ଭାରତ ଓ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀ ମାନଙ୍କ ମଧ୍ୟରେ ୱାଶିଙ୍ଗଟନରେ ଦ୍ଵିତୀୟ 2 +2 ବୈଠକ ସଫଳତାର ସହ ଶେଷ ହୋଇଛି |
ସେହି ବୈଠକ ସମୟରେ ଆଞ୍ଚଳିକ ନିରାପତ୍ତା ପରିବେଶ, ସନ୍ତ୍ରାସବାଦର ମୁକାବିଲା, ଆଫଗାନିସ୍ତାନରେ ସ୍ଥିରତା ସ୍ଥାପନା କରିବା ଓ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ଶାନ୍ତିପୂର୍ଣ୍ଣ ତଥା ସ୍ଥିରତା ବଜାୟ ରଖିବା ଲାଗି ମତ ଆଦାନ ପ୍ରଦାନ କରିବା ଆଦି ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା | ଉଦ୍ୟୋଗିକ ନିରାପତ୍ତା କ୍ଷେତ୍ରରେ ସହଯୋଗ ପାଇଁ ଏକ ରାଜିନାମାରେ ସ୍ଵାକ୍ଷର କରିବା ଥିଲା ଏହି ବୈଠକର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରିଣାମ ଯାହାକି ବର୍ତ୍ତମାନ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଦ୍ଵିପକ୍ଷୀୟ ସହଯୋଗର ପ୍ରକ୍ରିୟାକୁ ସହଜ ଓ ସୁଗମ କରିବ |
ନୂଆଦିଲ୍ଲୀରେ ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରଥମ ରାଉଣ୍ଡ 2+2 ବୈଠକ କାଳରେ ଦୁଇ ଦେଶର ସାମରିକ ବାହିନୀର ଆନ୍ତଃ-ସଞ୍ଚାଳନର କ୍ଷମତା ବୃଦ୍ଧି କରିବା ପାଇଁ ଯୋଗାଯୋଗ ଉପଯୋଗୀ ଓ ନିରାପତ୍ତା ବୁଝାମଣା ବା କୋମକାସା (COMCASA) ରାଜିନାମା ସ୍ବାକ୍ଷରିତ ହୋଇଥିଲା | ଏହିପରି 2+2 ର ଦ୍ଵିତୀୟ ବୈଠକ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ନିରାପତ୍ତା ସମ୍ପର୍କକୁ ଆହୁରି ନିବିଡ କରିଛି |
ଭାରତ ଓ ଆମେରିକା ମଧ୍ୟରେ ଏହି ବୈଠକରେ ବିଶ୍ଵସ୍ତରୀୟ ଓ ଆଞ୍ଚଳିକ ନିରାପତ୍ତା ଉପରେ ମତ ଆଦାନ ପ୍ରଦାନ କରି ଉଭୟଙ୍କ ମଧ୍ୟରେ ସାମରିକ ଭାଗିଦାରୀତାକୁ ଆହୁରି ମଜବୁତ କରାଯାଇପାରିବ ନା ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଥିଲା |
ଆମେରିକା ପ୍ରତିନିଧି ସଭାରେ ମହାଅଭିଯୋଗ କାର୍ଯ୍ୟଧାରା ଦୃଷ୍ଟିରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ପ୍ରଶାସନ ଏକ ବଡ ଆହ୍ଵାନର ସମ୍ମୁଖୀନ ହୋଇଥିଲା | ଭାରତ ପ୍ରମୁଖ ତଥା ନୂତନ ବିଧେୟକ ଲାଗୁ କରିବା ଦିଗରେ ଅଗ୍ରସର ହେଉଛି | ଟିକସ ପ୍ରସଙ୍ଗ ଓ ଅଗ୍ରାଧିକାର ବ୍ୟବସ୍ଥା ବା ଜିଏସପି ନେଇ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ମତପାର୍ଥକ୍ୟ ର ଦୂରୀକରଣ ଲାଗି ଭାରତ ଓ ଆମେରିକା ବାଣିଜ୍ୟ ବୁଝାମଣା ଉପରେ କଥାବାର୍ତ୍ତା ଦିଗରେ ଆଗେଇଛନ୍ତି | ୱାଶିଙ୍ଗଟନ ପକ୍ଷରୁ ଚାପ ପକାଯାଉଥିବା ସତ୍ତ୍ୱେ, ଭାରତ ରୁଷ ସହ ଏହାର ପ୍ରତିରକ୍ଷା ଚୁକ୍ତି ଉପରେ କାମ କରିବାକୁ ନିଷ୍ପତ୍ତି ନେଇଛି | ଅନ୍ୟ ପକ୍ଷରେ ଟ୍ରମ୍ଫ ପ୍ରଶାସନ ଇରାନ ଉପରେ ଏକ ପ୍ରତିବନ୍ଧକ ନୀତି ଲାଗୁ କରିଛି ଯାହାକି ଭାରତ ପାଇଁ ଆଦୌ ଗ୍ରହଣୀୟ ନୁହେଁ |
ଆମେରିକା ଦ୍ଵାରା ଜିଏସପି ହଟେଇନିଆଯିବା ଯୋଗୁଁ ଭାରତର କମ୍ପାନୀ ଗୁଡିକର ବହୁ ବିଲିୟନ ଡଲାର ମୂଲ୍ୟର କାରବାର ପ୍ରଭାବିତ ହୋଇଛି ଏବଂ ଏଥିଯୋଗୁଁ ଏହି କମ୍ପାନୀ ଗୁଡିକର ଅସନ୍ତୋଷ ବୃଦ୍ଧି ପାଇଛି | ଆମେରିକାର କେତେ ଜଣ ବିଧାୟକଙ୍କ ଭାରତର ଧାର୍ମିକ ସ୍ଵାଧୀନତା ପ୍ରସଙ୍ଗ ଓ ନାଗରିକତା ସଂଶୋଧନ ଆଇନ ଉପରେ ମନ୍ତବ୍ୟକୁ ନେଇ ଭାରତ ନିରାଶଭାବ ପ୍ରକଟ କରିଥିଲା |
କିନ୍ତୁ ଏହି ବିବାଦପୂର୍ଣ୍ଣ ଘଟଣାକ୍ରମ ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ଗତ ଦୁଇ ଦଶନ୍ଧିରୁ ରହିଥିବା ସାମରିକ ଭାଗିଦାରୀତା ସମ୍ପର୍କକୁ ଆହୁରି ମଜବୁତ କରିବାରେ ଏହା ବିଘ୍ନ ସୃଷ୍ଟି କରିପାରିନଥିଲା ଏବଂ ଆମେରିକାର ବୈଦେଶିକ ବିଭାଗ ଓ ପ୍ରତିରକ୍ଷା ବିଭାଗ ମନ୍ତ୍ରୀ ତଥା ସେମାନଙ୍କ ଭାରତୀୟ ପ୍ରତିପକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ମଧ୍ୟ କୌଣସି ବାଧା ବିନା ସମ୍ପର୍କ ଆହୁରି ମଜବୁତ ହୋଇଥିଲା |
ଦୁଇ ଦେଶରେ ଅନେକ ନେତୃତ୍ଵ ପରିବର୍ତ୍ତନ ହେବା ସତ୍ତ୍ୱେ ଉଭୟଙ୍କ ମଧ୍ୟରେ ଦୃଢ ଭାଗିଦାରୀତା ରହିଛି ଓ ଭାରତ, ପ୍ରତିରକ୍ଷା ଅଧିଗ୍ରହଣ କ୍ଷେତ୍ରରେ ଆମେରିକାର ଏକ ମହତ୍ବପୂର୍ଣ୍ଣ ଭାଗୀଦାର ରାଷ୍ଟ୍ର ଭାବେ ଉଭା ହେବା ହେଉଛି ଏହାର ଜ୍ଵଳନ୍ତ ଉଦାହରଣ| ଆମେରିକାର ପ୍ରାୟ 2000 ଟି କମ୍ପାନୀ ଭାରତରେ କାରବାର କରୁଛନ୍ତି ଓ ଭାରତର ପ୍ରାୟ 200ଟି କମ୍ପାନୀ ଆମେରିକାରେ ବହୁ ବିଲିୟନ ଡଲାର ସମ୍ବଳିତ ପୁଞ୍ଜି ନିବେଶ କରିଛନ୍ତି | ଭାରତର 2 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆମେରିକାରେ ଅଧ୍ୟୟନ କରୁଛନ୍ତି ଓ ଆମେରିକା ଅର୍ଥବ୍ୟବସ୍ଥାରେ ବର୍ଷକୁ ପ୍ରାୟ 7 ବିଲିୟନ ଡଲାରର ସେମାନଙ୍କ ଅବଦାନ ରହିଛି |
ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ, ଚୀନ ର ବିଆରଆଇ ବା ବେଲ୍ଟ ଓ ସଡକ ଉଦ୍ୟମ ପ୍ରକଳ୍ପକୁ ବିରୋଧ କରିବା, ଦକ୍ଷିଣ ଚୀନ ସାଗରରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବା ତଥା ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସାମୁଦ୍ରିକ ବ୍ୟବସ୍ଥା ସ୍ଥାପନା କରିବା ଆଦି ପ୍ରସଙ୍ଗ ଉପରେ ଭାରତ ଓ ଆମେରିକାର ସମାନ ଆଭିମୁଖ୍ୟ ରହିଛି |
ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ଯେ ଆମେରିକାର ରାଜନେତା ମାନେ ଭାରତର ଦେଶୀୟ ରାଜନୀତିର ପରିସରଭୁକ୍ତ ପ୍ରସଙ୍ଗ ଉତଥାପନ କରିଥାନ୍ତି | ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ, ଭାରତ ଗଣତାନ୍ତ୍ରିକ ଭାବେ ସବୁ ପ୍ରସଙ୍ଗ ଉପରେ ବିତର୍କ କରିଥାଏ ବୋଲି ପ୍ରଶଂସା କରିବା ସହ ଭାରତୀୟ ଗଣତନ୍ତ୍ର ପ୍ରତି ସମ୍ମାନ ଜଣାଇବା ଉପରେ ଆଲୋକପାତ କରିଥିଲେ|
ତେବେ ଭାରତ ଓ ଆମେରିକା ମଧ୍ୟରେ ସାମରିକ ଭାଗିଦାରୀତା ସମ୍ପର୍କ ଏତେ ନିବିଡ ହୋଇଛି ଯେ ରାଜନୈତିକ, ଅର୍ଥନୈତିକ ବା ନିରାପତ୍ତା ସଙ୍କ୍ରାନ୍ତୀୟ ପ୍ରସଙ୍ଗ ନେଇ ଉଭୟଙ୍କ ମଧ୍ୟରେ ଥିବା ଯେ କୌଣସି ମତପାର୍ଥକ୍ୟକୁ ଯେ ଏହା ଦୂର କରିପାରିବ ସେ ନେଇ କୌଣସି ସଂଶୟ ନାହିଁ |
ଭାରତ ପରମାଣୁ କ୍ଷମତା ସହ ପାଞ୍ଚ ଟ୍ରିଲିୟନ ଅର୍ଥନୀତିରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ଭାରତ ଭଳି ଏକ ବଳିଷ୍ଠ ଗଣତନ୍ତ୍ର ରାଷ୍ଟ୍ରକୁ , ଆମେରିକା ଏକ ପ୍ରତିଦ୍ଵନ୍ଦୀ ଭାବେ ନୁହେଁ ବରଂ ଏକ ରଣନୀତିକ ଭାଗୀଦାରୀ ରାଷ୍ଟ୍ର ଭାବେ ବଜାୟ ରଖିବ| ଭାରତର ରାଜନୈତିକ ପରିଦୃଶ୍ୟରେ ଏକ ସ୍ପଷ୍ଟ ଧାରଣା ରହିଛି ଯେ ଆମେରିକା ସହ ତାଳ ଦେଇ ଆଗେଇ ଚାଲିଲେ ବିଶ୍ଵ ବ୍ୟାପାରରେ ଭାରତର ଭୂମିକାକୁ ପ୍ରୋତ୍ସାହନ ମିଳିବ | ମୋଟାମୋଟି ଭାବେ କହିବାକୁ ଗଲେ ୱାଶିଙ୍ଗଟନରେ ଅନୁଷ୍ଠିତ 2 +2 କଥାବାର୍ତ୍ତାର ଦ୍ଵିତୀୟ ପର୍ଯ୍ୟାୟ ବୈଠକ ଏକ ମାଇଲଖୁଣ୍ଟ ସଦୃଶ କହିଲେ ଅତ୍ୟୁକ୍ତି ହେବ ନାହିଁ|
ମୂଳ ଲେଖା : ପ୍ରଫେସର ଚିନ୍ତାମଣି ମହାପାତ୍ର
ଅନୁବାଦ : ରୀତା ଯୋଶୀ

Comments
Post a Comment