ଆଫଗାନିସ୍ତାନରେ ରାଷ୍ଟ୍ରପତି ନିର୍ବାଚନର ପ୍ରାରମ୍ଭିକ ଫଳାଫଳର ଘୋଷଣା ସହିତ ଯୁଦ୍ଧ ବିଧ୍ଵସ୍ତ ସେହି ଦେଶରେ ଗଣତାନ୍ତ୍ରିକ ପ୍ରତିଷ୍ଠାନ ଗୁଡିକୁ ମଜବୁତ କରିବା ପାଇଁ ଆଉ ଏକ ସଫଳତା ଦିଗରେ ସେ ଦେଶ ଆଗେଇଛି | ଆଫଗାନିସ୍ତାନର ନିରପେକ୍ଷ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ଉପସ୍ଥିତ ରାଷ୍ଟ୍ରପତି ଅଶରଫ ଘନୀ ଶତକଡା 50.46 ଭାଗ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଶ୍ରୀ ଘନୀଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ପୂର୍ବତନ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଅବଦୁଲ୍ଲା 2 ଲକ୍ଷ ଭୋଟରେ ହାରି ଯାଇଛନ୍ତି |
ତାଲିବାନ ଦ୍ଵାରା ଅମାନବୀୟ ହିଂସା ସମ୍ମୁଖରେ ବେସାମରିକ ଶାସନର ଆଧିପତ୍ୟକୁ ପ୍ରତିଷ୍ଠା କରିବା ପାଇଁ ସେ ଦେଶ ସଂଗ୍ରାମ କରୁଥିବା ବେଳେ ନିର୍ବାଚନ ଜାଲିଆତିକୁ ଏଡେଇବା ପାଇଁ ନିର୍ବାଚନ କମିଶନ ପକ୍ଷରୁ କଡା ସତର୍କତା ଅବଲମ୍ବନ କରାଯାଉଛି | ଫଳରେ ହଜାର ହଜାର ସଂଖ୍ୟକ ଭୋଟଦାତା ବାଇଓ ମେଟ୍ରିକ ପରୀକ୍ଷାରେ ବିଫଳ ହେବାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି| ଏହା ସତ୍ତ୍ୱେ ମଧ୍ୟ ନିର୍ବାଚନ ସଂକ୍ରାନ୍ତ ଅନେକ ଅଭିଯୋଗ ହସ୍ତଗତ ହୋଇଛି ଏବଂ ନିର୍ବାଚନ କମିଶନ ପକ୍ଷରୁ ସବୁ ଅଭିଯୋଗ ଉପରେ ବିବେଚନା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି |
ଏହି ପ୍ରକ୍ରିୟା ଅନେକ ସପ୍ତାହ ଅଥବା କେଇ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ଆଶା କରାଯାଉଛି ଏବଂ ପରିଶେଷରେ ଯଦି ଅଶରଫ ଘନୀ ଶତକଡା 50 ଭାଗରୁ କମ ଭୋଟ ପାଆନ୍ତି ତାହେଲେ ଦୁଇ ପ୍ରତିଦ୍ଵନ୍ଦୀଙ୍କ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ |କିନ୍ତୁ ଏହି ପ୍ରକ୍ରିୟା ବହୁ ପୂର୍ବରୁ ଧାର୍ଯ୍ୟ ହୋଇଥିବାରୁ କୌଣସି ପ୍ରକାରର ବିଶ୍ରୂଙ୍ଖଳାକୁ ଅନୁମତି ଦିଆଯିବା ଉଚିତ ହେବ ନାହିଁ ଏବଂ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି | ଦେଶରେ ରାଜନୈତିକ ଅନିଶ୍ଚିତତା କିମ୍ବା ସେ ଦେଶରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସ୍ଥାପନ କରିବା ପାଇଁ ନକାରାତ୍ମକ ଭାବେ ପ୍ରଭାବ ବିସ୍ତାର କରିବାକୁ ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ଦ୍ଵାରା କୌଣସି ପ୍ରକାରାର ଉଦ୍ଦେଶ୍ୟକୁ ପଣ୍ଡ କରାଯିବାର ଆବଶ୍ୟକତା ରହିଛି |
ସେ ଦେଶରେ ଗଣତାନ୍ତ୍ରିକ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଷୟକୁ ପ୍ରଶଂସା କରାଯାଉଥିବା ବେଳେ ଆଗକୁ ପରିସ୍ଥିତି କଣ ହେବ ସେଥିପାଇଁ ଅପେକ୍ଷା କରିବା ସକାଶେ ବିଶ୍ଵ ନ୍ୱେତା ମାନେ ମତପ୍ରକାଶ କରିଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଶରଫ ଘନୀଙ୍କୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି | ଜଣେ ଘନିଷ୍ଠ ପଡୋଶୀ ରାଷ୍ଟ୍ର ଭାବେ ଭାରତ ତାର ପ୍ରତିଶ୍ରୁତିବଦ୍ଧତାକୁ ପାଳନ କରିବ ବୋଲି ଦର୍ଶାଇ ଆଫଗାନିସ୍ତାନ ଅଖଣ୍ଡ, ସାର୍ବଭୌମ, ଗଣତନ୍ତ୍ର, ସମୃଦ୍ଧ ଓ ଶାନ୍ତିପୂର୍ଣ୍ଣ ରହୁ ବୋଲି ଶ୍ରୀ ମୋଦୀ ଇଚ୍ଛାବ୍ୟକ୍ତ କରିଛନ୍ତି | ସେ କହିଛନ୍ତି ଆଫଗାନ ଦ୍ଵାରା ଓ ଆଫଗାନର ନିଜସ୍ଵ ତଥା ଆଫଗାନ ନିୟନ୍ତ୍ରଣରେ ସେ ଦେଶ ସମଷ୍ଟିଗତ ଶାନ୍ତି ହାସଲ କରୁ ବୋଲି ଭାରତ ନୀତିଗତ ଭାବେ ସମର୍ଥନ ଜଣାଉଛି | ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀ କହିଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ରାଷ୍ଟ୍ର ଭାବେ ଆଫଗାନିସ୍ତାନ ସହ ଭାରତ ବିକାଶ, ନିରାପତ୍ତା ବୃଦ୍ଧି ଓ ସନ୍ତ୍ରାସବାଦ ଦମନ ଦିଗରେ ମିଳିମିଶି କାମ କରିବ |
ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ସଫଳତାର ସହ ସମ୍ପୁର୍ଣ୍ଣ ହେବା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ଭାରତ ବର୍ଣ୍ଣନା କରିଛି | 2001 ମସିହାରେ ତାଲିବାନର ପତନ ପରଠାରୁ ସେ ଦେଶରେ ଏହା ଚତୁର୍ଥ ରାଷ୍ଟ୍ରପତି ନିର୍ବାଚନ ଏବଂ ତାଲିବାନ ପତନ ପରଠାରୁ ସେହି ଗୋଷ୍ଠୀ ଶାସନ କ୍ଷମତା ହାତେଇବା ପାଇଁ ଜୋର ସୋରରେ ଉଦ୍ୟମ ଚଳେଇଛି ଓ ହିଂସାକାଣ୍ଡ ଅବ୍ୟାହତ ରଖିଛି | ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ହେବାର ମାତ୍ର କେଇ ଦିନ ପରେ ତାଲିବାନ ପକ୍ଷରୁ ଗତ ସପ୍ତାହରେ ଉତ୍ତର ବାଲ୍କ ପ୍ରଦେଶରେ 15 ଜଣ ନିରାପତ୍ତା ଯବାନଙ୍କୁ ହତ୍ୟା କରାଯାଇଛି ଏବଂ ସେହି ସମୟରେ ପଶ୍ଚିମାଞ୍ଚଳ ଫାରା ପ୍ରଦେଶରୁ 27 ଜଣ ଶାନ୍ତି କର୍ମୀଙ୍କୁ ଅପହରଣ କରି ନେଇଛନ୍ତି |
ବନ୍ଧୁକର ଶାସନ ବଦଳରେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ମାଧ୍ୟମରେ ବେସାମରିକ ଶାସନ ବ୍ୟବସ୍ଥାର ପ୍ରତିଷ୍ଠା ପାଇଁ ଆଫଗାନିସ୍ତାନର ଲୋକମାନେ ବିଭିନ୍ନ ବାଧା ବିଘ୍ନ ସତ୍ତ୍ୱେ ସଂଗ୍ରାମ ଜାରି ରଖିଛନ୍ତି | ଭାରତ ସବୁବେଳେ କହି ଆସିଛି ଯେ ତାଲିବାନ ଚଳେଇଥିବା ରକ୍ତପାତର ଅନ୍ତ ଘଟାଇବା ପାଇଁ ଆଫଗାନିସ୍ତାନରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ମଜବୁତ କରାଯିବା ଉଚିତ ଏବଂ ଯୁଦ୍ଧ ବିଧ୍ଵସ୍ତ ସେ ଦେଶରେ ଶାନ୍ତି ପ୍ରତିଷ୍ଠାର ଆବଶ୍ୟକତା ରହିଛି | ରାଷ୍ଟ୍ରପତି ପଦ ପାଇଁ ସଦ୍ୟତମ ଏହି ନିର୍ବାଚନ ଏଦିଗରେ ଆଉ ଏକ ପଦକ୍ଷେପ ବୋଲି ବିବେଚନା କରାଯାଉଛି |
ଆଫଗାନିସ୍ତାନର ଅନେକ ଜାତି ଓ ଆଞ୍ଚଳିକତା ଭିତ୍ତିରେ ରାଷ୍ଟ୍ରପତି ଅଶରଫ ଘନୀ ଓ ଡଃ ଅବଦୁଲ୍ଲା ଅବଦୁଲ୍ଲା ବିଭିନ୍ନ ଜାତିଆଣ ଭିତ୍ତିକ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ଵ କରୁଥିଲେ ମଧ୍ୟ କ୍ଷମତା ବଣ୍ଟନ ବ୍ୟବସ୍ଥାରେ ସେମାନେ ଅତି ପୁରୁଣା | ତୃତୀୟ ରାଷ୍ଟ୍ରପତି ନିର୍ବାଚନ ପରେ ଉଭୟେ ମିଳିମିଶି ସରକାରର ଦାୟିତ୍ଵ ଗ୍ରହଣ କରିଥିଲେ | ଡଃ ଅବଦୁଲ୍ଲା ଭାରତରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିବା ବେଳେ ଶ୍ରୀ ଘନୀଙ୍କ ଅନ୍ତରାଷ୍ଟ୍ରୀୟ ପ୍ରତିଷ୍ଠାନ ଗୁଡିକରେ କାମ କରିବାର ଅଭିଜ୍ଞାତା ରହିଛି ଏବଂ ଉଭୟ ସମ୍ଭ୍ରାନ୍ତ ବିଦ୍ଵାନ ମାନଙ୍କ ପ୍ରତିନିଧିତ୍ଵ କରୁଛନ୍ତି | ସେମାନେ ଗତଥର ସରକାରରେ ସାମିଲ ହୋଇଥିବାରୁ ଏଥର ସରକାରରେ ମିଳିମିଶି କାମ କରିବା ପାଇଁ ସେମାନଙ୍କୁ ମନେଇବାରେ ବିଶେଷ କିଛି ଅସୁବିଧା ହେବ ନାହିଁ | କିନ୍ତୁ ଏକଥା ମନେ ରଖିବାକୁ ହେବଯେ ଆଫଗାନିସ୍ତାନରେ ତାଲିବାନ ଏକ ବଡ ଚାଲେଞ୍ଜେ ଭାବେ ଉଭା ହୋଇଥିବାରୁ ଏହି ଗୋଷ୍ଠୀକୁ ଦମନ କରିବା ଅତ୍ୟନ୍ତ ଅପରିହାର୍ଯ୍ୟ |
ମୂଳ ଲେଖା : ଏମ. କେ, ଟିକକୁ, ରାଜନୈତିକ ଭାଷ୍ୟକାର
ଅନୁବାଦ: ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments
Post a Comment