Skip to main content

ଭାରତ ଓ ଓମାନ ମଧ୍ୟରେ ସାମରିକ ସମ୍ପର୍କ ବୃଦ୍ଧି

ଓମାନ ତାଠାରୁ ବଡ ଓ ପଡୋଶୀ ଧନୀ ରାଷ୍ଟ୍ର ଗୁଡିକ ତୁଳନାରେ ଅନ୍ତର୍ଜାତୀୟ ସ୍ତରରେ ବିଶେଷ ଦୃଷ୍ଟି ଆକର୍ଷଣ କରିପାରିନଥିଲେ ମଧ୍ୟ ପାରସ୍ୟ ଉପସାଗର ପ୍ରବେଶ ପଥରେ ଥିବା ଏହି ଦେଶ ଭାରତର ପରିବର୍ଦ୍ଧିତ ସାମରିକ ଗୁରୁତ୍ୱପୂର୍ଣ୍ଣ ପଡୋଶୀ ରାଷ୍ଟ୍ର ଭାବେ ବିବେଚନା କରାଯାଉଛି | ଏହି ଦେଶ ଆଭ୍ୟନ୍ତରୀଣ ବିଶ୍ରୂଙ୍ଖଳା ଭିତରେ ବୁଡି ରହିଥିଲା ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଅର୍ଥନୈତିକ ବିକାଶ କ୍ଷେତ୍ରରେ ପଛରେ ପଡିଥିବା ବେଳେ ସୁଲତାନ କ୍ଵାବୁସଙ୍କ ନେତୃତ୍ଵ ଅଧୀନରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହାସଲ କରିଛି | 1970 ଦଶକରେ ସେ ଦେଶର ସୁଲତାନ ତୈଳ ସମ୍ପଦ ଜରିଆରେ ଦେଶର ଆର୍ଥିକ ପ୍ରଗତିକୁ ଉପରକୁ ଉଠାଇବା ସଙ୍ଗେ ସଙ୍ଗେ ସେ ଦେଶକୁ ସମୃଦ୍ଧ କରିବାକୁ ସକ୍ଷମ ହୋଇଥିଲେ | ସୁଲତାନ କ୍ଵାବୁସଙ୍କ ଅଧିନରେ ଓମାନ ପଡୋଶୀ ରାଷ୍ଟ୍ର ଗୁଡିକ ସହ ସମ୍ପର୍କରେ ସମତୁଲତା ରକ୍ଷା କରିବା ସହ ବିଖଣ୍ଡିତ ଉପସାଗର ଅଞ୍ଚଳରେ ପଡୋଶୀ ରାଷ୍ଟ୍ର ଗୁଡିକର ଭୂମିକାକୁ ପ୍ରାଧାନ୍ୟ ଦେଇଥିଲେ | ଆଞ୍ଚଳିକ ଉତ୍ତେଜନା ହ୍ରାସ ଏବଂ ବିବାଦୀୟ ସମସ୍ଯା ଗୁଡିକର ସମାଧାନ କରିବା କ୍ଷେତ୍ରରେ ନେପଥ୍ୟରେ କୂଟନୈତିକ ଭୂମିକା ପାଇଁ ଓମାନକୁ ନିଶ୍ଚିତ ଭାବେ ପ୍ରାଧାନ୍ୟ ଦିଆଯିବ |

ଭାରତ ଓମାନକୁ ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ଭାବେ ସ୍ବୀକୃତି ଦେଉଛି ଏବଂ ଗତ କେଇ ଦଶନ୍ଧି ହେଲା ସେ ଦେଶ ସହ ମଜବୁତ ଦ୍ଵିପକ୍ଷୀୟ ସମ୍ପର୍କ ସ୍ଥାପନ କରିଛି | ଓମାନ ସହ ରାଜନୈତିକ, କୂଟନୈତିକ ଓ ବାଣିଜ୍ୟିକ ଏବଂ ସାମରିକ ସମ୍ପର୍କକୁ ଭାରତ ପ୍ରାଧାନ୍ୟ ଦେଉଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନରେ ଉପସାଗରୀୟ ଦେଶ ଗୁଡିକ ସହ ରାଜନୈତିକ ଓ କୂଟନୈତିକ ସମ୍ପର୍କ ସ୍ଥାପନ ଲାଗି ଗୁରୁତ୍ଵ ଦିଆଯାଉଛି | 2014 ମସିହା ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ଵ ଗ୍ରହଣ କରିବା ପରେ ଓମାନର ବୈଦେଶିକ ମନ୍ତ୍ରୀ ଯୁସୁଫ ବିନ ଆଲାୱି ତାଙ୍କୁ ସାକ୍ଷାତ କରିବାରେ ପ୍ରଥମ ବିଦେଶୀ ପ୍ରତିନିଧି ଥିଲେ| 2015 ଫେବୃୟାରି ମାସରେ ସୁଷମା ସ୍ଵରାଜ ସେ ଦେଶ ଗସ୍ତରେ ଯାଇଥିବା ବେଳେ 2016 ମେ ମାସରେ ତତକାଳିନ ପ୍ରତିରକ୍ଷା ମନ୍ତ୍ରୀ ସ୍ଵର୍ଗତ ମନୋହର ପାରିକର ମଧ୍ୟ ସେ ଦେଶ ଗସ୍ତରେ ଯାଇଥିଲେ |

ଓମାନ ସହ ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ବୃଦ୍ଧି କରିବା ପାଇଁ 2018 ଫେବୃୟାରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମସକଟ ଯାଇଥିଲେ ସେଠାରେ ସେ ସୁଲତାନ କ୍ଵାବୁସଙ୍କୁ ସାକ୍ଷାତ କରିଥିଲେ | ଉଭୟ ନେତାଙ୍କ ମଧ୍ୟରେ ଆପୋଷ ସ୍ଵାର୍ଥ ବିଜଡିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦ୍ଵିପକ୍ଷୀୟ, ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଗୁଡିକ ଉପରେ ଆଲୋଚନା ହୋଇଥିଲା | ବାଣିଜ୍ୟ ଓ ପୁଞ୍ଜି ନିବେଶ ଜରିଆରେ ବ୍ୟବସାୟିକ ସମ୍ପର୍କରେ ଉନ୍ନତି ଆଣିବା ଏବଂ ଉଭୟ ଦେଶ ସମ୍ମୁଖୀନ ହେଉଥିବା ସାନ୍ତ୍ରାସବାଦ ଓ ଉଗ୍ରବାଦର ମୁକାବିଲା କରିବା ପାଇଁ ନିରାପତ୍ତା ସମ୍ପର୍କକୁ ମଜବୁତ କରିବା ପାଇଁ ଉଭୟ ନେତାଙ୍କ ମଧ୍ୟରେ ବିଶେଷ ଭାବେ ଆଲୋଚନା ହୋଇଥିଲା | ସାମୁଦ୍ରିକ ନିରାପତ୍ତା କ୍ଷେତ୍ରରେ ମିଳିମିଶି କାମ କରିବାକୁ ଉଭୟ ଦେଶ ସହମତ ହୋଇଥିଲେ ଏବଂ ଭାରତ ମହାସାଗରରେ ପହରା ଦେଉଥିବା ଭାରତୀୟ ନୌଯୁଦ୍ଧ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ଡୁକାମ ବନ୍ଦରକୁ ବ୍ୟବହାର ସଙ୍କ୍ରାନ୍ତ ପ୍ରତିରକ୍ଷା ବୁଝାମଣା ପତ୍ରରେ ସ୍ଵାକ୍ଷର କରିବା ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ |

ଦୁଇ ଦେଶ ମଧ୍ୟରେ ଭାଗିଦାରି ସମ୍ପର୍କ ବୃଦ୍ଧି ପାଉଥିବା ବେଳେ ଚଳିତ ସପ୍ତାହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କର ଓମାନ ଗସ୍ତରେ ଯାଇଥିଲେ | ଏହି ଗସ୍ତ କାଳରେ ଅନ୍ୟାନ୍ୟ ନେତା ମାନଙ୍କ ସହ ଶ୍ରୀ ଜୟଶଙ୍କର ଓମାନ ପ୍ରତିପକ୍ଷ ୟୁସୁଫ ବିନ ଅଲାୱିଙ୍କୁ ସାକ୍ଷାତ କରି ଆପୋଷ ସ୍ଵାର୍ଥ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡିକ ଉପରେ ଆଲୋଚନା କରିଥିଲେ | ନୌ ପରିବହନ ସହଯୋଗ ସଙ୍କ୍ରାନ୍ତ ଏକ ରାଜିନାମାରେ ଉଭୟ ପକ୍ଷ ସ୍ଵାକ୍ଷର କରିଥିଲେ | ମସକାଟ ରେ ରହୁଥିବା ଭାରରତୀୟ ମାନଙ୍କ ସହ ମଧ୍ୟ ଶ୍ରୀ ଜୟଶଙ୍କର ଭାବ ବିନିମୟ କରିଥିଲେ | ପାଖାପାଖି 7 ଲକ୍ଷ 80 ହଜାର ଭାରତୀୟ ସେ ଦେଶର ଆର୍ଥିକ ବିକାଶ କ୍ଷେତ୍ରରେ ବିଶେଷ ଅବଦାନ ରଖିଛନ୍ତି |

ଭାରତ ହେଉଛି ଓମାନର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ଭାଗୀଦାରି ରାଷ୍ଟ୍ର | 2018-19 ବର୍ଷରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟ 5 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିଲା | ଭରତ, ଓମାନ ରୁ ମୁଖ୍ଯତଃ ଶକ୍ତି ଓ ସାର ଆମଦାନୀ କରିଥାଏ |

ଉପସାଗରରେ ଓମାନକୁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଭାଗୀଦାରୀ ରାଷ୍ଟ୍ର ବୋଲି ବିବେଚନା କରୁଛି ଏବଂ ଡଃ ଜୟଶଙ୍କରଙ୍କ ସେ ଦେଶକୁ ଗସ୍ତ ଦ୍ଵାରା ସେ ଦେଶର ରାଜନୈତିକ ନେତୃତ୍ଵ ସହ ଦ୍ଵିପକ୍ଷୀୟ ଓ ଆଞ୍ଚଳିକ ତଥା ବିଶ୍ଵ ସ୍ତରୀୟ କଥାବାର୍ତ୍ତା ଯୋଗୁଁ ସେହି ଦେଶ ସହ ଓ ସେହି ଅଞ୍ଚଳରେ ଭାରତର ପ୍ରଭାବ ବୃଦ୍ଧି ପାଇଛି | ଏହି ଉଚ୍ଚ ସ୍ତରୀୟ ଗସ୍ତ ଯୋଗୁଁ ଭାରତର କୂଟନୈତିକ ଓ ରାଜନୈତିକ ପହଞ୍ଚ ଆହୁରି ସମ୍ପ୍ରସାରିତ ହୋଇଛି ଏବଂ ଉପସାଗର ଅଞ୍ଚଳରେ ଭାରତର ପ୍ରଭାବ ବିସ୍ତାର ଲକ୍ଷ୍ୟ ସଫଳ ହୋଇଛି |

ଭାରତର ବୈଦେଶିକ ମନ୍ତ୍ରୀଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ରାଜନୈତିକ ଓ କୂଟନୈତିକ ସ୍ତରରେ ଉପସାଗର ଅଞ୍ଚଳରେ ସମ୍ପର୍କ ବିସ୍ତାର ପ୍ରସଙ୍ଗ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି |


ମୂଳଲେଖା : ଡଃ ମହମ୍ମଦ ମୁଦ୍ଦାଶିର କ୍ଵାମର, ପଶ୍ଚିମ ଏସିଆ ଉପରେ ସାମରିକ ବିଶ୍ଳେଷକ

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...