Skip to main content

ଭାରତ-ପ୍ରଶାନ୍ତ ମହାସାଗରୀୟ ଟ୍ରାକ 1.5 ଆଲୋଚନା

ଭାରତ - ପ୍ରଶାନ୍ତ ମହାସାଗରୀୟ ଅବାଧ ଓ ମୁକ୍ତ ଭାବଧାରାକୁ ନେଇ ଭୂ-ରାଜନୈତିକ ପ୍ରସଙ୍ଗ ସରଗରମ ଥିବାବେଳେ ଭାରତ ଷଷ୍ଠ ଭାରତ ମହାସାଗରୀୟ କଥାବାର୍ତ୍ତା ଏବଂ ଏକାଦଶ ଦିଲ୍ଲୀ କଥାବାର୍ତା ସମେତ ଦୁଇଟି ଟ୍ରାକ 1.5 କଥାବାର୍ତ୍ତା ଆୟୋଜନ କରିଥିଲା। ନୀତି ଭିତ୍ତିକ ଓ ଭାଗିଦାରୀମୂଳକ ଅବାଧ, ମୁକ୍ତ ତଥା ସମଷ୍ଠିଗତ କଥାବାର୍ତ୍ତା ଭିତ୍ତିରେ 2019 ଜୁନ ମାସରେ ଭାରତ ପ୍ରଶାନ୍ତ ମହାସାଗରୀୟ ଆସିଆନ ଦୂରଦୃଷ୍ଟି ଏବଂ 2018 ଜୁନ ମାସରେ ଭାରତ ପ୍ରଶାନ୍ତ ମହାସାଗର ପାଇଁ ଭାରତର ଦୂରଦୃଷ୍ଟି ସଂକ୍ରାନ୍ତରେ ସାଙ୍ଗ୍ରିଲା କଥାବାର୍ତ୍ତା ଅନୁଷ୍ଟିତ ହୋଇଥିଲା। ଦୁଇଟି ଟ୍ରାକ 1.5 କଥାବାର୍ତ୍ତା ଏକସଙ୍ଗେ ଅନୁଷ୍ଠିତ ହେବା ପ୍ରଥମ ଘଟଣା।

ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର କହିଥିଲେ ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳ ପାଇଁ ନୂଆଦିଲ୍ଲୀର ଦୂରଦୃଷ୍ଟି ମଧ୍ୟରେ ପ୍ରଶାନ୍ତ ମହାସାଗର ର ପଶ୍ଚିମାଞ୍ଚଳ ସମେତ ଉପସାଗର ଓ ଆଫ୍ରିକୀୟ ଦେଶ ସମୁହ ସମେତ ପୂର୍ବାଞ୍ଚଳ ଭାରତ ମହାସାଗର ଅଞ୍ଚଳ ରହିଛି। ଭାରତ ପ୍ରଶାନ୍ତ ମହାସାଗର ଭାବଧାରା ଉପରେ ପ୍ରତ୍ୟେକ ପକ୍ଷଭୁକ୍ତ ରାଷ୍ଟ୍ରଗୁଡିକ ମଧ୍ୟରେ ଭିନ୍ନଭିନ୍ନ ମତ ପ୍ରକାଶ ପାଉଥିଲେ ମଧ୍ୟ ଆଖିଦୃଶିଆ ସହଯୋଗ ମୂଳକ ପଦକ୍ଷେପଗୁଡିକୁ ଚିହ୍ନଟ କରିବା ଉପରେ ବିଶେଷ ଭାବେ କଥାବାର୍ତ୍ତା ହୋଇଛି। 2019 ନଭେମ୍ୱର ମାସରେ ନୂଆଦିଲ୍ଲୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଭିଯାନ ଆରମ୍ଭ କରିଥିଲା। ପ୍ରଶାନ୍ତ ମହାସାଗରୀୟ ଉପକୂଳବର୍ତ୍ତୀ ଦେଶଗୁଡିକରେ ବିଭିନ୍ନ ପ୍ରକାରର ସାମୁଦ୍ରିକ ନିରାପତ୍ତା ସମେତ ସାମୁଦ୍ରିକ ପରିବେଶ ପରିଚାଳନା, ଦୁର୍ବିପାକ ବିପଦ ହ୍ରାସ ଏବଂ ସାମୁଦ୍ରିକ ସମ୍ୱଳର ନିରନ୍ତର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି।

ଅଧିକନ୍ତୁ ନିରନ୍ତର ମୌଳିକ ଢାଞ୍ଚା ନିର୍ମାଣ ଏବଂ ଉଚ୍ଚମାନର ଆର୍ଥିକ ବ୍ୟବସ୍ଥା ସହ ତାଳ ଦେଇ ଆସିଆନ ଦେଶଗୁଡିକ ମଧ୍ୟରେ ସଂଯୋଗ ସ୍ଥାପନ ପାଇଁ ମାଷ୍ଟର ଯୋଜନାକୁ ଆଞ୍ଚଳିକ ସଂଯୋଗ ସ୍ଥାପନ ସମର୍ଥନ ଦ୍ୱାରା ପକ୍ଷଭୁକ୍ତ ରାଷ୍ଟ୍ରଗୁଡିକ ମଧ୍ୟରେ ସହଯୋଗ ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ। ଶସ୍ତା ଓ ଅଳ୍ପ ଶକ୍ତି ଖର୍ଚ୍ଚରେ ଲୁଣି ପାଣିକୁ ମଧୁର ଜଳରେ ପରିଣତ କରିବା ପ୍ଲାଣ୍ଟ ସ୍ଥାପନ ପାଇଁ କାରିଗରୀ ବିଦ୍ୟା ଆଦାନପ୍ରଦାନ ସମେତ ଭାଗିଦାରୀ ଭିତ୍ତିରେ ଏହି ପ୍ରକଳ୍ପଗୁଡିକୁ ଆଗେଇ ନେବା ସକାଶେ ଭାରତ ମହାସାଗର ଉପକୂଳବର୍ତ୍ତୀ ରାଷ୍ଟ୍ରଗୁଡିକ ପାଇଁ ଏକ ବଡ ଆହ୍ୱାନ ଦେଖାଦେଇଛି। ଏତଦବ୍ୟତିତ ଡକ୍ଟରେଟ ପରବର୍ତ୍ତି ଗବେଷଣା ପାଇଁ ଫେଲୋସିପ ଯୋଜନା ଜରିଆରେ ଆଖିଦୃଶିଆ ସହଯୋଗ ହାସଲ ହୋଇପାରିବ ବୋଲି ଭାରତ ମତବ୍ୟକ୍ତ କରିଛି। ଦିଲ୍ଲୀ କଥାବାର୍ତ୍ତାରେ ଭାରତ ପ୍ରଶାନ୍ତ ମହାସାଗର ଏବଂ ଶିଳ୍ପ ବିପ୍ଳବ 4.0 ସ୍ଥାପନ ଲାଗି ସ୍ଥାପତ୍ୟ ଓ ପୋଲ୍ଲ ନିର୍ମାଣ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଛି।

ଭାରତ ମହାସାଗର ଉପକୂଳବର୍ତ୍ତୀ ରାଷ୍ଟ୍ର ସଂଘ ବା (IORA)ର ମହାସଚିବ ଡକ୍ଟର ନୋମ୍ଭୁୟୋ ନୋକେ ଆଞ୍ଚଳିକ ଢାଞ୍ଚା କ୍ଷେତ୍ରରେ ନୂଆ ଶକ୍ତିର ଅନୁସନ୍ଧାନ ତଥା (IORA), ଆସିଆନ ଓ ବଙ୍ଗୋପ ସାଗର ବହୁ ପକ୍ଷୀୟ ବୈଷୟିକ ଓ ଅର୍ଥନୈତିକ ସହଯୋଗ ସଂଗଠନ (ବିମଷ୍ଟେକ) ମଧ୍ୟରେ ସହଯୋଗର ଆବଶ୍ୟକତା ପ୍ରତି ଗୁରୁତ୍ୱ ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡିକ ମଧ୍ୟରେ ସାମୁହିକ ପଦକ୍ଷେପକୁ IORAର ତିନୋଟି ନୀତି ଦ୍ୱାରା ପଥ ପ୍ରଦର୍ଶନ କରାଯାଇ ପାରିବ। ଏଥି ମଧ୍ୟରେ ସାମଗ୍ରିକତା, ସହମତି, ସବୁ ଦେଶ ମଧ୍ୟରେ ସମାନତା ଓ ନିୟମ ଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥା ତଥା ଭାଗିଦାରୀ ରାଷ୍ଟ୍ରଗୁଡିକ ମଧ୍ୟରେ ଆପୋଷ ଫାଇଦା ପାଇଁ ଶାନ୍ତିପୂର୍ଣ୍ଣ ସହଯୋଗ ବିଷୟ ଉଲ୍ଲେଖ କରାଯାଇଛି।

ଏହି ସାମୁଦ୍ରିକ ଅଞ୍ଚଳକୁ ନେଇ ବଡବଡ ଶକ୍ତିଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦ, ସୁରକ୍ଷାବାଦ ଓ ବହୁପକ୍ଷୀୟ ଆସ୍ଥା ହ୍ରାସ ପାଉଥିବାବେଳେ ଭାରତ ପ୍ରଶାନ୍ତ ମହାସାଗର ସଂକ୍ରାନ୍ତରେ ଆସିଆନ ଦୂରଦୃଷ୍ଟିର ସକରାତ୍ମକ ଦୀଗଗୁଡିକ ଉପରେ ଇଣ୍ତୋନେସିଆର ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ରେଟନୋ ଏଲ.ପି ମର୍ସୁଡି ଆଲୋକପାତ କରିଛନ୍ତି। ଅବାଧ, ମୁକ୍ତ ଓ ଯଥାର୍ଥ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା ଏହି ରାଷ୍ଟରଗୁଡିକୁ ଆଗେଇ ନେବ ବୋଲି ଶ୍ରୀମତୀ ମର୍ସୁଡି ମତ ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ବିଷୟ ଉଲ୍ଲେଖ କରି ଶ୍ରୀମତୀ ମର୍ସୁଡି କହିଛନ୍ତି ସାମଗ୍ରୀକତା, ସ୍ୱଚ୍ଛତା ଏବଂ ଖୋଲା ମନଭାବ ଜରିଆରେ ଭାଗିଦାରୀତା ସ୍ଥାପନ ଗୁରୁତ୍ୱପୂର୍ଣ୍ଣ ବୋଲି ମଧ୍ୟ ସେ କହିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗର ସମୁଦ୍ର ପଥରେ ଶତକଡା 40 ଭାଗ ବିଶ୍ୱ ବାଣିଜ୍ୟ କାରବାର ହେଉଥିବାବେଳେ ଶତକଡା 61 ଭାଗ ଅଶୌଧିତ ତୈଳ ସମୁଦ୍ର ପଥରେ ପରିବହନ ହେଉଛି । 24 ଟ୍ରିଲିୟନ ଆମେରେକୀୟ ଡଲାର ମୂଲ୍ୟର କାରବାର ସମୁଦ୍ର ପଥରେ ହେଉଥିବା କଥା ସେ ଦର୍ଶାଇଛନ୍ତି ଏଣୁ ସମସ୍ତେ ଏକତ୍ର ହୋଇ ସହଯୋଗମୂଳକ ପଦକ୍ଷେପ ନେବା ସଙ୍ଗେସଙ୍ଗେ ମତ ପାର୍ଥକ ଦ୍ୱନ୍ଦରୁ ଦୂରେଇ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଭାରତ ମହାସାଗରୀୟ ଅଞ୍ଚଳରେ ଭାରତ ଆସିଆନ ସହଯୋଗ ବିକାଶ ସଂପର୍କୀୟ କଥାବାର୍ତାରେ ପ୍ରତିଫଳିତ ହୋଇଥିବାରୁ ପାରମ୍ପରିକ ଓ ଅଣ ପାରମ୍ପରିକ ନିରାପତ୍ତା ବିପଦଗୁଡିକୁ ମୁକାବିଲା କରିବାର ଆବଶ୍ୟକତା ଦେଖାଦେଇଛି। ଭାରତ ଆସିଆନ ସାମୁଦ୍ରିକ ଅର୍ଥନୈତିକ ସହଯୋଗ ଛଡା ସାମୁଦ୍ରିକ ମୌଳିକ ଢାଞ୍ଚା ଓ ସଂଯୋଗ ସ୍ଥାପନ ପ୍ରକଳ୍ପଗୁଡିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସୁଯୋଗ ରହିଥିବା କଥା ମଧ୍ୟ ଦର୍ଶା ଯାଇଛି। 2020 ଭାରତ-ପ୍ରଶାନ୍ତ ମହାସାଗର ଫୋରମରେ ଯୋଗ ଦେବା ପାଇଁ ଇଣ୍ତୋନେସିଆ ଭାରତକୁ ନିମନ୍ତ୍ରଣ ଜଣାଇଛି। 

ଭାରତ-ପ୍ରଶାନ୍ତ ମହାସାଗରୀୟ ସଂପ୍ରଦାୟ ଗଠନ କ୍ଷେତ୍ରରେ ଉଭା ହୋଇଥିବା ଚ୍ୟାଲେଞ୍ଜଗୁଡିକ ବ୍ୟତିରେକ ସାଂସ୍କୃତିକ ଐତିହାସୀକ ସଂପର୍କ ଏବଂ ମଜବୁତ ସାମରିକ ସଂପର୍କ ସ୍ଥାପନର ଆବଶ୍ୟକ ଥିବା କଥା ଉଲ୍ଲେଖ କରାଯାଇଛି। IORA ଓ ଆସିଆନ ଭାଗିଦାରୀ ରାଷ୍ଟ୍ରଗୁଡିକ ସହ ଏହି 1.5 ଟ୍ରାକ କଥାବାର୍ତ୍ତା ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଖୋଲାମନୋଭାବ, ସ୍ୱାଧୀନତା, ସାମଗ୍ରୀକତା, ନୀତିଭିତ୍ତିକ ସ୍ଥାପତ୍ୟ ସ୍ଥାପନ ଓ ସବୁ ରାଷ୍ଟରଗୁଡିକ ମଧ୍ୟରେ ସମାନତା ବିଷୟଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶା ଯାଇଛି।

ଆଲେଖ୍ୟ: ଡକ୍ଟର ତିତଲି ବସୁ

ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...