Skip to main content

ଜଳ ପରିଚାଳନା କ୍ଷେତ୍ରରେ ଭାରତର ସାମଗ୍ରିକ ଆଭିମୁଖ୍ୟ


ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ଉଚ୍ଚାଭିଳାଷୀ ଜଳ ପରିଚାଳନା ‘ଅଟଳ ଭୂଜଳ ଯୋଜନା’ ଲୋକାର୍ପିତ କରି ଜଳାକ୍ଳିଷ୍ଟ କୋଟି କୋଟି ଲୋକଙ୍କୁ ଜଳ ଯୋଗାଇବା ପାଇଁ ଭାରତ ତାର ପ୍ରତିଶୃତିବଦ୍ଧତା ପ୍ରତିପାଦନ କରିଛି | ପ୍ରକୃତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦ୍ଵିତୀୟ କାର୍ଯ୍ୟକାଳ ସମୟରେ ଜଳଶକ୍ତି ମନ୍ତ୍ରଣାଳୟ ଖୋଲିବା ପୂର୍ବରୁ ଦେଶ ଜଳସଙ୍କଟ ଦୂର କରିବା ପାଇଁ ଉଦ୍ୟମ ଜାରି ରଖିଥିଲା | ଜଳଶକ୍ତି ମନ୍ତ୍ରଣାଳୟ ଖୋଲାଯିବା ଦ୍ଵାରା ଏକ ସୀମାବଦ୍ଧ ଆଭିମୁଖ୍ୟରୁ ବାହାରକୁ ଉଠି ଜଳସଙ୍କଟ ମୋଚନ ଲାଗି ଅଧିକ ବିସ୍ତୃତ ଓ ସମଷ୍ଟିଗତ ଆଭିମୁଖ୍ୟ ଗ୍ରହଣ କରାଯାଇପାରିଛି |

ଲୋକ ମାନଙ୍କ ଆଶା ଆକାଂକ୍ଷା ସହ ତାଳ ଦେଇ ଦେଶର ସମସ୍ୟା ଗୁଡିକର ସମାଧାନ କରାନଗଲା ପର୍ଯ୍ୟନ୍ତ ନୂଆ ଭାରତ ଗଠନ ଲକ୍ଷ ସାଧିତ ହୋଇପାରିବ ନାହିଁ | ଗୁଜରାଟ, ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକର ଯେଉଁ 78ଟି ଜିଲ୍ଲାରେ ଭୂତଳ ଜଳ ହ୍ରାସ ପାଉଛି ତାର ସମସ୍ୟା କେବଳ ଅଟଳ ଭୂଜଳ ଯୋଜନା ଦ୍ଵାରା ଯେ ସାମାଧାନ ହେବ ଖାଲି ସେତିକି ନୁହେଁ ବରଂ ଏହି ଯୋଜନା ବିକଳ୍ପ ଫସଲ ଚାଷ କରିବାର ଆବଶ୍ୟକତା ସଙ୍କ୍ରାନ୍ତରେ କୃଷକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରୁଛି |

ଭାରତରେ କୃଷି କାର୍ଯ୍ୟ ବିଶେଷକରି ଜଳସେଚନ ଉପରେ ନିର୍ଭର କରିଥାଏ ଏବଂ ଏଥିପାଇଁ ଭୂତଳ ଜଳକୁ ବ୍ୟବହାର କରାଯାଇଥାଏ | ବର୍ତ୍ତମାନ ବହୁ ପରିମାଣରେ ଭୂତଳଜଳ ଉତ୍ତୋଳନ ଏବଂ କମ ବର୍ଷା ହେଉଥିବାରୁ ଭୂତଳ ଜଳସ୍ତର ବହୁମାତ୍ରାରେ ହ୍ରାସ ପାଇଛି | ଦେଶରେ ଗତ 10 ବର୍ଷ ମଧ୍ୟରେ 61 ପ୍ରତିଶତ ଭୂତଳ ଜଳ ହ୍ରାସ ପାଇଥିବା କଥା ଏକ ସର୍ବେକ୍ଷଣରୁ ଜଣାପଡିଛି | ବିଶ୍ଵ ତାପମାନ ବୃଦ୍ଧି ଯୋଗୁଁ ଅସମତୂଲ ବର୍ଷା କାରଣରୁ ଭୂତଳ ଜଳ ସ୍ତର ହ୍ରାସ ପାଇଛି | 1950 ମସିହା ପରଠାରୁ ହାରାହାରି ବର୍ଷାପାତ 7 ପ୍ରତିଶତ ହ୍ରାସ ପାଉଛି | ଭାରତ ମହାସାଗର, ଆରବ ସାଗର ଓ ବଙ୍ଗୋପ ସାଗରରୁ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହିଲେ ଭାରତରେ ସାଧାରଣତଃ ଜୁନ, ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ମୌସୁମୀର ଆଗମନ ହୋଇ ବୃଷ୍ଟିପାତ ହୋଇଥାଏ | ତେବେ ଅକ୍ଟୋବର ଓ ଡିସେମ୍ବର ମାସ ମଧ୍ୟରେ ପବନ ବିପରୀତ ଦିଗରୁ ପ୍ରବାହିତ ହୋଇଥାଏ | କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଋତୁଜନିତ ବୃଷ୍ଟିପାତ ଚକ୍ର ବାଧାପ୍ରାପ୍ତ ହେଉଛି |.

ବର୍ତ୍ତମାନ ନିୟମିତ ଭାବେ ବର୍ଷା ନହୋଇ ପର୍ଯ୍ୟାୟ କ୍ରମେ କିମ୍ବା ପର୍ଯ୍ୟାପ୍ତ ବର୍ଷା ହେଉନଥିବାରୁ ମରୁଡି ଓ ବନ୍ୟା ଭଳି ପରିସ୍ଥିତି ଉପୁଜୁଛି | ଅନ୍ୟ ଉନ୍ନତ ଦେଶ ମାନଙ୍କ ତୁଳନାରେ ଭାରତ ଅଳ୍ପ ପରିମାଣରେ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ କରୁଥିଲେ ମଧ୍ୟ ଏଭଳି ଅଦିନିଆ ବର୍ଷା ଓ ହଠାତ ବନ୍ୟା ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛି |

ଭୂତଳ ଜଳ ହ୍ରାସ ସମସ୍ୟାର ସମାଧାନ ପାଇଁ ଭାରତ ସରକାର ପ୍ରସ୍ତୁତ ହେବା ଏକ ଭଲ ଖବର | ଅଟଳ ଭୂତଳ ଯୋଜନାରେ ଯେଉଁ ସବୁ ବ୍ୟବସ୍ଥା ରହିଛି ତାହା ଭାରତ ସରକାରଙ୍କ ପ୍ରସ୍ତୁତି ସଙ୍କ୍ରାନ୍ତରେ ସ୍ପଷ୍ଟତା ପ୍ରକାଶ କରୁଛି | ଏହି ଯୋଜନା ଭୂତଳ ଜଳ ପରିଚାଳନା ପାଇଁ ପ୍ରତିଷ୍ଠାନଗତ ଢାଞ୍ଚାକୁ ମଜବୁତ କରିବା ସଙ୍ଗେ ସଙ୍ଗେ ନିରନ୍ତର ଭୂତଳ ଜଳ ସମ୍ବଳ ପରିଚାଳନା ପାଇଁ ଗୋଷ୍ଠୀ ସ୍ତରରେ ମନୋଭାବରେ ପରିବର୍ତ୍ତନ ଆଣିବାରେ ଏହା ସହାୟକ ହେଉଛି |

ଜଳ ବ୍ୟବହାର ସଂଘ, ଭୂତଳ ଜଳ ତଥ୍ୟ ସଂଗ୍ରହ ପରିଚାଳନା, ଜଳ ବଜେଟ ଓ ଗ୍ରାମ ପଞ୍ଚାୟତ ଭିତ୍ତିକ ଜଳ ନିରାପତ୍ତା ଯୋଜନା ପ୍ରସ୍ତୁତି ଆଦି କ୍ଷେତ୍ରରେ ସଂପ୍ରଦାୟର ଅଂଶଗ୍ରହଣକୁ ଅଟଳ ଭୂଜଳ ଯୋଜନା ପ୍ରୋତ୍ସାହିତ କରୁଛି |

ଜଳ ପରିଚାଳନା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଗ୍ରାମ ପଞ୍ଚାୟତ ଗୁଡିକୁ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ରଖିଥିବା ସାତୋଟି ରାଜ୍ୟର 78ଟି ଜିଲ୍ଲାର ପାଖାପାଖି 8350ଟି ଗ୍ରାମ ପଞ୍ଚାୟତ ଏହା ଦ୍ଵାରା ଉପକୃତ ହେବେ | ଏହି ଯୋଜନା ଶୁଭାରମ୍ଭ କଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଥା ଘୋଷଣା କରିଥିଲେ | ସେ କହିଥିଲେ ଭଲ ପ୍ରଦର୍ଶନ କରୁଥିବା ଗ୍ରାମପଞ୍ଚାୟତ ଗୁଡିକୁ ଅଟଳ ଜଳ ଯୋଜନା ଅଧୀନରେ ଅଧିକ ପାଣ୍ଠି ଯୋଗାଇଦିଆଯିବ | ଏହା ଭୂତଳ ଜଳ ପରିଚାଳନା ଦିଗରେ ଏକ ଦୃଢ ଆଭିମୁଖ୍ୟ କହିଲେ ଅତ୍ଯୁକ୍ତି ହେବ ନାହିଁ |

ଏହି ଯୋଜନାକୁ ଅଧିକ ସଫଳ କରିବାକୁ ହେଲେ କୃଷକ ମାନଙ୍କୁ ଏଥିରେ ସାମିଲ କରିବାକୁ ପଡିବ ଏବଂ କୃଷି କାର୍ଯ୍ୟ ପଦ୍ଧତି ବଦଳେଇବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯିବା ଉଚିତ | ଅଳ୍ପ ଜଳ ଆବଶ୍ୟକ କରୁଥିବା ଫସଲ ଗୁଡିକର ଚାଷ କରିବାର ପଦ୍ଧତିକୁ ସେମାନଙ୍କୁ ଆପଣେଇବାର ଆବଶ୍ୟକତା ରହିଛି | ଆଖୁ ଚାଷରେ ଅଧିକ ଜମି ଓ ଅଧିକ ଜଳର ଆବଶ୍ୟକତା ହୋଇଥାଏ ଏବଂ ଆଖୁ ଚାଷ ହେଉଥିବା ଅଞ୍ଚଳରେ ମାଟି ତଳ ଜଳସ୍ତର ବହୁ ମାତ୍ରାରେ ହ୍ରାସ ପାଇଛି |

ଜଳ ଅପଚୟ ହ୍ରାସ କରିବା ପାଇଁ ପୁରୁଣା ଚାଷ ପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ପଡିବ | ମାଟିତଳେ ଅଳ୍ପ ଜଳ ଥିବା ଅଞ୍ଚଳ ଗୁଡିକରେ ଜଳ ବଜେଟ ପ୍ରସ୍ତୁତ କରିବା ପାଇଁ କୃଷକ ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଜଳ କାର୍ଯ୍ୟାନୁଷ୍ଠାନ ଯୋଜନା ଓ ଜଳ ପାଣ୍ଠି ସୃଷ୍ଟି କରିବା ପାଇଁ ଗ୍ରାମବାସୀ ମାନେ ଆଗେଇ ଆସିବା ଉଚିତ | ଦେଶରେ ଜଳ ବ୍ୟବହାର ଓ ଏହାର ପରିଚାଳନା ପାଇଁ ଲୋକ ମାନଙ୍କ ମନୋଭାବରେ ପରିବର୍ତ୍ତନ ଅଣାଯାଇ ଟାଙ୍ଗର ଜମିକୁ ଶସ୍ୟ ଶ୍ୟାମଳ କରିବା ପାଇଁ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ଵପ୍ନକୁ ସାକାର କରାଗଲେ ଏହା ତାଙ୍କ ପ୍ରତି ଏକ ବଡ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ |

ଆଲେଖ୍ୟ ଶଙ୍କର କୁମାର, ସାମ୍ବାଦିକ

ଭାଷାନ୍ତର ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...