Skip to main content

ବ୍ରେକଜିଟ ପରିପ୍ରେକ୍ଷୀରେ ବ୍ରିଟେନ ନିର୍ବାଚନ

ୟୁରୋପୀୟ ସଂଘ ଠାରୁ ଅଲଗା ହେବା ନିଷ୍ପତ୍ତି ବା ବ୍ରେକଜିଟ ପାଇଁ ବ୍ରିଟେନ 2016 ଜୁନ 23 ତାରିଖରୁ ନୀତିଗତ ନିଷ୍ପତ୍ତି ନେବା ପରଠାରୁ ସେଠାରେ ରାଜନୈତିକ ଝଡ ଥମିବାକୁ ନା ନେଉନି | ଯେଉଁ କାରଣରୁ ଦୁଇ ଜଣ ପ୍ରଧାନମନ୍ତ୍ରୀ ଡାଭିଡ କାମରନ ଏବଂ ଥେରସା ମେଙ୍କୁ ନିଜ ଗାଦି ଛାଡିବାକୁ ପଡିଛି ଏବଂ ଦେଶର ଅର୍ଥନୈତିକ ସ୍ଥିତି ଖରାପହେଇଚାଲିଛି | ଥେରସା ମେଙ୍କ ନିଷ୍ପତ୍ତିକୁ ତାଙ୍କରି କଞ୍ଜରଭେଟିଭ ପାର୍ଟି ମଧ୍ୟ ସମର୍ଥନ କରିନାହିଁ ଫଳରେ ବୋରିସ ଜନସନଙ୍କୁ ନୂଆ ନେତା ନିର୍ବାଚିତ କରାଯାଇ 2019 ଜୁଲାଇରେ ପ୍ରଧାନମନ୍ତ୍ରୀ କରାଗଲା | ଜନସନ ମଧ୍ୟ ୟୁରୋପୀୟ ସଂଘରୁ ଓହରି ଆସିବାରେ ବିଫଳ ହେଲେ କିନ୍ତୁ ତାଙ୍କୁ ଆହୁରି 3 ମାସ ସମୟ ଅର୍ଥାତ 2020 ଜାନୁୟାରୀ ପର୍ଯ୍ୟନ୍ତ ସମୟ ଦିଆଗଲା କିନ୍ତୁ ତାଙ୍କୁ ଯେପରି ବିରୋଧ କରାଗଲା | ସେଥିପାଇଁ ସେ 2019 ଅକ୍ଟୋବର 24ରେ ନିର୍ବାଚନ ପାଇଁ ଘୋଷଣା କରିଦେଲେ |

ୟୁରୋପୀୟ ଅର୍ଥନୈତିକ ସମୁହ ବା ଇଇସିରେ ବ୍ରିଟେନର ପ୍ରବେଶ ମଧ୍ୟ ନାଟକୀୟ ଭାବେ ହେଲା | 1957ରେ ଘଠନ ହୋଇଥିବା ଇଇସିରେ ପ୍ରବେଶ ପାଇଁ ବ୍ରିଟେନର ଆବେଦନକୁ ଫ୍ରାନ୍ସ ରାଷ୍ଟ୍ରପତି ଚାର୍ଲେସ ଦେ ଗଉଲେ ପ୍ରତ୍ୟାକ୍ଷାନ କଲେ ଫଳରେ ବ୍ରିଟେନ 1993ରେ ଯାଇ ସେଥିରେ ପ୍ରବେଶ କରିପାରିଲା | 1992ରେ ଇଇସି ୟୁରୋପୀୟ ସଂଘରେ ପରିବର୍ତ୍ତିତ ହେଲା | ସମଗ୍ର ୟୁରୋପରେ ୟୁରୋ ଚାଲୁଥିବା ବେଳେ ବ୍ରିଟେନ କିନ୍ତୁ ଏହାର ମୁଦ୍ରା ପାଉଣ୍ତ ହିଁ ଚଳାଉଛି | ସେହିପରି ଭିସା ବ୍ୟବସ୍ଥା ମଧ୍ୟ ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ରମାନଙ୍କ ପାଇଁ ଗୋଟିଏ ହୋଇଥିବାବେଳେ ବ୍ରିଟେନର ଭିନ୍ନ ରହିଛି | ଏହିସବୁ କାରଣରୁ ବ୍ରିଟେନ ଏବଂ ୟୁରୋପୀୟ ସଂଘ ମଧ୍ୟରେ ବିଭେଦ ରହିଆସିଛି |

ସଂସଦୀୟ ଗଣତନ୍ତ୍ରର ଜନକ କୁହାଯାଉଥିବା ବ୍ରିଟେନରେ ସର୍ବଦା ସ୍ଥିର ସରକାର ଏବଂ ଦୁଇ ଦଳିଆ ବ୍ୟବସ୍ଥା ରହିଆସିଥିଲା କିନ୍ତୁ ଏବେ ଆଉ ତାହା ନାହିଁ | ଏବେ ସେଠାରେ ଲିବେରାଲ ଡେମୋକ୍ରାଟ, ବ୍ରେକଜିଟ ପାର୍ଟି, ଡେମୋକ୍ରାଟିକ ୟୁନିୟନିଷ୍ଟ ପାର୍ଟି ଏବଂ ୟୁକେ ଇଣ୍ତିପେଣ୍ତେଣ୍ଟ ପାର୍ଟି ପରି ବହୁ ପାର୍ଟି ଜନ୍ମ ନେଇ ସାରିଛି | ଯେଉଁମାନେ କେବେ ସରକାର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ତ କେବେ ସରକାର ଭାଙ୍ଗିବାରେ ଭୂମିକା ଗ୍ରହଣ କରୁଛନ୍ତି | ଏହି କାରଣରୁ ସେଠାରେ ମାତ୍ର ପାଞ୍ଚ ବର୍ଷରେ ତିନି ଥର ସାଧାରଣ ନିର୍ବାଚନ ହେଲାଣି | ରାଜନୈତିକ ଅସ୍ଥିରତା ଏବଂ ବ୍ରେକଜିଟ ପ୍ରସଙ୍ଗ ସେଠାରେ ଲୋକ, ରାଜନୀତି ଏବଂ ଦେଶକୁ ବିଭାଜନ କରିଦେଇଛି କାରଣ ଏବେ ସେଠାରେ ସ୍କଟର ସ୍ଵାଦୀନତା ନେଇ ଦାବି ହେଲାଣି |

ବ୍ରେକଜିଟକୁ ନେଇ କଞ୍ଜରଭେଟିଭ ପାର୍ଟିର ବୋରିସ ଜନସନ ଏବଂ ଲେବର ପାର୍ଟିର ଜେରେମି କୋରବିନଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି | ବ୍ରେକଜିଟ ପ୍ରସହ୍ଗରେ କଞ୍ଜରଭେଟିଭ ପାର୍ଟିକୁ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ମିଳିଥିଲେ ମଧ୍ୟ 2020 ଜାନୁୟାରୀ 31 ସୁଦ୍ଧା ବ୍ରେକଜିଟକୁ ନେଇ ୟୁରୋପୀୟ ସଂଘ ସହିତ ସମସ୍ତ ବିଷୟ ଚୁଡାନ୍ତ ହେବ ତାହା ସମ୍ଭାବନା କ୍ଷୀଣ | ଏବେ ବୋରିସ ପାର୍ଟିର ନେତୃତ୍ଵ ନେଉଛନ୍ତି |

ବୋରିସ ଜନସନ ନରେନ୍ଦ୍ର ମୋଦିଙ୍କୁ ନିକଟରେ ତାଙ୍କର ବିଜୟ ପାଇଁ ସ୍ଵାଗତ ବାର୍ତ୍ତା ଦେଇଥିଲେ ଏବଂ ବ୍ରିଟେନ ଓ ଭାରତ ମିଳିତ ଭାବେ କାମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ| ଆଶା କରାଯାଉଛି ଏବେ ବୋରିସ ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ସହିତ ସଂପର୍କ ଆହୁରି ସୁଦୃଢ ହେବ | କିନ୍ତୁ ୟୁରୋପୀୟ ସଂଘ ସହିତ ବ୍ରିଟେନ ବୁଝାମଣା କଣ କରିବ ତା ଉପରେ ବାଣିଜ୍ୟ କାରବାର ନିର୍ଭର କରିବ |

ଆଲେଖ୍ୟ: ଉମ୍ମୁ ସଲମା ବାଭା

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...