Skip to main content

ଜେସିପିଓଏରୁ ଇରାନର ପ୍ରତ୍ୟାହାର ଏବଂ ଏହାର ବିଶ୍ଵସ୍ତରରେ ପ୍ରଭାବ

ଆମେରିକା ଦ୍ଵାରା ଇରାନର ଜେନେରାଲ କାସିମ ସୋଲେମାନଙ୍କ ହତ୍ୟା ପରେ ଏବେ ଇରାନ ପରମାଣୁ ନିରସ୍ତ୍ରୀକରଣ ଚୁକ୍ତି ଏନପିଟିରୁ ଓହରିୟିବାକୁ କହିଛି | ୟୁରୋପୀୟ ସଂଘ ଯଦି ଜାତିସଂଘ ନିରାପତ୍ତା ପରିଷଦରେ ଇରାନର ପରମାଣୁ ପ୍ରସଙ୍ଗ ଉଠାଏ ତେବେ ଇରାନ ଏପରି ପଦକ୍ଷେପ ନେବ ବୋଲି କହିଛି | ସୁଲେମାନୀଙ୍କ ହତ୍ୟା ପରେ ଇରାନ ଏପରି ବଡ ଧରଣର ନିଷ୍ପତ୍ତି ନେଇଛି ଏବଂ ଯଦି ଏହା ହୁଏ ତେବେ ବିଶ୍ଵରେ ଏହାର ପ୍ରଭାବ ପଡିବ | ୟଦି ଇରାନ ଏନପିଟିରୁ ଓହରିବ ତେବେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ମିଳିତ ଯୋଜନାର ସେ ଆଉ ଅଂଶବିଶେଷ ହୋଇ ରହିବ ନାହିଁ |

ୟୁରୋପୀୟ ରାଷ୍ଟ୍ର ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀ ପରମାଣୁ ରାଜିନାମାରେ ବିବାଦୀୟ ପ୍ରସ୍ଥାବ ବ୍ୟବସ୍ଥା ଯୋଡିବାକୁ ମସୁଧା କରୁଥିବା ପରିପ୍ରେକ୍ଷୀରେ ଇରାନ କହିଛି | ଆମେରୀକା ଚାହୁଁଛି ଯେ ୟୁରୋପୀୟ ସଂଘ ପରମାଣୁ ରାଜିନାମାରେ ଏହି କ୍ଲଜ ଯୋଡିଲେ ଇରାନ ଜେସିପିଓଏରୁ ଓହରି ଯିବ |

ଜାତିସଂଘ ନିରାପତ୍ତା ପରିଷଦରେ ଡିଆରଏମକୁ ଅନ୍ତର୍ଭୁକ୍ତ କଲେ ଇରାନ ଉପରେ ଜାତିସଂଘ ପ୍ରତିବନ୍ଧ ସହଜରେ ଲଗାଯାଇ ପାରିବ | ଆମେରୀକା ଦ୍ଵାରା ଇରାନ ପୂର୍ବରୁ ଆର୍ଥିକ ପ୍ରତିବନ୍ଧକୁ ସାମ୍ନା କରୁଛି ଫଳରେ ସେଠାରେ ଘରୋଇ କ୍ଷେତ୍ରରେ ଆର୍ଥିକ ଅନାଟନ ଦେଖାଦେଇଛି | ଯେଉଁକାରଣରୁ ସେଠାରେ ଅସନ୍ତୋଷର ବାତାବରଣ ଦେଖାଦେଇଛି |

ଇରାନ ଏହାର ସଂକଳ୍ପବଦ୍ଧତାକୁ ଜାରି ରଖିଛି ବୋଲିଆର୍ନର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା କହିବା ସତ୍ତ୍ଵେ ମଧ୍ୟ ଆମେରିକା 2018 ମେ 8 ତାରିଖରେ ଜେସିପିଓଏରୁ ଓହରି ଯାଇଛି | ଆମେରିକା ଏଥିରୁ ଓହରି ଯିବା ସତ୍ତ୍ଵେ ମଧ୍ୟ ଉରାନ ଏଥିରେ ଏହି ଭରଷାରେ ସଂସ୍ଳିଷ୍ଟ ଥିଲା କାରଣ ତାକୁ ଭରଷା ଥିଲା ଯେ ୟୁରୋପୀୟ ସଂଘ ଏହାର କୌଣସି ସମାଧାନ ବାହାର କରିବ |

ଏବେ ଯଦି ଇରାନ ଏଥିରୁ ଓହରିଯାଏ ତେବେ ସେ ମନଇଛା ୟୁରାନିୟମ ଉତ୍ପାଦନ କରିବ ଏବଂ ଅନ୍ୟ ଦେଶ ଏହା ଜାଣିବି ପାରିବ ନାହିଁ ଯେ ଇରାନ କେତେ ପରମାଣୁ ଶକ୍ତି ସଂପନ୍ନ ବା କେତେ ୟୁରାନିୟମ ଉତ୍ପାଦନ କରୁଛି | ଏହା ସାଉଦି ଭଳି ପଡ଼ୋଶୀ ଦେଶକୁ ବିବ୍ରତ କରିବ ଏବଂ ମଧ୍ୟପ୍ରାଚ୍ୟରେ ପରମାଣୁ ଅସ୍ତ୍ର ପାଇଁ ପ୍ରତିଯୋଗିତା ଲାଗିଯିବ | ଏହାର ସୁଯୋଗ ନେଇ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବର୍ତ୍ତମାନର ସ୍ଥିତି ଆହୁରି ଜଡିଳ ହୋଇ ଯୁଦ୍ଧରେ ପରିଣତ ହୋଇଯିବ | ଉପସାଗରରେ ଯୁଦ୍ଧର ବିଭିଷିକା ସମଗ୍ର ବିଶ୍ଵର ଅର୍ଥନୀତିକୁ ପ୍ରଭାବିତ କରିବ |

ଇରାନର ବୈଦେଶିକ ମନ୍ତ୍ରୀ ଗତ ସପ୍ତାହରେ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସହିତ ଆଲୋଚନା କାଳରେ ଉପସାଗରରେ ଇରାନ ଶାନ୍ତି ଚାହୁଁଥିବା କହିଥିଲେ |

ଇରାନ ଏବଂ ସାଉଦି ସାଙ୍ଗ ହୋଇ କାମ କରିବାକୁ ଚାହୁଁଥିବା ଇରାନର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କହିବା ଅଞ୍ଚଳର ନିରାପତ୍ତା ପାଇଁ ଅତ୍ୟନ୍ତ ସ୍ଵାଗତଯୋଗ୍ୟ |




ଆଲେଖ୍ୟ: ଡକ୍ଟର ଆସିଫ ଶୁଜା

ଭାଷାନ୍ତର: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...