Skip to main content

ମାଦ୍ରିଦ  ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଦୂରୀକରଣ  ଲାଗି ଭାରତର କାର୍ଯ୍ୟସୂଚୀ 

ଜଳବାୟୁ ପରିବର୍ତ୍ତନ ଏକ ବାସ୍ତବତା ଯାହାକୁ ଇଚ୍ଛାନୁଯାୟୀ ଦୂର କରାଯାଇ ପାରିବ ନାହିଁ | ଏହାର ପ୍ରଭାବରୁ କୌଣସି ଦେଶକୁ ମୁକ୍ତି ନାହିଁ କାରଣ ଏହା ଯେକୌଣସି ଗୋଟିଏ ଦେଶର କାର୍ଯ୍ୟାନୁଷ୍ଠାନ ବା ନିଷ୍କ୍ରିୟତା ଉପରେ କେବଳ ନିର୍ଭରଶୀଳ ନୁହେଁ | ଜଳବାୟୁ ବ୍ୟବସ୍ଥାରେ ଭାରତ ପରିବର୍ତ୍ତନର କଡା ଶିକାର ହୋଇଛି | ଅଦିନିଆ ବର୍ଷା, ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ବିପରୀତ ଭାବେ ଶୀତପ୍ରବାହ ଭାରତର ଖାଦ୍ୟ ଉତ୍ପାଦନ ଓ ସ୍ୱାସ୍ଥ୍ୟ ଉପରେ ବିଶେଷ ଭାବେ ପ୍ରଭାବ ପକାଇଛି | 

ସମ୍ପ୍ରତ୍ତି ଶେଷ ହୋଇଥିବା ଜଳବାୟୁ ପରିବର୍ତ୍ତନ ମାଦ୍ରିଦ ସମ୍ମିଳନୀ ବା କୋପ 25ରେ କଥାବାର୍ତ୍ତା ବେଳେ 2020 ମସିହାରୁ 2015 ପ୍ୟାରିସ ରାଜିନାମାକୁ କାର୍ଯ୍ୟକାରୀ କରିବା ପାଇଁ କ୍ରିୟାନୁଷ୍ଠାନ ଯୋଜନା ସଂପୂର୍ଣ୍ଣ କରିବା ବିଷୟରେ ଆଲୋଚନା ହୋଇଥିଲା |

ଦୁଇ ସପ୍ତାହ ଧରି ଚାଲିଥିବା ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଙ୍କ୍ରାନ୍ତରେ ବୈଜ୍ଞାନିକ ସତର୍କତା ବିଷୟକୁ ତର୍ଜମା କରାଯିବା ସଙ୍ଗେ ସଙ୍ଗେ ମାନବ ସଭ୍ୟତାକୁ ମହାବିପଦରୁ ରକ୍ଷା କରିବା ପାଇଁ ବିଶ୍ଵ ବ୍ରହ୍ମାଣ୍ଡର ସୁରକ୍ଷା ଲାଗି କାର୍ଯ୍ୟାନୁଷ୍ଠାନ ଏବଂ ଏହାର ପରିଣତି ସଙ୍କ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇଛି | ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆନ୍ତଃ ସରକାରୀ କମିଟି ବା ଆଇପିସିସି ସତର୍କ କରାଇ କହିଛି ଯେ ବର୍ତ୍ତମାନ ସ୍ତରରୁ ଦେଶ ଗୁଡିକ ସେମାନଙ୍କର କାର୍ଯ୍ୟାନୁଷ୍ଠାନ ସ୍ତର ବୃଦ୍ଧି ନକଲେ ଜଳବାୟୁ ପରିବର୍ତ୍ତନ ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିବା ପ୍ରକୃତିକୁ ରକ୍ଷା କରିବା ପାଇଁ ଲକ୍ଷ୍ୟସ୍ତର ହାସଲ ହୋଇପାରିବ ନାହିଁ |

ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ତାର 2019 ‘ନିର୍ଗମନ ତାରତମ୍ୟ ରିପୋର୍ଟ’ରେ ସବୁଠାରୁ କଡା ଚେତାବନୀ ଦେଇଛି | ଏହି ରିପୋର୍ଟରେ କୁହାଯାଇଛି ବିଶ୍ଵର ତାପମାନ ସ୍ତର 1.5 ଡିଗ୍ରୀ ସେଲସିୟସରେ ରଖିବା ପାଇଁ ସୁଯୋଗକୁ ଆମେ ବର୍ତ୍ତମାନ ହାତଛଡା କରିବାକୁ ଯାଉଛୁ |

ହଜାର ହଜାର ବୈଜ୍ଞାନିକ ସିଦ୍ଧାନ୍ତ ଆଧାରରେ ଆଇପିସିସି ପକ୍ଷରୁ ଜାରୀ ସ୍ଵତନ୍ତ୍ର ରିପୋର୍ଟରେ ସତର୍କ କରି କୁହାଯାଇଛି ଯେ ବର୍ତ୍ତମାନ ହାରରେ ଯଦି ବିଶ୍ଵ ତାପମାନ ବୃଦ୍ଧି ଜାରୀ ରହିବ ତେବେ 2030 ରୁ 2052 ମସିହା ମଧ୍ୟରେ ବିଶ୍ଵ ତାପମାନକୁ ପ୍ରାକ ଶିଳ୍ପ ସ୍ତରରେ ରଖିବା ସମ୍ଭବ ହେବ ନାହିଁ ଏବଂ ଏହା 1.5 ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇବାର ଆଶଙ୍କା ରହିଛି |

2015 ମସିହାରେ ପ୍ୟାରିସ ଜଳବାୟୁ ସମ୍ମିଳନୀରେ ହୋଇଥିବା ରାଜିନାମା ଅନୁଯାୟୀ ଦେଶ ଗୁଡିକ ମଧ୍ୟରେ ପ୍ରଥମ ସହମତି ପ୍ରକାଶ ପାଇଥିଲା ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ସହମତି ପ୍ରକାଶ ପାଇଥିଲା | ପ୍ରାକ ଶିଳ୍ପ ସ୍ତରୀୟ ଉପରେ ତାପମାନ ସ୍ତର ଚଳିତ ସପ୍ତାହରେ ଦୁଇ ଡିଗ୍ରୀରୁ ତଳେ ରଖିବା ପାଇଁ ଜଳବାୟୁ ପରିବର୍ତ୍ତନର ମୁକାବିଲା ସକାଶେ ବିଶ୍ଵ ସ୍ତରୀୟ ପଦକ୍ଷେପକୁ ମଜବୁତ କରିବା ପାଇଁ ପ୍ୟାରିସ ରାଜିନାମାର ହେଉଛି ମୂଳଲକ୍ଷ | ଏଣୁ ବିଶ୍ଵ ସ୍ତରୀୟ କାର୍ଯ୍ୟାନୁଷ୍ଠାନ ଯୋଜନା କୁ ପାଳନ କରିବା ପାଇଁ ସବୁ ଦେଶ ଗୁଡିକୁ ରାଜି କରେଇବା ମାଦ୍ରିଦ ସମ୍ମିଳନୀ ର ଉଚ୍ଚାଭିଳାଷୀ ଲକ୍ଷ୍ୟ ଥିଲା | 

2017 ମସିହାରେ ଜୈବ ଇନ୍ଧନ ବ୍ୟବହାର୍ଯ୍ୟ କାରଣରୁ ଭାରତ, ଚୀନ, ୟୁରୋପୀୟ ସଂଘ ଓ ଆମେରିକା ଶତକଡା 60 ଭାଗ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଦାୟୀ | 2030 ମସିହା ସୁଦ୍ଧା 2005 ମସିହା ସ୍ତରର ଜିଡ଼ିପି ପିଛା ଶତକଡା 33 ରୁ 35 ଭାଗ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ପରିମାଣ ସ୍ତର କମ କରିବାକୁ ଭାରତ ପ୍ରତିଶୃତି ଦେଇଛି | ବର୍ତ୍ତମାନ ଗ୍ରହଣ କରାଯାଇଥିବା ନୀତି ଅନୁଯାୟୀ ଭାରତ ନିଃସର୍ତ୍ତ ଭାବେ ଏହି ଲକ୍ଷ୍ୟ ହାସଲ କରିବ ବୋଲି ଆଶା ରହିଛି ଏବଂ ଆହୁରି ଶତକଡା 15 ଭାଗ ଲକ୍ଷ୍ୟ ହାସଲ ପାଇଁ ଆକଳନ କରିଛି | ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ହ୍ରାସ ପାଇଁ ଭାରତ ଚାରୋଟି ଅଭିଳାଷ ରଖିଛି ସେହି ଉଦ୍ୟମ ଗୁଡିକ ହେଲା କୋଇଲାରୁ ଉତ୍ପାଦିତ ବିଦ୍ୟୁତ ଶକ୍ତି କୁ ଅଣ ଜୈବିକ ଇନ୍ଧନ ଉତ୍ସକୁ ପରିବର୍ତ୍ତନ କରିବା, ନିର୍ଗମନ କାରିଗରୀ ବିଦ୍ୟା ଜରିଆରେ ଅର୍ଥନୀତି ବ୍ୟାପକ ସବୁଜ ଶିଳ୍ପାୟନ କୌଶଳକୁ ଆପଣେଇବା, ସାମୁହିକ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସଂପ୍ରସାରଣ କରିବା ଏବଂ ଜାତୀୟ ବିଦ୍ୟୁତ ଚଳମାନତା ଶତକଡା 100 ଭାଗ ପରିବର୍ତ୍ତନ କରି ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ରହିତ ନୂଆଁ କାର ବିକ୍ରି ପାଇଁ ଲକ୍ଷ୍ୟ ରଖିଛି | 

ନିରନ୍ତର ବିକାଶ ପାଇଁ କାମନା ହ୍ରାସ କରି ସରଳ ଜୀବନ ଯାପନ ସକାଶେ ମହାତ୍ମା ଗାନ୍ଧୀଙ୍କ ବାଣୀକୁ ମାଦ୍ରିଦ ଶିଖର ସମ୍ମିଳନୀରେ ଭାରତ ଉପସ୍ଥାପନା କରିଥିଲା | ନିରନ୍ତର ଉପଭୋଗ ଓ ଉତ୍ପାଦନ ନୀତି ଆଧାରରେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ଲାଗି ଭାରତ ଉଚ୍ଚାଭିଳାଷୀ ସମାଧାନର ପନ୍ଥା ଅବଲମ୍ବନ କରିବ ବୋଲି ସମ୍ମିଳନୀରେ ପ୍ରତିଶୃତି ଦେଇଛି |

ଜିଡ଼ିପି ପିଛା ଶତକଡା 21 ଭାଗ ନିର୍ଗମନ ହ୍ରାସ କରିବାକୁ ଭାରତ ସମର୍ଥନ ହୋଇଛି ଏବଂ ପ୍ୟାରିସ ରାଜିନାମା ଅନୁଯାୟୀ ଶତକଡା 35 ଭାଗ ନିର୍ଗମନ ହ୍ରାସ ଲକ୍ଷ୍ୟ ପଥରେ ଆଗେଇ ଚାଲିଛି | ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ତଥା କେନ୍ଦ୍ର ପରିବେଶ,ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର କୋପ 25 ଆଲୋଚନାରେ ଏହି ସୂଚନା ଦେଇଛନ୍ତି | ଜଳବାୟୁ ପରିବର୍ତ୍ତନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କ୍ଷେତ୍ରରେ ବିଶ୍ଵର ଛ ଟି ଦେଶ ମଧ୍ୟରେ ଭାରତର ସ୍ଥାନ ଥିବା କଥା ଶ୍ରୀ ଜାଭଡେକର ସୂଚନା ଦେଇଛନ୍ତି | 

ଶ୍ରୀ ଜାଭଡେକର କହିଛନନ୍ତି ପ୍ୟାରିସ ପ୍ରତିଶୃତିକୁ ପାଳନ କରିବା ପାଇଁ 175 ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଭାରତର ଲକ୍ଷ୍ୟ ପୂରଣ କରିବାକୁ ଯାଇ ବର୍ତ୍ତମାନ 83 ଗିଗାୱାଟ ସ୍ଥାପନ କରାଯାଇଛି ଏବଂ ଏହି ଲକ୍ଷ୍ୟ 450 ଗିଗାୱାଟକୁ ବୃଦ୍ଧି କରିବା ପାଇଁ ଏବେ ଯୋଜନା ଚାଲିଛି |

ଜଳବାୟୁ ବିଜ୍ଞାନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବିଶ୍ଵ ଏବେ ବ୍ୟାପକ ପରିବେଶ ଓ ମାନବୀୟ ସଙ୍କଟ ଦେଇ ଗତି କରୁଛି | ବର୍ତ୍ତମାନ ଜରୁରୀକାଳିନ ଭିତ୍ତିରେ ଜଳବାୟୁ ପରିବର୍ତ୍ତନର ବିପଦ ହ୍ରାସ ପାଇଁ ସମୟ ଉପନୀତ ହୋଇଛି ଏବଂ ଜୈବ ଇନ୍ଧନ ଉପରୁ ନିର୍ଭରଶୀଳତା ଦୂର କରିବା ପାଇଁ ବିଶ୍ଵ ସ୍ତରୀୟ ଉଦ୍ୟମ ବିନା ଏହି ଲକ୍ଷ୍ୟ ସାଧନ ଅସମ୍ଭବ | 

ମୂଳ ଲେଖା : ଏନ. ଭଦ୍ରାନ ନାୟର, କାର୍ଯ୍ୟକାରୀ ସମ୍ପାଦକ, ଇଣ୍ଡିଆନ ସାଇନ୍ସ ଜୋର୍ନାଲ 

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...