Skip to main content

ମାଦ୍ରିଦ  ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଦୂରୀକରଣ  ଲାଗି ଭାରତର କାର୍ଯ୍ୟସୂଚୀ 

ଜଳବାୟୁ ପରିବର୍ତ୍ତନ ଏକ ବାସ୍ତବତା ଯାହାକୁ ଇଚ୍ଛାନୁଯାୟୀ ଦୂର କରାଯାଇ ପାରିବ ନାହିଁ | ଏହାର ପ୍ରଭାବରୁ କୌଣସି ଦେଶକୁ ମୁକ୍ତି ନାହିଁ କାରଣ ଏହା ଯେକୌଣସି ଗୋଟିଏ ଦେଶର କାର୍ଯ୍ୟାନୁଷ୍ଠାନ ବା ନିଷ୍କ୍ରିୟତା ଉପରେ କେବଳ ନିର୍ଭରଶୀଳ ନୁହେଁ | ଜଳବାୟୁ ବ୍ୟବସ୍ଥାରେ ଭାରତ ପରିବର୍ତ୍ତନର କଡା ଶିକାର ହୋଇଛି | ଅଦିନିଆ ବର୍ଷା, ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ବିପରୀତ ଭାବେ ଶୀତପ୍ରବାହ ଭାରତର ଖାଦ୍ୟ ଉତ୍ପାଦନ ଓ ସ୍ୱାସ୍ଥ୍ୟ ଉପରେ ବିଶେଷ ଭାବେ ପ୍ରଭାବ ପକାଇଛି | 

ସମ୍ପ୍ରତ୍ତି ଶେଷ ହୋଇଥିବା ଜଳବାୟୁ ପରିବର୍ତ୍ତନ ମାଦ୍ରିଦ ସମ୍ମିଳନୀ ବା କୋପ 25ରେ କଥାବାର୍ତ୍ତା ବେଳେ 2020 ମସିହାରୁ 2015 ପ୍ୟାରିସ ରାଜିନାମାକୁ କାର୍ଯ୍ୟକାରୀ କରିବା ପାଇଁ କ୍ରିୟାନୁଷ୍ଠାନ ଯୋଜନା ସଂପୂର୍ଣ୍ଣ କରିବା ବିଷୟରେ ଆଲୋଚନା ହୋଇଥିଲା |

ଦୁଇ ସପ୍ତାହ ଧରି ଚାଲିଥିବା ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଙ୍କ୍ରାନ୍ତରେ ବୈଜ୍ଞାନିକ ସତର୍କତା ବିଷୟକୁ ତର୍ଜମା କରାଯିବା ସଙ୍ଗେ ସଙ୍ଗେ ମାନବ ସଭ୍ୟତାକୁ ମହାବିପଦରୁ ରକ୍ଷା କରିବା ପାଇଁ ବିଶ୍ଵ ବ୍ରହ୍ମାଣ୍ଡର ସୁରକ୍ଷା ଲାଗି କାର୍ଯ୍ୟାନୁଷ୍ଠାନ ଏବଂ ଏହାର ପରିଣତି ସଙ୍କ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇଛି | ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆନ୍ତଃ ସରକାରୀ କମିଟି ବା ଆଇପିସିସି ସତର୍କ କରାଇ କହିଛି ଯେ ବର୍ତ୍ତମାନ ସ୍ତରରୁ ଦେଶ ଗୁଡିକ ସେମାନଙ୍କର କାର୍ଯ୍ୟାନୁଷ୍ଠାନ ସ୍ତର ବୃଦ୍ଧି ନକଲେ ଜଳବାୟୁ ପରିବର୍ତ୍ତନ ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିବା ପ୍ରକୃତିକୁ ରକ୍ଷା କରିବା ପାଇଁ ଲକ୍ଷ୍ୟସ୍ତର ହାସଲ ହୋଇପାରିବ ନାହିଁ |

ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ତାର 2019 ‘ନିର୍ଗମନ ତାରତମ୍ୟ ରିପୋର୍ଟ’ରେ ସବୁଠାରୁ କଡା ଚେତାବନୀ ଦେଇଛି | ଏହି ରିପୋର୍ଟରେ କୁହାଯାଇଛି ବିଶ୍ଵର ତାପମାନ ସ୍ତର 1.5 ଡିଗ୍ରୀ ସେଲସିୟସରେ ରଖିବା ପାଇଁ ସୁଯୋଗକୁ ଆମେ ବର୍ତ୍ତମାନ ହାତଛଡା କରିବାକୁ ଯାଉଛୁ |

ହଜାର ହଜାର ବୈଜ୍ଞାନିକ ସିଦ୍ଧାନ୍ତ ଆଧାରରେ ଆଇପିସିସି ପକ୍ଷରୁ ଜାରୀ ସ୍ଵତନ୍ତ୍ର ରିପୋର୍ଟରେ ସତର୍କ କରି କୁହାଯାଇଛି ଯେ ବର୍ତ୍ତମାନ ହାରରେ ଯଦି ବିଶ୍ଵ ତାପମାନ ବୃଦ୍ଧି ଜାରୀ ରହିବ ତେବେ 2030 ରୁ 2052 ମସିହା ମଧ୍ୟରେ ବିଶ୍ଵ ତାପମାନକୁ ପ୍ରାକ ଶିଳ୍ପ ସ୍ତରରେ ରଖିବା ସମ୍ଭବ ହେବ ନାହିଁ ଏବଂ ଏହା 1.5 ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇବାର ଆଶଙ୍କା ରହିଛି |

2015 ମସିହାରେ ପ୍ୟାରିସ ଜଳବାୟୁ ସମ୍ମିଳନୀରେ ହୋଇଥିବା ରାଜିନାମା ଅନୁଯାୟୀ ଦେଶ ଗୁଡିକ ମଧ୍ୟରେ ପ୍ରଥମ ସହମତି ପ୍ରକାଶ ପାଇଥିଲା ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ସହମତି ପ୍ରକାଶ ପାଇଥିଲା | ପ୍ରାକ ଶିଳ୍ପ ସ୍ତରୀୟ ଉପରେ ତାପମାନ ସ୍ତର ଚଳିତ ସପ୍ତାହରେ ଦୁଇ ଡିଗ୍ରୀରୁ ତଳେ ରଖିବା ପାଇଁ ଜଳବାୟୁ ପରିବର୍ତ୍ତନର ମୁକାବିଲା ସକାଶେ ବିଶ୍ଵ ସ୍ତରୀୟ ପଦକ୍ଷେପକୁ ମଜବୁତ କରିବା ପାଇଁ ପ୍ୟାରିସ ରାଜିନାମାର ହେଉଛି ମୂଳଲକ୍ଷ | ଏଣୁ ବିଶ୍ଵ ସ୍ତରୀୟ କାର୍ଯ୍ୟାନୁଷ୍ଠାନ ଯୋଜନା କୁ ପାଳନ କରିବା ପାଇଁ ସବୁ ଦେଶ ଗୁଡିକୁ ରାଜି କରେଇବା ମାଦ୍ରିଦ ସମ୍ମିଳନୀ ର ଉଚ୍ଚାଭିଳାଷୀ ଲକ୍ଷ୍ୟ ଥିଲା | 

2017 ମସିହାରେ ଜୈବ ଇନ୍ଧନ ବ୍ୟବହାର୍ଯ୍ୟ କାରଣରୁ ଭାରତ, ଚୀନ, ୟୁରୋପୀୟ ସଂଘ ଓ ଆମେରିକା ଶତକଡା 60 ଭାଗ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଦାୟୀ | 2030 ମସିହା ସୁଦ୍ଧା 2005 ମସିହା ସ୍ତରର ଜିଡ଼ିପି ପିଛା ଶତକଡା 33 ରୁ 35 ଭାଗ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ପରିମାଣ ସ୍ତର କମ କରିବାକୁ ଭାରତ ପ୍ରତିଶୃତି ଦେଇଛି | ବର୍ତ୍ତମାନ ଗ୍ରହଣ କରାଯାଇଥିବା ନୀତି ଅନୁଯାୟୀ ଭାରତ ନିଃସର୍ତ୍ତ ଭାବେ ଏହି ଲକ୍ଷ୍ୟ ହାସଲ କରିବ ବୋଲି ଆଶା ରହିଛି ଏବଂ ଆହୁରି ଶତକଡା 15 ଭାଗ ଲକ୍ଷ୍ୟ ହାସଲ ପାଇଁ ଆକଳନ କରିଛି | ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ହ୍ରାସ ପାଇଁ ଭାରତ ଚାରୋଟି ଅଭିଳାଷ ରଖିଛି ସେହି ଉଦ୍ୟମ ଗୁଡିକ ହେଲା କୋଇଲାରୁ ଉତ୍ପାଦିତ ବିଦ୍ୟୁତ ଶକ୍ତି କୁ ଅଣ ଜୈବିକ ଇନ୍ଧନ ଉତ୍ସକୁ ପରିବର୍ତ୍ତନ କରିବା, ନିର୍ଗମନ କାରିଗରୀ ବିଦ୍ୟା ଜରିଆରେ ଅର୍ଥନୀତି ବ୍ୟାପକ ସବୁଜ ଶିଳ୍ପାୟନ କୌଶଳକୁ ଆପଣେଇବା, ସାମୁହିକ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସଂପ୍ରସାରଣ କରିବା ଏବଂ ଜାତୀୟ ବିଦ୍ୟୁତ ଚଳମାନତା ଶତକଡା 100 ଭାଗ ପରିବର୍ତ୍ତନ କରି ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ରହିତ ନୂଆଁ କାର ବିକ୍ରି ପାଇଁ ଲକ୍ଷ୍ୟ ରଖିଛି | 

ନିରନ୍ତର ବିକାଶ ପାଇଁ କାମନା ହ୍ରାସ କରି ସରଳ ଜୀବନ ଯାପନ ସକାଶେ ମହାତ୍ମା ଗାନ୍ଧୀଙ୍କ ବାଣୀକୁ ମାଦ୍ରିଦ ଶିଖର ସମ୍ମିଳନୀରେ ଭାରତ ଉପସ୍ଥାପନା କରିଥିଲା | ନିରନ୍ତର ଉପଭୋଗ ଓ ଉତ୍ପାଦନ ନୀତି ଆଧାରରେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ଲାଗି ଭାରତ ଉଚ୍ଚାଭିଳାଷୀ ସମାଧାନର ପନ୍ଥା ଅବଲମ୍ବନ କରିବ ବୋଲି ସମ୍ମିଳନୀରେ ପ୍ରତିଶୃତି ଦେଇଛି |

ଜିଡ଼ିପି ପିଛା ଶତକଡା 21 ଭାଗ ନିର୍ଗମନ ହ୍ରାସ କରିବାକୁ ଭାରତ ସମର୍ଥନ ହୋଇଛି ଏବଂ ପ୍ୟାରିସ ରାଜିନାମା ଅନୁଯାୟୀ ଶତକଡା 35 ଭାଗ ନିର୍ଗମନ ହ୍ରାସ ଲକ୍ଷ୍ୟ ପଥରେ ଆଗେଇ ଚାଲିଛି | ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ତଥା କେନ୍ଦ୍ର ପରିବେଶ,ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର କୋପ 25 ଆଲୋଚନାରେ ଏହି ସୂଚନା ଦେଇଛନ୍ତି | ଜଳବାୟୁ ପରିବର୍ତ୍ତନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କ୍ଷେତ୍ରରେ ବିଶ୍ଵର ଛ ଟି ଦେଶ ମଧ୍ୟରେ ଭାରତର ସ୍ଥାନ ଥିବା କଥା ଶ୍ରୀ ଜାଭଡେକର ସୂଚନା ଦେଇଛନ୍ତି | 

ଶ୍ରୀ ଜାଭଡେକର କହିଛନନ୍ତି ପ୍ୟାରିସ ପ୍ରତିଶୃତିକୁ ପାଳନ କରିବା ପାଇଁ 175 ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଭାରତର ଲକ୍ଷ୍ୟ ପୂରଣ କରିବାକୁ ଯାଇ ବର୍ତ୍ତମାନ 83 ଗିଗାୱାଟ ସ୍ଥାପନ କରାଯାଇଛି ଏବଂ ଏହି ଲକ୍ଷ୍ୟ 450 ଗିଗାୱାଟକୁ ବୃଦ୍ଧି କରିବା ପାଇଁ ଏବେ ଯୋଜନା ଚାଲିଛି |

ଜଳବାୟୁ ବିଜ୍ଞାନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବିଶ୍ଵ ଏବେ ବ୍ୟାପକ ପରିବେଶ ଓ ମାନବୀୟ ସଙ୍କଟ ଦେଇ ଗତି କରୁଛି | ବର୍ତ୍ତମାନ ଜରୁରୀକାଳିନ ଭିତ୍ତିରେ ଜଳବାୟୁ ପରିବର୍ତ୍ତନର ବିପଦ ହ୍ରାସ ପାଇଁ ସମୟ ଉପନୀତ ହୋଇଛି ଏବଂ ଜୈବ ଇନ୍ଧନ ଉପରୁ ନିର୍ଭରଶୀଳତା ଦୂର କରିବା ପାଇଁ ବିଶ୍ଵ ସ୍ତରୀୟ ଉଦ୍ୟମ ବିନା ଏହି ଲକ୍ଷ୍ୟ ସାଧନ ଅସମ୍ଭବ | 

ମୂଳ ଲେଖା : ଏନ. ଭଦ୍ରାନ ନାୟର, କାର୍ଯ୍ୟକାରୀ ସମ୍ପାଦକ, ଇଣ୍ଡିଆନ ସାଇନ୍ସ ଜୋର୍ନାଲ 

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...