Skip to main content

ପ୍ରଧାନମନ୍ତ୍ରୀ କହିଛନ୍ତି ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି | ଜିଡ଼ିପି ଅଭିବୃଦ୍ଧି ହାର ମାନ୍ଦାବସ୍ଥା ଦେଇ ଗତି କରୁଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତିକୁ 5 ଟ୍ରିଲିଅନ ଡଲାରରେ ପରିଣତ କରିବା ଲାଗି ତାଙ୍କ ସରକାର ପ୍ରତିଶୃତିବଦ୍ଧ |

ପ୍ରଧାନମନ୍ତ୍ରୀ ସରକାରଙ୍କ ଆର୍ଥିକ ନୀତିକୁ ପ୍ରଶଂସା କରି କହିଛନ୍ତି ଅତୀତରେ ସରକାରଙ୍କ ଦ୍ଵାରା ଅନେକ ବଳିଷ୍ଠ ପଦକ୍ଷେପ ନିଆଯାଇଛି ଯାହାର ପରିଣାମ ଆଗାମୀ ବର୍ଷରେ ଦେଖିବାକୁ ମିଳିବ | ଭାରତୀୟ ଶିଳ୍ପ ମହାସଂଘ ଆସୋଚାମର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଭାରତୀୟ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି ବୋଲି ଯେଉଁ ଚର୍ଚ୍ଚା ଚାଲିଛି ସେ ଧାରଣାକୁ ଦୂର କରିବା ପାଇଁ ସେ ଦୃଢ ଯୁକ୍ତି ଉପସ୍ଥାପନ କରିଥିଲେ |

ଅବଶ୍ୟ ଗତ କିଛି ଦିନ ଧରି ଜିଡ଼ିପି ଅଭିବୃଦ୍ଧିର ନିମ୍ନଗାମୀ ଅବସ୍ଥାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି | ଆନ୍ତର୍ଜାତୀୟ ଅର୍ଥନୈତିକ ମାନ୍ଦାବସ୍ଥା ପରିପ୍ରେକ୍ଷୀରେ ଏହି ଚର୍ଚ୍ଚା ଚାଲିଛି | ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ବିବାଦ ଜାରି ରହିଥିବା ବେଳେ ଏହା ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଉଛି | ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି ସମୟରେ କାର୍ଯ୍ୟଭାର ସମ୍ଭାଳି ଥିଲେ ଯେତେବେଳେ ଦେଶର ଅର୍ଥନୀତି ଅନାଦେୟ ଋଣ ଦ୍ଵାରା ଅଧିକ ମାତ୍ରାରେ ପ୍ରଭାବିତ ଥିଲା |

ଅନାଦେୟ ଋଣ ଯୋଗୁଁ ସରକାରୀ ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନ ଗୁଡିକର ସ୍ଥିତି ଭଲ ନାହିଁ | ପ୍ରଧାନମନ୍ତ୍ରୀ କହିଥିଲେଯେ ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କ ଗୁଡିକର ସ୍ଥିତି ପୁନଃସ୍ଥାପନା କରିବା ଥିଲା ତାଙ୍କ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା | ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଭାରତୀୟ ରିଜର୍ବ ବ୍ୟାଙ୍କର ତତ୍ତ୍ଵାବଧାନରେ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଅଧା ଡଜନରୁ ଅଧିକ ବ୍ୟାଙ୍କ ଏଭଳି ପରିସ୍ଥିତିରୁ ମୁକୁଳିପାରିଛନ୍ତି|

ଏହା ସତ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଏନଡ଼ିଏ ସରକାର ରାଷ୍ଟ୍ରାୟତ୍ତ ବ୍ଯାଙ୍କ ଗୁଡିକୁ ସମ୍ମିଶ୍ରଣ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ଯଦ୍ୱାରା ସେମାନେ ପ୍ରତିଦ୍ଵନ୍ଦୀ ହୋଇପାରିବେ ଓ ଏହି କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରତିଦ୍ଵନ୍ଦୀ ଭାବେ ସକ୍ଷମ ହୋଇପାରିବେ |

ଆସୋଚାମ ବୈଠକରେ ପ୍ରଧାନମନ୍ତ୍ରୀ, ଅନାଦେୟ ଋଣ ଯୋଗୁଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ଋଣ ଦେବାର ସ୍ଥିତି ଭୁଷୁଡିପଡିଥିବା ଅର୍ଥବ୍ୟବସ୍ଥା ପାଇଁ ବିପଦ ରହିଥିବା ବିଷୟରେ ବ୍ୟାପକ ଆଲୋଚନା କରିଥିଲେ | ଏହା ସତ ଯେ ଅନେକ ଶିଳ୍ପସଂସ୍ଥା ଋଣ ପରିଶୋଧ କରିନଥିବାରୁ ଦେଶର ଆର୍ଥିକ ସ୍ଥିତି ମାନ୍ଦାବସ୍ଥାରେ ରହିଛି |

ଦେବାଳିଆ ପରିସ୍ଥିକୁ ସୁଧାରିବା ଲାଗି ଆଗତ କରାଯାଇଥିବା ଏସାର ଷ୍ଟିଲ ର ସଫଳ ପ୍ରସ୍ତାବ ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନ ଗୁଡିକର ଅବସ୍ଥା ସୁଧାରିବାରେ ସହାୟକ ହେବ | ସରକାରଙ୍କ ଦ୍ଵାରା ନିଆଯାଇଥିବା ଗଠନମୂଳକ ପଦକ୍ଷେପ ଗୁଡିକ ଯୋଗୁଁ ବର୍ତ୍ତମାନ ସୁଫଳ ମିଳିବା ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି | ସେ କହିଛନ୍ତି 2014 ରେ ତାଙ୍କ ସରକାର ଦାୟିତ୍ଵ ଗ୍ରହଣ କରିବା ବେଳେ ଅର୍ଥନୀତି ବିପର୍ଯ୍ୟସ୍ତ ଆଡକୁ ଗତି କରୁଥିଲା | ସେ କହିଛନ୍ତି ଏନଡ଼ିଏ ସରକାର ଅର୍ଥବ୍ୟବସ୍ଥା ସ୍ଥିର କରିବା ସହ ତତସଙ୍କ୍ରାନ୍ତୀୟ ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ | ସରକାର ଉଦ୍ୟୋଗ କ୍ଷେତ୍ରର ଦୀର୍ଘ ଦିନରୁ ହୋଇଆସୁଥିବା ଦାବି ଗୁଡିକୁ ପୂରଣ କରିଛନ୍ତି |

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଭାରତୀୟ ଉଦ୍ୟୋଗ କ୍ଷେତ୍ରର ସମସ୍ତ ସୁବିଧା ଅସୁବିଧା ବିଷୟ ବୁଝିଛନ୍ତି ଓ କର୍ପୋରେଟ ଟିକସ ହ୍ରାସ କରିବା ହେଉଛି ଏହାର ଜ୍ଵଳନ୍ତ ପ୍ରମାଣ | ପ୍ରଧାନମନ୍ତ୍ରୀ କହିଛନ୍ତି ଅର୍ଥନୀତିରେ ସ୍ବଚ୍ଛତା ଆଣିବା ଲାଗି ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି | ଟିକସିକରଣ କ୍ଷେତ୍ରରେ ସ୍ବଚ୍ଛତା ନିଶ୍ଚିତ କରିବା ଲାଗି ସାମଗ୍ରୀ ଓ ସେବା କର (ଜିଏସଟି) ଲାଗୁ କରିବା ହେଉଛି ଏଦିଗରେ ଆଉ ଏକ ବଳିଷ୍ଠ ପଦକ୍ଷେପ |

ଶ୍ରୀ ମୋଦୀ ମଧ୍ୟ କହିଛନ୍ତି 2014 ରେ ସହଜ ବ୍ୟବସାୟ ବାତାବରଣ କ୍ଷେତ୍ରରେ 190 ଟି ଦେଶ ମଧ୍ୟରେ ଭାରତର ସ୍ଥାନ 142 ତମ ରହିଥିବା ବେଳେ ନିବେଶ ପ୍ରସ୍ତାବ ଗୁଡିକୁ ଅନୁମୋଦନ କରିବା ସହ ଏକ୍ଷେତ୍ରରେ ସ୍ବଚ୍ଛତା ଆଣିବା ଲାଗି ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଯୋଗୁଁ ବ୍ୟବସାୟ ସୁଗମତା କ୍ଷେତ୍ରରେ ଦେଶ ତିନି ବର୍ଷ ଭିତରେ 63 ତମ ସ୍ଥାନକୁ ପହଞ୍ଚି ପାରିଛି | ସେ କହିଛନ୍ତି ଶ୍ରମ ସଂସ୍କାର ପାଇଁ ବହୁ ପଦକ୍ଷେପ ନିଆଯାଇଛି ଯେଉଁଥିରେ ଉଦ୍ୟୋଗ କ୍ଷେତ୍ର ଦ୍ଵାରା ବାଞ୍ଛିତ ଶ୍ରମ ଆଇନର ସଂହିତାକରଣ ଅନ୍ତର୍ଭୁକ୍ତ |

ସରକାର ବ୍ୟାଙ୍କ ଓ ଉଦ୍ୟୋଗ କ୍ଷେତ୍ରର ହିତସାଧନ ଲାଗି ଦେବାଳିଆ ଆଇନର ପୁନଃସଂଶୋଧନ କରିଛନ୍ତି ଯାହାକି ଅର୍ଥବ୍ୟବସ୍ଥାକୁ ଆହୁରି ମଜବୁତ କରିବ ବୋଲି ପ୍ରଧାନମନ୍ତ୍ରୀ ଜଣାଇଛନ୍ତି |.

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଅର୍ଥନିତୀକୁ ପାଞ୍ଚ ଲକ୍ଷ ଟ୍ରିଲିୟନ ଡଲାରରେ ପରିଣତ କରିବା ଲାଗି ଯେଉଁ ଲକ୍ଷ ଧାର୍ଯ୍ୟ କରାଯାଇଛି ତାହା ଅନେକ ବିଚାର ବିମର୍ଶ ପରେ କରାଯାଇଛି ଓ ଏହି ଲକ୍ଷ ହାସଲ ହେବା ଆଦୌ ଅସମ୍ଭବ ନୁହେଁ | ‘ସ୍ଵଚ୍ଛ ଭାରତ ଅଭିଯାନ’ ସରକାରଙ୍କ ଏକ ମହାତ୍ବାକାଙ୍ଖ୍ୟୀ ଲକ୍ଷାଭିମୁଖୀ ଯୋଜନାର ଏକ ସ୍ପଷ୍ଟ ପ୍ରମାଣ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି | |
ମୁଳଲେଖା : ମନୀଷ ଆନନ୍ଦ, ବରିଷ୍ଠ ସମ୍ବାଦଦାତା, ଦ ନ୍ୟୂ ଇଣ୍ଡିଆନ ଏକ୍ସପ୍ରେସ

ଅନୁବାଦ: ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...