Skip to main content

ପାର୍ଲାମେଣ୍ଟରେ ଚଳିତ ସପ୍ତାହ

ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ ନାଗରିକତା ସଂଶୋଧନ ବିଲ, 2019 ପାସ ହୋଇଯାଇଛି | ଉଭୟ ସଭାଗୃହରେ ଏହି ବିଲ ଅନୁମୋଦନ ଲାଭ କରିଛି | ବୁଧବାର ଦିନ ରାଜ୍ୟସଭାରେ ଏହି ବିଲ ଉପସ୍ଥାପନ କରି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ପାକିସ୍ତାନ, ବାଙ୍ଗଲାଦେଶ ଓ ଆଫଗାନିସ୍ତାନ ଭଳି ପଡୋଶୀ ରାଷ୍ଟ୍ରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଯେଉଁ ଦୁଃଖ କଷ୍ଟରେ ଅଛନ୍ତି ତାହା ଦୂର କରିବା ପଇଁ ଏହି ଐତିହାସିକ ବିଲର ଆବଶ୍ୟକତା ଥିଲା | ସେ କହିଥିଲେ ଯେ ଧର୍ମ ଭିତ୍ତିରେ ବିଭାଜନ ପରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ମାନେ ଏହି ସବୁ ଦେଶ ଗୁଡିକରେ ନିର୍ଯ୍ୟାତିତ ହୋଇ ଆସୁଛନ୍ତି| 1955 ନାଗରିକତା ଆଇନରେ ସଂଶୋଧନ କରାଯିବା ଦ୍ଵାରା ପାକିସ୍ତାନ, ବାଙ୍ଗଲାଦେଶ ଓ ଆଫଗାନିସ୍ତାନରୁ ପଳାଇ ଆସିଥିବା 6ଟି ସଂପ୍ରଦାୟର ଅବୈଧ ଶରଣାର୍ଥୀ ମାନଙ୍କୁ ଭାରତର ନାଗରିକତ୍ଵ ପ୍ରଦାନ କରିବା ଏହି ବିଲର ଲକ୍ଷ | ସେହି ସବୁ ଦେଶ ଗୁଡିକର ସଂଖ୍ୟାଲଘୁ ସମ୍ପ୍ରଦାୟ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ତଥା ଖ୍ରୀଷ୍ଟିୟାନ ନାଗରିକ ମାନଙ୍କୁ ଭାରତୀୟ ନାଗରିକତା ହାସଲ କରିବାରେ ଏହି ବିଲ ସମର୍ଥ ହେବ |

ଶ୍ରୀ ଶାହ ଏହାର ସମ୍ବିଧାନିକତା ଉପରେ ଜବାବ ଦେଇ କହିଥିଲେ ଯେ ଏହି ବିଲରେ ସର୍ତ୍ତ ଗୁଡିକୁ ପୂରଣ କରିବା ପାଇଁ ଯୁକ୍ତିଯୁକ୍ତ ବର୍ଗୀକରଣ କରାଯାଇଛି | ସେ କହିଥିଲେ ଗତ ପାଞ୍ଚ ବର୍ଷରେ ଭାରତରେ ସେହି ଦେଶ ଗୁଡିକର ମୁସଲମାନ ସଂପ୍ରଦାୟର 566 ଜଣ ଲୋକଙ୍କୁ ନାଗରିକତା ପ୍ରଦାନ କରାଯାଇଛି | ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ବିଲକୁ ତରବାରିଆ ଭାବେ ବା ବିରୋଧୀ ପାର୍ଟି ଦ୍ଵାରା ଉତଥାପନ କରାଯାଉଥିବା ପ୍ରସଙ୍ଗରୁ ଧ୍ୟାନ ହଟେଇବା ଲାଗି ଆଗତ କରାଯାଇନାହିଁ | ସେ କହିଥିଲେ ପୂର୍ବରୁ ଶ୍ରୀଲଙ୍କା ଓ ଉଗାଣ୍ଡା ର ଲୋକମାନଙ୍କୁ ନାଗରିକତା ପ୍ରଦାନ କରାଯାଉଥିଲା | ପ୍ରଧାନମନ୍ତ୍ରୀ ଏକ ଟୁଇଟ କରି କହିଛନ୍ତି ଯେ ଭାରତ ଓ ଦେଶର ଲୋକ ମାନଙ୍କ କରୁଣା ଓ ଭାତୃତ୍ୱଭାବ ପାଇଁ ଏହା ଏକ ଉଲ୍ଲେଖନୀୟ ଦିବସ | ସେ କହିଛନ୍ତି ଯେ ଏହି ବିଲ ଦୀର୍ଘ ଦିନରୁ ଉତ୍ପୀଡନର ଶିକାର ହେଉଥିବା ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶା ଦୂର କରିବ |

ସମ୍ବିଧାନର ୧୨୬ତମ ସଂଶୋଧନ ବିଲ 2019 ଗୁରୁବାର ଦିନ ସଂସଦରେ ପାସ ହୋଇଥିଲା | ସୂଚନାଯୋଗ୍ୟ ଯେ, ପୂର୍ବରୁ ଲୋକସଭା ଦ୍ଵାରା ଅନୁମୋଦିତ ଏହି ବିଲକୁ ଗୁରୁବାର ଦିନ ରାଜ୍ୟସଭାର ଅନୁମୋଦନ ମିଳିଛି । ଏହି ବିଲରେ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡିକରେ ତଫସିଲଭୁକ୍ତ ଜାତି ଓ ଜନଜାତି ପାଇଁ 25 ଜାନୁୟାରୀ 2030 ପର୍ଯ୍ୟନ୍ତ ଆଉ ଦଶ ବର୍ଷ ଲାଗି ସ୍ଥାନ ସଂରକ୍ଷଣ ଦେବାର ପ୍ରସ୍ତାବ ରହିଛି | ଆଇନ ଓ ନ୍ୟାୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବିତର୍କ ବେଳେ ଉତ୍ତର ଦେଇ କହିଥିଲେ ସରକାର ତଫସିଲଭୁକ୍ତ ଜାତି ଓ ଜନଜାତି ସମ୍ପ୍ରଦାୟର ସ୍ଵଚ୍ଛଳ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣରେ କୌଣସି ମାନଦଣ୍ଡ ପ୍ରସ୍ତୁତ କରୁନାହାନ୍ତି | ସେ କହିଥିଲେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡ଼ିଏ) ସରକାର ଏହି ଦୁଇ ସମୁଦାୟର କଲ୍ୟାଣ ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି | ସେ କହିଥିଲେ ସରକାର ଶିକ୍ଷା ଓ ସଶସ୍ତ୍ର ବାହିନୀ କ୍ଷେତ୍ରରେ ଏଙ୍ଗ୍ଲୋ-ଇଣ୍ଡିଆନ ସମୁଦାୟର ଅବଦାନ ଲାଗି ଏହାର ପ୍ରଶଂସା କରିଛନ୍ତି |

ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ସୂଚନା ଦେଇଛନ୍ତି ଯେ ଅକ୍ଟୋବର 2019 ପର୍ଯ୍ୟନ୍ତ ଆସାମରେ ବିଭିନ୍ନ ବିଦେଶୀ ମାନଙ୍କ ନ୍ୟାୟାଧିକରଣ ଦ୍ଵାରା 1.29 ଲକ୍ଷରୁ ଅଧିକ ଲୋକଙ୍କୁ ବିଦେଶୀ ନାଗରିକ ଭାବେ ଘୋଷଣା କରାଯାଇଛି | ସେ କହିଛନ୍ତି ଯେ ଏହାକୁ ଚାଲେଞ୍ଜ କରିଥିବା 1.14 ଲକ୍ଷ ଲୋକଙ୍କୁ ମଧ୍ୟ ଭାରତୀୟ ନାଗରିକ ଭାବେ ଘୋଷଣା କରାଯାଇଛି |

ତେଣେ ଦେଶ ମଧ୍ୟରେ ତାଙ୍କ ଆନୁଷ୍ଠାନିକ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିବା ସ୍ମୃତି ଚିହ୍ନ ଗୁଡିକର ନିଲାମ କରାଯାଇ 15 କୋଟିରୁ ଅଧିକ ଅର୍ଥ ପ୍ରାପ୍ତି ହୋଇଛି ବୋଲି ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ ରାଜ୍ୟସଭାରେ ସୂଚନା ଦେଇଛନ୍ତି |

ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ଏକ ଲିଖିତ ଉତ୍ତର ମାଧ୍ୟମରେ ଲୋକସଭାରେ କହିଛନ୍ତି ଯେ ଅଗଷ୍ଟ 5 ତାରିଖରେ ଜାମ୍ମୁ ଓ କାଶ୍ମୀରରେ 370 ଧାରା ଊଚ୍ଛେଦ ହେବା ପରଠୁ ନିୟନ୍ତ୍ରଣ ସୀମାରେଖାରେ ସନ୍ତ୍ରାସବାଦୀ ମାନଙ୍କ ଦ୍ଵାରା 85ଟି ଅନୁପ୍ରବେଶ ଉଦ୍ୟମ ହୋଇଥିବା ବେଳେ 59ଜଣ ଆତଙ୍କବାଦୀ ଅନୁପ୍ରବେଶ କରିଥିବାର ଅନୁମାନ କରାଯାଉଛି । ମନ୍ତ୍ରୀ ମହୋଦୟ କହିଛନ୍ତି ଯେ 1990 ମସିହାରୁ ଅକ୍ଟୋବର 2019 ମଧ୍ୟରେ ଅନୁପ୍ରବେଶ ଉଦ୍ୟମ ବେଳେ ଜାମ୍ମୁ ଓ କାଶ୍ମୀରରେ ପ୍ରାୟ 22,557 ସନ୍ତ୍ରାସବାଦୀଙ୍କୁ ମାରି ଦିଆଯାଇଛି | ସେ କହିଛନ୍ତି 2005 ରୁ ଅକ୍ଟୋବର 31 2019 ମଧ୍ୟରେ ଅନୁପ୍ରବେଶ କରିଥିବା 1,011 ଜଣ ସନ୍ତ୍ରାସବାଦୀଙ୍କୁ ମାରି ଦିଆଯାଇଥିବା ବେଳେ 42 ଜଣଙ୍କୁ ଗିରଫ କରାଯାଇଥିଲା ଓ 2,253 ଜଣଙ୍କୁ ବିତାଡିତ କରାଯାଇଥିଲା |

ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ଲୋକସଭାରେ ଜଣାଇଛନ୍ତି ଯେ ପାକିସ୍ତାନର ହାଜତରେ 292 ଜଣ ଭାରତୀୟ ବନ୍ଦୀ ଅଛନ୍ତି ଓ ସେମାନଙ୍କ ମଧ୍ୟରେ ଭାରତର ବେସାମରିକ ତଥା ମତ୍ସ୍ୟଜୀବୀ ଅଛନ୍ତି | ସେ କହିଛନ୍ତି 1 ଜୁଲାଇ 2019 ରେ ପ୍ରକାଶ କରାଯାଇଥିବା ତାଲିକା ଅନୁଯାୟୀ ପାକିସ୍ତାନ, ଭାରତର 52ଜଣ ବେସାମରିକ ନାଗରିକ ଓ 209 ଜଣ ମତ୍ସ୍ୟଜୀବୀ ସେଠାକାର ହାଜତରେ ବନ୍ଦୀ ଥିବା ବିଷୟ ସ୍ଵୀକାର କରିଛି | ସେ ମଧ୍ୟ କହିଛନ୍ତି ଯୁଦ୍ଧ ବନ୍ଦୀ ସମେତ 83 ଜଣ ପ୍ରତିରକ୍ଷା କର୍ମଚାରୀ ନିଖୋଜ ହୋଇଥିବା ବିଷୟ ଏକ ଉଦବେଗର କାରଣ ହୋଇଛି | ଏମାନେ ହାଜତରେ ଥିବା ବିଷୟ ଇସଲାବାଦ ମଧ୍ୟ ଏଯାଏଁ ସ୍ପଷ୍ଟ କରିନାହିଁ | ମନ୍ତ୍ରୀ ମହୋଦୟ କହିଥିଲେ ନୂଆଦିଲ୍ଲୀ ପକ୍ଷରୁ ନିରନ୍ତର ଉଦ୍ୟମର ଫଳାଫଳ ସ୍ୱରୂପ ସରକାର 2014 ପରଠୁ ପାକିସ୍ତାନ ହାଜତରୁ ମତ୍ସ୍ୟଜୀବୀ ମାନଙ୍କ ସମେତ 2,112 ଭାରତୀୟଙ୍କୁ ଖଲାସ କରିବା ବା ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରେଇବାରେ ସଫଳ ହୋଇଛନ୍ତି| ସେ କହିଛନ୍ତି ଯେ ଏମାନଙ୍କ ମଧ୍ୟରୁ 364 ଜଣ ଭାରତୀୟ ଚଳିତ ବର୍ଷ ପ୍ରତ୍ୟାବର୍ତ୍ତନ କରିଛନ୍ତି |

ମୂଳ ଲେଖା : ଭି. ମୋହନ ରାଓ, ସାମ୍ବାଦିକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...