Skip to main content

ଭାରତର ବୈଦେଶିକ ବିନିମୟ ମୁଦ୍ରା ଭଣ୍ଡାର ବୃଦ୍ଧି

ଭାରତର ବୈଦେଶିକ ବିନିମୟ ମୁଦ୍ରା ପରିମାଣ ଗତ 20 ତାରିଖରେ ସର୍ବାଧିକ 455 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି | ଗତ ମାର୍ଚ୍ଚ ମାସରେ ଏହା 412 ବିଲିୟନ ଆମେରିକୀୟ ଡଲାର ଥିଲା | ବୈଦେଶିକ ମୁଦ୍ରା ସମ୍ପତ୍ତି (ଏଫସିଏ) ଗତ ମାର୍ଚ୍ଚ ମାସ ତୁଳନାରେ ଶତକଡା 10 ଭାଗ ବୃଦ୍ଧି ପାଇବାରୁ ଫୋରେକ୍ସରେ ବୃଦ୍ଧି ଘଟିଛି |

ଆମେରିକୀୟ ଡଲାର, ୟୁରୋ, ପାଉଣ୍ଡ ଷ୍ଟର୍ଲିଙ୍ଗ ଓ ୟେନ ଆଦି ବହୁମୂଖୀ ମୁଦ୍ରା ଗୁଡିକୁ ନେଇ ବୈଦେଶିକ ମୁଦ୍ରା ସମ୍ପତ୍ତି ଧାର୍ଯ୍ୟ ହୋଇଥାଏ ଏବଂ ଏଗୁଡ଼ିକୁ ଆମେରିକୀୟ ଡଲାର ହିସାବରେ ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ | ରିଜର୍ବ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ ଏଫସିଏର ମୂଲ୍ୟ ଉତଥାନ ପତନ ହେବାର ମୂଳ କାରଣ ହେଲା ବୈଦେଶିକ ବିନିମୟ ମୁଦ୍ରା କିଣାବିକା, ବୈଦେଶିକ ବିନିମୟ ମୁଦ୍ରା ଭଣ୍ଡାରରୁ ଆୟ, କେନ୍ଦ୍ରସରକାରଙ୍କ ବାହ୍ୟ ସହାୟତା ଗ୍ରହଣ ଏବଂ ସମ୍ପତ୍ତିର ପୁନଃଆକଳନ ପରିବର୍ତ୍ତନ ଯୋଗୁଁ ହୋଇଥାଏ |

ଏଫସିଏ ଛଡା ଫୋରେକ୍ସର ଅନ୍ୟ ତିନୋଟି ଅଂଶ ହେଲା , ସୁନା, ଏସଡ଼ିଆର ଓ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠିରେ ଥିବା ଆରଟିପି | 2019 ଡିସେମ୍ବର 20 ତାରିଖ ସୁଦ୍ଧା ଶତକଡା 93 ଭାଗ ଫୋରେକ୍ସ ରହିଥିବା ବେଳେ 6 ଭାଗ ସୁନା ଏବଂ 0.32 ଭାଗ ଏସଡ଼ିଆର ଓ ଆଇଏମଏଫ ରେ ଶତକଡା 0.80 ଭାଗ ଆରଟିପି ରହିଥିଲା | 

ଜିଡ଼ିପି ଅନୁସାରେ ବାହ୍ୟ କ୍ଷେତ୍ରର ଆକାର ଏବଂ ଅର୍ଥନୀତିର ଉନ୍ମୁକ୍ତ ହାର ତଥା ନଗଦି ଆବଶ୍ୟକତା ଅନୁଯାୟୀ ବୈଦେଶିକ ବିନିମୟ ଭଣ୍ଡାର ଚାହିଦା ଧାର୍ଯ୍ୟ କରାଯାଇଥାଏ | 1934 ରିଜର୍ବ ବ୍ୟାଙ୍କ ଆଇନ ହେଉଛି ଭଣ୍ଡାର ପରିଚାଳନା ପାଇଁ ଆବଶ୍ୟକୀୟ ଆଇନଗତ ଢାଞ୍ଚା | ଫୋରେକ୍ସର ଉତ୍ସ ଉତଥାନ ପତନ ବିଷୟରେ ଜାଣିବାକୁ ହେଲେ ବାଣିଜ୍ୟ ନିଅଣ୍ଟ ଓ ବାଲାନ୍ସ ପେମେଣ୍ଟ ପୁଞ୍ଜିକୁ ବୁଝିବାକୁ ପଡିବ |

କ୍ୟାପିଟାଲ ଆକାଉଣ୍ଟ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛି ପ୍ରଥମଟି ହେଲା ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ (ଏଫଡ଼ିଆଇ) ଏବଂ ଦ୍ବିତୀୟଟି ବୈଦେଶିକ ପୋର୍ଟଫୋଲିଓ ପୁଞ୍ଜି ନିବେଶ (ଏଫପିଆଇ) | ବୈଦେଶିକ ପୋର୍ଟ ଫୋଲିଓ ପୁଞ୍ଜି ନିବେଶ ମଧ୍ୟରେ ବୈଦେଶିକ ପୁଞ୍ଜିନିବେଶକାରୀ ମାନଙ୍କ ପୁଞ୍ଜି ନିବେଶ, ପ୍ରବାସୀ ଭାରତୀୟ ମାନଙ୍କ ଜମା ସମେତ ବ୍ୟାଙ୍କ କ୍ଷେତ୍ରର ପୁଞ୍ଜି, ସ୍ଵଳ୍ପକାଳୀନ ଋଣ, ବାହ୍ୟ ସହାୟତା ଏବଂ ବୈଦେଶିକ ବାଣିଜ୍ୟ ଋଣ ଆଦି ଅନ୍ତର୍ଭୁକ୍ତ | ଏଫଡ଼ିଆଇ ଓ ଏଫଆଇଆଇ ବୃଦ୍ଧି ସାଙ୍ଗକୁ ବାଣିଜ୍ୟ ନିଅଣ୍ଟ ସ୍ଥିତିରେ ଉନ୍ନତି ଆସିବାରୁ ବର୍ତ୍ତମାନ ଫୋରେକ୍ସ ବୃଦ୍ଧି ପାଇଥିବା କଥା କୁହାଯାଉଛି |

ଆମଦାନୀକୁ ଆବରଣ କରିବା ପାଇଁ ଦକ୍ଷତା ଉପରେ ଫୋରେକ୍ସ ଭଣ୍ଡାରର ପର୍ଜ୍ୟାପ୍ତତା ନିର୍ଭର କରୁଛି | ଆର୍ଥିକ ବର୍ଷ 2019-20ରେ ବୈଦେଶିକ ବିନିମୟ ଭଣ୍ଡାର ଆମଦାନୀ ଆବରଣ ବୃଦ୍ଧି 2019 ମାର୍ଚ୍ଚ ମାସରେ 9.6 ମାସରୁ ଜୁନ ମାସରେ 10 ମାସକୁ ବୃଦ୍ଧି ପାଇଥିଲା | 

ଫୋରେକ୍ସ ଭଣ୍ଡାର ବୃଦ୍ଧି ପାଉଥିବା ସ୍ଥିର କି ଅସ୍ଥିର ତାହା ପରୀକ୍ଷା ନିରୀକ୍ଷା କରିବା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ | ଏହା ଫୋରେକ୍ସର ବିଭିନ୍ନ ଅଂଶର ସମ୍ମେଳନ ଉପରେ ନିର୍ଭର କରୁଛି | ଯଦି ଅସ୍ଥିର ପୁଞ୍ଜି ପ୍ରବାହ, ଉଦାହରଣ ସ୍ୱରୂପ- ଏଫପିଆଇ ଏବଂ ବକେୟା ସ୍ଵଳ୍ପକାଳୀନ ଋଣ ଅଧିକ ହୋଇଥାଏ ତେବେ ଫୋରେକ୍ସ ଭଣ୍ଡାର ଅସ୍ଥିର ରହିବ | ଏହାର କାରଣ ହେଉଛି ଏଫପିଆଇ ଉପରେ ସୁଧ ହାରରେ ତାରତମ୍ୟ ଏବଂ ଦେଶରୁ ବିଦେଶରେ ପୁଞ୍ଜି ନିବେଶ ଉପରେ ସୁଧ ହାର ଅନ୍ୟ ଦେଶ ଗୁଡିକ ତୁଳନାରେ ଅଧିକ ହେବା ବା “ହଟ ମନି” ଉପରେ ନିର୍ଭର କରୁଛି | 

ବର୍ତ୍ତମାନ ରିଜର୍ବ ବ୍ୟାଙ୍କର ଫୋରେକ୍ସ ପରିଚାଳନା ରିପୋର୍ଟରେ କୁହା ଯାଇଛିଯେ ଅସ୍ଥିର ପୁଞ୍ଜି ପ୍ରବାହ ଅନୁପାତ ମାର୍ଚ୍ଚ ମାସରେ ଶତକଡା 88.7 ଭାଗରୁ ହ୍ରାସ ପାଇ ଜୁନ ଶେଷ ସୁଦ୍ଧା 86.7 ଭାଗରେ ପହଞ୍ଚିଥିଲା |

ତେଣୁ ଏଠାରେ କୁହାଯାଇପାରିବ ଭାରତର ଦେଶୀୟ ବଜାରରେ ଚାହିଦା ହ୍ରାସ ଏବଂ ବିଶ୍ଵ ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୱେ ଦେଶର ବୃହତ ଅର୍ଥନୈତିକ ସ୍ଥିତି ଫୋରେକ୍ସ ବୃଦ୍ଧି ପାଇଥିବା କ୍ଷେତ୍ରରେ ଏକ ବଡ ସଫଳତା | ବିଶ୍ଵ ଅର୍ଥନୀତିରେ ମନ୍ଥରତାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଫୋରେକ୍ସ ଭଣ୍ଡାର ବୃଦ୍ଧି ପ୍ରତି ଖାଲି ଧ୍ୟାନ ଦିଆଯିବ ନାହିଁ ବରଂ ଆର୍ଥିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଦୀର୍ଘ ମିଆଦି ଅଭିବୃଦ୍ଧି ପାଇଁ ଅଧିକ ଗଠନମୂଳକ ସଂସ୍କାର କରାଯିବ | 2020 କେନ୍ଦ୍ରିୟ ବଜେଟ ପାଖେଇ ଆସୁଥିବା ବେଳେ ଭାରତର ଅର୍ଥନୀତିରେ ଉନ୍ନତି ପାଇଁ ସରକାର ପଦକ୍ଷେପ ନେବେ ବୋଲି ଦେଶବାସୀ ଆଶା କରୁଛନ୍ତି| 



ମୂଳ ଲେଖା : ଡଃ ଲେଖା ଚକ୍ରବର୍ତ୍ତୀ, ପ୍ରଫେସର, NIPFP 

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...