Skip to main content

ଭାରତ-ଲାଟିଭିଆ ସଂପର୍କରେ ନୂଆ ଅଧ୍ୟାୟ

ଲାଟିଭିଆର ବୈଦେଶିକ ମନ୍ତ୍ରୀ ଏଡଗାର ରିଙ୍କେଭିକ୍ସଙ୍କ ଭାରତ ଗସ୍ତ ଦ୍ୱାରା ଦୁଇ ଦେଶ ମଧ୍ୟରେ ସଂପର୍କକୁ ଏକ ନୂଆ ଦିଗ ମିଳିଛି। 2016ରେ ତତ୍କାଳିନ ଭାରତର ସୂଚନା ପ୍ରସାରଣ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଲାଟିଭିଆ ଗସ୍ତରେ ଯାଇଥିଲେ। ନଭେମ୍ୱର 2017ରେ ଲାଟିଭିଆର ପ୍ରଧାନମନ୍ତ୍ରୀ ଭାରତ ଆସିଥିଲେ। ଭାରତର ଉପ ରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡୁ 2019 ଅଗଷ୍ଟରେ ଲାଟିଭିଆ ଗସ୍ତରେ ଯାଇଥିଲେ।

ଭାରତ ସହିତ ଲାଟିଭିଆର ସଂପର୍କ ଶହେ ବର୍ଷରୁ ରହିଆସିଛି। 1921 ମସିହା ସେପ୍ଟେମ୍ୱର 22 ତାରିଖରେ ଲାଟିଭିଆ ଜାତିସଂଘର ଏକ ସଦସ୍ୟ ହୋଇଥିଲା। 1920 ଜାନୁୟାରୀ 10ରୁ ଜାତିସଂଘର ପ୍ରତିଷ୍ଠାତା ସଦସ୍ୟ ଦୃଷ୍ଟିରୁ ଭାରତ ଲାଟିଭିଆର ସଦସ୍ୟତାକୁ ସମର୍ଥନ କରିଥିଲା।

ଦୁଇ ଦେଶ ଜାତିସଂଘରେ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ସହଯୋଗର ହାତ ବଢାଇଥିଲେ। ଲାଟିଭିଆ ବୈଦେଶିକ ମନ୍ତ୍ରଣାଳୟ ସାହାର୍ଯ୍ୟରେ 1923ରେ ଲାଟିଭିଆର ଜାତିୟ ବୁଦ୍ଧିଜୀବି ସହଯୋଗ କମିଟି ରିଗା ବିଶ୍ୱବିଦ୍ୟାଳୟରେ ସ୍ଥାପନ ହୋଇଥିଲା। ଏହି କମିଟିରେ 1930ରେ ଭାରତର ତତ୍କାଳିନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲି ରାଧାକ୍ରିଷ୍ଣନ୍ ପ୍ରତିନିଧିତ୍ୱ କରିଥିଲେ ଭାରତ ପକ୍ଷରୁ। ଏହି କମିଟି ଜାତିସଂଘର ଶିକ୍ଷା, ସଂସ୍କୃତି ଏବଂ ବିଜ୍ଞାନ ସଂଗଠନ ୟୁନେସ୍କୋ ଗଠନ 1946 ପାଇଁ ବିଶେଷ ଯୋଗଦାନ ରଖିଥିଲା।

ଭାରତର ସ୍ୱାଧୀନତା ପାଇଁ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିକୁ ଲାଟିଭିଆ ସମର୍ଥନ ଏବଂ ସମ୍ମାନ ଦେଇଛି। 1991ରେ ଅହିଂସା ମାଧ୍ୟମରେ ସ୍ୱାଧୀନ ଲାଟିଭିଆକୁ ଭାରତ ସ୍ୱାଗତ କରିଛି। ଲାଟିଭିଆର ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ଶ୍ରଦ୍ଧାସୁମନ ଅର୍ପଣ ସହିତ ଆରମ୍ଭ ହୋଇଛି।

ଲାଟିଭିଆର ରିଗା ବିଶ୍ୱବିଦ୍ୟାଳୟରେ ଏବେ ପ୍ରାୟ 1500 ଭାରତୀୟ ଛାତ୍ର ମେଡିକାଲ ଏବଂ ଟେକନିକାଲ ପାଠ୍ୟକ୍ରମରେ ଅଧ୍ୟୟନ କରୁଛନ୍ତି। 2013ରୁ ବିଶ୍ୱବିଦ୍ୟାଳୟରେ ଭାରତୀୟ ପାଠ୍ୟକ୍ରମ ଏବଂ ସଂସ୍କୃତି କେନ୍ଦ୍ର ଖୋଲା ଯାଇଛି। ଆଜି ଲାଟିଭିଆ ଏହାର ନାଗରିକମାନଙ୍କ ପାଇଁ ଡିଜିଟାଲ ଜ୍ଞାନକୌଶଳ ବିକାଶ କରିବାରେ ଅଗ୍ରଣୀ ଭୂମିକା ନେଇଛି। ଭାରତ ଏହାର ଡିଜିଟାଲ ଇଣ୍ତିଆ ମାଧ୍ୟମରେ ଏଥିରେ ସହଭାଗି ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2015 ମାର୍ଚ୍ଚରେ ଭାରତର ସାମୁଦ୍ରିକ ସ୍ୱାର୍ଥ ଦୃଷ୍ଟିରୁ ସାଗର ନୀତିର ଘୋଷଣା କରିଥିଲେ। ଭାରତ ମହାସାଗରର ବିକାଶ ଏବଂ ସୁରକ୍ଷା ପାଇଁ ଭାରତର ରଣ କୌଶଳରେ ଲାଟିଭିଆ ସହଯୋଗୀ ରାଷ୍ଟ୍ର ଭାବେ ରହିଛି। ୟୁରୋପୀୟ ସଂଘ ସହିତ ଭାରତର ସଂଯୋଗ ଉତ୍ତର ଦକ୍ଷିଣ ପରିବହନ କରିଡର ପାଇଁ ଏହି ବ୍ୟବସ୍ଥା ସହାୟକ ହେଉଛି।

2020ରେ ଭାରତ 2021-22 ପାଇଁ ଦୁଇ ବର୍ଷ ନିମନ୍ତେ ଜାତିସଂଘ ନିରାପତ୍ତା ପରିଷଦରେ ଏକ ଅଣ ସ୍ଥାୟୀ ସଦସ୍ୟ ଭାବେ ନିର୍ବଚିତ ହେବାର ଆଶା କରାଯାଉଛି। ଲାଟିଭିଆ ଏ କ୍ଷେତ୍ରରେ ଭାରତକୁ ସମର୍ଥନ କରୁଛି।

ଆଲେଖ୍ୟ: ଅଶୋକ ମୁଖାର୍ଜୀ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...