Skip to main content

ଆମେରିକା-ଇରାନ ଉତ୍ତେଜନା ହ୍ରାସ ପାଇଁ ଭାରତର ଆହ୍ଵାନ

ଇରାନର ତୁଙ୍ଗ ସାମରିକ ଅଧିକାରୀ କାସିମ ସୋଲେମାନୀଙ୍କୁ ବାଗଦାଦ ବିମାନ ବନ୍ଦରରେ ହତ୍ୟା କରିବା ପାଇଁ ଆମେରିକାର ଏକତରଫା ନିଷ୍ପତ୍ତି ସେହି ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିଛି | ଏହି ଆକ୍ରମଣ ପରେ ଆମେରିକା ବିରୁଦ୍ଧରେ ଇରାନ ଜନସାଧାରଣ ଅତ୍ୟନ୍ତ କ୍ରୋଧ ପ୍ରକାଶ କରିଛନ୍ତି | ଏଥିଯୋଗୁଁ ଇରାନ ଓ ଆମେରିକା ମଧ୍ୟରେ କଥାବାର୍ତ୍ତା ପାଇଁ ଦୂରତା ଆହୁରି ବୃଦ୍ଧି ପାଇଛି | ମଧ୍ୟପ୍ରାଚ୍ୟରୁ ଆମେରିକୀୟ ସୈନ୍ୟ ମାନଙ୍କୁ ପ୍ରତ୍ୟାହାର କରିବା ଏବଂ ଇରାନକୁ ଏକ ପରମାଣୁ ସମ୍ପର୍ଣ୍ଣ ରାଷ୍ଟ୍ର ହେବାକୁ ବନ୍ଦ କରିବା ପାଇଁ ଟ୍ରମ୍ଫ ପ୍ରଶାସନଙ୍କ ଦୁଇଟି ଲକ୍ଷ ପ୍ରତି ମଧ୍ୟ ଏହା ବିପଦ ସୃଷ୍ଟି କରିଛି | ପୂର୍ବରୁ ନଜଣେଇ ଆମେରିକା ପକ୍ଷରୁ ଏଭଳି ଏକତରଫା କାର୍ଯ୍ୟାନୁଷ୍ଠାନକୁ ଉପସାଗରୀୟ ଅଞ୍ଚଳରେ ଆମେରିକାର ମିତ୍ର ରାଷ୍ଟ୍ର ଗୁଡିକ ବିବ୍ରତ ହୋଇପଡିଛନ୍ତି | କାରଣ ଏହି ଉପସାଗରୀୟ ମିତ୍ର ରାଷ୍ଟ୍ର ଗୁଡିକ ଜାହାଜ ଓ ତୈଳ ମୌଳିକ ଢାଞ୍ଚା ଗୁଡିକ ଉପରେ ଆକ୍ରମଣକୁ ନେଇ ବିବ୍ରତ ଥିବା ବେଳେ ଇରାନ ସହ ଉତ୍ତେଜନା ହ୍ରାସ କରିବାକୁ ସେମାନେ ଉଦ୍ୟମ ଚଳେଇଥିଲେ |

ଏହି ହତ୍ୟା ଘଟଣାର ପ୍ରତିଶୋଧ ନେବାକୁ ଯାଇ ଇରାନ, ଇରାକରେ ଥିବା ଆମେରିକାର ଦୁଇଟି ବିମାନ ଘାଟି ଉପରେ ଆକ୍ରମଣ କରିଛି | ଇରାନ ପକ୍ଷରୁ କୁହାଯାଇଛି ଜେନେରାଲ କାସିମ ସୋଲେମାନୀଙ୍କ ହତ୍ୟା ପ୍ରତିଶୋଧ ନେବାକୁ ଯାଇ ଏକ ସାମରିକ ଘାଟି ଉପରେ ଆକ୍ରମଣ କରାଯାଇଛି | ଅଲ ଅସଦ ଏବଂ ଏରବିଲ ବିମାନ ଘାଟି ଉପରେ ଆକ୍ରମଣରେ ଆମେରିକା କିମ୍ବା ଇରାନ ର କୌଣସି ସୈନ୍ୟ ଆହତ ହୋଇନାହାନ୍ତି ତେଣେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଛନ୍ତି ତାଙ୍କ ଦେଶ ତେହେରାନ ଉପରେ ଆକ୍ରମଣ କରିବ ନାହିଁ | ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଟ୍ରମ୍ଫ ଙ୍କ ଏହି ଘୋଷଣାକୁ ଏକ ପଦକ୍ଷେପ ବୋଲି ବିବେଚନା କରାଯାଉଛି | ଇରାନ ମଧ୍ୟ ଆଉ କିଛି କାର୍ଯ୍ୟାନୁଷ୍ଠାନ ନେବ ନାହିଁ ବୋଲି ସଂକେତ ଦେଇଛି |

ଦୁଇ ଦେଶରୁ ଏଭଳି ପ୍ରତିଶ୍ରୁତି ଦିଆଯାଇଥିବା ସତ୍ତ୍ୱେ ସେହି ଅଞ୍ଚଳର ପରିସ୍ଥିତି ତଥାପି ଉତ୍ତେଜନା ପୂର୍ଣ୍ଣ ରହିଛି | ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଲେ ତୈଳ ମୂଲ୍ୟ ଉପରେ ସିଧାସଳଖ ପ୍ରଭାବ ପଡିବ ଏବଂ ଜାହାଜ ଗୁଡିକର ବୀମା ମୂଲ୍ୟ ସମେତ ତୈଳ ପରିବହନ ମଧ୍ୟ ପ୍ରଭାବିତ ହେବ | ଭରତ ଇରାନରୁ ତୈଳ ଆମଦାନୀ କରୁନଥିଲେ ମଧ୍ୟ ଉପସାଗରୀୟ ଦେଶ ଗୁଡିକରୁ ଭାରତ ଶତକଡା 80 ଭାଗ ଶକ୍ତି ଆବଶ୍ୟକତା ପୁରା କରୁଛି | ପରିବହନ କ୍ଷେତ୍ରରେ ବାଧା ସୃଷ୍ଟି ହେଲେ ଭାରତରେ ତୈଳ ମୂଲ୍ୟ ବୃଦ୍ଧି ପାଇବ ଏବଂ ସେହି ଅଞ୍ଚଳରେ ପରିବହନ ଏବଂ ଜାହାଜ ବୀମା ମୂଲ୍ୟ ମଧ୍ୟ ବୃଦ୍ଧି ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ| ଏଭଳି କ୍ଷେତ୍ରରେ ଭାରତର ଅର୍ଥନୀତି ଉପରେ ଚାପ ନିଶ୍ଚିତ ପଡିବ | ତୈଳବାହୀ ଜାହାଜ ଗୁଡିକ ଉପରେ ଆକ୍ରମଣ ଆଶଙ୍କା ଥିବା ଦୃଷ୍ଟିରୁ ଅଶୌଧିତ ତୈଳ ପରିବହନକାରୀ ଜାହାଜ ଗୁଡିକୁ ସୁରକ୍ଷା ଯୋଗାଇଦେବା ପାଇଁ ଉପସାଗରୀୟ ଜଳ ରାଶିରେ ଭାରତ ନୌବାହିନୀର ଯୁଦ୍ଧ ଜାହାଜ ଗୁଡିକୁ ମୁତୟନ କରିଛି | ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଲାଗିରହିଲେ ଭାରତକୁ ତାର ପହରା ବ୍ୟବସ୍ଥା ଜାରି ରଖିବାକୁ ପଡିବ ଯାହାଦ୍ୱାରା ଅତିରିକ୍ତ ଖର୍ଚ୍ଚ ହେବ ଫଳରେ ଆମଦାନୀ ତୈଳର ମୂଲ୍ୟ ବୃଦ୍ଧି ପାଇବ|

କେବଳ ତୈଳ ଆମଦାନୀ ଯେ କ୍ଷତିଗ୍ରସ୍ତ ହେବ ତା ନୁହେଁ ବରଂ କ୍ଷେପଣାସ୍ତ୍ର ଓ ଅନ୍ୟ ଆକ୍ରମଣ ଯୋଗୁଁ ସେ ଦେଶ ଗୁଡିକରେ ରହୁଥିବା ଭାରତୀୟ ବ୍ୟବସାୟୀ ଓ କର୍ମଚାରୀ ମାନଙ୍କ ପ୍ରତି ମଧ୍ୟ ବିପଦ ଦେଖାଦେବ | ଆରବ ଦେଶ ଗୁଡିକରେ 8 ନିୟୁତ ଭାରତୀୟ ରହୁଛନ୍ତି ଏବଂ ସେହି ଅଞ୍ଚଳରୁ ସେମାନେ ଭାରତକୁ 40 ବିଲିଅନ ଡଲାର ପଠାଇପାରୁଛନ୍ତି ଏଣୁ ଭାରତ ସରକାର ସେମାନଙ୍କ ନିରାପତ୍ତା ପାଇଁ ନିଃସନ୍ଦେହରେ ଅଧିକ ଧ୍ୟାନ ଦେବେ | ସେହି ଉପସାଗର ଅଞ୍ଚଳରେ ଯୁଦ୍ଧ ଚାଲିଥିବା ଦେଶ ଗୁଡିକରୁ ଭାରତ ତାର ନାଗରିକ ମାନଙ୍କୁ ଅତୀତରେ ସ୍ଥାନାନ୍ତରିତ କରିବାରେ ସଫଳ ହୋଇଛି |

ସବୁଠୁ ବଡ କଥା ହେଲା ଏହି ଦେଶ ଗୁଡିକ ସହ ଭାରତର ବାଣିଜ୍ୟ ଉପରେ ପ୍ରଭାବ ପଡିବ ଏବଂ ଏଥିପାଇଁ ଭାରତ ତାର ସମ୍ପ୍ରସାରିତ ପଡୋଶୀ ରାଷ୍ଟ୍ର ଗୁଡିକ ସହ ସମ୍ପର୍କ ମଜବୁତ କରିବା ନୀତିକୁ ଆପଣେଇଛି | ଓମାନ, ସାଉଦୀଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସ ଇତ୍ୟାଦି ରାଷ୍ଟ୍ର ସହ ଏହାର ବାଣିଜ୍ୟକ ସମ୍ପର୍କ ବୃଦ୍ଧି କରିଛି ଯଦି ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିବ ତେବେ ଏକ୍ଷେତ୍ରରେ ମଧ୍ୟ ଭାରତକୁ କ୍ଷତି ସହିବାକୁ ପଡିବ |

ଏହିସବୁ ବିଷୟକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଟି ଏସପର ଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ବେଳେ ଉପସାଗରରେ ପରିସ୍ଥିତି ସମ୍ପର୍କରେ କଥାବାର୍ତ୍ତା କରିଛନ୍ତି | ଉପସାଗର ଅଞ୍ଚଳରେ ଭାରତର ସ୍ଵାର୍ଥ ଓ ବାଣିଜ୍ୟିକ କାର୍ଯ୍ୟକଳାପ ସଙ୍କ୍ରାନ୍ତରେ ଶ୍ରୀ ସିଂ ଏସପରଙ୍କୁ ଜଣେଇବା ସଙ୍ଗେ ସଙ୍ଗେ ସେହି ଅଞ୍ଚଳରେ ଉତ୍ତେଜନା କୁ ନେଇ ନୂଆଦିଲ୍ଲୀର ଉଦବେଗ ବିଷୟକୁ ଜଣେଇଛନ୍ତି | ଦ୍ଵିପକ୍ଷୀୟ ସାମରିକ ସହଯୋଗକୁ ମଜବୁତ କରିବା ପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧତାକୁ ଦୋହୋରାଇଛନ୍ତି | ଉପସାଗର ଅଞ୍ଚଳରେ ସାଂପ୍ରତିକ ଘଟଣାବଳୀ ସଙ୍କ୍ରାନ୍ତରେ ମଧ୍ୟ ଶ୍ରୀଏସପର ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଜଣେଇଛନ୍ତି |

ପାକିସ୍ତାନ ବ୍ୟତିରେକ ମଧ୍ୟଏସିଆ ଓ ଆଫଗାନିସ୍ତାନରେ ଭାରତର ବାଣିଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଥିବା ଚବାହାର ବନ୍ଦର ନିର୍ମାଣରେ ଭାରତ ଇରାନ ସହ ଏକ ଭାଗୀଦାରୀ ରାଷ୍ଟ୍ର ରହିଛି | ତେଣୁ ଇରାନ ଉପରେ କଟକଣା ଜାରି ହେଲେ ଭାରତୀୟ କମ୍ପାନୀ ଗୁଡିକ ସେହି ପ୍ରକଳ୍ପରେ ଆଉ ପୁଞ୍ଜି ନିବେଶ କରିପାରିବେ ନାହିଁ ଏବଂ ଏଭଳି ଅସ୍ଥିରତା କ୍ଷେତ୍ରରେ ସେହି ବନ୍ଦରରେ ପୁଞ୍ଜିନିବେଶ ଆହୁରି ହ୍ରାସ ପାଇବ ଏବଂ ସେହି ଦେଶ ଗୁଡିକ ସହ ଭାରତର ସଂଯୋଗ ସ୍ଥାପନ ପ୍ରତି ଅସୁବିଧା ମଧ୍ୟ ସୃଷ୍ଟି ହେବ ଏହି ଦୃଷ୍ଟିରୁ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଭାରତକୁ ବହୁଦେଶୀୟ ଉଦ୍ୟମକୁ ଉତ୍ସାହିତ କରିବାକୁ ପଡିବ ଏବଂ ସେହି ଅଞ୍ଚଳର ଘଟଣାବଳୀ ଗୁଡିକ ଉପରେ ତୀକ୍ଷଣ ଦ୍ରୁଷ୍ଟି ରଖିବାକୁ ପଡିବ |

ମୂଳ ଲେଖା : ଡଃ ସ୍ତୁତି ବାନାର୍ଜୀ, ଆମେରିକା ଉପରେ ରଣନୀତିକ ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...