Skip to main content

ଭାରତ ପର୍ତ୍ତୁଗାଲ ସଂପର୍କ ପ୍ରଗତି ପଥରେ


ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ପୁନଃ ନିର୍ବାଚିତ ହେବା ପରେ ୟୁରୋପ ବାହାରେ ପ୍ରଥମେ ଭାରତ ଗସ୍ତରେ ଆସୁଥିବାରୁ ବିଭିନ୍ନ କାରଣରୁ ତାଙ୍କର ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏହା ପୂର୍ବରୁ ଶ୍ରୀ କୋଷ୍ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତିନି ଥର ଭେଟିଛନ୍ତି। 2017 ଜାନୁୟାରୀ ମାସରେ ସେ ଭାରତ ଆସିଥିବା ବେଳେ ତାଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ରୀ କୋଷ୍ଠା ଗାନ୍ଧି ନଗର ଠାରେ ଚଳଚଞ୍ଚଳ ଗୁଜରାଟ ବିଶ୍ୱ ଶିର୍ଷ ବୈଠକରେ ମଧ୍ୟ ଉଦବୋଧନ ଦେଇଥିଲେ।

ସେହିବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପର୍ତ୍ତୁଗାଲ ଯାଇଥିବା ବେଳେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ସହଯୋଗ ପାଇଁ ସ୍ୱତନ୍ତ୍ର କ୍ଷେତ୍ରଗୁଡିକୁ ଚିହ୍ନଟ କରିଥିଲେ। ଶ୍ରୀ ମୋଦି ପର୍ତ୍ତୁଗାଲରେ ରହୁଥିବା 65 ହଜାର ଭାରତୀୟମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ ଏବଂ ସେମାନେ ଭାରତର ପ୍ରକୃତ ରାଷ୍ଟ୍ରଦୂତ ବୋଲି ବର୍ଣ୍ଣନା କରିଥିଲେ। 2018ରେ ଉପ ରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁ ମଧ୍ୟ ପର୍ତ୍ତୁଗାଲ ଗସ୍ତ କରିଥିଲେ।

ପର୍ତ୍ତୁଗାଲ ସହ ବହୁ ଦଶନ୍ଧି ହେଲା ବିଭିନ୍ନ କ୍ଷେତ୍ରରେ ଭାଗିଦାରୀ ସଂପର୍କ ପରେ ବର୍ତ୍ତମାନ ଭାରତୀୟ ବୈଦେଶିକ ନୀତି ନିର୍ଦ୍ଧାରକମାନେ ସେ ଦେଶ ପ୍ରତି ନଜର ରଖିଛନ୍ତି। ପର୍ତ୍ତୁଗାଲ ସହ ସଂପର୍କ ବଜାୟ ରଖିବା ପାଇଁ ଭାରତର ନିଜସ୍ୱ ବାସ୍ତବିକ କାରଣ ମଧ୍ୟ ରହିଛି। ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଶ୍ରୀ କୋଷ୍ଟାରିକା କହିଛନ୍ତି ୟୁରୋପ ପାଇଁ ଭାରତର ପ୍ରବେଶ ପଥ ଭାବେ ପର୍ତ୍ତୁଗାଲ କାମ କରିବାକୁ ଚାହୁଁଛି । ବାସ୍ତବିକ ଦେଖିବାକୁ ଗଲେ ୟୁରୋପ ସହ ଭାରତର ସଂପର୍କ ସ୍ଥାପନ ପାଇଁ ପର୍ତ୍ତୁଗାଲ ପ୍ରକୃତରେ କେନ୍ଦ୍ରସ୍ଥଳି ହୋଇପାରିବ। ଆରମ୍ଭରୁ ୟୁରୋ ମୁଦ୍ରା ପ୍ରଚଳନ ସହ ଏହାର ସଂପୃକ୍ତି ରହିଛି। ୟୁରୋପୀୟ ସଂଘ ରାଜନୀତି-ଲିସବନ ଚୁକ୍ତି ଏବଂ ଲିସବନ ଅଭିବୃଦ୍ଧି ଭାଗିଦାରୀ କ୍ଷେତ୍ରରେ ଏହାର ଯଥେଷ୍ଟ ଭୂମିକା ରହିଛି।

ଭାରତ ପ୍ରତି ପର୍ତ୍ତୁଗାଲର ଆଗ୍ରହର କାରଣ ମଧ୍ୟ ଭାରତ ପାଇଁ ଯଥେଷ୍ଟ ସୁଯୋଗ ସୃଷ୍ଟି କରିବ। ଏହାଦ୍ୱାରା ଭାରତର ବିଶ୍ୱ ସ୍ତରୀୟ ଉପସ୍ଥିତି କ୍ଷେତ୍ରରେ ନୂଆଦିଲ୍ଲୀର ପାଦଚିହ୍ନ ମଧ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ବିବେଚନା କରାଯାଉଛି। ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ବିଶ୍ୱ ସ୍ତରରେ ପ୍ରାଧାନ୍ୟ ବୃଦ୍ଧି ପାଇଛି। ଗଣତନ୍ତ୍ର ଅଭିବୃଦ୍ଧି ଏକସଙ୍ଗେ ସ୍ଥାପନ ହୋଇପାରିବ ବୋଲି ଭାରତ ପ୍ରମାଣିତ କରିପାରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶ୍ରୀ କୋଷ୍ଠା ଦୁଇ ଦେଶ ମଧ୍ୟରେ ଘନିଷ୍ଟ ସଂପର୍କ ସ୍ଥାପନ ପାଇଁ ବ୍ୟକ୍ତିଗତ ସ୍ତରରେ ଇଛାବ୍ୟକ୍ତ କରିଥିବା ଏକ ବଡ ସଫଳତାର ବିଷୟ। ମହାତ୍ମା ଗାନ୍ଧୀଙ୍କର 150ତମ ଜୟନ୍ତୀ ପାଳନ ପାଇଁ ଆୟୋଜନ କମିଟିର ଦ୍ୱିତୀୟ ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ କୋଷ୍ଠା ଭାରତ ଗସ୍ତରେ ଆସିଥିଲେ। ଗାନ୍ଧୀ ନାଗରିକତା ଶିକ୍ଷା ପୁରସ୍କାର ସ୍ଥାପନ ପାଇଁ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରତିବର୍ଷ ଏହି ପୁରସ୍କାର ଦିଆଯିବ ଏବଂ ଏହାଦ୍ୱାରା ଗାନ୍ଧୀଜୀଙ୍କର ବାଣୀ ଓ ଚିନ୍ତାଧାରା ଦ୍ୱାରା ଲୋକମାନେ ଅନୁପ୍ରାଣିତ ହେବେ ବୋଲି ଆଶା କରାଯାଉଛି। ପ୍ରଥମ ପୁରସ୍କାରକୁ ପ୍ରାଣୀ କଲ୍ୟାଣ ପାଇଁ ଉତ୍ସର୍ଗ କରାଯିବ।

ପ୍ରତିରକ୍ଷା, ବିଜ୍ଞାନ, କାରିଗରୀ ବିଦ୍ୟା ଓ ବାଣିଜ୍ୟ ଆଦି ବିଶେଷ କ୍ଷେତ୍ର ଗୁଡିକରେ ସଂପ୍ରକ ମଜବୁତ କରିବା ଲାଗି ଉଭୟ ଦେଶର ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଉଭୟ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ପର୍ତ୍ତୁଗାଲ ସହ ଘନିଷ୍ଠ ସଂପର୍କ ରଖିଲେ ପର୍ତ୍ତୁଗୀଜ ଭାଷା ପ୍ରଚଳିତ ଅନ୍ୟ ଦେଶମାନଙ୍କରେ ଭାରତର ବାଣିଜ୍ୟ ପୁଞ୍ଜିନିବେଶ ସଂପର୍କ ବୃଦ୍ଧି ପାଇବ ବୋଲି ଆଶା ପୋଷଣ କରାଯାଉଛି। ଦ୍ୱିପକ୍ଷୀୟ ବାଣିଜ୍ୟ ଓ ପୁଞ୍ଜିନିବେଶ ରାଜିନାମାରେ ଶିଘ୍ର ସ୍ୱାକ୍ଷର କରିବାର ଆବଶ୍ୟକତା ପ୍ରତି ଉଭୟ ପକ୍ଷ ଗୁରୁତ୍ୱ ପ୍ରଦାନ କରିଛନ୍ତି।

ପର୍ତ୍ତୁଗାଲରେ ଭାରତ ପର୍ବ ଅନୁଷ୍ଠିତ ହେବା ଦ୍ୱାରା ଦେଶର ସମୃଦ୍ଧ ସଂସ୍କୃତି ଓ ବିବିଧତାରେ ଭରା ଭାରତୀୟ ପରମ୍ପରା ସମେତ ସଙ୍ଗୀତ, ନାଟକ, ଖାଦ୍ୟ ପେୟ ଓ ଯୋଗ ଆଦି ପ୍ରଦର୍ଶନ କରାଯାଇ ପାରିଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ପାଉଥିବା ଅତି ଆନନ୍ଦର ବିଷୟ କିନ୍ତୁ ଯେତିକି ପରିମାଣରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର ହେବା କଥା ସେହି ଲକ୍ଷ୍ୟ ସ୍ଥଳ ଏବେ ଅପହଞ୍ଚ ରହିଛି। ଆଫ୍ରିକାରେ ବିଶେଷ କରି ପର୍ତ୍ତୁଗାଲ ଭାଷାଭାଷି ଆଫ୍ରିକୀୟ ଦେଶମାନଙ୍କରେ ଭାରତ ଓ ପର୍ତ୍ତୁଗାଲ କଂପାନୀଗୁଡିକ ମିଳିମିଶି କାମ କରିବାର ଇଛା ପୂରଣ ହୋଇପାରିବ। ତୃତୀୟ ଦେଶରେ ମିଳିତ ଉଦୌଗ ସ୍ଥାପନ ପାଇଁ କେତେକଣ ସମ୍ଭାବନା ରହିଛି ସେ ବିଷୟରେ ମଧ୍ୟ ଉଭୟ ଦେଶ ତର୍ଜମା ଚଳାଇଛନ୍ତି।

ପର୍ତ୍ତୁଗାଲର ପରିବ୍ରାଜକ ଭାଷ୍କୋଡାଗାମା ୟୁରୋପରୁ ଜଳ ପଥରେ ଭାରତକୁ ଆସିବା ପରେ ବହୁ ପୁରାତନ କାଳରୁ ଦୁଇ ଦେଶ ମଧ୍ୟରେ ସଂପର୍କ ସ୍ଥାପନ ହୋଇଥିଲା। 1498 ମସିହା ମେ ମାସରେ ଭାଷ୍କୋଡାଗାମା କୋଜିକୋଡେରେ ପହଞ୍ଚିବା ପରେ ଦୁଇ ଦେଶ ମଧ୍ୟରେ ମସଲା ବ୍ୟବସାୟ ଆରମ୍ଭ ହୋଇଥିଲା।

ବର୍ତ୍ତମାନ ଏହି ଆଧୁନିକ ଯୁଗରେ ଦୁଇ ଦେଶ ମଧ୍ୟରେ ଉଚ୍ଚ ସ୍ତରୀୟ ରାଜନୈତିକ ଭାବ ବିନିମୟ ଦ୍ୱାରା କୂଟନୈତିକ ସ୍ତରରେ ସଂପର୍କ ସ୍ଥାପନକୁ ମଜବୁତ କରିବାର ଆବଶ୍ୟକତା ରହିଛି। ଦୁଇ ଦେଶ ମଧ୍ୟରେ ମହାକାଶ, ଷ୍ଟାର୍ଟଅପ, ନୌପରିବହନ, ଯୁବସଂପ୍ରଦାୟ ମଧ୍ୟରେ ଆଦାନ ପ୍ରଦାନ ଓ ସସ୍କୃତି ଆଦି କ୍ଷେତ୍ରଗୁଡିକରେ ନିରନ୍ତର ନୂଆ ନୂଆ ସହଯୋଗ ଯୋଗୁଁ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସଂପର୍କ ଆହୁରି ତ୍ୱରାନ୍ୱିତ ହୋଇଛି। ଉତ୍ତମ ବୈଦେଶିକ ନୀତି ପାଇଁ ଉଭୟ ଦେଶମଧ୍ୟରେ ସତର୍କତାପୂର୍ଣ୍ଣ ବ୍ୟବହାର ଓ ଭାବ ଆଦାନପ୍ରଦାନର ଆବଶ୍ୟକତା ରହିଛି। ଏଥିପାଇଁ ଦୃଢ ମନ ଓ କଳ୍ପନା ମଧ୍ୟ ଜରୁରି। ଭାରତର ଅଭିବୃଦ୍ଧି ଓ ପର୍ତ୍ତୁଗାଲ ସହ ବିବିଧ ସଂପର୍କ ବୃଦ୍ଧି ଯୋଗୁଁ ଏହି ସବୁ କଳ୍ପନା ସାକାର ହୋଇପାରିବ।

ଆଲେଖ୍ୟ: ଡକ୍ଟର ଆଶ ନାରାୟଣ ରାୟ

ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...