Skip to main content

ଏଭରେଷ୍ଟ ଶୃଙ୍ଗ ଆରୋହଣ ପାଇଁ ନେପାଳ ନିୟମ କଡାକଡି କରିବ

ନେପାଳରେ 8,848 ମିଟର ଉଚ୍ଚତା ବିଶିଷ୍ଟ ବିଶ୍ଵର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟରୁ ପ୍ରତି ବର୍ଷ ପର୍ବତାରୋହଣରୁ ଭଲ ରାଜସ୍ୱ ଆଦାୟ କରାଯାଉଛି | ତେବେ ଚଳିତ ବର୍ଷ ମେ ମାସରେ 11 ଜଣଙ୍କ ଜୀବନହାନି ଘଟିଥିବା ଯୋଗୁଁ ଏହା ଉଦବେଗର କାରଣ ହୋଇପଡିଛି | ସମଗ୍ର ହିମାଳୟ ପାଦଦେଶରେ 2015 ମସିହା ଅପ୍ରେଲ 25 ତାରିଖରେ ଏକ ଉଚ୍ଚ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିବା ଯୋଗୁଁ 22 ଜଣଙ୍କ ପ୍ରାଣହାନୀ ଘଟିଥିଲା | ଏବର୍ଷ 800 ପର୍ବତାରୋହୀ ଏଭରେଷ୍ଟ ଶୃଙ୍ଗରେ ପହଞ୍ଚିବା ପାଇଁ ଚେଷ୍ଟା କରିଥିଲେ ଏବଂ 8,000 ମିଟର ଉପରେ ଅବସ୍ଥିତ ମୃତ୍ୟୁର ଇଲାକା ବୋଲି କୁହାଯାଉଥିବା ସ୍ଥାନରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଥିଲେ | ଅଳ୍ପ ସମୟ ପାଇଁ ପାଣିପାଗ ଭଲ ଥିବା ବେଳେ ସମସ୍ତେ ଶୃଙ୍ଗରେ ପହଞ୍ଚିବା ପାଇଁ ଚେଷ୍ଟା କରିଥିଲେ | ଅତ୍ୟନ୍ତ ହାଲିଆ ହୋଇପଡିଥିବାରୁ ଏବଂ ଅତି ଉଚ୍ଚରେ ରହିଥିବା ଯୋଗୁଁ ଅସୁସ୍ଥ ହୋଇଥିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି | ସରକାରଙ୍କ କହିବାନୁଯାୟୀ ଚଳିତ ବର୍ଷ ମେ ମାସ 22 ତାରିଖରେ ଗୋଟିଏ ଦିନରେ 223 ପର୍ବତାରୋହୀ ପହଞ୍ଚିଥିଲେ ଯାହାକି 2016ରେ 204 ଜଣ ପର୍ବତାରୋହୀ ଏଭରେଷ୍ଟ ଶୃଙ୍ଗରେ ପହଞ୍ଚିବା ରେକର୍ଡକୁ ଭାଙ୍ଗି ଥିଲା|.

ପ୍ରତିବର୍ଷ ପର୍ବତାରୋହଣ ଋତୁରେ ବହୁ ସଂଖ୍ୟକ ପର୍ବତାରୋହୀଙ୍କ ଭିଡକୁ ଦେଖି ନେପାଳ ସରକାର କଡା ନିୟମାବଳୀ ପ୍ରବର୍ତ୍ତନ କରିବାକୁ ଚାହୁଁଛନ୍ତି | ଚଳିତ ବର୍ଷ ସର୍ବାଧିକ 381 ଜଣ ପର୍ବତାରୋହୀଙ୍କୁ ଅନୁମତି ଦିଆଯାଇଥିବାରୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା | .

ବିଶେଷଜ୍ଞ କମିଟିର ରିପୋର୍ଟ ଆଧାରରେ କେତେକ ନୂଆଁ ନିୟମ ଓ ଆଇନ ପ୍ରସ୍ତୁତ କରାଯାଇଛି ଯାହାକୁ 2020 ପର୍ବତାରୋହଣ ଋତୁରେ କାର୍ଯ୍ୟକାରୀ କରିବାକୁ ସରକାର ଯୋଜନା କରିଛନ୍ତି | ଏହି ନିୟମ ଅନୁଯାୟୀ ନେପାଳରେ 6,500 ମିଟର ପର୍ଯ୍ୟନ୍ତ ପର୍ବତାରୋହଣ କରିଥିବା ଓ ସେମାନଙ୍କୁ 11,000 ଡଲାର ଫି ଦେଇଥିବାର ଏକ ପ୍ରମାଣ ଦାଖଲ କରିବାକୁ ପଡିବ ଓ ଏଥିସହିତ ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ରହିଥିବା ନେଇ ପ୍ରମାଣ ପତ୍ର ମଧ୍ୟ ଦେବାକୁ ପଡିବ | ମୂଳ ଶିବିରରେ ବାଧ୍ୟତା ମୂଳକ ଭାବେ ସ୍ୱାସ୍ଥ୍ୟ ଯାଞ୍ଚ ଲାଗି ମଧ୍ୟ ନେପାଳ ସରକାର ବିବେଚନା କରୁଛନ୍ତି | ସବୁ ପର୍ବତାରୋହୀ ମାନଙ୍କୁ ବାଧ୍ୟତାମୂଳକ ଭାବେ ବୀମା କରିବାକୁ ପଡିବ | ଜୀବନ ବୀମା ବ୍ୟତିରେକ ଯଦି କୌଣସି ପର୍ବତାରୋହୀ ପାହାଡ ଉଚ୍ଚରେ ରହିଯାଇଥାନ୍ତି ତାହେଲେ ସେମାନଙ୍କୁ ଖୋଜିବା, ଉଦ୍ଧାର କରିବା ଓ ଚିକିତ୍ସା ବୀମା ମଧ୍ୟ ଏଥିରେ ସାମିଲ ହେବାର ଆବଶ୍ୟକତା ରହିଛି | ପର୍ବତାରୋହଣ ଲାଗି ଗାଇଡ ମାନଙ୍କ ତିନି ବର୍ଷର ଅଭିଜ୍ଞତା ଥିବା ଅନିବାର୍ଯ୍ୟ |

ବର୍ତ୍ତମାନର ନିୟମାନୁଯାୟୀ ଏଭରେଷ୍ଟ ଶୃଙ୍ଗ ଆରୋହଣକାରୀ ମାନଙ୍କୁ ଏକ ପାସପୋର୍ଟ ର ନକଲ, ସୀମିତ ଶାରୀରିକ ସୂଚୀ ତଥା ସ୍ୱାସ୍ଥ୍ୟ ପ୍ରମାଣ ପତ୍ର ଦେବାକୁ ପଡିଥାଏ | ବିଶେଷଜ୍ଞ କମିଟି ଏକଥା ମଧ୍ୟ କହିଛନ୍ତି ଯେ ପର୍ବତାରୋହଣ ପାଇଁ ଆୟୋଜନକାରୀ କମ୍ପାନୀ ଗୁଡିକୁ 35 ହଜାର ଡଲାର ଫି ଦେବାକୁ ପଡିବ ଏବଂ 8,000 ଉପରକୁ ଚଢିବା କ୍ଷେତ୍ରରେ 20, 000 ଡଲାର ଫି ଦେବାକୁ ପଡିବ | ଭିଡ କମାଇବା ପାଇଁ ନେପାଳ ସରକାର ଆରୋହଣକାରୀ ମାନଙ୍କୁ ଅନୁମତି ପତ୍ର ସଂଖ୍ୟା କମ କରିବା ପାଇଁ ଚିନ୍ତା କରୁଛନ୍ତି କିନ୍ତୁ ଏହା ଦ୍ଵାରା ରାଜସ୍ୱ ହାନି ହେବା ବିଷୟକୁ ମଧ୍ୟ ବିବେଚନା କରାଯାଉଛି |

1953 ମସିହାରେ ଏଡମଣ୍ଡ ହିଲାରୀ ଓ ତେନଜିଙ୍ଗ ନୋରଗେ ପ୍ରଥମ ଆରୋହି ଭାବେ ଏଭରେଷ୍ଟ ଶୃଙ୍ଗ ଆରୋହଣରେ ସଫଳତା ହାସଲ କରିବା ପରେ ଆରୋହଣକାରୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି ଓ 1990 ପରେ ଏହା ଅଧିକ ମାତ୍ରାରେ ବୃଦ୍ଧି ପାଇଛି | ଏତେ ସଂଖ୍ୟକ ଆରୋହି ମାନଙ୍କ ଭିଡ ଯୋଗୁଁ ମଳମୁତ୍ର ତ୍ୟାଗ ସମେତ ବଳକା ଖାଦ୍ୟ, ଚିରା ତମ୍ବୁ , ଦଉଡି, ବ୍ୟବହୃତ ଅକ୍ସିଜନ ସିଲିଣ୍ଡର, ନିଶୁଣି, ପ୍ଲାଷ୍ଟିକ ବୋତଲ ଓ କେନ ଆଦି ଏଭରେଷ୍ଟ ଶୃଙ୍ଗର ସ୍ଲୋପ ଗୁଡିକରେ ପଡି ରହୁଛି | ଚଳିତ ବର୍ଷ ନେପାଳ ସରକାରଙ୍କ ପକ୍ଷରୁ 11 ଟନର ମଇଳା ଓ ଚାରୋଟି ମୃତ ଦେହକୁ ବାହାର କରାଯାଇଛି |

ବିଶ୍ଵ ତାପମାନ ବୃଦ୍ଧି ଯୋଗୁଁ ବହୁ ପରିମାଣରେ ବରଫ ତରଳୁ ଥିବାରୁ ବରଫ ଅତଡା ଓ ମାଟି ଅତଡା ଖସିବା ସାଙ୍ଗକୁ ବିଶ୍ଵର ବିଭିନ୍ନ ଅଞ୍ଚଳରେ ବନ୍ୟା ବିପତ୍ତି ବୃଦ୍ଧି ପାଉଥିବା ସାଙ୍ଗକୁ ଆନ୍ତର୍ଜାତୀୟ ସମୁଦାୟ ଉଦବବେଗ ପ୍ରକାଶ କରିଛି | ଏକ ଅଧ୍ୟୟନରୁ ଜଣାପଡିଛି ଭାରତ, ନେପାଳ ଓ ବଙ୍ଗଳାଦେଶ ସମେତ ଆଫଗାନିସ୍ତାନରୁ ମିଆଁମାର ପର୍ଯ୍ୟନ୍ତ ହିମାଳୟର ଅତିକମରେ ଏକ ତୃତୀୟାନ୍ସ ବରଫ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ତରଳି ଯିବ ବୋଲି ବୈଜ୍ଞାନିକ ମାନେ ସତର୍କ କରାଇଛନ୍ତି |

ଏଭରେଷ୍ଟ ପର୍ବତାରୋହଣ ଲାଗି ନେପାଳର ପଦକ୍ଷେପ ପ୍ରତି ଭାରତ ସ୍ଵାଗତ ଜଣାଇଛି | ହିମାଳୟ ପରିବେଶ ହ୍ରାସ ପାଇଁ ଭାରତ ପଦକ୍ଷେପ ନେଉଥିବାରୁ ଏଭଳି ଘଟଣାବଳୀ ପାଇଁ ନୂଆଦିଲ୍ଲୀ ବାସ୍ତବିକ ଭାବେ ଚିନ୍ତିତ ହେବ ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ| ଭାରତ ଜଳବାୟୁ ସଂକ୍ରାନ୍ତ ଜାତୀୟ କାର୍ଯ୍ୟାନୁଷ୍ଠାନ ଯୋଜନା ଏବଂ ହିମାଳୟ ପରିବେଶ ରକ୍ଷା ପାଇଁ ଜାତୀୟ ମିଶନକୁ କାର୍ଯ୍ୟକାରୀ କରୁଛି | ସିକିମ, ମେଘାଳୟ, ନାଗାଲାଣ୍ଡ ଓ ଉତ୍ତରାଖଣ୍ଡ ସମେତ ହିମାଳୟ ପାଦଦେଶରେ ଥିବା 12 ଟି ରାଜ୍ୟରେ ଗତ ବର୍ଷ ଦେଢ ହଜାର ସ୍ଥାନରେ ହିମାଳୟ ପରିଷ୍କାର କାର୍ଯ୍ୟକୁ କାର୍ଯ୍ୟକାରୀ କରାଯାଇଥିଲା |

ମୂଳ ଲେଖା : ରତ୍ତନ ସାଲଦି, ରାଜନୈତିକ ଭାଷ୍ୟକାର

ଅନୁବାଦ : ରୀତା ଯୋଶୀ



Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...