ଆମେରିକା ପାକିସ୍ତାନର ନାମକୁ ଧାର୍ମିକ ଭେଦଭାବ ପ୍ରଦର୍ଶନ କରୁଥିବା ଦେଶମାନଙ୍କ ସୂଚିରେ ରଖିଛି | ଏହି ସୂଚିରେ ମିଆଁମାର, ଚିନ, ଇରାନ, ଉତ୍ତର କୋରିଆ, ସାଉଦି ଆରବ, ତାଜିକିସ୍ତାନ ଏବଂ ତୁର୍କମେନିସ୍ତାନ ମଧ୍ୟ ସାମିଲ ରହିଛି | ଏହି ଦେଶମାନଙ୍କୁ ବିଶେଷରୂପେ ଧ୍ୟାନ ଦେବା ଦେଶ ଅର୍ଥାତ ସିପିସି ଶ୍ରେଣୀରେ ରଖାଯାଇଛି |
ଆମେରିକାର ବିଦେଶ ବିଭାଗ ଏହି ନିର୍ଣ୍ଣୟ ଅନ୍ତର୍ଜାତୀୟ ଧାର୍ମିକ ସ୍ଵତନ୍ତ୍ରତା ଆଇନ 1998 ଅନ୍ତର୍ଗତ ନେଇଛି | ସିପିସି ସୂଚିରେ ସାମିଲ ଦେଶମାନଙ୍କୁ ଧାର୍ମିକ ସ୍ଵତନ୍ତ୍ରତା ଲଂଘନ କରିବା କିମ୍ଵା ଏହାକୁ ସହ୍ୟ କରୁଥିବା ଦେଶ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି | ଏହିସବୁ ଦେଶମାନଙ୍କରେ ଧାର୍ମିକ ଭେଦଭାବ କରାଯାଉଛି ଏବଂ ସରକାର ଏଥିପ୍ରତି କୌଣସି ବିଶେଷ ପଦକ୍ଷେପ ନେଉନାହାନ୍ତି | ଏହି ସୂଚିରେ ସାମିଲ ଦେଶକୁ ଭବିଷ୍ୟତରେ ଆମେରିକା ଆର୍ଥିକ ପ୍ରତିବନ୍ଧ ସହିତ ବିଶେଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ |
ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ ଏହି ରିପୋର୍ଟକୁ ଖାରଜ କରି କହିଛି ଯେ ଆମେରିକାର ଏହା ହେଉଛି କେତେକ ଦେଶକୁ ବଦନାମ କରିବା ପାଇଁ ଏକ ନୀତି | ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କହିଛି ଯେ ଦେଶର ସର୍ବୋଚ୍ଚ ଅଦାଲତ ସଂଖ୍ୟାଲଘୁମାନଙ୍କ ପୂଜାସ୍ଥଳିର ପବିତ୍ରତା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଅନେକ ଐତିହାସିକ ନିର୍ଣ୍ଣୟ ଦେଇଛି |
ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କହିଛି ଯେ ଧାର୍ମିକ ସ୍ଵଧୀନତା ବିଷୟରେ ଉତ୍ତମ ତାଳମେଳ ବିକଶିତ କରିବା ପାଇଁ ଆମେରିକା ସହିତ ପାକିସ୍ତାନ ମଧ୍ୟ ଅନ୍ତର୍ଜାତୀୟ ସମୁଦାୟ ମଧ୍ୟରେ ସାମିଲ ଅଛି | ପାକିସ୍ତାନ କହିଛି ଏହା ଦୁର୍ଭାଗ୍ୟର କଥା ଯେ ଆମର ସକରାତ୍ମକ ପ୍ରୟାସକୁ ଅଣଦେଖା କରାଯାଇ ଏହି ସୂଚିରେ ସାମିଲ କରାଯାଇଛି |
ପାକିସ୍ତାନ ଅଭିଯୋଗ କରିଛି ଯେ ଧାର୍ମିକ ସ୍ଵଧୀନତା ଲଂଘନ କରୁଥିବା ଦେଶ ମଧ୍ୟରେ ଭାରତ ସବୁଠୁ ଆଗରେ ରହିଛି | ପାକିସ୍ତାନ କହିଛି ଯେ ଭାରତରେ ଧାର୍ମିକ ସ୍ଵାଧୀନତା ଲଂଘନ ମାମଲାରେ ଆମେରିକା କଂଗ୍ରେସ ଦୁଇ ଥର ଶୁଣାଣୀ କରିଛି | ଆମେରିକା ଦୃଷ୍ଟିରେ ନିଜର ଛବିକୁ ସୁଧାରିବା ପାଇଁ ପାକିସ୍ତାନ ପୁଣିଥରେ ଭାରତର ଆଭ୍ୟନ୍ତରିଣ ମାମଲାରେ ହସ୍ତକ୍ଷେପ କରିବାକୁ ପ୍ରୟାସ କରିଛି | ପାକିସ୍ତାନ କହିଛି ଭାରତରେ ସଂଖ୍ୟାଲଘୁମାନଙ୍କୁ ପ୍ରତାଡିତ କରାଯାଉଛି | ଏନଆରସି ଏବଂ ନାଗରିକତା ସଂଶୋଧନ ଅଧିନିୟମ ଭାରତରେ ଧାର୍ମିକ ସ୍ଵଧୀନତାର ଲଂଘନ କରୁଛି |
ପ୍ରକାଶ ଥାଉକି ନାଗରିକତା ସଂଶୋଧନ ଅଧିନିୟମ ଅନ୍ତର୍ଗତ ପାକିସ୍ତାନ, ବାଙ୍ଗଲାଦେଶ ଏବଂ ଆଫଗାନିସ୍ତାନରେ ଧାର୍ମିକ ରୂପେ ପ୍ରତାଡିତ ସଂଖ୍ୟାଲଘୁମାନଙ୍କୁ ଭାରତ ନାଗରିକତା ପ୍ରଦାନ କରିବ |
ଧ୍ୟାନଦେବାର କଥା ଯେ ପାକିସ୍ତାନରେ ଧାର୍ମିକ ସଂଖ୍ୟାଲଘୁମାନଙ୍କ ସ୍ଥିତି ବିଷୟରେ ପୁରା ଦୁନିଆ ଅବଗତ | ପାକିସ୍ତାନର ସଂଖ୍ୟାଲଘୁମାନଙ୍କ ସଂଖ୍ୟା ଏବଂ 5 ଭାଗରୁ ମଧ୍ୟ କମ ଅଛି ସେଠାରେ ସରକାର ଏବଂ ଲୋକମାନେ ଭେଦଭାବ ଦେଖାଇଥାନ୍ତି | ଏପରିକି ସେମାନଙ୍କୁ ଦେଶଦ୍ରୋହୀ ଏବଂ ଗୁପ୍ତଚର କୁହାଯାଇଥାଏ | ପାକିସ୍ତାନରେ ଶିଖ, ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ପରି ଧାର୍ମିକ ସଂଖ୍ୟାଲଘୁମାନଙ୍କ ପୂଜାସ୍ଥଳିକୁ ଅନେକାଂଶରେ ନଷ୍ଟ କରାଯାଇଛି |
ଆଲେଖ୍ୟ: ପଦମ ସିଂହ
ଭାବାନୁବାଦ: ରାମଚଂଦ୍ର ନାଥ

Comments
Post a Comment