Skip to main content

ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡ଼ିଆଇ ) କ୍ଷେତ୍ରରେ ଭାରତ ଶ୍ରେଷ୍ଠ ଦଶଟି ରାଷ୍ଟ୍ର ମଧ୍ୟରେ ସ୍ଥାନ ବଜାୟ ରଖିଛି

2019 ମସିହାରେ ଭାରତକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡ଼ିଆଇ) ପରିମାଣ ଶତକଡା 16 ଭାଗ ଅର୍ଥାତ 42 ବିଲିଅନ ଡଲାରରୁ 49 ବିଲିଅନ ଡଲାରକୁ ବୃଦ୍ଧି ପାଇଛି ଏହା ଫଳରେ ଏଫଡ଼ିଆଇ କ୍ଷେତ୍ରରେ ଭାରତ ପ୍ରଥମ ଦଶଟି ଦେଶ ମଧ୍ୟରେ ସ୍ଥାନ ପାଇଛି | ଜାତିସଂଘ ବାଣିଜ୍ୟ ଓ ବିକାଶ ସମ୍ମିଳନୀ UNCTAD ଦ୍ଵାରା ସମ୍ପ୍ରତ୍ତି ପ୍ରକାଶ ପାଇଥିବା “ଇନଭେଷ୍ଟମେଣ୍ଟ ଟ୍ରେଣ୍ଡ ମନିଟର” ବା ପୁଞ୍ଜି ନିବେଶ ଧାରା ତଦାରଖ ଶୀର୍ଷକରେ ଏହା ପ୍ରକାଶ ପାଇଛି | ଏହି ରିପୋର୍ଟରେ ଏକଥା ମଧ୍ୟ କୁହାଯିଅଛି ଯେ 2019 ମସିହାରେ ବିଶ୍ଵସ୍ତରୀୟ ପ୍ରତ୍ୟକ୍ଷ ପୁଞ୍ଜିନିବେଶ କ୍ଷେତ୍ରରେ ଶତକଡା 1 ଭାଗ ହ୍ରାସ ପାଇ 1.41 ଟ୍ରିଲିୟନ ଡଲାରରୁ 1.39 ଟ୍ରିଲିୟନ ଡଲାର ହୋଇଥିବା ବେଳେ ଭାରତରେ ଏହା ବୃଦ୍ଧି ପାଇଛି | ଆମେରିକା ଓ ଚୀନରେ ଏଫଡ଼ିଆଇ ଶୂନ୍ୟ ସ୍ତରରେ ଥିବା ବେଳେ ଭାରତ ଏମାନଙ୍କ ଠାରୁ ଆଗରେ ଅଛି |

ଦକ୍ଷିଣ ଏସିଆ ଅଞ୍ଚଳରେ ଶତକଡା 10 ଭାଗ ଏଫଡ଼ିଆଇ ବୃଦ୍ଧି ପାଇ 60 ବିଲିଅନ ଡଲାର ଥିବା ବେଳେ ଏଥିମଧ୍ୟରୁ ଭାରତରେ ଶତକଡା 80 ଭାଗରୁ ଊର୍ଦ୍ଧ୍ଵ ପୁଞ୍ଜି ନିବେଶ ହୋଇଛି | ଅଧିକାଂଶ ପୁଞ୍ଜି ନିବେଶ ସେବା କ୍ଷେତ୍ରରେ ଶିଳ୍ପ ଗୁଡିକ ବିଶେଷକରି ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରର ହୋଇଥିବାର ଜଣାପଡିଛି | ଆମର ପଡୋଶୀ ଦେଶ ବାଙ୍ଗଲାଦେଶରେ ଏଫଡ଼ିଆଇ ଶତକଡା 6 ଭାଗ ହ୍ରାସ ପାଇ 3.4 ବିଲିୟନ ଡଲାର ଥିଲା ବେଳେ ପାକିସ୍ତାନରେ ଶତକଡା 20 ଭାଗ ହ୍ରାସ ପାଇ 1.9 ବିଲିଅନ ଡଲାର ରହିଛି |

ବିଶ୍ଵସ୍ତରରେ ରାଜନୈତିକ ଅସ୍ଥିରତା ଯୋଗୁଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡ଼ିଆଇ ପ୍ରଭାବିତ ହୋଇଛି | ବ୍ରେକ୍ସିଟରୁ ଓହରିଯିବା ଘଟଣାକ୍ରମକୁ ନେଇ ବ୍ରିଟେନର ଏଫଡ଼ିଆଇ ଶତକଡା 6 ଭାଗ ହ୍ରାସ ପାଇଥିବା ବେଳେ ୟୁରୋପୀୟ ସଙ୍ଘରେ ଏହା ଶତକଡା 15 ଭାଗ ହ୍ରାସ ପାଇ 305 ବିଲିଅନ ଡଲାର ରହିଛି | ତେଣେ ବ୍ରାଜିଲରେ ଘରୋଇକରଣ କାର୍ଯ୍ୟକ୍ରମ ଆରମ୍ଭରୁ ଏଫଡ଼ିଆଇ ଶତକଡା 26 ଭାଗ ବୃଦ୍ଧି ପାଇଛି | ରାଜନୈତିକ ଅର୍ଥନୀତି ଏଫଡ଼ିଆଇ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଧାରକ ଭାବେ କାମ କରିଥାଏ ଏବଂ ରାଜନୈତିକ ଘଟଣାବଳୀ ଗୁଡିକ ବିଦେଶୀ ପୁଞ୍ଜି ନିବେଶ ପ୍ରତି ବାଧା ସୃଷ୍ଟି କରିଥାଏ |

ଏଫଡ଼ିଆଇ ଅଧିକ ସ୍ଥିର ହୋଇଥିବା କାରଣରୁ ପୁଞ୍ଜି ନିବେଶରୁ ପୋର୍ଟଫୋଲିଓ ଇନଭେଷ୍ଟମେଣ୍ଟ ଏବଂ ତହିଁରୁ ପ୍ରତ୍ୟେକ ବିଦେଶୀ ପୁଞ୍ଜି ନିବେଶକୁ ପରିବର୍ତ୍ତନ ସମୟରେ ଏହା ଅଧିକ ଫଳପ୍ରଦ ହୋଇପାରିଛି | ପୋର୍ଟଫୋଲିଓ ଇନଭେଷ୍ଟମେଣ୍ଟରେ ନଗଦ ଅର୍ଥ ନିବେଶ ହେଉଥିବାରୁ ଏଥିପାଇଁ ସୁଧ ହିସାବ କରାଯାଇଥାଏ ଯାହାଦ୍ୱାରା ପୋର୍ଟଫୋଲିଓ ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ଅସ୍ଥିରତା ଲାଗିରହିଥାଏ | ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଭାରତର ବୈଦେଶିକ ବିନିମୟ ସଂରକ୍ଷଣ ପରିମାଣ ବୃଦ୍ଧି ଯୋଗୁଁ ବିନିମୟ ସଂରକ୍ଷଣ ପରିମାଣ ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛି | ଯାହାଫଳରେ 2019 ଜାନୁଆରୀ 4 ତାରିଖ ସୁଦ୍ଧା ବୈଦେଶିକ ବିନିମୟ ମୁଦ୍ରା ପରିମାଣ 65.1294 ବିଲିୟନ ଡଲାରକୁ ବୃଦ୍ଧି ପାଇଛି | ଯାହାକି ଅଷ୍ଟ୍ରେଲିଆ, ଫିନଲାଣ୍ଡ ଓ ଆଇସଲାଣ୍ଡରେ ସମ୍ମିଳିତ ଭାବେ ଯେତିକି ବୈଦେଶିକ ବିନିମୟ ମୁଦ୍ରା ରହିଛି କେବଳ ଏକାକୀ ଭାରତ ପାଖରେ ବୈଦେଶିକ ବିନିମୟ ମୁଦ୍ରା ସେତିକି ରହିଛି | ବୈଦେଶିକ ବିନିମୟ ଚାରୋଟି ଅଂଶକୁ ନେଇ ଗଠିତ | ସେଗୁଡିକ ହେଲା ବୈଦେଶିକ ମୁଦ୍ରା ସମ୍ପତ୍ତି (FCAs ), ସୁନା , ଏସଡ଼ିଆର (ସ୍ପେସିଆଲ ଡ୍ରଇଙ୍କ ରାଇଟ୍ସ) ଓ ଆରଟିପି (ରିଜର୍ଭ ପୋଜିସନ ଇନ ଆଇଏମଏଫ) | ବିକାଶଶୀଳ ରାଷ୍ଟ୍ର ଗୁଡିକରେ ବିଶ୍ଵ ଏଫଡ଼ିଆଇର ଅଧାରୁ ଅଧିକ ରହିଥିଲା ବେଳେ ଚୀନ, ସିଙ୍ଗାପୁର, ବ୍ରାଜିଲ, ହଙ୍ଗକଙ୍ଗ ଓ ଭାରତରେ ସବୁଠାରୁ ଅଧିକ ଅର୍ଥାତ 695 ବିଲିୟନ ଡଲାର ବିଦେଶୀ ପୁଞ୍ଜି ନିବେଶ ହୋଇଛି | ଆମେରିକାରେ ଏଫଡ଼ିଆଇ ଶତକଡା 1 ଭାଗ ହ୍ରାସ ପାଇଥିବା ବେଳେ ସେହି ଦେଶ 251 ବିଲିୟନ ଡଲାର ପୁଞ୍ଜି ନିବେଶ ସହ ଶ୍ରେଷ୍ଠ ସ୍ଥାନରେ ରହିଛି | 

ଆଞ୍ଚଳିକ ସ୍ତରୀୟ ଚଢା ଉତରାକୁ ବିବେଚନା କଲେ ଆଫ୍ରିକା, ଲାଟିନ ଆମେରିକା ଓ କାରିବିଆନ ରାଷ୍ଟ୍ର ସମୂହ ଅଧିକ ଲାଭବାନ ହୋଇଛନ୍ତି | ସେହି ସବୁ ରାଷ୍ଟ୍ର ଗୁଡିକରେ ଏଫଡ଼ିଆଇ ଶତକଡା 3 ଭାଗରୁ 16 ଭାଗ ବୃଦ୍ଧି ପାଇଛି କିନ୍ତୁ ଉତ୍ତର ଆମେରିକାରେ ଏଫଡ଼ିଆଇରେ ଶୂନ୍ୟ ଅଭିବୃଦ୍ଧି ଘଟିଛି | ଏସିଆ ଓ ୟୁରୋପରେ ହାରାହାରି ସ୍ତର ରହିଛି ଏବଂ ଏହି ସବୁ ଦେଶ ଗୁଡିକ ଯଥାକ୍ରମେ ଶତକଡା 6 ରୁ 4 ଭାଗ ଏଫଡ଼ିଆଇ ହରେଇଛନ୍ତି | ଭବିଷ୍ୟତରେ ଏଫଡ଼ିଆଇ ବୃଦ୍ଧି ପାଇବା ବିଷୟକୁ ବିବେଚନା କରାଗଲେ ଏଫଡ଼ିଆଇ ଆପଣେଇଥିବା ରାଷ୍ଟ୍ର ଗୁଡିକ ଶତକଡା 65 ଭାଗ ଲାଭବାନ ହୋଇଛନ୍ତି ଏବଂ ଉନ୍ନତଶିଳ ରାଷ୍ଟ୍ର ଗୁଡିକରେ ଏଫଡ଼ିଆଇ ବହୁମାତ୍ରାରେ ବୃଦ୍ଧି ପାଇନଥିବା ସ୍ଥଳେ ଉନ୍ନତରାଷ୍ଟ୍ର ଗୁଡିକରେ ଶତକଡା 6 ଭାଗ ହ୍ରାସ ପାଇଛି | 

ଜାତିସଂଘ ଏକ ରିପୋର୍ଟରେ ସୀମାପାରି M&As କ୍ଷେତ୍ରରେ 2019 ମସିହାରେ ଶତକଡା 40 ଭାଗ ହ୍ରାସ ପାଇ 490 ବିଲିୟନ ଡଲାର ରହିଛି ଯାହାକି 2014 ମସିହା ଠାରୁ ସବୁଠାରୁ କମ ସ୍ତର ବୋଲି ବିବେଚନା କରାଯାଉଛି | ସେବା କ୍ଷେତ୍ରରେ ଶତକଡା 56 ଭାଗ ହ୍ରାସ ପାଇ 207 ବିଲିୟନ ଡଲାର ରହିଥିବା ବେଳେ ଉତ୍ପାଦନ କ୍ଷେତ୍ରରେ ଶତକଡା 19 ଭାଗ ହ୍ରାସ ପାଇ 249 ବିଲିୟନ ଡଲାର ଏବଂ ପ୍ରାଥମିକ କ୍ଷେତ୍ରରେ ଶତକଡା 14 ଭାଗ ହ୍ରାସ ପାଇ 34 ବିଲିୟନ ଡଲାର ହୋଇଥିବାରୁ ବିଶ୍ଵ ସ୍ତରୀୟ ସୀମାପାର M&As ହ୍ରାସ ପାଇଛି |

ବିଶ୍ଵଅର୍ଥନୀତିରେ ଉନ୍ନତି ହେଲେ ବର୍ତ୍ତମାନର ଆକଳନ ଅନୁଯାୟୀ 2020ରେ ଏଫଡ଼ିଆଇ ମଧ୍ୟମ ଧରଣର ବୃଦ୍ଧି ପାଇବ ବୋଲି ଜାତିସଂଘ ରିପୋର୍ଟରେ ସକାରାତ୍ମକ ମତ ପ୍ରକାଶ ପାଇଛି | ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି( ଆଇଏମଏଫ) ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ଭାରତୀୟ ଅର୍ଥନୀତିର ମାନ୍ଦାବସ୍ଥା ପ୍ରତି ଉଦବେଗ ପ୍ରକାଶ କରିଥିବା ବେଳେ ଭାରତରେ ଏଫଡ଼ିଆଇ ବୃଦ୍ଧି ଏକ ସକାରାତ୍ମକ ଖବର | ଅର୍ଥନୈତିକ ଅଭିବୃଦ୍ଧି ଉପରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ବୃଦ୍ଧିର ପ୍ରଭାବକୁ ଦୀର୍ଘକାଳୀନ ଭିତ୍ତିରେ ବିଶ୍ଳେଷଣ କରିବାର ଆବଶ୍ୟକତା ରହିଛି | ଭାରତ ସରକାରଙ୍କ ଦ୍ଵାରା ବର୍ତ୍ତମାନର ଆର୍ଥିକ ଅର୍ଥନୈତିକ କ୍ଷେତ୍ରରେ ସାଙ୍ଗଠନିକ ସଂସ୍କାର ଗୁଡିକ ଅର୍ଥନୈତିକ ଅଭିବୃଦ୍ଧି ଓ ବୃହତ ଆର୍ଥିକ ସ୍ଥିରତା ଲାଗି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି |

ମୂଳ ଲେଖା : ଡଃ ଲେଖା ଏସ ଚକ୍ରବର୍ତ୍ତୀ, ପ୍ରଫେସର 

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ 

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...