Skip to main content

ନାଇଜର ଓ ଟ୍ୟୁନିସିଆ ସହ ଭାରତର ସମ୍ପର୍କ ବୃଦ୍ଧି

ଆଫ୍ରିକୀୟ ଦେଶ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଓ ସେମାନଙ୍କ ସହ ଘନିଷ୍ଠ କୂଟନୈତିକ ତଥା ଅର୍ଥନୈତିକ ସମ୍ପର୍କ ବୃଦ୍ଧି ଲାଗି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚଳିତ ସପ୍ତାହ ପହିଲାରେ ନାଇଜର ଓ ଟ୍ୟୁନିସିଆ ଗସ୍ତରେ ଯାଇଥିଲେ | ଜାତିସଂଘ ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ଜାତିସଂଘରେ ଭାରତକୁ ସେମାନେ ସମର୍ଥନ ଜଣାଉଥିବାରୁ ନୂଆଦିଲ୍ଲୀ ଏହି ଆଫ୍ରିକୀୟ ରାଷ୍ଟ୍ର ଉପରେ ଅଧିକ ଗୁରୁତ୍ଵ ଦେଉଛି |ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦାୟିତ୍ଵ ଗ୍ରହଣ କରିବା ପରେ ଆଫ୍ରିକାକୁ ଏହା ଥିଲା ତାଙ୍କ ପ୍ରଥମ ଗସ୍ତ | 

ଏହି ଗସ୍ତ କାଳରେ ଡଃ ଜୟଶଙ୍କର, ନାଇଜର ରାଷ୍ଟ୍ରପତି ଶ୍ରୀ ମହାମଦୌ ଇସସୌଫୌଙ୍କ ସହ ସାକ୍ଷାତ କରିଥିଲେ | ଉଭୟ ନେତା ମିଳିତ ଭାବେ ମହାତ୍ମା ଗାନ୍ଧୀ ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର ଉଦଘାଟନ କରିଥିଲେ | ମହାତ୍ମା ଗାନ୍ଧୀଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଭାରତ ଦ୍ଵାରା ଆଫ୍ରିକାରେ ପ୍ରଥମ କେନ୍ଦ୍ର ସ୍ଥାପିତ କରାଯାଇଛି | ସମ୍ପ୍ରତ୍ତି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ପାଳନ କରାଯାଉଛି | ଏହି କେନ୍ଦ୍ରର ସ୍ଥାପନ ଭାରତ-ନାଇଜର ବନ୍ଧୁତାପୂର୍ଣ୍ଣ ସମ୍ପର୍କ ପାଇଁ ଏକ ମାଇଲଖୁଣ୍ଟ ସଦୃଶ ତଥା ଆଫ୍ରିକା ପ୍ରତି ଭାରତର ଦୃଢ ଅଙ୍ଗୀକାରବଦ୍ଧତାର ସ୍ପଷ୍ଟ ପ୍ରତୀକ ଅଟେ | ଏହି ସମ୍ମିଳନୀ କେନ୍ଦ୍ରକୁ ଏକ ବିଶାଳ, ଆଧୁନିକ ଏବଂ ପରିବେଶ ଅନୁକୂଳ ସୁବିଧା ଗୁଡିକ ସହ ଡିଜାଇନ କରାଯାଇଛି, ଏଥିରେ 2000 ଜଣ ପ୍ରତିନିଧି ଭାଗ ନେବା ଭଳି ଏକ ହଲ ରହିଛି | ଏହି କେନ୍ଦ୍ରରେ ଆଫ୍ରିକୀୟ ସଂଘ (ଏ ୟୁ )ର ସଦସ୍ୟ ରାଷ୍ଟ୍ର ତଥା ଅନ୍ୟ ଉଚ୍ଚ ସ୍ତରୀୟ ସମ୍ମିଳନୀର ଆୟୋଜନ ଲାଗି ସବୁ ବ୍ୟବସ୍ଥା ରହିଛି | 


ନିଆମେରେ ତାଙ୍କ ରହଣି କାଳରେ ବୈଦେଶିକ ମନ୍ତ୍ରୀ ନାଇଜର ପ୍ରଧାନମନ୍ତ୍ରୀ ଶ୍ରୀ ବ୍ରିଗୀ ରଫିନିଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିଲେ ସେ ମଧ୍ୟ ତାଙ୍କ ପ୍ରତିପକ୍ଷ ଶ୍ରୀ କଲ୍ଲା ଅଙ୍କଔରାଓଙ୍କ ସହ ଅନେକ ଦ୍ଵିପକ୍ଷୀୟ, ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା କରିଥିଲେ | ଉଭୟ ପକ୍ଷ ସନ୍ତ୍ରାସବାଦ ଶକ୍ତି ଗୁଡିକୁ ପ୍ରତିହତ କରିବାର ଆବଶ୍ୟକତା ସମେତ ବିକାଶ ଓ ନିରାପତ୍ତା ଭଳି ଚାଲେଞ୍ଜ ଗୁଡିକ ନେଇ ଆପୋଷ ମତ ଆଦାନ ପ୍ରଦାନ କରିବା ସହ ଦ୍ଵିପକ୍ଷୀୟ ସମ୍ପର୍କର ରୂପରେଖକୁ ଆହୁରି ମଜବୁତ କରିବା ଲାଗି ରାଜିନାମା ଗୁଡିକରେ ସ୍ବାକ୍ଷରିତ କରିଛନ୍ତି |


ସମ୍ପ୍ରତ୍ତି କିଛି ବର୍ଷରେ ଦୁଇ ଦେଶ ମଧ୍ୟରେ ଦ୍ଵିପକ୍ଷୀୟ ସମ୍ପର୍କ କ୍ଷେତ୍ରରେ ଅନେକ ପ୍ରଗତି ଘଟିଛି | ଭାରତ ନାଇଜରକୁ ପରିବହନ, ବିଦ୍ୟୁତିକରଣ, ସୌର, ଶକ୍ତି ଓ ପାନୀୟ ଜଳ ପ୍ରକଳ୍ପ ଲାଗି ଋଣ ଆକାରରେ ସହାୟତା ପ୍ରଦାନ କରିଛି | ନାଇଜର ର ବହୁସଂଖ୍ଯାରେ ଅଧିକାରୀ ଭାରତୀୟ ବୈଷୟିକ ଜ୍ଞାନକୌଶଳ ଓ ଆର୍ଥିକ ସହଯୋଗ (ଆଇଟିଇସି) କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତର ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହାର ଉପଯୋଗ କରିଛନ୍ତି | ଭାରତ ମଧ୍ୟ ଗତ ଜୁଲାଇ ମାସରେ ନିଆମେ ଠାରେ ଆୟୋଜିତ ଏୟୁ ଶିଖର ସମ୍ମିଳନୀର ଆୟୋଜନ ଲାଗି ନାଇଜରକୁ ସମର୍ଥନର ହାତ ବଢାଇଥିଲା | 


ନାଇଜର, ଆନ୍ତର୍ଜାତୀୟ ମଞ୍ଚରେ ବିଭିନ୍ନ ପଦ ପଦବୀ ପାଇଁ ଭାରତର ସଦସ୍ୟତା ପ୍ରତି ସମର୍ଥନ ଜଣାଇଆସିଛି | ଏହା ବିଶ୍ଵ ବହିର୍ଶୁଳ୍କ ସଂଗଠନର ନିର୍ଦ୍ଦେଶକ, ଅନୁପାଳନ ଓ ସୁବିଧା, 2020-2023 ଅବଧି ଲାଗି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ବାହ୍ୟ ଲେଖା ପରିକ୍ଷକ ଓ 2019-2022 ଅବଧି ଲାଗି ଆଇସିଏଓ ପରିଷଦର ସଦସ୍ୟତା ଲାଗି ଭାରତକୁ ସମର୍ଥନ ଜଣାଇଛି | ନାଇଜର ସହ ଭାରତର ବାଣିଜ୍ୟ କାରବାର 2016-17ରେ 81.27 ମିଲିୟନ ଡଲାର ରହିଥିବା ବେଳେ 2017-2018 ରେ 140.45 ମିଲିୟନ ଡଲାରରେ ପହଞ୍ଚିଥିଲା | 2019-20 (ଏପ୍ରିଲ-ଅକ୍ଟୋବର)ରେ ନାଇଜରକୁ ଭାରତର ରପ୍ତାନି ପରିମାଣ 51.76 ମିଲିୟନ ଡଲାର ରହିଥିବା ବେଳେ ଭାରତକୁ ନାଇଜରର ରପ୍ତାନି ପରିମାଣ 0.34 ମିଲିୟନ ଡଲାର ରହିଛି | 

ଡଃ ଜୟଶଙ୍କରଙ୍କ ଟ୍ୟୁନିସିଆ ଗସ୍ତ ସମୟରେ ଦୁଇ ଦେଶ ସେଠାରେ ଏକ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା ଅଭିନବତା କେନ୍ଦ୍ର ସ୍ଥାପନ ଲାଗି ଏକ ଚୁକ୍ତି ସ୍ଵାକ୍ଷର କରିଛନ୍ତି | ବୈଦେଶିକ ମନ୍ତ୍ରୀ ଟ୍ୟୁନିସିଆ ରାଷ୍ଟ୍ରପତି ଶ୍ରୀ କାଇସ ସୟଦଙ୍କ ସହ ସାକ୍ଷାତ କରିବା ସହ ତାଙ୍କ ପ୍ରତିପକ୍ଷ ଶ୍ରୀ ସାବରୀ ବଚ୍ଚତୋବଜିଙ୍କୁ ଭେଟି ଆଳାପ ଆଲୋଚନା କରିଥିଲେ | ଏହି ବୈଠକରେ ଦୁଇ ନେତା ଦ୍ଵିପକ୍ଷୀୟ ଅର୍ଥନୈତିକ ସମ୍ପର୍କ ସମ୍ପ୍ରସାରିତ ଉପରେ ପ୍ରାଧାନ୍ୟ ଦେବା ସହ ବହୁପକ୍ଷୀୟ ମଞ୍ଚରେ ମିଳିମିଶି କାମ କରିବା ଲାଗି ସହମତି ପ୍ରକାଶ କରିଥିଲେ | ଟ୍ୟୁନିସିଆ ଫସଫେଟ୍ସ ପାଇଁ ଏକ ବିଶ୍ଵସନୀୟ ରାଷ୍ଟ୍ର ଭାବେ କାମ କରୁଛି |ଟ୍ୟୁନିସିଆର ବୈଶ୍ଵିକ ଫସଫୋରିକ ଏସିଡ ରପ୍ତାନି କ୍ଷେତ୍ରରେ ଭାରତର ପ୍ରାୟ 50 ପ୍ରତିଶତ ଅଂଶ ରହିଛି | ଟ୍ୟୁନିସିଆର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚଶିକ୍ଷା ନିମନ୍ତେ 10 ଜଣ ବିଦ୍ୟାର୍ଥୀଙ୍କୁ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ(ଆଇସିସିଆର)ର ଛାତ୍ରବୃତ୍ତି ଦେବା ସହ ଆଇଟିଇସି ଅନ୍ତର୍ଗତ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି 100 ଟି ସ୍ଥାନର ବ୍ୟବସ୍ଥା ଲାଗି ଭାରତ ପ୍ରସ୍ତାବ ଦେଇଛି |



2017 ରେ ନୂଆଦିଲ୍ଲୀରେ ଆୟୋଜିତ ଟ୍ୟୁନିସିଆ –ଭାରତ ଯୁଗ୍ମ କମିଟିରେ ଆଲୋଚନା ସମୟରେ ନିଆଯାଇଥିବା ନିଷ୍ପତ୍ତି ତଥା ସୁପାରିଶ ଗୁଡିକର ସମୀକ୍ଷା କରିବା ପରିପ୍ରେକ୍ଷୀରେ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ସେହି ସମୟରେ ଉଭୟ ପକ୍ଷ ଏକ ରୂପରେଖ ପ୍ରସ୍ତୁତ କରିବା ସହ ସମାନ ସ୍ଵାର୍ଥ ରହିଥିବା ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା | ଉତ୍ତର ଆଫ୍ରିକୀୟ ଦେଶକୁ 1958 ମସିହା ପରେ କୌଣସି ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଏହା ଦ୍ଵିତୀୟ ସରକାରୀ ଗସ୍ତ |



ଉଭୟ ନାଇଜର ଓ ଟ୍ୟୁନିସିଆ ଭାରତ ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ କାରଣ ସେମାନେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଅଛନ୍ତି ଓ ଏହି ବନ୍ଧୁ ଆଫ୍ରିକୀୟ ରାଷ୍ଟ୍ର ମାନଙ୍କ ଠାରୁ ଭାରତକୁ ସବୁ ଆନ୍ତର୍ଜାତୀୟ ମଞ୍ଚରେ ସମର୍ଥନ ମିଳୁଛି | ସେମାନଙ୍କ ସହଯୋଗ ପାଇଁ ଭାରତର କୂଟନୈତିକ ସ୍ତରରେ ଏଥିପ୍ରତି ଭୂୟସୀ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରାଯାଇଛି | 



ମୂଳ ଲେଖା : ବିନୀତ ୱାହୀ, ସାମ୍ବାଦିକ 

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...