Skip to main content

ଭାରତର ସମ୍ବିଧାନ ଏ ମାଟିର ସର୍ବୋଚ୍ଚ ଆଇନ

ସମ୍ବିଧାନ ସବାର 3 ବର୍ଷର କଠିନ ପରିଶ୍ରମ ପରେ ଭାରତୀୟ ସମ୍ବିଧାନ ପ୍ରସ୍ଥୁତ ହେଲା | ଭାରତୀୟ ସମ୍ବିଧାନ ବିଷୟରେ ସେ ସମୟରେ ବିଶେଷଜ୍ଞମାନେ କହୁଥିଲେ ଯେ ସାବଧାନୀପୂର୍ବକ ପ୍ରସ୍ତୁତ କରାଯାଇଥିବା ଏହି ସମ୍ବିଧାନ ଦୀର୍ଘ ସମୟ ଯାଏଁ ଅସ୍ତିତ୍ବରେ ରହିବ | ସମ୍ବିଧାନ ପ୍ରଣେତାମାନେ ଯେଉଁ ମୂଳଦୁଆ ରଖିଥିଲେ ତାହା ଆଜି ମଧ୍ଯ ସେହିପରି କାଏମ ରହିଛି ଯାହା ଉପରେ ଭାରତୀୟ ଗଣତନ୍ତ୍ର ସଜୀବ ରହିଛି | 7 ଦଶକ ପରେ ମଧ୍ୟ ସମ୍ବିଧାନର ମୂଳ ସ୍ବରୂପ ଅପରିବର୍ତ୍ତିତ ରହିଛି | ଅନେକ ସଂଶୋଧନ ପରେ ମଧ୍ୟ ସମ୍ବିଧାନର ମୂଳ ସିଦ୍ଧାନ୍ତ ଏହାର ବାସ୍ତବିକ ରୂପରେ ରହିଛି ଯାହା ଦର୍ଶାଉଛି ଯେ ସମ୍ବିଧାନ ଉପରେ ଦେଶର ବିଶ୍ବାସ ଅତୁଟ ରହିଛି |

ସମ୍ବିଧାନର ପ୍ରସ୍ଥାବନାରେ ଦୁନିଆ ଆଗରେ ଏକ ଦର୍ମନିରପେକ୍ଷ ଏବଂ ଗଣତାନ୍ତ୍ରୀକ ଗଣରାଜ୍ୟର ଜନ୍ମର ଉଲ୍ଲେଖ କରାଗଲା | ଠିକ ସେହିପରି ଆମେ ଭାରତୀୟମାନେ ନ୍ୟାୟର ସିଦ୍ଧାନ୍ତ, ସ୍ବାଧୀନତା, ସମାନତା ଏବଂ ଭାତୃତ୍ବ ସହିତ ରହୁଛନ୍ତି | ସମ୍ବିଧାନରେ ଲୋକମାନହ୍କ ଅଧିକାର, ଦାୟିତ୍ବ ଏବଂ ସ୍ବାଧୀନତା ନିହିତ ରହିଛି |

ଗଣତନ୍ତ୍ର ଦିବସ ପାଳନ ହେଉଛି ପ୍ରକୃତରେ ସମ୍ବିଧାନର ଉତ୍ସବ ପାଳନ କରିବା | ଏହା ଏକ ଏପରି ସଜୀବ ନଥିପତ୍ର ଯାହାର ମୂଳରେ ଭବିଷ୍ୟତ ଦେଖାଯାଇଥିଲା | 1950 ଜାନୁୟାରୀ 26ରେ ଭାରତ ଗଣରାଜ୍ଯ ହୋଇଥିଲା ଏବଂ ଏବେବି ରହିଛି | ଏହି 7ଟି ଦଶକରେ ଭାରତୀୟ ଗଣତନ୍ତ୍ର ଆହୁରି ମଜବୁତ ହୋଇଛି କାରଣ ପ୍ରତ୍ୟେକ ଭାରତୀୟଙ୍କର ଏା ଉପରେ ଅତୁଟ ଆସ୍ଥା ରହିଛି |

ଦେଖିବାକୁ ଗଲେ 26 ଜାନୁୟାରୀରେ ରାଜପଥରେ ହେଉଥିବା ଗଣତନ୍ତ୍ର ଦିବସର ପ୍ୟାରେଡ ହେଉଛି ଦେଶର ସୈନ୍ୟଶକ୍ତିର ପ୍ରଦର୍ଶନ କିନ୍ତୁ ବାସ୍ତବରେ ଏହା ସମ୍ବିଧାନ ପ୍ରତି କୋଟିକୋଟି ଲୋକଙ୍କର ଶ୍ରଦ୍ଧାର ପ୍ରତୀକ | ସମବିଧାନ ଅନୁଯାୟୀ ପ୍ରତ୍ୟେକ ଭାରତୀୟଙ୍କର ଅଧିକାର ଏବଂ କର୍ତ୍ତବ୍ୟ ସଂପର୍କରେ ଉଲ୍ଲେଖ ଅଛି ଏବଂ ସମ୍ବିଧାନ ପ୍ରତି ସମସ୍ତଙ୍କ ମନରେ ଆଦରର ଭାବନା ରହିଛି |

ଏ କଥା ମନେ ରଖିବା ଉଚିତ ଯେ ଭାରତର ସମ୍ବିଧାନ ବ୍ରିଟିଶ ଶାସନରୁ ସ୍ବାଧୀନତା ପାଇଁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ କଠିନ ସଂଘର୍ଷ ପରେ ଯାଇ ହୋଇଛି | ମହାତ୍ମା ଗାନ୍ଧୀଙ୍କ ରାଜନୈତିକ ଦର୍ଶନରୁ ପ୍ରେରଣା ପାଇ ଡକ୍ଟର ଭିମରାଓ ଆମ୍ବେଦକର ଭାରତୀୟ ସମ୍ବିଧାନକୁ ଅନ୍ତିମ ରୂପ ଦେଲେ ଯେଉଁଥିରେ ସାମାଜିକ ସମାନତା ଏବଂ ଅବହେଳିତ ଲୋକମାନଙ୍କ ପାଇଁ ନ୍ୟାୟକୁ ସର୍ବୋପରି ରଖାଗଲା |

ସମ୍ବିଧାନ ଅନୁଯାୟୀ ଭାରତରେ ସଂଘୀୟ ବ୍ୟବସ୍ଥା ରହିଛି ରାଜ୍ୟ ସ୍ତରରେ ରାଦନୈତିକ ବିକାଶ ଯୋଗୁଁ ସଂଘବାଦ ସଶକ୍ତି ହେଲା | ଯାହା ସଂଘୀୟ ଶାସନ ବ୍ୟବସ୍ଥାର ରୂନ୍ଦରତାକୁ ଦର୍ଶାଉଛି | ଭାରତର ସଂଘବାଦି ଢାଞ୍ଚା ଅନେକ ପଷ୍ଚିମ ଗଣତାନ୍ତ୍ରୀକ ବ୍ୟବସ୍ଥା ଠାରୁ ଭିନ୍ନ | କାରଣ ପଶ୍ଚିମ ଦେଶରେ ଗଣତନ୍ତ୍ରରେ ଶାସନର କେନ୍ଦ୍ରୀୟକରଣ ଭାରତ ଠାରୁ ଅଧିକ | ଆମ ସମ୍ବିଧାନ ଆମକୁ ଅଭିବ୍ୟକ୍ତିର ସ୍ବାଧୀନତା, ସୂଚନା ଅଧିକାର ଏବଂ ବ୍ୟକ୍ତିଗତ ସ୍ବାଧୀନତା ମଧ୍ୟ ଦେଇଛି |ଏଣୁ ଆମ ସମ୍ବିଧାନ ଦୁନିଆର ଅନ୍ୟ ଗଣତାନ୍ତ୍ରୀକ ଦେଶ ଠାରୁ ଅଧିକ ବିକଶିତ ଏବଂ ସଶକ୍ତି |

ଭାରତୀୟ ସମ୍ବିଧାନ ଏହିପରି ଭାରତୀୟମାନଙ୍କ ପାଇଁ ସମ୍ମାନପୂର୍ଣ୍ଣ ଜୀବନର ଆଧାର ରହିଥିବ| ଆଗାମି ଦିନରେ ଆମକୁ ଏହିପରି ସମ୍ବିଧାନ ପ୍ରତି ଆସ୍ଥା ବଜାୟ ରଖିବା ଦରକାର ଯାଗହାଦ୍ବାରା ଭାରତୀୟ ଗଣତନ୍ତ୍ରର ସ୍ବରୂପ ଏହିପରି ସଶକ୍ତି ରହିଥିବ |



ଆଲେଖ୍ୟ : ବଲବୀର ଅରୋରା

ଭାଷାନ୍ତର: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...