ୍ୟ ବିଚାରପତି ୱାକର ଅହମଦ ସେଠଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସ୍ଵତନ୍ତ୍ର ଅଦାଲତ ଦ୍ଵାରା ଦେଶଦ୍ରୋହ ଅଭିଯୋଗରେ ସେ ଦେଶର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁସାରଫଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଦିନ ପାକିସ୍ତାନ ଜାତୀୟ ଏସେମ୍ବ୍ଲିରେ ଭାରତର ନାଗରିକତା ସଂଶୋଧନ ଆଇନ ଉପରେ ଆଲୋଚନା ହୋଇଛି | ମୁସରଫ ବର୍ତ୍ତମାନ ନିର୍ବାସନରେ ଦୁବାଇରେ ରହୁଛନ୍ତି | ତେଣେ ପାକିସ୍ତାନୀ ସେନା ବାହିନୀ ଏହି ରାୟ ଉପରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ମୁସାରଫ ଦେଶର ଜଣେ ଅନୁଗତ ନାଗରିକ ବୋଲି କହିଛି | 

ତେଣୁ ଏଥିରୁ ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି ଯେ ପାକିସ୍ତାନର ବିଭିନ୍ନ ସରକାରୀ ସଂସ୍ଥା ଗୁଡିକ ମଧ୍ୟରେ ବର୍ତ୍ତମାନ ତାମସା ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ | 

ମୂଳ ଲେଖା : କୌଶିକ ରାୟ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ 

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...