Skip to main content

ଷ୍ଟାର୍ଟ ଅପ ଅଭିଯାନ ପ୍ରଗତି ପଥରେ 

71 ତମ ସାଧାରଣତନ୍ତ୍ର ଦିବସ ଅବସରରେ ଷ୍ଟାର୍ଟ-ଅପ ଇଣ୍ଡିଆ ଯୋଜନାର ପ୍ରଜ୍ଞାପନ ମେଢ ପ୍ରଦର୍ଶନ ଏହା ପାଇଁ ଅତ୍ୟନ୍ତ ଗୌରବର ମୂହୁର୍ତ୍ତ ଥିଲା | ଏହି ଯୋଜନା ଯୋଗୁଁ ମାତ୍ର କିଛି ସମୟ ମଧ୍ୟରେ 300,000 ରୁ ଅଧିକ ଚାକିରି ସୃଷ୍ଟି ହେବା ସହ ଭାରତର ପ୍ରତି କୋଣ ଅନୁକୋଣରେ 26,000ରୁ ଅଧିକ ଷ୍ଟାର୍ଟ ଅପ ଆରମ୍ଭ କରାଯାଇଛି | ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ପରିବେଶ ବ୍ୟବସ୍ଥା ଯୋଗୁଁ ଷ୍ଟାର୍ଟ-ଅପ ଏକ ଉଚ୍ଚ ନିବେଶ ପଥରେ ଆଗେଇଚାଲିଛି | ଭାରତରେ ଷ୍ଟାର୍ଟ-ଅପର ମୂଲ୍ୟାୟନ 35 ବିଲିୟନ ଡଲାରକୁ ଟପିଯାଇଛି |

ବର୍ତ୍ତମାନ ଭାରତର ପ୍ରମୁଖ ବୈଷୟିକ ତଥା ପରିଚାଳନା ପ୍ରତିଷ୍ଠାନର ସ୍ନାତକ ପ୍ରାପ୍ତ ଛାତ୍ରଛାତ୍ରୀ ମାନେ ଷ୍ଟାର୍ଟ-ଅପକୁ ପସନ୍ଦ କରୁଛନ୍ତି ଏବଂ ଏହାକୁ କ୍ୟାରିଅର ବିକଳ୍ପ ଭାବେ ଚୟନ କରି ସେମାନେ ଦେଶରେ ଉଦ୍ୟମି ପ୍ରତିଭାକୁ ସଫଳତାର ସହ ପ୍ରତିପାଦନ କରୁଛନ୍ତି |

ସାଧାରଣତନ୍ତ୍ର ଦିବସ ଅବସରରେ ଷ୍ଟାର୍ଟ-ଅପ ପ୍ରଜ୍ଞାପନ ମେଢ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥିବା ବେଳେ ଏହା ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା | ଏହି ପ୍ରଜ୍ଞାପନ ମେଢରେ ପରିବେଶ ବ୍ୟବସ୍ଥାକୁ ନିଖୁଣ ଭାବେ ଚିତ୍ରଣ କରାଯାଇ ଉତ୍କୃଷ୍ଟ ରଚନାତ୍ମକ ରୂପରେ ପ୍ରଦର୍ଶନ କରାଯାଇଥିଲା | ଏହି ମେଢରେ ଟିକସ ଛାଡ ଜରିଆରେ ପରିବେଶ ବ୍ୟବସ୍ଥା ତଥା ଏହାର ପ୍ରଗତି ସଙ୍କ୍ରାନ୍ତରେ ସଫଳତାର ସହ ଚିତ୍ରଣ କରାଯାଇଥିଲା |

ଷ୍ଟାର୍ଟ-ଅପ ଇଣ୍ଡିଆ ଯୋଜନା 2016 ରେ ଶୁଭାରମ୍ଭ ହୋଇଥିବା ବେଳେ ଏବେ ମଧ୍ୟ ପ୍ରାରମ୍ଭିକ ଚରଣରେ ରହିଛି | ତେବେ ଏହି ଚରଣରେ ଥିଲେ ସୁଦ୍ଧା ଷ୍ଟାର୍ଟ-ଅପ ଯୋଜନା ଅତ୍ୟଧିକ ସଫଳତା ହାସଲ କରିବା ସହ ଏଥିଯୋଗୁଁ ଅନ୍ୟ ଦେଶ ଗୁଡିକରୁ ବହୁ ବିଲିୟନ ଡଲାର ପୁଞ୍ଜି ନିବେଶ ହୋଇଛି |

ଉଦ୍ୟୋଗ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ଦ୍ଵାରା ଷ୍ଟାର୍ଟ-ଅପ ନେଇ ଜାରୀ କରାଯାଇଥିବା ପରିସଂଖ୍ୟାନ ବାସ୍ତବରେ ଅତ୍ୟନ୍ତ ଉତ୍ସାହଜନକ | 28ଟି ରାଜ୍ୟ ଓ ସାତୋଟି କେନ୍ଦ୍ରଶାସିତ ଅଞ୍ଚଳର 551ଟି ଜିଲ୍ଲା ରେ 26,000 ଅଧିକଟି ଷ୍ଟାର୍ଟ-ଅପ ଏହି ବିଭାଗରେ ପଞ୍ଜୀକୃତ କରାଯାଇଛି | ଷ୍ଟାର୍ଟ-ଅପ ଗୁଡିକ କେବଳ ପ୍ରଯୁକ୍ତି ବିଦ୍ୟା ବା ଖାଦ୍ୟ ବିତରଣ ଅନୁପ୍ରୟୋଗରେ ସୀମିତ ନୁହେଁ ବରଂ ଏହା କୃଷକ ମାନଙ୍କ ଜୀବନମାନରେ ପରିବର୍ତ୍ତନ ଆଣିବା ଲାଗି ଦେଶର ଗ୍ରାମୀଣ ଅଞ୍ଚଳ ଗୁଡିକରେ ମଧ୍ୟ କାର୍ଯ୍ୟ ଜାରି ରଖିଛି | 2023 ମସିହା ସୁଦ୍ଧା କୃଷକ ମାନଙ୍କ ଆୟ ଦ୍ଵିଗୁଣିତ କରିବା ନେଇ ସରକାରଙ୍କ ମହାତ୍ବାକାଙ୍ଖ୍ୟୀ ଲକ୍ଷ ହାସଲ ଦିଗରେ ମଧ୍ୟ ଏହା ସହାୟତା କରୁଛି |

ଭାରତୀୟ ଷ୍ଟାର୍ଟ-ଅପରେ ନିବେଶକାରୀ ମାନେ ପୁଞ୍ଜିନିବେଶ ଲାଗି ଆଗେଇ ଆସିଛନ୍ତି | କେବଳ 2019 ମସିହାରେ ଭାରତୀୟ ଷ୍ଟାର୍ଟ-ଅପ କ୍ଷେତ୍ରରେ 14 ବିଲିୟନ ଡଲାର ନିବେଶ କରାଯାଇଥିଲା | ଜାପାନ, ଚୀନ ଓ ଆମେରିକା ର ବିତ୍ତୀୟ ସଂସ୍ଥା ଗୁଡିକ ମଧ୍ୟ ଉତ୍ତମ ଆମଦାନୀ ଲାଗି ଏହି ଷ୍ଟାର୍ଟ-ଅପରେ ପୁଞ୍ଜିନିବେଶ ଲାଗି ଆଗ୍ରହ ପ୍ରକାଶ କରିଛନ୍ତି | ଭାରତର ବଡ ବଡ ଶିଲ୍ପପତି ମାନେ ମଧ୍ୟ ଷ୍ଟାର୍ଟ-ଅପରେ ‘ଏଞ୍ଜେଲ ନିବେଶକ’ ପାଲଟିଯାଇଛନ୍ତି | ତେଣୁ ଷ୍ଟାର୍ଟ-ଅପ, ପରିଚାଳନା ଅନୁଭୂତି ପ୍ରାପ୍ତ କରିବା ଓ ଏହାର ସଂଚାଳନକୁ ବିକଶିତ କରିବା ତଥା ବୈଷୟିକ ଜ୍ଞାନକୌଶଳ ହାସଲ କରିବା ପାଇଁ ସକ୍ଷମ ହୋଇପାରିଛି |

ହେଲେ ସମାଲୋଚକ ମାନେ ମତ ଦେଇଛନ୍ତି ଯେ ବହୁ ମାତ୍ରାରେ ବିଦେଶୀ ନିବେଶ କ୍ଷେତ୍ରରେ କିଛି ଷ୍ଟାର୍ଟ-ଅପ , ବ୍ୟବସାୟ କାରବାର ପ୍ରଥାରେ ଅସଫଳ ହେବା ସହ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି | ଏହା ଉଦଯୋଗୀ ଉଦ୍ୟୋଗୀ ମାନଙ୍କ ଲାଗି ଏକ ଚାଲେଞ୍ଜ ଭାବେ ଉଭା ହୋଇଛି | ନିରନ୍ତର ଲକ୍ଷ ସହ ଉପଯୁକ୍ତ ବ୍ୟବସାୟ ନୀତି ନିୟମକୁ ଉଦ୍ୟୋଗୀ ମାନେ ପ୍ରାଥମିକତା ଦେବା ଉଚିତ |

ଉପଭୋକ୍ତା ସେବା କ୍ଷେତ୍ରରେ ମଧ୍ୟ ଅନେକ ଷ୍ଟାର୍ଟ –ଅପ କାମ କରୁଛି | ଷ୍ଟାର୍ଟ –ଅପ ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରୟୋଗଶାଳାରେ ଅଭିନବତା ବୃଦ୍ଧି ଲାଗି ଏହାର ଧ୍ୟାନକେନ୍ଦ୍ରିତ କରୁଛି | ବୈଷୟିକ ଜ୍ଞାନକୌଶଳ ପ୍ରତିଷ୍ଠାନ ଗୁଡିକରେ ଗବେଷଣା ଓ ବିକାଶକୁ ପ୍ରୋତ୍ସାହିତ କରିବା ଲାଗି ସରକାର ଅନେକ ଯୋଜନା ଚଳେଇଛନ୍ତି | ଯାହାକି ଭାରତୀୟ ଷ୍ଟାର୍ଟ –ଅପ ପାଇଁ ଅତ୍ୟନ୍ତ ଆବଶ୍ୟକ | ବିଦେଶୀ ବଜାରରେ ପ୍ରବେଶ ଲାଗି ବିନିର୍ମାଣ କ୍ଷେତ୍ର ଉପରେ ଅଧିକ ଗୁରୁତ୍ଵ ଦେବାକୁ ପଡିବ ତେଣୁ ଷ୍ଟାର୍ଟ –ଅପର ଏହା ପରବର୍ତ୍ତୀ ଲକ୍ଷ୍ୟ ହେବା ଉଚିତ |

ଭାରତୀୟ ଷ୍ଟାର୍ଟ –ଅପ ଅଭିଯାନର ସଫଳତା ବାସ୍ତବରେ ପ୍ରଶଂସନୀୟ ଅଟେ କାରଣ ଏଥିଯୋଗୁଁ ଆମେରିକା ଓ ଇଂଲଣ୍ଡ ପରେ ହିଁ ଭାରତର ସ୍ଥାନ ରହିଛି | ସରକାରଙ୍କ ପକ୍ଷରୁ ଷ୍ଟାର୍ଟ –ଅପ ପାଇଁ ଟିକସ କ୍ଷେତ୍ରରେ ଯେଉଁ କୋହଳତା ବ୍ୟବସ୍ଥା କରାଯାଇଛି ତାହା ମଧ୍ୟ ଅତ୍ୟନ୍ତ ଉତ୍ସାହଜନକ | ଏଥିଯୋଗୁଁ ବଡ ବଡ ନିବେଶକାରୀ ମାନେ ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ବିଚାରଧାରା ରହିଥିବା ଯୁବ ପିଢୀ ମାନଙ୍କ ସହ କାମ କରିବାଲାଗି ଆଗେଇ ଆସୁଛନ୍ତି | ପୂର୍ବରୁ ଋଣ ଦେବାଲାଗି କୁଣ୍ଠାବୋଧ କରୁଥିବା ବ୍ୟାଙ୍କ ଗୁଡିକ ମଧ୍ୟ ବର୍ତ୍ତମାନ ଷ୍ଟାର୍ଟ-ଅପ ଲାଗି ଋଣ ଦେବାକୁ ପ୍ରସ୍ତୁତ ଅଛନ୍ତି | ତେବେ ସରକାର, ଷ୍ଟାର୍ଟ-ଅପକୁ ପ୍ରୋତ୍ସାହନ ଦେବା ଲାଗି ପ୍ରତି ସହରରେ ଅତିକମରେ ଗୋଟିଏ ଶାଖାକୁ ଏହାର ଦାୟିତ୍ଵ ଦେବା ଉଚିତ |

ମୂଳଲେଖା : ମନୀଷ ଆନନ୍ଦ, ବରିଷ୍ଠ ସମ୍ବାଦଦାତାଦ ନିୟୁ ଇଣ୍ଡିଆନ ଏକ୍ସପ୍ରେସ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...