Skip to main content

ତାଲିବାନ –ଆମେରିକା କଥାବାର୍ତ୍ତା ପୁନଃ ଆରମ୍ଭ ହେବାକୁ ଯାଉଥିବାବେଳେ ଆଗକୁ ବଡ଼ ଆହ୍ୱାନର ସମ୍ଭାବନା

ବାଗ୍ରାମ ବିମାନ ଘାଟି ପରିସରରେ ଆୟୋଜିତ ଏକ ଧନ୍ୟବାଦ ସମର୍ପଣ ଉତ୍ସବରେ ଯୋଗଦେବା ଅବସରରେ ତାଲିବାନ ସହ ପୁନଃ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିବା ପରେ ସେହି ବିମାନଘାଟି ପରିସରରେ ଅବସ୍ଥିତ ଏକ ଚିକିତ୍ସା କେନ୍ଦ୍ର ବାହାରେ ତାଲିବାନ ସନ୍ତ୍ରାସବାଦି ମାନଙ୍କ ଦ୍ୱାରା ଗତକାଲି ଏକ ଶକ୍ତିଶାଳି ଆତ୍ମଘାତି ବିସ୍ଫୋରଣ କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥାବାର୍ତ୍ତା ପାଇଁ ତାଲିବାନର ଏକ ରାଜନୈତିକ ଦଳ ପ୍ରସ୍ତୁତ ହେଉଥିବାବେଳେ କାବୁଲ ସ୍ଥିତ ନାଟୋର ଏକ ସାମରିକ ଘାଟି ଉପରେ ତାଲିବାନ ଦ୍ୱାରା ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତିଙ୍କ ଶାନ୍ତି କଥାବାର୍ତ୍ତାକୁ ସ୍ଥଗିତ ରଖିଥିଲେ ଏବଂ କଥାବାର୍ତ୍ତା ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିବାବେଳେ ପୁଣି ଏଭଳି ଆକ୍ରମଣ ଏ କ୍ଷେତ୍ରରେ ବାଧା ସୃଷ୍ଟି କରିଛି। ସେପ୍ଟେମ୍ବର ମାସରୁ ଶାନ୍ତି କଥାବାର୍ତ୍ତା ବନ୍ଦ ରହିଥିବାବେଳେ ଅସ୍ତ୍ର ବିରତି ପାଇଁ ସର୍ତ୍ତ ଚୁଡାନ୍ତ ହେବାବେଳେ ଯୁଦ୍ଧ ବନ୍ଦ ହେବବୋଲି କହି କଥାବାର୍ତ୍ତା ପାଇଁ ଖୋଲାମନ ରଖିଥିବା କଥା ତାଲିବାନ କହୁଛି। ଏହାପରେ ତାଲିବାନ ପକ୍ଷରୁ ଚିନ, ରୁଷ ଓ ପାକିସ୍ତାନର ନେତାମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରାଯାଇଛି।

ବିଳମ୍ୱ ସତ୍ତ୍ୱେ ଆମେରିକା ଓ ତାଲିବାନ ମଧ୍ୟରେ କଥାବାର୍ତ୍ତା ପୁନଃ ଆରମ୍ଭ ହୋଇଥିବା କଥା ତାଲିବାନ ମୁଖପାତ୍ର ସୁହେଲ ଶହିନ୍ ସୂଚନା ଦେଇଛନ୍ତି। ଆଫଗାନିସ୍ଥାନର ନାମ ଇସଲାମିକ ରିପବ୍ଲିକ ନରଖି ଇସଲାମିକ ଏମିରେଟ ରଖିବାକୁ ତାଲିବାନ ଚାହୁଁଥିବାବେଳେ ରାଷ୍ଟ୍ରପତି ଅଶରଫ ଘନିଙ୍କ ନେତୃତ୍ୱାଧିନ ଆଫଗାନ ସରକାର ଏହାକୁ ବିରୋଧ କରୁଛନ୍ତି ଏବଂ ଆଫଗାନ ସରକାରଙ୍କ ମୂଳ ପରିଚୟ ସହ ସାଲିସ କରାଯିବା ନାହିଁ ବୋଲି କହୁଛନ୍ତି।

ସେପ୍ଟେମ୍ୱର ମାସରେ ଆମେରିକା କଥାବାର୍ତ୍ତା ବନ୍ଦ କରିବା ପୂର୍ବରୁ ଅନେକ ସମସ୍ୟାର ସମାଧାନ ହୋଇଥିବା କଥା ତାଲିବାନ କହୁଛି କିନ୍ତୁ ଆମେରିକା ସହ ଯୁଦ୍ଧ ବିରତି ଏବଂ ଆଫଗାନ ସରକାରଙ୍କ ସହ ଶାନ୍ତି କଥାବାର୍ତ୍ତା ବିଷୟରେ କିଛି ସମାଧାନ ହୋଇପାରି ନାହିଁ। ଏହି ପ୍ରସଙ୍ଗ ଅସମାଧିତ ହୋଇ ରହିଥିବାରୁ ଆମେରିକା, ତାଲିବାନ ଓ ଆଫଗାନ ସରକାରଙ୍କ ମଧ୍ୟରେ ଆଗାମି ଦିନରେ ଏହା ଉପରେ କଥାବାର୍ତ୍ତା ହେବାର ଆବଶ୍ୟକତା ରହିଛି।

ତାଲିବାନ କାବୁଲ ସରକାରଙ୍କ ସ୍ଥିତାବସ୍ଥା ବିଷୟ କଥାବାର୍ତ୍ତାରେ ଉତ୍ଥାପନ କରିବା ଅନ୍ୟ ଏକ ଅସହଜ ବିଷୟ ବୋଲି ବିବେଚନା କରାଯାଉଛି। ସେପ୍ଟେମ୍ୱର 28 ତାରିଖରେ ଆଫଗାନ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହୋଇଛି କିନ୍ତୁ ଏପର୍ଯ୍ୟନ୍ତ ଫଳାଫଳ ଜଣାପଡି ନାହିଁ। ଡକ୍ଟର ଘନିଙ୍କ ପ୍ରତିଦ୍ୱନ୍ଦି ଅବଦ୍ଦୁଲ୍ଲା ଅବଦୁଲ୍ଲା ଭୋଟ ଗଣତିରେ ସାଧୁତା ଓ ସ୍ୱଚ୍ଛତା ପାଇଁ ଦାବି କରି ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭାମାନ କରୁଛନ୍ତି। ନିର୍ବାଚନ ବିବାଦକୁ ନେଇ ଯଦି ହିଂସା ବ୍ୟାପିବ ତେବେ ଆମେରିକା-ତାଲିବାନ କଥାବାର୍ତ୍ତା କ୍ଷେତ୍ରରେ ଏକ ମସ୍ତବଡ ସମସ୍ୟା ସୃଷ୍ଟି ହେବ।

ଯଦି ଘନିଙ୍କ ସରକାର ପ୍ରତି ଗଣ ସମର୍ଥନ ନମିଳିବ ତେବେ ତାଲିବାନ ତାଙ୍କର ବୈଧତାକୁ ନେଇ ବିବାଦ ସୃଷ୍ଟି କରିବାର ଆଶଙ୍କା ରହିଛି। ଏଭଳି କ୍ଷେତ୍ରରେ ତାଲିବାନ ପ୍ରକୃତ ପ୍ରତିନିଧି ବୋଲି ନିଜକୁ ବିବେଚନା କରୁଛି। ଏନେଇ ଅନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ସମାଧାନ ପନ୍ତା ଖୋଜା ଚାଲିଛି ଏବଂ କ୍ଷମତା ପରିସରରେ ତାଲିବାନକୁ ରଖାଯିବ ବୋଲି ଅନ୍ତର୍ଜାତୀୟ ପକ୍ଷଗୁଡିକ ମଧ୍ୟ ସୂଚନା ଦେଲେଣି।

ରୁଷରେ ପ୍ରକାଶିତ ଏକ ଖବରରୁ ଜଣା ପଡିଛି ଆଇଏସଆଇଏସ ସନ୍ତ୍ରାସବାଦିମାନେ ଆଫଗାନିସ୍ଥାନରେ ପ୍ରବେଶ କରିସାରିଥିବାରୁ କ୍ଷମତା ବଣ୍ଟନ ବ୍ୟବସ୍ଥାରେ ତାଲିବାନକୁ ସାମିଲ ନକରିବାର ଏବେ କୌଣସି ଉପାୟ ନାହିଁ। ବର୍ତ୍ତମାନ ଆଫଗାନିସ୍ଥାନରେ ଇସଲାମିକ ଷ୍ଟେଟ ସନ୍ତ୍ରାସବାଦ ଗୋଷ୍ଠିର ଉପସ୍ଥିତିକୁ ନେଇ ଆମେରିକା ଓ ରୁଷ ପକ୍ଷରୁ ଉଦବେଗ ପ୍ରକାଶ କରି କୁହାଯାଇଛି ସୋଭିଏତ ରୁଷ ବିଭାଜନ ପରେ ମଧ୍ୟ ଏସିଆ ଅଞ୍ଚଳରେ ଆଜି ନହେଲେ କାଲି ଅରାଜକତା ସୃଷ୍ଟି ହେବ ଏବଂ ଚିନର ସିନସିୟାଙ୍ଗ ପ୍ରଦେଶରେ ଅରାଜକତା ବ୍ୟାପିବ। ଆଇଏସ ପକ୍ଷରୁ ସମସ୍ୟାକୁ ଦୀର୍ଘ କାଳିନ ଭାବରେ ଦୂରରେ ରଖିବା ପାଇଁ ଏକ ବହୁ ସ୍ତରୀୟ କ୍ଷମତା ବଣ୍ଟନ ବ୍ୟବସ୍ଥାରେ ତାଲିବାନକୁ ସାମିଲ କରାଯାଉ ବୋଲି ଚିନ ଓ ଆମେରିକା ଚାହୁଁଛନ୍ତି। ଏକଥା ସତ ଯେ ଆଫଗାନ ସରକାରଙ୍କ ସହ ତାଲିବାନ ଯୁଦ୍ଧ ବିରତି ଘୋଷଣା କଲା ମାତ୍ରକେ ଅନ୍ୟ ପକ୍ଷଭୁକ୍ତ ରାଷ୍ଟ୍ରଗୁଡିକ ଆଫଗାନିସ୍ଥାନର ଭିନ୍ନ ଭିନ୍ନ ଗୋଷ୍ଠି ଗୁଡିକ ସହ କଥାବାର୍ତ୍ତା ଆରମ୍ଭ କରିବାକୁ ଆଗେଇ ଆସିବେ।

ଅପରପକ୍ଷେ ଦେଖିବାକୁ ଗଲେ ଶାନ୍ତି କଥାବାର୍ତ୍ତା ପାଇଁ କୌଣସି ଅନୁକୂଳ ପରିବେଶ ନଥିବାରୁ ଆଫଗାନିସ୍ଥାନର ମୋଟାମୋଟି ପରିସ୍ଥିତି ଖରାପ ହେବାର ଆଶଙ୍କା ମଧ୍ୟ ରହିଛି। ଆସ୍ଥା ସୃଷ୍ଟି ପାଇଁ ପଦକ୍ଷେପ ନେବା ପାଇଁ ଆମେରିକା ଘୋଷଣା କରୁବୋଲି କେତେକ ମହଲରୁ ମଧ୍ୟ ଆହ୍ୱାନ ଦିଆ ଯାଇଛି। ଆଫଗାନର ପୂର୍ବତନ ରାଷ୍ଟ୍ରପତି ହମିଦ କର୍ଜାଇ ତାଲିବାନର ଆସ୍ଥାଭାଜନ ହେବା ପାଇଁ ଆଫଗାନିସ୍ଥାନରେ ଏକ ତରଫା ଯୁଦ୍ଧ ବିରତି ଘୋଷଣା କରିବାକୁ ଆମେରିକାକୁ ଆହ୍ୱାନ ଦେଇଛନ୍ତି।

ଆଫଗାନିସ୍ଥାନର ଏହିସବୁ ଘଟଣାବଳି ଓ ପରିସ୍ଥିତି ପ୍ରତି ବାରତକୁ ନିଘା ରଖିବାକୁ ପଡିବ। ଭାରତ ଆଫଗାନିସ୍ଥାନର ପୁନଃର୍ଗଠନ ପାଇଁ ପ୍ରତିବଦ୍ଧ ରହିଛି। ଭାରତ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ପାଇଁ ଆଫଗାନିସ୍ଥାନକୁ 2 ବିଲିୟନ ଡଲାର ସହାୟତା ଦିଆଯାଇ ସାରିଛି।

ଆଫଗାନିସ୍ଥାନର ଆଭ୍ୟନ୍ତରିଣ ଶାନ୍ତି ପାଇଁ ଆମେରିକା, ତାଲିବାନ ଏବଂ ନିଜେ ଆଫଗାନ ସରକାର କଣ କରୁଛନ୍ତି ତାହା ଦେଖିବାର କଥା। କଥାବାର୍ତ୍ତା ଉପରେ ସମଗ୍ର ବିଶ୍ୱ ନିଘା ରଖିଛି।

ଆଲେଖ୍ୟ: କଲୋଳ ଭଟାଚାର୍ଯ୍ୟ

ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...