Skip to main content

ଆମେରିକାର ଧାର୍ମିକ ଭେଦଭାବ ସୂଚିରେ ପାକିସ୍ତାନର ନାମ କାଏମ

ଆମେରିକା ପାକିସ୍ତାନର ନାମକୁ ଧାର୍ମିକ ଭେଦଭାବ ପ୍ରଦର୍ଶନ କରୁଥିବା ଦେଶମାନଙ୍କ ସୂଚିରେ ରଖିଛି | ଏହି ସୂଚିରେ ମିଆଁମାର, ଚିନ, ଇରାନ, ଉତ୍ତର କୋରିଆ, ସାଉଦି ଆରବ, ତାଜିକିସ୍ତାନ ଏବଂ ତୁର୍କମେନିସ୍ତାନ ମଧ୍ୟ ସାମିଲ ରହିଛି | ଏହି ଦେଶମାନଙ୍କୁ ବିଶେଷରୂପେ ଧ୍ୟାନ ଦେବା ଦେଶ ଅର୍ଥାତ ସିପିସି ଶ୍ରେଣୀରେ ରଖାଯାଇଛି |

ଆମେରିକାର ବିଦେଶ ବିଭାଗ ଏହି ନିର୍ଣ୍ଣୟ ଅନ୍ତର୍ଜାତୀୟ ଧାର୍ମିକ ସ୍ଵତନ୍ତ୍ରତା ଆଇନ 1998 ଅନ୍ତର୍ଗତ ନେଇଛି | ସିପିସି ସୂଚିରେ ସାମିଲ ଦେଶମାନଙ୍କୁ ଧାର୍ମିକ ସ୍ଵତନ୍ତ୍ରତା ଲଂଘନ କରିବା କିମ୍ଵା ଏହାକୁ ସହ୍ୟ କରୁଥିବା ଦେଶ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି | ଏହିସବୁ ଦେଶମାନଙ୍କରେ ଧାର୍ମିକ ଭେଦଭାବ କରାଯାଉଛି ଏବଂ ସରକାର ଏଥିପ୍ରତି କୌଣସି ବିଶେଷ ପଦକ୍ଷେପ ନେଉନାହାନ୍ତି | ଏହି ସୂଚିରେ ସାମିଲ ଦେଶକୁ ଭବିଷ୍ୟତରେ ଆମେରିକା ଆର୍ଥିକ ପ୍ରତିବନ୍ଧ ସହିତ ବିଶେଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ |

ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ ଏହି ରିପୋର୍ଟକୁ ଖାରଜ କରି କହିଛି ଯେ ଆମେରିକାର ଏହା ହେଉଛି କେତେକ ଦେଶକୁ ବଦନାମ କରିବା ପାଇଁ ଏକ ନୀତି | ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କହିଛି ଯେ ଦେଶର ସର୍ବୋଚ୍ଚ ଅଦାଲତ ସଂଖ୍ୟାଲଘୁମାନଙ୍କ ପୂଜାସ୍ଥଳିର ପବିତ୍ରତା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଅନେକ ଐତିହାସିକ ନିର୍ଣ୍ଣୟ ଦେଇଛି |

ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କହିଛି ଯେ ଧାର୍ମିକ ସ୍ଵଧୀନତା ବିଷୟରେ ଉତ୍ତମ ତାଳମେଳ ବିକଶିତ କରିବା ପାଇଁ ଆମେରିକା ସହିତ ପାକିସ୍ତାନ ମଧ୍ୟ ଅନ୍ତର୍ଜାତୀୟ ସମୁଦାୟ ମଧ୍ୟରେ ସାମିଲ ଅଛି | ପାକିସ୍ତାନ କହିଛି ଏହା ଦୁର୍ଭାଗ୍ୟର କଥା ଯେ ଆମର ସକରାତ୍ମକ ପ୍ରୟାସକୁ ଅଣଦେଖା କରାଯାଇ ଏହି ସୂଚିରେ ସାମିଲ କରାଯାଇଛି |

ପାକିସ୍ତାନ ଅଭିଯୋଗ କରିଛି ଯେ ଧାର୍ମିକ ସ୍ଵଧୀନତା ଲଂଘନ କରୁଥିବା ଦେଶ ମଧ୍ୟରେ ଭାରତ ସବୁଠୁ ଆଗରେ ରହିଛି | ପାକିସ୍ତାନ କହିଛି ଯେ ଭାରତରେ ଧାର୍ମିକ ସ୍ଵାଧୀନତା ଲଂଘନ ମାମଲାରେ ଆମେରିକା କଂଗ୍ରେସ ଦୁଇ ଥର ଶୁଣାଣୀ କରିଛି | ଆମେରିକା ଦୃଷ୍ଟିରେ ନିଜର ଛବିକୁ ସୁଧାରିବା ପାଇଁ ପାକିସ୍ତାନ ପୁଣିଥରେ ଭାରତର ଆଭ୍ୟନ୍ତରିଣ ମାମଲାରେ ହସ୍ତକ୍ଷେପ କରିବାକୁ ପ୍ରୟାସ କରିଛି | ପାକିସ୍ତାନ କହିଛି ଭାରତରେ ସଂଖ୍ୟାଲଘୁମାନଙ୍କୁ ପ୍ରତାଡିତ କରାଯାଉଛି | ଏନଆରସି ଏବଂ ନାଗରିକତା ସଂଶୋଧନ ଅଧିନିୟମ ଭାରତରେ ଧାର୍ମିକ ସ୍ଵଧୀନତାର ଲଂଘନ କରୁଛି |

ପ୍ରକାଶ ଥାଉକି ନାଗରିକତା ସଂଶୋଧନ ଅଧିନିୟମ ଅନ୍ତର୍ଗତ ପାକିସ୍ତାନ, ବାଙ୍ଗଲାଦେଶ ଏବଂ ଆଫଗାନିସ୍ତାନରେ ଧାର୍ମିକ ରୂପେ ପ୍ରତାଡିତ ସଂଖ୍ୟାଲଘୁମାନଙ୍କୁ ଭାରତ ନାଗରିକତା ପ୍ରଦାନ କରିବ |

ଧ୍ୟାନଦେବାର କଥା ଯେ ପାକିସ୍ତାନରେ ଧାର୍ମିକ ସଂଖ୍ୟାଲଘୁମାନଙ୍କ ସ୍ଥିତି ବିଷୟରେ ପୁରା ଦୁନିଆ ଅବଗତ | ପାକିସ୍ତାନର ସଂଖ୍ୟାଲଘୁମାନଙ୍କ ସଂଖ୍ୟା ଏବଂ 5 ଭାଗରୁ ମଧ୍ୟ କମ ଅଛି ସେଠାରେ ସରକାର ଏବଂ ଲୋକମାନେ ଭେଦଭାବ ଦେଖାଇଥାନ୍ତି | ଏପରିକି ସେମାନଙ୍କୁ ଦେଶଦ୍ରୋହୀ ଏବଂ ଗୁପ୍ତଚର କୁହାଯାଇଥାଏ | ପାକିସ୍ତାନରେ ଶିଖ, ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ପରି ଧାର୍ମିକ ସଂଖ୍ୟାଲଘୁମାନଙ୍କ ପୂଜାସ୍ଥଳିକୁ ଅନେକାଂଶରେ ନଷ୍ଟ କରାଯାଇଛି |

ଆଲେଖ୍ୟ: ପଦମ ସିଂହ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...