ଲାଟିଭିଆର ବୈଦେଶିକ ମନ୍ତ୍ରୀ ଏଡଗାର ରିଙ୍କେଭିକ୍ସଙ୍କ ଭାରତ ଗସ୍ତ ଦ୍ୱାରା ଦୁଇ ଦେଶ ମଧ୍ୟରେ ସଂପର୍କକୁ ଏକ ନୂଆ ଦିଗ ମିଳିଛି। 2016ରେ ତତ୍କାଳିନ ଭାରତର ସୂଚନା ପ୍ରସାରଣ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଲାଟିଭିଆ ଗସ୍ତରେ ଯାଇଥିଲେ। ନଭେମ୍ୱର 2017ରେ ଲାଟିଭିଆର ପ୍ରଧାନମନ୍ତ୍ରୀ ଭାରତ ଆସିଥିଲେ। ଭାରତର ଉପ ରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡୁ 2019 ଅଗଷ୍ଟରେ ଲାଟିଭିଆ ଗସ୍ତରେ ଯାଇଥିଲେ।
ଭାରତ ସହିତ ଲାଟିଭିଆର ସଂପର୍କ ଶହେ ବର୍ଷରୁ ରହିଆସିଛି। 1921 ମସିହା ସେପ୍ଟେମ୍ୱର 22 ତାରିଖରେ ଲାଟିଭିଆ ଜାତିସଂଘର ଏକ ସଦସ୍ୟ ହୋଇଥିଲା। 1920 ଜାନୁୟାରୀ 10ରୁ ଜାତିସଂଘର ପ୍ରତିଷ୍ଠାତା ସଦସ୍ୟ ଦୃଷ୍ଟିରୁ ଭାରତ ଲାଟିଭିଆର ସଦସ୍ୟତାକୁ ସମର୍ଥନ କରିଥିଲା।
ଦୁଇ ଦେଶ ଜାତିସଂଘରେ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ସହଯୋଗର ହାତ ବଢାଇଥିଲେ। ଲାଟିଭିଆ ବୈଦେଶିକ ମନ୍ତ୍ରଣାଳୟ ସାହାର୍ଯ୍ୟରେ 1923ରେ ଲାଟିଭିଆର ଜାତିୟ ବୁଦ୍ଧିଜୀବି ସହଯୋଗ କମିଟି ରିଗା ବିଶ୍ୱବିଦ୍ୟାଳୟରେ ସ୍ଥାପନ ହୋଇଥିଲା। ଏହି କମିଟିରେ 1930ରେ ଭାରତର ତତ୍କାଳିନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲି ରାଧାକ୍ରିଷ୍ଣନ୍ ପ୍ରତିନିଧିତ୍ୱ କରିଥିଲେ ଭାରତ ପକ୍ଷରୁ। ଏହି କମିଟି ଜାତିସଂଘର ଶିକ୍ଷା, ସଂସ୍କୃତି ଏବଂ ବିଜ୍ଞାନ ସଂଗଠନ ୟୁନେସ୍କୋ ଗଠନ 1946 ପାଇଁ ବିଶେଷ ଯୋଗଦାନ ରଖିଥିଲା।
ଭାରତର ସ୍ୱାଧୀନତା ପାଇଁ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିକୁ ଲାଟିଭିଆ ସମର୍ଥନ ଏବଂ ସମ୍ମାନ ଦେଇଛି। 1991ରେ ଅହିଂସା ମାଧ୍ୟମରେ ସ୍ୱାଧୀନ ଲାଟିଭିଆକୁ ଭାରତ ସ୍ୱାଗତ କରିଛି। ଲାଟିଭିଆର ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ଶ୍ରଦ୍ଧାସୁମନ ଅର୍ପଣ ସହିତ ଆରମ୍ଭ ହୋଇଛି।
ଲାଟିଭିଆର ରିଗା ବିଶ୍ୱବିଦ୍ୟାଳୟରେ ଏବେ ପ୍ରାୟ 1500 ଭାରତୀୟ ଛାତ୍ର ମେଡିକାଲ ଏବଂ ଟେକନିକାଲ ପାଠ୍ୟକ୍ରମରେ ଅଧ୍ୟୟନ କରୁଛନ୍ତି। 2013ରୁ ବିଶ୍ୱବିଦ୍ୟାଳୟରେ ଭାରତୀୟ ପାଠ୍ୟକ୍ରମ ଏବଂ ସଂସ୍କୃତି କେନ୍ଦ୍ର ଖୋଲା ଯାଇଛି। ଆଜି ଲାଟିଭିଆ ଏହାର ନାଗରିକମାନଙ୍କ ପାଇଁ ଡିଜିଟାଲ ଜ୍ଞାନକୌଶଳ ବିକାଶ କରିବାରେ ଅଗ୍ରଣୀ ଭୂମିକା ନେଇଛି। ଭାରତ ଏହାର ଡିଜିଟାଲ ଇଣ୍ତିଆ ମାଧ୍ୟମରେ ଏଥିରେ ସହଭାଗି ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2015 ମାର୍ଚ୍ଚରେ ଭାରତର ସାମୁଦ୍ରିକ ସ୍ୱାର୍ଥ ଦୃଷ୍ଟିରୁ ସାଗର ନୀତିର ଘୋଷଣା କରିଥିଲେ। ଭାରତ ମହାସାଗରର ବିକାଶ ଏବଂ ସୁରକ୍ଷା ପାଇଁ ଭାରତର ରଣ କୌଶଳରେ ଲାଟିଭିଆ ସହଯୋଗୀ ରାଷ୍ଟ୍ର ଭାବେ ରହିଛି। ୟୁରୋପୀୟ ସଂଘ ସହିତ ଭାରତର ସଂଯୋଗ ଉତ୍ତର ଦକ୍ଷିଣ ପରିବହନ କରିଡର ପାଇଁ ଏହି ବ୍ୟବସ୍ଥା ସହାୟକ ହେଉଛି।
2020ରେ ଭାରତ 2021-22 ପାଇଁ ଦୁଇ ବର୍ଷ ନିମନ୍ତେ ଜାତିସଂଘ ନିରାପତ୍ତା ପରିଷଦରେ ଏକ ଅଣ ସ୍ଥାୟୀ ସଦସ୍ୟ ଭାବେ ନିର୍ବଚିତ ହେବାର ଆଶା କରାଯାଉଛି। ଲାଟିଭିଆ ଏ କ୍ଷେତ୍ରରେ ଭାରତକୁ ସମର୍ଥନ କରୁଛି।
ଆଲେଖ୍ୟ: ଅଶୋକ ମୁଖାର୍ଜୀ
ଭାବାନୁବାଦ: ରାମଚଂଦ୍ର ନାଥ

Comments
Post a Comment