Skip to main content

ଡାଭୋସରେ ଇମରାନ ଖାନ ଦୃଷ୍ଟି ଆକର୍ଷଣ କରାଇବାରେ ବିଫଳ


ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ବିଶ୍ୱ ଅର୍ଥନୈତିକ ଫୋରମ 2020 ସମ୍ମିଳନୀରେ ଯୋଗଦେବା ପାଇଁ ବଡ ତାମଝାମରେ ଡାଭୋସ ଯାଇଥିଲେ। ସେଠାରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କଲେ ଏବଂ ସେହି ପୁରୁଣା କଥା କଶ୍ମୀର ପ୍ରସଙ୍ଗ ଉଠାଇଲେ ଏବଂ ଭାରତ ବିରୁଦ୍ଧରେ କହିଲେ। ସେ ସବୁଆଡେ ଗୋଟିଏ କଥା କହିଚାଲିଛନ୍ତି ଯେ ଭାରତ ସହିତ ତାଙ୍କର ସଂପର୍କ ଭଲ ହେଲେ ବିଶ୍ୱ ଦେଖିବ ଆମେ କୌଶଳଗତ ଭାବେ କେତେ ସୁଦୃଢ। ସେ କହିଲେ ପାକିସ୍ତାନରେ ସନ୍ତ୍ରାସବାଦି ନାହାନ୍ତି।

ଏକଥା ସତ୍ୟର ଅପଳାପ। ବାସ୍ତବରେ ସେଠାରେ ସନ୍ତ୍ରାସବାଦି ଗୋଷ୍ଠି ସରକାରୀ ପ୍ରୋତ୍ସାହନ ପାଉଛନ୍ତି। ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସର ଆଗାମୀ ବୈଠକରେ ପାକିସ୍ତାନ ସରକାର ଏହାର ପକ୍ଷ ରଖିବ। ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଡାଭୋସରେ ଭାରତ ପାକିସ୍ତାନ ସଂପର୍କକୁ ନେଇ ଯାହା କହିଛନ୍ତ ତାହା ବିସ୍ମିତ କରୁଛି। ଏହା ପାକିସ୍ତାନର ହତାସବୋଧକୁ ଦର୍ଶାଉଛି। ସମଗ୍ର ବିଶ୍ୱ ଜାଣିଛି ଯେ ପାକିସ୍ତାନ ସନ୍ତ୍ରାସବାଦକୁ ପ୍ରୋତ୍ସାହନ ଦେଉଛି ଏବଂ ପାକିସ୍ତାନ ସର୍ବଦା ଦୋମୁହାଁ ନୀତି ଗ୍ରହଣ କରୁଛି। ଯଦି ପାକିସ୍ତାନ ପ୍ରକୃତରେ ଭାରତ ସହିତ ସୁସଂପର୍କ ରଖିବାକୁ ଚାହୁଁଛି ତେବେ ସେଥିପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରୁବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଏଥିପାଇଁ ସନ୍ତ୍ରାସବାଦି ଗୋଷ୍ଠି ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ପାକିସ୍ତାନକୁ କହିଛି।

ଡାଭୋସରେ ଏକ ପ୍ରଶ୍ନର ଉତ୍ତର ଦେଇ ଇମରାନ ଖାନ କହିଛନ୍ତି ଯେ ଯଦି କୌଣସି ସନ୍ତ୍ରାସବାଦ ରହିଛି ତେବେ ତାହା ଆଫଗାନିସ୍ଥାନରୁ ଆସିଥିବ କିନ୍ତୁ ପାକିସ୍ତାନରେ ଭିତରେ ସନ୍ତ୍ରାସବାବ ନାହିଁ। ଆଫଗାନିସ୍ଥାନରୁ ଆମେୋରିକା ଏହାର ସୈନ୍ୟ ପ୍ରତ୍ୟାହାର କଲା ପରେ ସେଠାରେ କଣ ହେବ ସେନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ କୌଣସି ଉତ୍ତର ଦେଇ ପାରିନଥିଲେ।

ଇମରାନ ନିଜ ଦେଶର ଅର୍ଥନୈତିକ ସ୍ଥିତିକୁ ନେଇ ସଂପୂର୍ଣ୍ଣ ଦୋହଲି ଯାଇଛନ୍ତି। ପାକିସ୍ତାନ ଏକ ପୁଞ୍ଜିନିବେଶ ପାଇଁ ଉପଯୁକ୍ତ ଦେଶ ବୋଲି ଧ୍ୟାନ ଆକର୍ଷଣ କରିବାରେ ଇମରାନ ଅଧିବେଶନରେ ବିଫଳ ହୋଇଥିଲେ। 2019ରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ବେଲଆଉଟ ପ୍ୟାକେଜରେ ସ୍ୱାକ୍ଷର କରିବା ପରେ ପାକିସ୍ତାନ ସରକାର କଣସବୁ ପଦକ୍ଷେପ ନେଇଛନ୍ତି ତାହା ଜଣାଇବାରେ ଇମରାନ ବିଫଳ ହୋଇଛନ୍ତି। ଡାଭୋସରେ ଇମରାନ କୌଣସି ଅର୍ଥନୈତିକ ଦୂରଦୃଷ୍ଟି ରଖିବାରେ ବିଫଳ ହୋଇଥିଲେ।

ବାରମ୍ୱାର ଇମରାନ କହିଆସୁଛନ୍ତି ଯେ ବୈଦେଶିକ ନିବେଶ ଦୁଇଗୁଣା ହୋଇଛି କିନ୍ତୁ ପ୍ରକୃତ ପକ୍ଷେ ଏସବୁ ଅବାନ୍ତର କଥା ବରଂ ଏହା ପାକିସ୍ତାନର ଅଣୁ ଅର୍ଥନୀତିର ଅସ୍ଥିରତାକୁ ଦର୍ଶାଉଛି ଏବଂ ପାକିସ୍ତାନର ଦକ୍ଷତା ବୃଦ୍ଧିର ଅକ୍ଷମତାକୁ ସାବ୍ୟସ୍ତ କରୁଛି। ଆଉ ଏକ କଥା ହେଲା ଯେ ଇମରାନ ସ୍ୱୀକାର କରିଛନ୍ତି ଯେ ତାଙ୍କର ଡାଭୋସ ଗସ୍ତକୁ ଦୁଇ ଜଣ ଶିଳ୍ପପତି ବଂଧୁ ଇକରମ ସେହଗଲ ଏବଂ ଇମରାନ ଚୌଧୁରୀ ଆୟୋଜନ କରିଛନ୍ତି। ଏହା ସେ ଦେଶର ସ୍ଥିତି ଏବଂ ରାଜନୈତିକ ପରିସ୍ଥିତିକୁ ମଧ୍ୟ ପ୍ରତିଫଳିତ କରୁଛି। ସେଠାରେ ଶିଳ୍ପପତିମାନେ କେତେ ପ୍ରଭାବଶାଳି ତାହା ଜଣାପଡୁଛି। ଏହି କାରଣରୁ ଆଜି ନବାଜ ସରିଫଙ୍କୁ ବର୍ତ୍ତମାନର ଶାସକ ଜେଲ ମଧ୍ୟରେ ରଖିଛି।

ଇମରାନଙ୍କୁ ଏସବୁ ଠାରୁ ଅଧିକ ନିଜ ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ଉପରେ କାମ କରିବା ଦରକାର। ବିଶେଷତ୍ଜ୍ଞମାନଙ୍କ ମତରେ ଇମରାନଙ୍କ ସମସ୍ୟା ତାଙ୍କର ପୂର୍ବାଞ୍ଚଳ ପଡ଼ୋଶୀକୁ ନେଇ ରହିଛି।

ଆଲେଖ୍ୟ: କୌଶୀକ ରାୟ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...