ୟୁରୋପୀୟ ସଂଘ ଠାରୁ ଅଲଗା ହେବା ନିଷ୍ପତ୍ତି ବା ବ୍ରେକଜିଟ ପାଇଁ ବ୍ରିଟେନ 2016 ଜୁନ 23 ତାରିଖରୁ ନୀତିଗତ ନିଷ୍ପତ୍ତି ନେବା ପରଠାରୁ ସେଠାରେ ରାଜନୈତିକ ଝଡ ଥମିବାକୁ ନା ନେଉନି | ଯେଉଁ କାରଣରୁ ଦୁଇ ଜଣ ପ୍ରଧାନମନ୍ତ୍ରୀ ଡାଭିଡ କାମରନ ଏବଂ ଥେରସା ମେଙ୍କୁ ନିଜ ଗାଦି ଛାଡିବାକୁ ପଡିଛି ଏବଂ ଦେଶର ଅର୍ଥନୈତିକ ସ୍ଥିତି ଖରାପହେଇଚାଲିଛି | ଥେରସା ମେଙ୍କ ନିଷ୍ପତ୍ତିକୁ ତାଙ୍କରି କଞ୍ଜରଭେଟିଭ ପାର୍ଟି ମଧ୍ୟ ସମର୍ଥନ କରିନାହିଁ ଫଳରେ ବୋରିସ ଜନସନଙ୍କୁ ନୂଆ ନେତା ନିର୍ବାଚିତ କରାଯାଇ 2019 ଜୁଲାଇରେ ପ୍ରଧାନମନ୍ତ୍ରୀ କରାଗଲା | ଜନସନ ମଧ୍ୟ ୟୁରୋପୀୟ ସଂଘରୁ ଓହରି ଆସିବାରେ ବିଫଳ ହେଲେ କିନ୍ତୁ ତାଙ୍କୁ ଆହୁରି 3 ମାସ ସମୟ ଅର୍ଥାତ 2020 ଜାନୁୟାରୀ ପର୍ଯ୍ୟନ୍ତ ସମୟ ଦିଆଗଲା କିନ୍ତୁ ତାଙ୍କୁ ଯେପରି ବିରୋଧ କରାଗଲା | ସେଥିପାଇଁ ସେ 2019 ଅକ୍ଟୋବର 24ରେ ନିର୍ବାଚନ ପାଇଁ ଘୋଷଣା କରିଦେଲେ |
ୟୁରୋପୀୟ ଅର୍ଥନୈତିକ ସମୁହ ବା ଇଇସିରେ ବ୍ରିଟେନର ପ୍ରବେଶ ମଧ୍ୟ ନାଟକୀୟ ଭାବେ ହେଲା | 1957ରେ ଘଠନ ହୋଇଥିବା ଇଇସିରେ ପ୍ରବେଶ ପାଇଁ ବ୍ରିଟେନର ଆବେଦନକୁ ଫ୍ରାନ୍ସ ରାଷ୍ଟ୍ରପତି ଚାର୍ଲେସ ଦେ ଗଉଲେ ପ୍ରତ୍ୟାକ୍ଷାନ କଲେ ଫଳରେ ବ୍ରିଟେନ 1993ରେ ଯାଇ ସେଥିରେ ପ୍ରବେଶ କରିପାରିଲା | 1992ରେ ଇଇସି ୟୁରୋପୀୟ ସଂଘରେ ପରିବର୍ତ୍ତିତ ହେଲା | ସମଗ୍ର ୟୁରୋପରେ ୟୁରୋ ଚାଲୁଥିବା ବେଳେ ବ୍ରିଟେନ କିନ୍ତୁ ଏହାର ମୁଦ୍ରା ପାଉଣ୍ତ ହିଁ ଚଳାଉଛି | ସେହିପରି ଭିସା ବ୍ୟବସ୍ଥା ମଧ୍ୟ ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ରମାନଙ୍କ ପାଇଁ ଗୋଟିଏ ହୋଇଥିବାବେଳେ ବ୍ରିଟେନର ଭିନ୍ନ ରହିଛି | ଏହିସବୁ କାରଣରୁ ବ୍ରିଟେନ ଏବଂ ୟୁରୋପୀୟ ସଂଘ ମଧ୍ୟରେ ବିଭେଦ ରହିଆସିଛି |
ସଂସଦୀୟ ଗଣତନ୍ତ୍ରର ଜନକ କୁହାଯାଉଥିବା ବ୍ରିଟେନରେ ସର୍ବଦା ସ୍ଥିର ସରକାର ଏବଂ ଦୁଇ ଦଳିଆ ବ୍ୟବସ୍ଥା ରହିଆସିଥିଲା କିନ୍ତୁ ଏବେ ଆଉ ତାହା ନାହିଁ | ଏବେ ସେଠାରେ ଲିବେରାଲ ଡେମୋକ୍ରାଟ, ବ୍ରେକଜିଟ ପାର୍ଟି, ଡେମୋକ୍ରାଟିକ ୟୁନିୟନିଷ୍ଟ ପାର୍ଟି ଏବଂ ୟୁକେ ଇଣ୍ତିପେଣ୍ତେଣ୍ଟ ପାର୍ଟି ପରି ବହୁ ପାର୍ଟି ଜନ୍ମ ନେଇ ସାରିଛି | ଯେଉଁମାନେ କେବେ ସରକାର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ତ କେବେ ସରକାର ଭାଙ୍ଗିବାରେ ଭୂମିକା ଗ୍ରହଣ କରୁଛନ୍ତି | ଏହି କାରଣରୁ ସେଠାରେ ମାତ୍ର ପାଞ୍ଚ ବର୍ଷରେ ତିନି ଥର ସାଧାରଣ ନିର୍ବାଚନ ହେଲାଣି | ରାଜନୈତିକ ଅସ୍ଥିରତା ଏବଂ ବ୍ରେକଜିଟ ପ୍ରସଙ୍ଗ ସେଠାରେ ଲୋକ, ରାଜନୀତି ଏବଂ ଦେଶକୁ ବିଭାଜନ କରିଦେଇଛି କାରଣ ଏବେ ସେଠାରେ ସ୍କଟର ସ୍ଵାଦୀନତା ନେଇ ଦାବି ହେଲାଣି |
ବ୍ରେକଜିଟକୁ ନେଇ କଞ୍ଜରଭେଟିଭ ପାର୍ଟିର ବୋରିସ ଜନସନ ଏବଂ ଲେବର ପାର୍ଟିର ଜେରେମି କୋରବିନଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି | ବ୍ରେକଜିଟ ପ୍ରସହ୍ଗରେ କଞ୍ଜରଭେଟିଭ ପାର୍ଟିକୁ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ମିଳିଥିଲେ ମଧ୍ୟ 2020 ଜାନୁୟାରୀ 31 ସୁଦ୍ଧା ବ୍ରେକଜିଟକୁ ନେଇ ୟୁରୋପୀୟ ସଂଘ ସହିତ ସମସ୍ତ ବିଷୟ ଚୁଡାନ୍ତ ହେବ ତାହା ସମ୍ଭାବନା କ୍ଷୀଣ | ଏବେ ବୋରିସ ପାର୍ଟିର ନେତୃତ୍ଵ ନେଉଛନ୍ତି |
ବୋରିସ ଜନସନ ନରେନ୍ଦ୍ର ମୋଦିଙ୍କୁ ନିକଟରେ ତାଙ୍କର ବିଜୟ ପାଇଁ ସ୍ଵାଗତ ବାର୍ତ୍ତା ଦେଇଥିଲେ ଏବଂ ବ୍ରିଟେନ ଓ ଭାରତ ମିଳିତ ଭାବେ କାମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ| ଆଶା କରାଯାଉଛି ଏବେ ବୋରିସ ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ସହିତ ସଂପର୍କ ଆହୁରି ସୁଦୃଢ ହେବ | କିନ୍ତୁ ୟୁରୋପୀୟ ସଂଘ ସହିତ ବ୍ରିଟେନ ବୁଝାମଣା କଣ କରିବ ତା ଉପରେ ବାଣିଜ୍ୟ କାରବାର ନିର୍ଭର କରିବ |
ଆଲେଖ୍ୟ: ଉମ୍ମୁ ସଲମା ବାଭା
ଭାବାନୁବାଦ: ରାମଚଂଦ୍ର ନାଥ

Comments
Post a Comment