Skip to main content

ଜଗନାଥଙ୍କ ଗସ୍ତ ଭାରତ-ମରିସସ ସମ୍ପର୍କକୁ  ନିବିଡ କରିଛି 

ମରିସସର ପୁନଃ ନିର୍ବାଚିତ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନାଥଙ୍କ ଭାରତ ଗସ୍ତ ପାଇଁ ଗତ ସପ୍ତାହରେ ନିଷ୍ପତ୍ତି ଉଭୟ ଦେଶ ମଧ୍ୟରେ ଦ୍ଵିପକ୍ଷୀୟ ଓ ସାଂସ୍କୃତିକ ସମ୍ପର୍କକୁ ଗୁରୁତ୍ଵ ପ୍ରଦାନ କରୁଥିବା ବିଷୟକୁ ପ୍ରତିପାଦିତ କରୁଛି | ମରିସସର 1.3 ନିୟୁତ ଜନସଂଖ୍ୟା ମଧ୍ୟରେ ଦୁଇ ତୃତୀୟାଂଶ ହେଉଛନ୍ତି ଭାରତୀୟ ବଂଶୋଦଭବ ଏବଂ ଭାନିଲ୍ଲା ଦ୍ଵିପରେ ଏହି ଭାରତୀୟ ମାନେ ବସବାସ କରୁଥିବାରୁ ଉଭୟ ଦେଶ ମଧ୍ୟରେ ନିରାପତ୍ତା, ଅର୍ଥନୈତିକ ଓ ଉନ୍ନୟନ ପ୍ରସଙ୍ଗ ଗୁଡିକ ପ୍ରତି ଦୁଇ ଦେଶ ମଧ୍ୟରେ ସମ୍ବେଦନଶୀଳତା ରହିବା ଅତ୍ୟନ୍ତ ବାସ୍ତବିକ |

ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନାଥଙ୍କ ଏହି ଗସ୍ତକୁ ସରକାରୀ କୂଟନୈତିକ ସ୍ତରରେ ଅଣଆନୁଷ୍ଠାନିକ ବୋଲି ବର୍ଣ୍ଣନା କରାଯାଉଥିବା ବେଳେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ହାଇଦ୍ରାବାଦ ହାଉସ ଠାରେ ସରକାରୀ ସ୍ତରୀୟ କଥାବାର୍ତ୍ତା କରିଛନ୍ତି | ଏହି ବୈଠକରେ ଉଭୟ ନେତା ସମ୍ପର୍କକୁ ଆହୁରି ନିବିଡ କରିବା ପାଇଁ ପ୍ରତିଶୃତିବଦ୍ଧତା ପ୍ରକାଶ କରିଛନ୍ତି | ମରିସସକୁ ଏକ ନିରାପଦ, ସ୍ଥିର ତଥା ସମୃଦ୍ଧ ରାଷ୍ଟ୍ର ଭାବେ ଗଢି ତୋଳିବା ପାଇଁ ସେହି ଦେଶର ଆଶା ଓ ଆକାଂକ୍ଷା ପୂରଣ କରିବା ଲାଗି ଭାରତ ପୂର୍ଣ୍ଣ ସମର୍ଥନ ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି |

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ମରିସସକୁ ଏକ ମଜବୁତ ଦେଶ ଭାବେ ଗଢି ତୋଳିବା ପାଇଁ ଭାରତର ସମର୍ଥନ ସେହି ଦେଶର ସରକାର ଓ ଲୋକ ମାନଙ୍କ ପ୍ରତି ସଦା ସର୍ବଦା ରହିଛି | ସେହି ଦେଶରେ ପ୍ରଥମ ମେଟ୍ରୋ ଏକ୍ସପ୍ରେସ ପ୍ରକଳ୍ପ ଏବଂ ଏକ ଇଏନଟି ହାସପାତାଳ ଏବଂ ସାମାଜିକ ଗୃହ ନିର୍ମାଣ ପ୍ରକଳ୍ପ ଆଦି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ଭାରତର ସମର୍ଥନ ପାଇଁ ଶ୍ରୀଜଗନାଥ ପ୍ରଶଂସା କରିଛନ୍ତି | ଏହି ପ୍ରକଳ୍ପ ଦ୍ଵାରା ମରିସସର ଲୋକ ମାନେ ପ୍ରକୃତରେ ଉପକୃତ ହୋଇଛନ୍ତି ବୋଲି ସେ ଜଣାଇଛନ୍ତି | ଭାରତୀୟ ମହାସାଗର ଦ୍ଵିପ ମରିସସ ସହ ଅର୍ଥନୈତିକ ଓ ରାଜନୈତିକ ସମ୍ପର୍କକୁ ଭାରତ ଅତି ଯତ୍ନର ସହ ସମର୍ଥନ ଯୋଗାଇ ଆସିଛି ଫଳରେ ସେ ଦେଶର ଲୋକମାନେ ଭାରତ ସହ ଦୃଢ ସମ୍ପର୍କ ସ୍ଥାପନ ପାଇଁ ଇଚ୍ଛା ପ୍ରକାଶ କରିଆସୁଛନ୍ତି |

ଭାରତ ସହ ସମ୍ପର୍କକୁ ନିବିଡ କରିବା ଏବଂ ମରିସସର ସର୍ବାଙ୍ଗୀନ ବିକାଶକୁ ତ୍ୱରାନ୍ୱିତ କରିବା ହେଉଛି ତାଙ୍କ ନୂତନ ସରକାରଙ୍କ ପ୍ରାଧାନ୍ୟ ବୋଲି ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣାଇଛନ୍ତି | ତାଙ୍କର ଏହି ଲକ୍ଷ ହାସଲ ଦିଗରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି | ଶ୍ରୀ ଜଗନାଥ ପୁନଃନିର୍ବାଚିତ ହେବା ପରେ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କୁ ଟେଲିଫୋନ ଯୋଗେ ଅଭିନନ୍ଦନ ଜଣେଇଥିଲେ ଓ ଭାରତ ଗସ୍ତରେ ଆସିବା ଲାଗି ଆମନ୍ତ୍ରଣ କରିଥିଲେ | ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମନ୍ତ୍ରଣକୁ ସାଦରେ ଗ୍ରହଣ କରି ଶ୍ରୀ ଜଗନାଥ ତାଙ୍କ ଧର୍ମପତ୍ନୀଙ୍କ ସହ ଭାରତ ଗସ୍ତରେ ଆସିଥିଲେ | ପାର୍ଲାମେଣ୍ଟରେ ତାଙ୍କ ମିଲିଟାଣ୍ଟ ସୋସିଆଲିଷ୍ଟ ମୁଭମେଣ୍ଟ ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିବାର ପ୍ରାୟ ମାସେ ପରେ ସେ ଭାରତ ଗସ୍ତରେ ଆସିଥିଲେ |

ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନାଥ ହେଉଛନ୍ତି ମରିସସର ପୂର୍ବତନ ସ୍ୱନାମଧନ୍ୟ ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜଗନାଥଙ୍କ ପୁତ୍ର | ଦେଶର ନାଗରିକ ବିଶେଷକରି ବହୁ ବର୍ଷ ଧରି ସେ ଦେଶକୁ ପଳାଇଯାଇ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବ ମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ଲାଗି ସେ ପ୍ରତିଶୃତିବଦ୍ଧତା ଜଣାଇଛନ୍ତି | ମରିସସରେ ବ୍ରିଟିଶ ଶାସନ ସମୟରେ ସେଠାରେ ଆଖୁ ଚାଷ କରିବା ପାଇଁ ଦୁଇ ଶହ ବର୍ଷ ପୂର୍ବେ ଭାରତୀୟ ମାନେ ବସବାସ କରିଛନ୍ତି | ବର୍ତ୍ତମାନ ସେହି ଭାରତୀୟ ମାନଙ୍କ ଦାୟଦ ମାନେ ସେଠାରେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ନିଭାଉଛନ୍ତି ଏବଂ ସେମାନଙ୍କ ଯୋଗୁଁ ଭାରତ ସହ ମରିସସର ବହୁ କାଳରୁ ନିବିଡ ସମ୍ପର୍କ ରହି ଆସିଛି | ଭାରତ ସହ ସମ୍ପର୍କକୁ ବଜାୟ ରଖିବା ଓ ମଜବୁତ କରିବା ପାଇଁ ମରିସସ ର ଲୋକମାନେ ପ୍ରାଧାନ୍ୟ ଦେଇ ଆସୁଛନ୍ତି ଫଳରେ ଭାରତର ସ୍ଵାର୍ଥରକ୍ଷା ଦିଗରେ ସେମାନଙ୍କର ବିଶେଷ ଅବଦାନ ରହି ଆସିଛି |

ଭାରତ ମହାସାଗରରେ ମରିସସକୁ ୟୁରୋପର ଅନ୍ଵେଷଣକାରୀ ମାନେ “ତାରକା” ଓ ଚାବି କାଠି ”ବୋଲି ବର୍ଣ୍ଣନା କରିଛନ୍ତି | ଭାରତ ଓ ୟୁରୋପ ମଧ୍ୟରେ ସମୁଦ୍ର ପଥରେ ଯୋଗାଯୋଗ ହାସଲ କରିବା ପାଇଁ ୟୁରୋପୀୟ ମାନେ ଉଦ୍ୟମ କରିଆସୁଛନ୍ତି | ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2015ରେ ପୋର୍ଟ ଲୁଇସ ଯାଇଥିବା ବେଳେ ଭାରତ ମହାସାଗର ରେ “SAGAR” ପ୍ରକଳ୍ପ ଅର୍ଥାତ ନିରାପତ୍ତା ବା ସମସ୍ତଙ୍କ ପାଇଁ ଅଭିବୃଦ୍ଧି ନେଇ ପ୍ରଥମ ଥର ପାଇଁ କହିଥିଲେ |

ମରିସସ ହେଉଛି ଭାରତ ପାଇଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଏବଂ ଭାରତର ଅର୍ଥନୈତିକ ବିକାଶ ଦିଗରେ ସେହି ଦେଶ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି | ଆଫ୍ରିକୀୟ ସଂଘ (ଏୟୁ), ଭାରତ ମହାସାଗର ଉପକୂଳବର୍ତ୍ତୀ ଦେଶ ସମୂହ ସଂଘ (ଆଇଓଆରଏ) ଏବଂ ଭାରତ ମହାସାଗର କମିଶନ (ଆଇଓସି) ରେ ସଦସ୍ୟ ରାଷ୍ଟ୍ର ଭାବେ ମରିସସ ରହିଥିବାରୁ ଆଫ୍ରିକା ମହାଦେଶରେ ଏବଂ ଭାରତ ମହାସାଗର ଉପକୂଳବର୍ତ୍ତୀ ରାଷ୍ଟ୍ର ମଧ୍ୟରେ ଭାରତର ସାମରିକ ଓ ଅର୍ଥନୈତିକ ସ୍ଵାର୍ଥ ରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାର ଦକ୍ଷତା ରଖିଛି |

ଉଭୟ ଦେଶର ଅର୍ଥନୈତିକ ଓ ନିରାପତ୍ତା ସ୍ଵାର୍ଥକୁ ଆଗେଇ ନେବାରେ ଉଭୟ ଦେଶର ଯଥେଷ୍ଟ ଭୂମିକା ଥିବା କଥା ଦୁଇ ଦେଶର ପ୍ରଧାନମନ୍ତ୍ରୀ ହୃଦୟଙ୍ଗମ କରିଛନ୍ତି ଏବଂ ବହୁ ପାକ୍ଷିକ ଦ୍ଵିପକ୍ଷୀୟ ସମ୍ପର୍କ ତଥା ବହୁ ପାକ୍ଷିକ ସ୍ଵାର୍ଥ ଓ ପ୍ରାଧାନ୍ୟ ଭିତ୍ତିକ ସହଯୋଗ ଦିଗରେ ନୂଆଁ ସୁଯୋଗ ଗୁଡିକ ମିଳିମିଶି ଖୋଜି ବାହାର କରିବା ପାଇଁ ଉଭୟ ଦେଶର ପ୍ରଧାନମନ୍ତ୍ରୀ ରାଜି ହୋଇଛନ୍ତି |

ଉଭୟ ଦେଶର ଲୋକ ମାନଙ୍କ ମଧ୍ୟରେ ସାଂସ୍କୃତିକ ଓ ପରମ୍ପରାଗତ ସମ୍ପର୍କ ଅତି ନିବିଡ ଥିବାରୁ ପ୍ରଧାନମନ୍ତ୍ରୀ ଜଗନାଥଙ୍କ ଭାରତ ଗସ୍ତ ଦୁଇ ଦେଶର ଭାଗୀଦାରୀ ସମ୍ପର୍କକୁ ଆହୁରି ମଜବୁତ କରିବ |

ମୂଳ ଲେଖା : ରଞ୍ଜିତ କୁମାର , ବରିଷ୍ଠ ସାମ୍ବାଦିକ

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...