Skip to main content

ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଷଷ୍ଠ ମିଳିତ କମିଶନ ବୈଠକ

ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଷଷ୍ଠ ମିଳିତ କମିଶନ ବୈଠକ(ଜେସିଏମ) ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମାଳଦ୍ୱୀପର ବୈଦେଶିକ ମନ୍ତ୍ରୀ ଅବଦ୍ଦୁଲ୍ଲା ଶାହିଦ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଅଧ୍ୟକ୍ଷତା କରିଥିଲେ। ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଦ୍ୱିପକ୍ଷୀୟ ସହଯୋଗର ସମସ୍ତ ବିଷୟ ଉପରେ ସମୀକ୍ଷା କରାଯିବାର ସୁଯୋଗ ଦେଇଛି।

ମାଳଦ୍ୱୀପରେ ଶୋଲି ସରକାରଙ୍କ ଗଠନ ପରେ ଗତ ବର୍ଷକ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗ ବୃଦ୍ଧି ପାଇବାର ପଥ ଖୋଲିଯାଇଛି। ବିକାଶମୂଳକ ସହାୟତା ମାଧ୍ୟମରେ ମାଳଦ୍ୱୀପରେ ସାମାଜିକ କ୍ଷେତ୍ରରେ ବିକାଶ କରାଯିବା ସହିତ ଦୁଇ ଦେଶ ସାମୁଦ୍ରିକ ବିଷୟ, ନିରାପତ୍ତା ଏବଂ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ସଂପର୍କର ବିକାଶ ପାଇଁ ଚେଷ୍ଟା କରାଯାଉଛି। ମାଳଦ୍ୱୀପରେ ରାଷ୍ଟ୍ରପତି ନିର୍ବାଚନ ପରେ ଭାରତ 1.4 ବିଲିୟନ ଡଲାରର ଅର୍ଥନୈତିକ ପ୍ୟାକେଜ ଘୋଷଣା କରିଛି। ଏହାବ୍ୟତିତ ଭାରତ ମାଳଦ୍ୱୀପକୁ 800 ମିଲିୟନ ଡଲାର ଋଣ ସହାୟତା ଭିତ୍ତିଭୂମି ପ୍ରକଳ୍ପ ପାଇଁ ଏବଂ 5.6 ମିଲିୟନ ଡଲାର ସହାୟତା ସାମୁଦାୟିକ ବିକାଶ ବିକାଶ ପ୍ରକଳ୍ପ ପାଇଁ ଦେଇଛି। ଏହି ବିକାଶମୂଳକ ପ୍ରକଳ୍ପ ପାଇଁ ସହାୟତା ମାଳଦ୍ୱୀପ ବିଭିନ୍ନ ଦ୍ୱୀପ ମଧ୍ୟରେ ରହିତିବା ବିକାଶମୂଳକ ତାରତମ୍ୟକୁ ଦଜୂର କରିବାରେ ସହାୟକ ହେବ। ଜାତିସଂଘ ମାନବୀୟ ବିକାଶ ରିପୋର୍ଟ 2019 ଅନୁଯାୟୀ ମାଳଦ୍ୱୀପରେ ଅସମାନତା ଅଧିକ ରହିଛି।

କ୍ଷେତ୍ରରେ ଅଣ ପାରମ୍ପରିକ ବିପଦ ବଞୁଥିବାରୁ ନିରାପତ୍ତା ସହଯୋଗ ଦ୍ୱିପକ୍ଷୀୟ ସଂପର୍କ କ୍ଷେତ୍ରରେ ଅଗ୍ରାଧିକାର ନେଇଛି। ସାମୁଦ୍ରିକ ନିରାପତ୍ତା ପାଇଁ ଭାରତ ମାଳଦ୍ୱିପକୁ ଉପକୂଳ ରକ୍ଷୀ ଜାହାଜ କାମୟାବ ଉପହାର ଭାବେ ଦେଇଛି। ମାଳଦ୍ୱିପ ଜାତୀୟ ପ୍ରତିରକ୍ଷା ବାହିନୀ ପାଇଁ ଭିତ୍ତିଭୂମି ଏବଂ ତାଲିମ ତଥା ଉପକୂଳ ପ୍ରଦକ୍ଷଣ ରାଡାର ପ୍ରଣାଳି ସ୍ଥାପନ ନିମନ୍ତେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ମଧ୍ୟ ରହିଛି। ସନ୍ତ୍ରାସବାଦର ମୁକାବିଲା, ଉଗ୍ର ହିଂସାର ମୁକାବିଲା ଏବଂ ମୌଳବାଦର ଉତ୍ପାଟନ ନିମନ୍ତେ ମିଳିତ କାର୍ଯ୍ୟକାରୀ ଗୋଷ୍ଠି ଗଠନ କରିବା ପାଇଁ ଦୁଇ ଦେଶ ନିଷ୍ପତ୍ତି ନେଇଛନ୍ତି।

ସନ୍ତ୍ରାସବାଦର ମୁକାବିଲା ପାଇଁ ମାଳଦ୍ୱିପ ଅନେକ ପଦକ୍ଷେପ ନେଇଛି। ସନ୍ତ୍ରାସବାଦ ପ୍ରତିରୋଧ ଆଇନର ସଂଶୋଧନ କରାଯାଇ ସିରିୟାକୁ ଯୁଦ୍ଧ ଅଞ୍ଚଳ ଏବଂ ସରକାରଙ୍କ ବିନା ଅନୁମତିରେ ସିରିୟା ଗସ୍ତ ଦଣ୍ତନୀୟ ବୋଲି ଘୋଷଣା କରାଯାଇଛି। ଇସଲାମିକ ଷ୍ଟେଟ ଏବଂ ଅଲକାଏଦା ପରି ସନ୍ତ୍ରାସବାଦି ସଂଗଠନ ସହ ଜଡିତ ନାଗରିକମାନଙ୍କ ବିରୁଦ୍ଧରେ ଅଭିଯୋଗ ସଂକ୍ରାନ୍ତିୟ ସୂଚନା ମାଳଦ୍ୱିପ ରାଷ୍ଟ୍ରପତିଙ୍କ ଦ୍ୱାରା ଗଠିତ କମିଶନଙ୍କ ପକ୍ଷରୁ ମଗାଯାଇଛି। ମାଳଦ୍ୱିପର ମହମ୍ମଦ ଅମିନଙ୍କୁ ପ୍ରଥମ ସନ୍ତ୍ରାସବାଦି ନେତା ଭାବେ ଆମେରିକା ପକ୍ଷରୁ ଘୋଷଣା କରାଯାଇଛି। ନିଖୋଜ ଓ ମୃତ୍ୟୁ ସଂକ୍ରାନ୍ତୀୟ ରାଷ୍ଟ୍ରପତିଙ୍କ କମିଶନ ମଧ୍ୟ ଅଲକାଏଦା ସହ ସଂପର୍କ ରଖିଥିବା ମହମ୍ମଦ ମଜିଦ ଓ ସୁମିତ ମହମ୍ମଦଙ୍କ ନାଁ ଘୋଷଣା କରିଛନ୍ତି। ସେମାନେ ଅହମ୍ମଦ ରିଲୱାନ ୟମିନ ରସିଦଙ୍କ ପରି ସାମ୍ୱାଦିକ ଓ ବିଶିଷ୍ଟ ସ୍ତମ୍ୱକାରମାନଙ୍କୁ ହତ୍ୟା ସହ ଜଡିତ ଥିବା କଥା ଅଭିଯୋଗ କରାଯାଇଛି। 2014 ଜାନୁୟାରୀ ମାସରୁ ମାଳଦ୍ୱିପରେ 188ଟି ଧାର୍ମିକ ଉଗ୍ରବାଦ ଘଟଣା ଘଟିଥିବାର ପ୍ରକାଶ ପାଇଛି।

ଦ୍ୱିପକ୍ଷୀୟ ସଂପର୍କରେ ଡିଜିଟାଲ ସଂଯୋଗତା ଏବଂ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସଂପର୍କ ବୃଦ୍ଧି ଅଗ୍ରାଧିକାର ଦିଆଯିବା ସଙ୍ଗେସଙ୍ଗେ ମାଳଦ୍ୱୀପରେ ରୁପେ ବ୍ୟବସ୍ଥାକୁ ଆପଣାଇବା ଏବଂ ରାଷ୍ଟ୍ରୀୟ ନଲେଜ ନେଟୱାର୍କ ମାଧ୍ୟମରେ ସବୁପ୍ରକାରର ସଂଯୋଗ ସ୍ଥାପନକୁ ମଜବୁତ କରିବା ପାଇଁ ଜେସିଏମ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଭାରତର ପାଣ୍ଠିରେ ହୁଲହୁମାଲେ କ୍ରିକେଟ ଷ୍ଟାଡିୟମ ନିର୍ମାଣର ପ୍ରଗତି ବିଷୟକୁ ମଧ୍ୟ ଜେସିଏମ ସମୀକ୍ଷା କରିଛି। ଜେସିଏମର ଷଷ୍ଠ ବୈଠକରେ ଭାରତର ନିର୍ବାଚନ କମିଶନ ଏବଂ ମାଳଦ୍ୱିପର ନିର୍ବାଚନ କମିଶନ ମଧ୍ୟରେ ଦୁଇଟି ବୁଝାମଣା ପତ୍ର ସ୍ୱାକ୍ଷର କରିବା ପାଇଁ ସ୍ଥିର କରାଯାଇଛି। ଅପରାଧ ସଂକ୍ରାନ୍ତରେ ଦୁଇ ଦେଶ ମଧ୍ୟରେ ଆପୋଷ ଆଇନ ସଂକ୍ରାନ୍ତ ଚୁକ୍ତିକୁ ମଧ୍ୟ ଏହି ବୈଠକରେ ଗୃହୀତ କରାଯାଇଛି। ମାଳଦ୍ୱୀପର ବୈଦେଶିକ ମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ଦୁଇ ପକ୍ଷ ମଧ୍ୟରେ ପ୍ରଗତିକୁ ସମୀକ୍ଷା କରିବା ଏବଂ ଆପୋଷ ସ୍ୱାର୍ଥ ବିଜଡିତ ସହଯୋଗ ମୂଳକ ପଦକ୍ଷେପଗୁଡିକୁ ତ୍ୱରାନ୍ୱିତ କରିବାକୁ ଜେସିଏମ ସମର୍ଥ ହେବବୋଲି ଜଣାଇଛନ୍ତି।

ଗତ ବର୍ଷ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ କଥାବାର୍ତ୍ତାଗୁଡିକ ଅତ୍ୟନ୍ତ ଫଳପ୍ରଦ ହୋଇଥିଲା। ଅନେକ ଉଚ୍ଚସ୍ତରିୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଆସ୍ଥା ସୃଷ୍ଟିକାରୀ ପଦକ୍ଷେପ ପାଇଁ ସମ୍ଭାବ୍ୟ କ୍ଷେତ୍ରଗୁଡିକରେ ଭାରତ ସହ ଜଡିତ ରହିବା ଏବଂ ପ୍ରକଳ୍ପଗୁଡିକର ତ୍ୱରିତ ରୂପାୟନ ପାଇଁ ଭାରତ ସହ ମିଳିମିଶି କାମ କରିବାକୁ ମାଳଦ୍ୱିପ ତାର ଇଛା ବିଷୟ ଜଣାଇଛି। ମାଳଦ୍ୱୀପରେ ଦେଶୀୟ ରାଜନୈତିକ ସ୍ଥିରତା ଯୋଗୁଁ ସହଯୋଗ ଆହୁରି ବୃଦ୍ଧି ପାଇଛି।

ଚାରି ବର୍ଷ ପରେ ଜେସିଏମର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଭାରତ ମାଳଦ୍ୱୀପ ଦ୍ୱିପକ୍ଷୀୟ ସହଯୋଗକୁ ବୃଦ୍ଧି କରିବା ଦିଗରେ ଏହା ସହାୟକ ହୋଇଛି। ଦୁଇ ଦେଶ ମଧ୍ୟରେ ରାଜିନାମା ଅନୁଯାୟୀ ପ୍ରକଳ୍ପଗୁଡିକର ତ୍ୱରିତ ରୂପାୟନକୁ ସୁନିଶ୍ଚିତ କରିବା ଉଭୟ ଦେଶ ପାଇଁ ବାସ୍ତବ ଆହ୍ୱାନ ଦେଖାଦେଇଛି। ମାଳଦ୍ୱୀପ ଭାବୁଛି ଅଚଳ ହୋଇ ପଡିଥିବା ସାର୍କ ଅଧିନରେ ଆଞ୍ଚଳିକ ସହଯୋଗ ଆରମ୍ଭ କରାଯିବା ସଙ୍ଗେ ସଙ୍ଗେଫଳଦାୟୀ ପଦକ୍ଷେପ ଜରିଆରେ ଲୋକମାନଙ୍କର ଆଖିଦୃଶିଆ ଉନ୍ନତି ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ମାଳଦ୍ୱିପ ଇଛାବ୍ୟକ୍ତ କରିଛି। ଦ୍ୱିପକ୍ଷୀୟ ଓ ଆଞ୍ଚଳିକ ସହଯୋଗ ବୃଦ୍ଧି କରିବାକୁ ଉଭୟ ଦେଶ ହାତକୁ ହାତ ମିଳାଇ କାମ କରିବା ଉଚିତ ବୋଲି ମାଳଦ୍ୱିପ ମତ ଦେଇଛି। ସପ୍ତମ ଜେସିଏମ ବୈଠକ 2021 ମସିହାରେ ମାଳଦ୍ୱୀପରେ ବସିବାକୁ ସ୍ଥିର କରାଯାଇଛି ।

ଆଲେଖ୍ୟ: ଡକ୍ଟର ଏମ. ସମଥା

ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...