Skip to main content

ଭାରତ ଓ ଆମେରିକା ମଧ୍ୟରେ ଦ୍ଵିତୀୟ 2+2 ବୈଠକ 

ଭାରତ ଓ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀ ମାନଙ୍କ ମଧ୍ୟରେ ୱାଶିଙ୍ଗଟନରେ ଦ୍ଵିତୀୟ 2 +2 ବୈଠକ ସଫଳତାର ସହ ଶେଷ ହୋଇଛି |

ସେହି ବୈଠକ ସମୟରେ ଆଞ୍ଚଳିକ ନିରାପତ୍ତା ପରିବେଶ, ସନ୍ତ୍ରାସବାଦର ମୁକାବିଲା, ଆଫଗାନିସ୍ତାନରେ ସ୍ଥିରତା ସ୍ଥାପନା କରିବା ଓ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ଶାନ୍ତିପୂର୍ଣ୍ଣ ତଥା ସ୍ଥିରତା ବଜାୟ ରଖିବା ଲାଗି ମତ ଆଦାନ ପ୍ରଦାନ କରିବା ଆଦି ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା | ଉଦ୍ୟୋଗିକ ନିରାପତ୍ତା କ୍ଷେତ୍ରରେ ସହଯୋଗ ପାଇଁ ଏକ ରାଜିନାମାରେ ସ୍ଵାକ୍ଷର କରିବା ଥିଲା ଏହି ବୈଠକର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରିଣାମ ଯାହାକି ବର୍ତ୍ତମାନ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଦ୍ଵିପକ୍ଷୀୟ ସହଯୋଗର ପ୍ରକ୍ରିୟାକୁ ସହଜ ଓ ସୁଗମ କରିବ |

ନୂଆଦିଲ୍ଲୀରେ ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରଥମ ରାଉଣ୍ଡ 2+2 ବୈଠକ କାଳରେ ଦୁଇ ଦେଶର ସାମରିକ ବାହିନୀର ଆନ୍ତଃ-ସଞ୍ଚାଳନର କ୍ଷମତା ବୃଦ୍ଧି କରିବା ପାଇଁ ଯୋଗାଯୋଗ ଉପଯୋଗୀ ଓ ନିରାପତ୍ତା ବୁଝାମଣା ବା କୋମକାସା (COMCASA) ରାଜିନାମା ସ୍ବାକ୍ଷରିତ ହୋଇଥିଲା | ଏହିପରି 2+2 ର ଦ୍ଵିତୀୟ ବୈଠକ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ନିରାପତ୍ତା ସମ୍ପର୍କକୁ ଆହୁରି ନିବିଡ କରିଛି |

ଭାରତ ଓ ଆମେରିକା ମଧ୍ୟରେ ଏହି ବୈଠକରେ ବିଶ୍ଵସ୍ତରୀୟ ଓ ଆଞ୍ଚଳିକ ନିରାପତ୍ତା ଉପରେ ମତ ଆଦାନ ପ୍ରଦାନ କରି ଉଭୟଙ୍କ ମଧ୍ୟରେ ସାମରିକ ଭାଗିଦାରୀତାକୁ ଆହୁରି ମଜବୁତ କରାଯାଇପାରିବ ନା ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଥିଲା |

ଆମେରିକା ପ୍ରତିନିଧି ସଭାରେ ମହାଅଭିଯୋଗ କାର୍ଯ୍ୟଧାରା ଦୃଷ୍ଟିରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ପ୍ରଶାସନ ଏକ ବଡ ଆହ୍ଵାନର ସମ୍ମୁଖୀନ ହୋଇଥିଲା | ଭାରତ ପ୍ରମୁଖ ତଥା ନୂତନ ବିଧେୟକ ଲାଗୁ କରିବା ଦିଗରେ ଅଗ୍ରସର ହେଉଛି | ଟିକସ ପ୍ରସଙ୍ଗ ଓ ଅଗ୍ରାଧିକାର ବ୍ୟବସ୍ଥା ବା ଜିଏସପି ନେଇ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ମତପାର୍ଥକ୍ୟ ର ଦୂରୀକରଣ ଲାଗି ଭାରତ ଓ ଆମେରିକା ବାଣିଜ୍ୟ ବୁଝାମଣା ଉପରେ କଥାବାର୍ତ୍ତା ଦିଗରେ ଆଗେଇଛନ୍ତି | ୱାଶିଙ୍ଗଟନ ପକ୍ଷରୁ ଚାପ ପକାଯାଉଥିବା ସତ୍ତ୍ୱେ, ଭାରତ ରୁଷ ସହ ଏହାର ପ୍ରତିରକ୍ଷା ଚୁକ୍ତି ଉପରେ କାମ କରିବାକୁ ନିଷ୍ପତ୍ତି ନେଇଛି | ଅନ୍ୟ ପକ୍ଷରେ ଟ୍ରମ୍ଫ ପ୍ରଶାସନ ଇରାନ ଉପରେ ଏକ ପ୍ରତିବନ୍ଧକ ନୀତି ଲାଗୁ କରିଛି ଯାହାକି ଭାରତ ପାଇଁ ଆଦୌ ଗ୍ରହଣୀୟ ନୁହେଁ |

ଆମେରିକା ଦ୍ଵାରା ଜିଏସପି ହଟେଇନିଆଯିବା ଯୋଗୁଁ ଭାରତର କମ୍ପାନୀ ଗୁଡିକର ବହୁ ବିଲିୟନ ଡଲାର ମୂଲ୍ୟର କାରବାର ପ୍ରଭାବିତ ହୋଇଛି ଏବଂ ଏଥିଯୋଗୁଁ ଏହି କମ୍ପାନୀ ଗୁଡିକର ଅସନ୍ତୋଷ ବୃଦ୍ଧି ପାଇଛି | ଆମେରିକାର କେତେ ଜଣ ବିଧାୟକଙ୍କ ଭାରତର ଧାର୍ମିକ ସ୍ଵାଧୀନତା ପ୍ରସଙ୍ଗ ଓ ନାଗରିକତା ସଂଶୋଧନ ଆଇନ ଉପରେ ମନ୍ତବ୍ୟକୁ ନେଇ ଭାରତ ନିରାଶଭାବ ପ୍ରକଟ କରିଥିଲା |

କିନ୍ତୁ ଏହି ବିବାଦପୂର୍ଣ୍ଣ ଘଟଣାକ୍ରମ ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ଗତ ଦୁଇ ଦଶନ୍ଧିରୁ ରହିଥିବା ସାମରିକ ଭାଗିଦାରୀତା ସମ୍ପର୍କକୁ ଆହୁରି ମଜବୁତ କରିବାରେ ଏହା ବିଘ୍ନ ସୃଷ୍ଟି କରିପାରିନଥିଲା ଏବଂ ଆମେରିକାର ବୈଦେଶିକ ବିଭାଗ ଓ ପ୍ରତିରକ୍ଷା ବିଭାଗ ମନ୍ତ୍ରୀ ତଥା ସେମାନଙ୍କ ଭାରତୀୟ ପ୍ରତିପକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ମଧ୍ୟ କୌଣସି ବାଧା ବିନା ସମ୍ପର୍କ ଆହୁରି ମଜବୁତ ହୋଇଥିଲା |

ଦୁଇ ଦେଶରେ ଅନେକ ନେତୃତ୍ଵ ପରିବର୍ତ୍ତନ ହେବା ସତ୍ତ୍ୱେ ଉଭୟଙ୍କ ମଧ୍ୟରେ ଦୃଢ ଭାଗିଦାରୀତା ରହିଛି ଓ ଭାରତ, ପ୍ରତିରକ୍ଷା ଅଧିଗ୍ରହଣ କ୍ଷେତ୍ରରେ ଆମେରିକାର ଏକ ମହତ୍ବପୂର୍ଣ୍ଣ ଭାଗୀଦାର ରାଷ୍ଟ୍ର ଭାବେ ଉଭା ହେବା ହେଉଛି ଏହାର ଜ୍ଵଳନ୍ତ ଉଦାହରଣ| ଆମେରିକାର ପ୍ରାୟ 2000 ଟି କମ୍ପାନୀ ଭାରତରେ କାରବାର କରୁଛନ୍ତି ଓ ଭାରତର ପ୍ରାୟ 200ଟି କମ୍ପାନୀ ଆମେରିକାରେ ବହୁ ବିଲିୟନ ଡଲାର ସମ୍ବଳିତ ପୁଞ୍ଜି ନିବେଶ କରିଛନ୍ତି | ଭାରତର 2 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆମେରିକାରେ ଅଧ୍ୟୟନ କରୁଛନ୍ତି ଓ ଆମେରିକା ଅର୍ଥବ୍ୟବସ୍ଥାରେ ବର୍ଷକୁ ପ୍ରାୟ 7 ବିଲିୟନ ଡଲାରର ସେମାନଙ୍କ ଅବଦାନ ରହିଛି |

ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ, ଚୀନ ର ବିଆରଆଇ ବା ବେଲ୍ଟ ଓ ସଡକ ଉଦ୍ୟମ ପ୍ରକଳ୍ପକୁ ବିରୋଧ କରିବା, ଦକ୍ଷିଣ ଚୀନ ସାଗରରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବା ତଥା ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସାମୁଦ୍ରିକ ବ୍ୟବସ୍ଥା ସ୍ଥାପନା କରିବା ଆଦି ପ୍ରସଙ୍ଗ ଉପରେ ଭାରତ ଓ ଆମେରିକାର ସମାନ ଆଭିମୁଖ୍ୟ ରହିଛି |

ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ଯେ ଆମେରିକାର ରାଜନେତା ମାନେ ଭାରତର ଦେଶୀୟ ରାଜନୀତିର ପରିସରଭୁକ୍ତ ପ୍ରସଙ୍ଗ ଉତଥାପନ କରିଥାନ୍ତି | ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ, ଭାରତ ଗଣତାନ୍ତ୍ରିକ ଭାବେ ସବୁ ପ୍ରସଙ୍ଗ ଉପରେ ବିତର୍କ କରିଥାଏ ବୋଲି ପ୍ରଶଂସା କରିବା ସହ ଭାରତୀୟ ଗଣତନ୍ତ୍ର ପ୍ରତି ସମ୍ମାନ ଜଣାଇବା ଉପରେ ଆଲୋକପାତ କରିଥିଲେ|

ତେବେ ଭାରତ ଓ ଆମେରିକା ମଧ୍ୟରେ ସାମରିକ ଭାଗିଦାରୀତା ସମ୍ପର୍କ ଏତେ ନିବିଡ ହୋଇଛି ଯେ ରାଜନୈତିକ, ଅର୍ଥନୈତିକ ବା ନିରାପତ୍ତା ସଙ୍କ୍ରାନ୍ତୀୟ ପ୍ରସଙ୍ଗ ନେଇ ଉଭୟଙ୍କ ମଧ୍ୟରେ ଥିବା ଯେ କୌଣସି ମତପାର୍ଥକ୍ୟକୁ ଯେ ଏହା ଦୂର କରିପାରିବ ସେ ନେଇ କୌଣସି ସଂଶୟ ନାହିଁ |

ଭାରତ ପରମାଣୁ କ୍ଷମତା ସହ ପାଞ୍ଚ ଟ୍ରିଲିୟନ ଅର୍ଥନୀତିରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ଭାରତ ଭଳି ଏକ ବଳିଷ୍ଠ ଗଣତନ୍ତ୍ର ରାଷ୍ଟ୍ରକୁ , ଆମେରିକା ଏକ ପ୍ରତିଦ୍ଵନ୍ଦୀ ଭାବେ ନୁହେଁ ବରଂ ଏକ ରଣନୀତିକ ଭାଗୀଦାରୀ ରାଷ୍ଟ୍ର ଭାବେ ବଜାୟ ରଖିବ| ଭାରତର ରାଜନୈତିକ ପରିଦୃଶ୍ୟରେ ଏକ ସ୍ପଷ୍ଟ ଧାରଣା ରହିଛି ଯେ ଆମେରିକା ସହ ତାଳ ଦେଇ ଆଗେଇ ଚାଲିଲେ ବିଶ୍ଵ ବ୍ୟାପାରରେ ଭାରତର ଭୂମିକାକୁ ପ୍ରୋତ୍ସାହନ ମିଳିବ | ମୋଟାମୋଟି ଭାବେ କହିବାକୁ ଗଲେ ୱାଶିଙ୍ଗଟନରେ ଅନୁଷ୍ଠିତ 2 +2 କଥାବାର୍ତ୍ତାର ଦ୍ଵିତୀୟ ପର୍ଯ୍ୟାୟ ବୈଠକ ଏକ ମାଇଲଖୁଣ୍ଟ ସଦୃଶ କହିଲେ ଅତ୍ୟୁକ୍ତି ହେବ ନାହିଁ|

ମୂଳ ଲେଖା : ପ୍ରଫେସର ଚିନ୍ତାମଣି ମହାପାତ୍ର

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...