Skip to main content

ଆମେରିକା-ଇରାନ ଉତ୍ତେଜନା ହ୍ରାସ ପାଇଁ ଭାରତର ଆହ୍ଵାନ

ଇରାନର ତୁଙ୍ଗ ସାମରିକ ଅଧିକାରୀ କାସିମ ସୋଲେମାନୀଙ୍କୁ ବାଗଦାଦ ବିମାନ ବନ୍ଦରରେ ହତ୍ୟା କରିବା ପାଇଁ ଆମେରିକାର ଏକତରଫା ନିଷ୍ପତ୍ତି ସେହି ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିଛି | ଏହି ଆକ୍ରମଣ ପରେ ଆମେରିକା ବିରୁଦ୍ଧରେ ଇରାନ ଜନସାଧାରଣ ଅତ୍ୟନ୍ତ କ୍ରୋଧ ପ୍ରକାଶ କରିଛନ୍ତି | ଏଥିଯୋଗୁଁ ଇରାନ ଓ ଆମେରିକା ମଧ୍ୟରେ କଥାବାର୍ତ୍ତା ପାଇଁ ଦୂରତା ଆହୁରି ବୃଦ୍ଧି ପାଇଛି | ମଧ୍ୟପ୍ରାଚ୍ୟରୁ ଆମେରିକୀୟ ସୈନ୍ୟ ମାନଙ୍କୁ ପ୍ରତ୍ୟାହାର କରିବା ଏବଂ ଇରାନକୁ ଏକ ପରମାଣୁ ସମ୍ପର୍ଣ୍ଣ ରାଷ୍ଟ୍ର ହେବାକୁ ବନ୍ଦ କରିବା ପାଇଁ ଟ୍ରମ୍ଫ ପ୍ରଶାସନଙ୍କ ଦୁଇଟି ଲକ୍ଷ ପ୍ରତି ମଧ୍ୟ ଏହା ବିପଦ ସୃଷ୍ଟି କରିଛି | ପୂର୍ବରୁ ନଜଣେଇ ଆମେରିକା ପକ୍ଷରୁ ଏଭଳି ଏକତରଫା କାର୍ଯ୍ୟାନୁଷ୍ଠାନକୁ ଉପସାଗରୀୟ ଅଞ୍ଚଳରେ ଆମେରିକାର ମିତ୍ର ରାଷ୍ଟ୍ର ଗୁଡିକ ବିବ୍ରତ ହୋଇପଡିଛନ୍ତି | କାରଣ ଏହି ଉପସାଗରୀୟ ମିତ୍ର ରାଷ୍ଟ୍ର ଗୁଡିକ ଜାହାଜ ଓ ତୈଳ ମୌଳିକ ଢାଞ୍ଚା ଗୁଡିକ ଉପରେ ଆକ୍ରମଣକୁ ନେଇ ବିବ୍ରତ ଥିବା ବେଳେ ଇରାନ ସହ ଉତ୍ତେଜନା ହ୍ରାସ କରିବାକୁ ସେମାନେ ଉଦ୍ୟମ ଚଳେଇଥିଲେ |

ଏହି ହତ୍ୟା ଘଟଣାର ପ୍ରତିଶୋଧ ନେବାକୁ ଯାଇ ଇରାନ, ଇରାକରେ ଥିବା ଆମେରିକାର ଦୁଇଟି ବିମାନ ଘାଟି ଉପରେ ଆକ୍ରମଣ କରିଛି | ଇରାନ ପକ୍ଷରୁ କୁହାଯାଇଛି ଜେନେରାଲ କାସିମ ସୋଲେମାନୀଙ୍କ ହତ୍ୟା ପ୍ରତିଶୋଧ ନେବାକୁ ଯାଇ ଏକ ସାମରିକ ଘାଟି ଉପରେ ଆକ୍ରମଣ କରାଯାଇଛି | ଅଲ ଅସଦ ଏବଂ ଏରବିଲ ବିମାନ ଘାଟି ଉପରେ ଆକ୍ରମଣରେ ଆମେରିକା କିମ୍ବା ଇରାନ ର କୌଣସି ସୈନ୍ୟ ଆହତ ହୋଇନାହାନ୍ତି ତେଣେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଛନ୍ତି ତାଙ୍କ ଦେଶ ତେହେରାନ ଉପରେ ଆକ୍ରମଣ କରିବ ନାହିଁ | ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଟ୍ରମ୍ଫ ଙ୍କ ଏହି ଘୋଷଣାକୁ ଏକ ପଦକ୍ଷେପ ବୋଲି ବିବେଚନା କରାଯାଉଛି | ଇରାନ ମଧ୍ୟ ଆଉ କିଛି କାର୍ଯ୍ୟାନୁଷ୍ଠାନ ନେବ ନାହିଁ ବୋଲି ସଂକେତ ଦେଇଛି |

ଦୁଇ ଦେଶରୁ ଏଭଳି ପ୍ରତିଶ୍ରୁତି ଦିଆଯାଇଥିବା ସତ୍ତ୍ୱେ ସେହି ଅଞ୍ଚଳର ପରିସ୍ଥିତି ତଥାପି ଉତ୍ତେଜନା ପୂର୍ଣ୍ଣ ରହିଛି | ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଲେ ତୈଳ ମୂଲ୍ୟ ଉପରେ ସିଧାସଳଖ ପ୍ରଭାବ ପଡିବ ଏବଂ ଜାହାଜ ଗୁଡିକର ବୀମା ମୂଲ୍ୟ ସମେତ ତୈଳ ପରିବହନ ମଧ୍ୟ ପ୍ରଭାବିତ ହେବ | ଭରତ ଇରାନରୁ ତୈଳ ଆମଦାନୀ କରୁନଥିଲେ ମଧ୍ୟ ଉପସାଗରୀୟ ଦେଶ ଗୁଡିକରୁ ଭାରତ ଶତକଡା 80 ଭାଗ ଶକ୍ତି ଆବଶ୍ୟକତା ପୁରା କରୁଛି | ପରିବହନ କ୍ଷେତ୍ରରେ ବାଧା ସୃଷ୍ଟି ହେଲେ ଭାରତରେ ତୈଳ ମୂଲ୍ୟ ବୃଦ୍ଧି ପାଇବ ଏବଂ ସେହି ଅଞ୍ଚଳରେ ପରିବହନ ଏବଂ ଜାହାଜ ବୀମା ମୂଲ୍ୟ ମଧ୍ୟ ବୃଦ୍ଧି ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ| ଏଭଳି କ୍ଷେତ୍ରରେ ଭାରତର ଅର୍ଥନୀତି ଉପରେ ଚାପ ନିଶ୍ଚିତ ପଡିବ | ତୈଳବାହୀ ଜାହାଜ ଗୁଡିକ ଉପରେ ଆକ୍ରମଣ ଆଶଙ୍କା ଥିବା ଦୃଷ୍ଟିରୁ ଅଶୌଧିତ ତୈଳ ପରିବହନକାରୀ ଜାହାଜ ଗୁଡିକୁ ସୁରକ୍ଷା ଯୋଗାଇଦେବା ପାଇଁ ଉପସାଗରୀୟ ଜଳ ରାଶିରେ ଭାରତ ନୌବାହିନୀର ଯୁଦ୍ଧ ଜାହାଜ ଗୁଡିକୁ ମୁତୟନ କରିଛି | ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଲାଗିରହିଲେ ଭାରତକୁ ତାର ପହରା ବ୍ୟବସ୍ଥା ଜାରି ରଖିବାକୁ ପଡିବ ଯାହାଦ୍ୱାରା ଅତିରିକ୍ତ ଖର୍ଚ୍ଚ ହେବ ଫଳରେ ଆମଦାନୀ ତୈଳର ମୂଲ୍ୟ ବୃଦ୍ଧି ପାଇବ|

କେବଳ ତୈଳ ଆମଦାନୀ ଯେ କ୍ଷତିଗ୍ରସ୍ତ ହେବ ତା ନୁହେଁ ବରଂ କ୍ଷେପଣାସ୍ତ୍ର ଓ ଅନ୍ୟ ଆକ୍ରମଣ ଯୋଗୁଁ ସେ ଦେଶ ଗୁଡିକରେ ରହୁଥିବା ଭାରତୀୟ ବ୍ୟବସାୟୀ ଓ କର୍ମଚାରୀ ମାନଙ୍କ ପ୍ରତି ମଧ୍ୟ ବିପଦ ଦେଖାଦେବ | ଆରବ ଦେଶ ଗୁଡିକରେ 8 ନିୟୁତ ଭାରତୀୟ ରହୁଛନ୍ତି ଏବଂ ସେହି ଅଞ୍ଚଳରୁ ସେମାନେ ଭାରତକୁ 40 ବିଲିଅନ ଡଲାର ପଠାଇପାରୁଛନ୍ତି ଏଣୁ ଭାରତ ସରକାର ସେମାନଙ୍କ ନିରାପତ୍ତା ପାଇଁ ନିଃସନ୍ଦେହରେ ଅଧିକ ଧ୍ୟାନ ଦେବେ | ସେହି ଉପସାଗର ଅଞ୍ଚଳରେ ଯୁଦ୍ଧ ଚାଲିଥିବା ଦେଶ ଗୁଡିକରୁ ଭାରତ ତାର ନାଗରିକ ମାନଙ୍କୁ ଅତୀତରେ ସ୍ଥାନାନ୍ତରିତ କରିବାରେ ସଫଳ ହୋଇଛି |

ସବୁଠୁ ବଡ କଥା ହେଲା ଏହି ଦେଶ ଗୁଡିକ ସହ ଭାରତର ବାଣିଜ୍ୟ ଉପରେ ପ୍ରଭାବ ପଡିବ ଏବଂ ଏଥିପାଇଁ ଭାରତ ତାର ସମ୍ପ୍ରସାରିତ ପଡୋଶୀ ରାଷ୍ଟ୍ର ଗୁଡିକ ସହ ସମ୍ପର୍କ ମଜବୁତ କରିବା ନୀତିକୁ ଆପଣେଇଛି | ଓମାନ, ସାଉଦୀଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସ ଇତ୍ୟାଦି ରାଷ୍ଟ୍ର ସହ ଏହାର ବାଣିଜ୍ୟକ ସମ୍ପର୍କ ବୃଦ୍ଧି କରିଛି ଯଦି ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିବ ତେବେ ଏକ୍ଷେତ୍ରରେ ମଧ୍ୟ ଭାରତକୁ କ୍ଷତି ସହିବାକୁ ପଡିବ |

ଏହିସବୁ ବିଷୟକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଟି ଏସପର ଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ବେଳେ ଉପସାଗରରେ ପରିସ୍ଥିତି ସମ୍ପର୍କରେ କଥାବାର୍ତ୍ତା କରିଛନ୍ତି | ଉପସାଗର ଅଞ୍ଚଳରେ ଭାରତର ସ୍ଵାର୍ଥ ଓ ବାଣିଜ୍ୟିକ କାର୍ଯ୍ୟକଳାପ ସଙ୍କ୍ରାନ୍ତରେ ଶ୍ରୀ ସିଂ ଏସପରଙ୍କୁ ଜଣେଇବା ସଙ୍ଗେ ସଙ୍ଗେ ସେହି ଅଞ୍ଚଳରେ ଉତ୍ତେଜନା କୁ ନେଇ ନୂଆଦିଲ୍ଲୀର ଉଦବେଗ ବିଷୟକୁ ଜଣେଇଛନ୍ତି | ଦ୍ଵିପକ୍ଷୀୟ ସାମରିକ ସହଯୋଗକୁ ମଜବୁତ କରିବା ପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧତାକୁ ଦୋହୋରାଇଛନ୍ତି | ଉପସାଗର ଅଞ୍ଚଳରେ ସାଂପ୍ରତିକ ଘଟଣାବଳୀ ସଙ୍କ୍ରାନ୍ତରେ ମଧ୍ୟ ଶ୍ରୀଏସପର ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଜଣେଇଛନ୍ତି |

ପାକିସ୍ତାନ ବ୍ୟତିରେକ ମଧ୍ୟଏସିଆ ଓ ଆଫଗାନିସ୍ତାନରେ ଭାରତର ବାଣିଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଥିବା ଚବାହାର ବନ୍ଦର ନିର୍ମାଣରେ ଭାରତ ଇରାନ ସହ ଏକ ଭାଗୀଦାରୀ ରାଷ୍ଟ୍ର ରହିଛି | ତେଣୁ ଇରାନ ଉପରେ କଟକଣା ଜାରି ହେଲେ ଭାରତୀୟ କମ୍ପାନୀ ଗୁଡିକ ସେହି ପ୍ରକଳ୍ପରେ ଆଉ ପୁଞ୍ଜି ନିବେଶ କରିପାରିବେ ନାହିଁ ଏବଂ ଏଭଳି ଅସ୍ଥିରତା କ୍ଷେତ୍ରରେ ସେହି ବନ୍ଦରରେ ପୁଞ୍ଜିନିବେଶ ଆହୁରି ହ୍ରାସ ପାଇବ ଏବଂ ସେହି ଦେଶ ଗୁଡିକ ସହ ଭାରତର ସଂଯୋଗ ସ୍ଥାପନ ପ୍ରତି ଅସୁବିଧା ମଧ୍ୟ ସୃଷ୍ଟି ହେବ ଏହି ଦୃଷ୍ଟିରୁ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଭାରତକୁ ବହୁଦେଶୀୟ ଉଦ୍ୟମକୁ ଉତ୍ସାହିତ କରିବାକୁ ପଡିବ ଏବଂ ସେହି ଅଞ୍ଚଳର ଘଟଣାବଳୀ ଗୁଡିକ ଉପରେ ତୀକ୍ଷଣ ଦ୍ରୁଷ୍ଟି ରଖିବାକୁ ପଡିବ |

ମୂଳ ଲେଖା : ଡଃ ସ୍ତୁତି ବାନାର୍ଜୀ, ଆମେରିକା ଉପରେ ରଣନୀତିକ ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...