ଭାରତର ପ୍ରମୁଖ ପ୍ରତିଷ୍ଠାନ ନୂଆଦିଲ୍ଲୀର ପ୍ରତିରକ୍ଷା ଅଧ୍ୟୟନ ଓ ବିଶ୍ଳେଷଣ (ଆଇଡ଼ିଏସଏ), ଭାରତର ପଡୋଶୀ ପ୍ରଥମ ନୀତି: ଆଞ୍ଚଳିକ ଉପଲବ୍ଧି ଉପରେ ଆଧାରିତ ଦ୍ଵାଦଶ ଦକ୍ଷିଣ ଏସିଆ ସମ୍ମିଳନୀର ଆୟୋଜନ କରିଥିଲା | ଏହି ସମ୍ମିଳନୀରେ ଦକ୍ଷିଣ ଏସିଆ ଅଞ୍ଚଳ ଓ ମିଆଁମାରର ନୀତି ନିର୍ଦ୍ଧାରକ, ଶିକ୍ଷାବିତ ଓ ବିଶେଷଜ୍ଞ ମାନେ ଯୋଗ ଦେଇ ଭାରତର ପଡୋଶୀ ପ୍ରଥମ ନୀତି ଏହି ଦେଶ ଗୁଡିକ ଲାଗି କେତେ ମହତ୍ବପୂର୍ଣ୍ଣ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ | ଏହି ଦୁଇଦିନିଆ ସମ୍ମିଳନୀରେ ପାଖାପାଖି 25ଟି ପତ୍ର ଉପସ୍ଥାପନା କରାଯାଇଥିଲା | ଏହି ସମ୍ମିଳନୀରେ ଯୋଗ ଦେଇଥିବା ବିଦେଶୀ ପ୍ରତିନିଧି ମାନଙ୍କ ସହ ଭାରତର 9 ଜଣ ପ୍ରତିନିଧି ମଧ୍ୟ ଭାରତର ପଡୋଶୀ ପ୍ରଥମ ନୀତି ସଙ୍କ୍ରାନ୍ତରେ ନିଜ ନିଜର ମତ ଆଦାନ ପ୍ରଦାନ କରିଥିଲେ | ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଯିଏକି ଆଇଡ଼ିଏସଏ ର ଅଧ୍ୟକ୍ଷ ମଧ୍ୟ ଅଛନ୍ତି , ତାଙ୍କ ଉଦଘାଟନୀ ଅଭିଭାଷଣରେ ଜୋର ଦେଇ କହିଥିଲେ ଯେ ବର୍ତ୍ତମାନ ଏହି ଅଞ୍ଚଳ ଏହାର ବ୍ୟକ୍ତିଗତ ଜାତୀୟ ପରିଚୟରୁ ଉପରକୁ ଉଠି ଦକ୍ଷିଣ ଏସିଆର ଲୋକ ଭଳି ଆଗକୁ ବଢିବାର ସମୟ ଉପନୀତ ହୋଇଛି | ଏହି ଅବସରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭି ମୁରଲୀଧରନ ଭାରତର ପଡୋଶୀ ନୀତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ |
2014 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଶପଥ ପାଠ କରିଥିଲେ, ସେ ଭାରତର ନିକଟ ପଡୋଶୀ ରାଷ୍ଟ୍ର ଗୁଡିକ ଉପରେ ଅଧିକ ଗୁରୁତ୍ଵ ଦେଇଥିଲେ | ସେ ଶପଥ ଗ୍ରହଣ ସମାରୋହରେ ସାର୍କ ଦେଶର ନେତାମାନଙ୍କୁ ଆମନ୍ତ୍ରଣ କରିଥିଲେ ଓ ଭୁଟାନକୁ ତାଙ୍କ ପ୍ରଥମ ବିଦେଶ ଗସ୍ତ କରିଥିଲେ ଏବଂ ଏହାପରେ ସେ ଅନେକ ପଡୋଶୀ ରାଷ୍ଟ୍ରକୁ ଗସ୍ତ କରିଥିଲେ | ପୂର୍ବ ସରକାରଙ୍କ ନୀତିରୁ ଏହି ସରକାରଙ୍କ ନୀତି ଭିନ୍ନ ଥିଲା , ପ୍ରଧାନମନ୍ତ୍ରୀଙ୍କ ପଡୋଶୀ ରାଷ୍ଟ୍ର ଗସ୍ତରୁ ଏହା ପ୍ରତୀୟମାନ ହେଉଛି ଯେ ଏହି ଦେଶ ଗୁଡିକ ଭାରତ ପାଇଁ କେତେ ମହତ୍ବପୂର୍ଣ୍ଣ | 2014ରେ “ସବ କା ସାଥ ସବକା ବିକାଶ” ଉପରେ ଅଧିକ ଜୋର ଦିଆଯାଇଥିବା ବେଳେ ଏନଡ଼ିଏ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳ ସମୟରେ “ସବ କା ସାଥ ସବ କା ବିକାଶ ଓ ସବ କା ବିଶ୍ଵାସ” ଉପରେ ଅଧିକ ଗୁରୁତ୍ଵ ଦିଆଯାଇଥିଲା |
ଭାରତର ଦ୍ଵିପକ୍ଷୀୟ ସମ୍ପର୍କ ପାରସ୍ପରିକ ଦିଆନିଆ ଉପରେ ଆଧାରିତ ନୁହେଁ ବରଂ ସମୃଦ୍ଧି ଆଦାନ ପ୍ରଦାନ ତଥା ପରସ୍ପର ମଧ୍ୟରେ ବିଶ୍ଵାସ ପ୍ରତିଷ୍ଠା ଉପରେ ପର୍ଜ୍ୟବେଶିତ | ଭାରତ ଓ ଏହାର ପଡୋଶୀ ରାଷ୍ଟ୍ର ଗୁଡିକ ମଧ୍ୟରେ କ୍ଷମତା ଅସମାନତା ଯୋଗୁଁ କେବେ କେବେ ଭାରତର ପଡୋଶୀ ରାଷ୍ଟ୍ର ଗୁଡିକ ବାହ୍ୟ ଶକ୍ତି ଉପରେ ନିର୍ଭର କରିଥାନ୍ତି | ତେଣୁ ଆପୋଷ ଆଲୋଚନା ସହ ଉତ୍ତମ ପଡୋଶୀ ସମ୍ପର୍କ ପ୍ରତିଷ୍ଠା କରିବା ଉଚିତ | ଗ୍ରୀଡ ସଂଯୋଗୀକରଣ ଜରିଆରେ ଶକ୍ତି ଯୋଗାଯୋଗ, ଜଳ ସମ୍ବଳ ନିୟନ୍ତ୍ରଣ ତଥା ଯୋଗାଯୋଗ କ୍ଷେତ୍ରରେ ସହଯୋଗ ଉପରେ ପ୍ରାଧାନ୍ୟ ଦିଆଯାଇଛି ଯାହାକି ଅଞ୍ଚଳରେ ଅର୍ଥନୈତିକ ଏକୀକରଣ ଲାଗି ସୁବିଧା ପ୍ରଦାନ କରିବ | ଆନ୍ତଃ- ଆଞ୍ଚଳିକ ବାଣିଜ୍ୟ କାରବାର ବୃଦ୍ଧି ଲାଗି କ୍ଷମତା ଥିବା ସତ୍ତ୍ୱେ ବିଭିନ୍ନ ବାଣିଜ୍ୟ ସଙ୍କ୍ରାନ୍ତୀୟ ପ୍ରତିବନ୍ଧକ, ଅତ୍ୟଧିକ ନିୟମ କାନୁନ ଓ ଯୋଗାଯୋଗର ଅଭାବ ଯୋଗୁଁ ଆନ୍ତଃ- ଆଞ୍ଚଳିକ ବାଣିଜ୍ୟ କାରବାର ସର୍ବନିମ୍ନ 6 ପ୍ରତିଶତରେ ବଜାୟ ରହିଛି | ତେବେ ଅନେକ ଯୋଗାଯୋଗ ପ୍ରକଳ୍ପ ସହ ଏଥିରେ ସୁଧାର ହେଉଛି ଯାହାକି ଭାରତର ଆର୍ଥିକ ଋଣ ସହାୟତାରେ କାର୍ଯ୍ୟକାରୀ କରାଯାଉଛି | ନିକଟ କିଛି ବର୍ଷରେ ବିଦ୍ୟୁତ ବ୍ୟାପାର ଏକ ବାସ୍ତବିକତାରେ ପରିଣତ ହୋଇଛି |
ଭାରତ ବାଙ୍ଗଲାଦେଶକୁ 1200 ମେଗାୱାଟ ବିଦ୍ୟୁତ ରପ୍ତାନି କରୁଛି ଏବଂ ଗ୍ରୀଡ ସଂଯୋଗୀକରଣ ସହ ଏହି କାରବାର ବୃଦ୍ଧି ପାଇବାର ସମ୍ଭାବନା ରହିଛି |ସେହିପରି ବାଙ୍ଗଲାଦେଶ, ଭୁଟାନର ଜଳ ପ୍ରକଳ୍ପରେ 1 ବିଲିଅନ ଆମେରିକୀୟ ଡଲାର ନିବେଶ କରିବ ବୋଲି ପ୍ରସ୍ତାବ ଦେଇଛି | ଭାରତ ମଧ୍ୟ ନେପାଳରେ ପୁଞ୍ଜି ନିବେଶ ଲାଗି ଇଚ୍ଛା ବ୍ୟକ୍ତ କରିଛି | 2019 ମାର୍ଚ୍ଚ ର ଭାରତର ସୀମାପାର ବିଦ୍ୟୁତ ବାଣିଜ୍ୟ ନିୟାମକ ଯୋଗୁଁ ଭବିଷ୍ୟତରେ ଏହି ବାଣିଜ୍ୟକୁ ସୁଗମ କରିବାର ସମ୍ଭାବନା ରହିଛି କାରଣ ଗ୍ରୀଡ ସଂଯୋଗୀକରଣ ଏକ ବାସ୍ତବିକତାରେ ପରିଣତ ହୋଇଛି | ମୌଳିକ ଢାଞ୍ଚା କ୍ଷେତ୍ରରେ ପୁଞ୍ଜି ନିବେଶ ବ୍ୟତୀତ ଯୁଦ୍ଧ ଓ ଦୁର୍ବିପାକ ଯୋଗୁଁ ପ୍ରଭାବିତ ଅଞ୍ଚଳରେ ପୁନର୍ନିର୍ମାଣ କାର୍ଯ୍ୟରେ ସହାୟତାର ହାତ ବଢାଇବା ସହ ଭାରତ ଏହାର ପଡୋଶୀ ରାଷ୍ଟ୍ରର ଅମଲାତାନ୍ତ୍ରିକ ଓ ସଶସ୍ତ୍ରବାହିନୀର ଦକ୍ଷତା ବିକାଶରେ ମଧ୍ୟ ସହାୟତା କରୁଛି | ଭାରତ ଏହି ଅଞ୍ଚଳର ସଶସ୍ତ୍ର ବାହିନୀ ସହ ବହୁପକ୍ଷୀୟ ତଥା ଦ୍ଵିପକ୍ଷୀୟ ମିଳିତ ସମରାଭ୍ୟାସ ମଧ୍ୟ କରୁଛି |
ଭାରତର ପଡୋଶୀ ରାଷ୍ଟ୍ର ମାନେ ମଧ୍ୟ ଭାରତରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି | ନେପାଳ ଓ ଭୁଟାନ ସେମାନଙ୍କ ବାଣିଜ୍ୟ କାରବାର ସମ୍ପ୍ରସାରିତ କରିବା ଲାଗି ବାଙ୍ଗଲାଦେଶରେ ସମୁଦ୍ର ପଥରେ ଯାତାୟାତ ସୁଗମ ଲାଗି ପ୍ରବଳ ଆଗ୍ରହୀ ଅଛନ୍ତି | ସେମାନେ ଶକ୍ତି ବଜାରରେ ବିବିଧତା ଆଣିବା ଲାଗି ମଧ୍ୟ ଇଚ୍ଛା ଜାହିର କରିଛନ୍ତି | ଭାରତ ସହ ଭାଗୀଦାରୀତାରେ ସେମାନେ ଉପକୃତ ହେବେ ବୋଲି କାଠମାଣ୍ଡୁ ଓ ଥିମ୍ପୁ ବେଶ ଅବଗତ ଅଛନ୍ତି | ମାଳଦ୍ଵିପ ଓ ଭୁଟାନ ମଧ୍ୟ ସେମାନଙ୍କ ‘ଭାରତ ପ୍ରଥମ’ ନୀତି ଉପରେ ପ୍ରାଥମିକତା ଦେଊଛନ୍ତି | ଦ୍ଵିପକ୍ଷୀୟ ସମ୍ପର୍କରେ ଆନ୍ତଃନିର୍ଭରତାକୁ ପ୍ରମୁଖ ବୋଲି ଦର୍ଶାଇ ଏହି କ୍ଷେତ୍ରରେ ବିଶ୍ଵାସ ଓ ସମାବେଶ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ବୋଲି ବାଙ୍ଗଲାଦେଶ ଜୋର ଦେଇ କହିଛି |
ଭାରତ ଏହି ଅଞ୍ଚଳରେ ଏକ ବୁଝାମଣାକାରୀ ଭାବେ ଭୂମିକା ନିଭାଇ ପାରିବ | ଏହି ଅଞ୍ଚଳର ଦେଶ ଗୁଡିକ ଲାଗି ସନ୍ତ୍ରାସବାଦ ଏକ ବଡ ଚାଲେଞ୍ଜ ରୂପେ ଉଭା ହୋଇଛି | ଏହି ଦେଶ ଗୁଡିକ ପାଇଁ ଦ୍ଵିପକ୍ଷୀୟ ସମ୍ପର୍କ ସ୍ଥାପନ ସହ ବିଭିନ୍ନ ଆଞ୍ଚଳିକ ଗୋଷ୍ଠୀ ମଧ୍ୟରେ ଦୃଢ ସମ୍ପର୍କ ମଧ୍ୟ ଅତ୍ୟନ୍ତ ମହତ୍ବପୂର୍ଣ୍ଣ | ଆଞ୍ଚଳିକ ଅର୍ଥନୈତିକ ଏକୀକରଣ ପରିପ୍ରେକ୍ଷୀରେ ଦକ୍ଷିଣ ଏସିଆ ଅଞ୍ଚଳକୁ ରୂପାନ୍ତରିତ କରିବା ଦିଗରେ ସାର୍କ, ବିମଷ୍ଟେକ , ବାଙ୍ଗଲାଦେଶ-ଭୁଟାନ-ଭାରତ-ନେପାଳ (ବିବିଆଇଏନ) ଓ ବାଙ୍ଗଲାଦେଶ-ଚୀନ-ଭାରତ-ମିଆଁମାର (ବିସିଆଇଏମ) ଅର୍ଥନୈତିକ କୋରିଡର ଆଦିର ଯଥେଷ୍ଟ କ୍ଷମତା ରହିଛି | ତେବେ ଏହି ଦେଶ ଗୁଡିକ ଆପୋଷ ମତଭେଦ ଗୁଡିକୁ ଦୂର କରି ଶାନ୍ତି ସମୃଦ୍ଧି ସ୍ଥାପନ ଲାଗି ମିଳିମିଶି କାମ କରିବା ଲାଗି ଆଗେଇ ଆସିବା ଉଚିତ |
ମୂଳ ଲେଖା : ଡଃ ସ୍ମୃତି ଏସ ପଟ୍ଟନାୟକ, ଦକ୍ଷିଣ ଏସିଆ ଉପରେ ରଣନୀତିକି ବିଶ୍ଳେଷକ
ଅନୁବାଦ : ରୀତା ଯୋଶୀ

Comments
Post a Comment