Skip to main content

ଭାରତର ମୌଳିକ ଢାଞ୍ଚା କ୍ଷେତ୍ରକୁ ସିଙ୍ଗାପୁର ପ୍ରୋତ୍ସାହିତ କରିବ

ସିଙ୍ଗାପୁର ର ସାମାଜିକ ନୀତି ପାଇଁ ସମନ୍ଵୟ ମନ୍ତ୍ରୀ ଶ୍ରୀ ଥରମନ ଶନମୁଗରତ୍ନମ ନୂଆଦିଲ୍ଲୀ ଓ ମୁମ୍ବାଇକୁ ସପ୍ତାହକ ପାଇଁ ଗସ୍ତରେ ଆସିଥିଲେ ତାଙ୍କ ର ଏହି ଗସ୍ତ କାଳରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟ ସରକାରୀ ଅଧିକାରୀ ମାନଙ୍କୁ ସାକ୍ଷାତ କରିଥିଲେ | ସେ ସିଙ୍ଗାପୁର ବୈଦେଶିକ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟର ବରିଷ୍ଠ ଅଧିକାରୀ ମାନଙ୍କ ସହ ଯାଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଉଦ୍ଧବ ଥାକରେ ଓ ଶିଲ୍ପପତି ମାନଙ୍କୁ ମଧ୍ୟ ସାକ୍ଷାତ କରିଥିଲେ |

ଶ୍ରୀ ଥରମନ ଶନମୁଗରତ୍ନମଙ୍କ ଭାରତ ଗସ୍ତ ବାଣିଜ୍ୟ ଓ ପୁଞ୍ଜି ନିବେଶ ସମ୍ପର୍କକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଛି | ଭାରତୀୟ ନୀତିନିର୍ଦ୍ଧାରକ ମାନଙ୍କ ସହ କଥାବାର୍ତ୍ତା ବେଳେ ଡିଜିଟାଲ ଅର୍ଥନୀତି, ମୌଳିକ ଢାଞ୍ଚା, କୌଶଳ ବିକାଶ କ୍ଷେତ୍ରରେ ସହଭାଗିତା ଓ ଭାରତ ସିଙ୍ଗାପୁର ଅର୍ଥନୈତିକ ସହଯୋଗ ରାଜିନାମା (ସିଇସିଏ ) ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା| ଏହି ଗସ୍ତ କାଳରେ ଶ୍ରୀ ଥରମନ ଶନମୁଗରତ୍ନମ 2022 ମସିହାରେ ଜି 20 ଶୀର୍ଷ ବୈଠକ ଲାଗି ଭାରତର ଅଧ୍ୟକ୍ଷତା ପ୍ରତି ସିଙ୍ଗାପୁର ର ସମର୍ଥନ ବିଷୟ ଜଣାଇଥିଲେ |

ଦୁଇ ଦେଶ ମଧ୍ୟରେ ଦ୍ଵିପକ୍ଷୀୟ କାରବାର ବା ବାଣିଜ୍ୟ ବୃଦ୍ଧି ପାଇଁ 2019 ମସିହାରେ 26 ବିଲିୟନ ଆମେରିକୀୟ ଡଲାର ଟପି ଯାଇଥିଲା | ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର ଆହୁରି ବୃଦ୍ଧି ପାଇବ ବୋଲି ଉଭୟ ଦେଶ ସହମତ ହୋଇଛନ୍ତି | ବର୍ତ୍ତମାନ ଭାରତ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗୀଦାରୀ ଆରସିଇପି କଥାବାର୍ତ୍ତାରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିବାରୁ 2005 ମସିହାରେ ସ୍ବାକ୍ଷରିତ ସିସିଇଏ ରାଜିନାମା ଅଧୀନରେ ସିଙ୍ଗାପୁର ସହ ଭାରତର ବାଣିଜ୍ୟ ସମ୍ପର୍କ ପରିଚାଳିତ ହେବ ବୋଲି ନିଶ୍ଚିତ ମନେ କରାଯାଉଛି | 2018 ମସିହାରେ ଏହି ରାଜିନାମା ଉପରବେ ଦ୍ଵିତୀୟ ସମୀକ୍ଷା କରାଯାଇଥିଲା | ସିଙ୍ଗାପୁର ରେ ଭାରତୀୟ ପ୍ରଯୁକ୍ତି ବିଦ୍ୟା ଓ ପେଷାଦାର ମାନଙ୍କ ଅଧିକ ପ୍ରବେଶ ଫଳରେ ଦ୍ଵିପକ୍ଷୀୟ ବାଣିଜ୍ୟ ସମ୍ପର୍କ ଆହୁରି ମଜବୁତ ହେବ |

ଭାରତର ଦୀର୍ଘ ମିଆଦୀ ଅଭିବୃଦ୍ଧି ହେବ ବୋଲି ସିଙ୍ଗାପୁର ଆଶା ରଖିଥିବା କଥା ଦର୍ଶାଇ ଶ୍ରୀ ଥରମନ ଶନମୁଗରତ୍ନମ କହିଛନ୍ତି ଯେ ଭାରତରେ ଟେକ୍ନୋଲୋଜି ପାର୍କ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ସିଙ୍ଗାପୁର ର ପୁଞ୍ଜି ନିବେଶ ବୃଦ୍ଧି ପାଉଛି | ଭାରତର ବାର୍ଷିକ ଅଭିବୃଦ୍ଧି ହ୍ରାସ ପାଇଥିବା ବେଳେ ସିଙ୍ଗାପୁର ପକ୍ଷରୁ ଏଭଳି ପ୍ରତିଶ୍ରୁତି ଦିଆଯିବା କିଛି କମ କଥା ନୁହେଁ | ଏଠାରେ ସ୍ମରଣ ଯୋଗ୍ୟ ଯେ ଭାରତରେ ସିଙ୍ଗାପୁର ହେଉଛି ସର୍ବବୃହତ ପୁଞ୍ଜି ନିବେଶକାରୀ ରାଷ୍ଟ୍ର |

ଶ୍ରୀ ଥରମନ ଶନମୁଗରତ୍ନମ ଙ୍କ ଭାରତ ଗସ୍ତ କାଳରେ ନୂଆଦିଲ୍ଲୀ ଭାରତୀୟ ମୌଳିକଢାଞ୍ଚା କ୍ଷେତ୍ରରେ ସିଙ୍ଗାପୁର ର ସମର୍ଥନ ଲୋଡିଥିଲା | ଆଗାମୀ ପାଞ୍ଚ ବର୍ଷ ଭିତରେ କାର୍ଯ୍ୟକାରୀ ହେବାକୁ ଥିବା ଜାତୀୟ ମୌଳିକଢାଞ୍ଚା ପାଇପଲାଇନ (ଏନଆଇପି)ମୌଳିକ ଢାଞ୍ଚା କ୍ଷେତ୍ରରେ ସରକାରଙ୍କ ବ୍ୟୟ ଉଦ୍ୟମରେ ଏକ ଅଂଶବିଶେଷ | ସରକାର ମୌଳିକ ଢାଞ୍ଚା କ୍ଷେତ୍ରରେ 102 ଲକ୍ଷ କୋଟି ରୁ ଅଧିକ ଅର୍ଥ ବ୍ୟୟ କରିବାର ଲକ୍ଷ୍ୟ ରଖିଛନ୍ତି | ସାରା ଦେଶରେ ଉଚ୍ଚ ମାନର ମୌଳିକଢାଞ୍ଚାର ବିକାଶ ଲାଗି ଏନଆଇପି ଏକ ବଡଧରଣର ପଦକ୍ଷେପ ହୋଇପାରିବ ଏଥିପାଇଁ ବ୍ୟାପକ ସମ୍ବଳର ଆବଶ୍ୟକତା ହୋଇଥିବାରୁ ବହୁ ଦିନର ପୁରୁଣା ବନ୍ଧୁ ସିଙ୍ଗାପୁର ଏକ୍ଷେତ୍ରରେ ଅଧିକ ସହାୟକ ହୋଇପାରିବ ବୋଲି ବିବେଚନା କରାଯାଉଛି |

ସିଙ୍ଗାପୁର ଅବକାରୀ ଓ ସରକାରୀ ବୈଷୟିକ ବିଦ୍ୟା ବିଭାଗ ଦ୍ଵାରା ପ୍ରସ୍ତୁତ ନେଟୱାର୍କ ଟ୍ରେଡ ପ୍ଲାଟଫର୍ମ ବା (ଏନଟିପି) ପ୍ରକଳ୍ପରେ ମିଳିମିଶି କାମ କରିବାକୁ ଉଭୟ ଦେଶ ରାଜି ହୋଇଛନ୍ତି | ଏନଟିପି ହେଉଛି ଡିଜିଟାଲ ଭିତ୍ତିକ ଏକ ଉଦ୍ୟମ ଯାହା ବାଣିଜ୍ୟ ଓ ଲଜିଷ୍ଟିକ୍ସ ପରିବେଶ ପାଇଁ ଏକକ ବ୍ୟବସ୍ଥା ଏବଂ ଏହା ବାଣିଜ୍ୟ ମୂଲ୍ୟ ଭିତ୍ତିକ ଚକ୍ରରେ ଭାଗୀଦାରୀ ରାଷ୍ଟ୍ର ଗୁଡିକୁ ସାମିଲ କରି ଦ୍ରୁତ ଓ ସୁରୁଖୁରୁ ପ୍ରକ୍ରିୟାରେ ବାଣିଜ୍ୟକୁ ଆଗେଇ ନେଇ ପାରିବ | ସିଙ୍ଗାପୁର ସହ ଡିଜିଟାଲ ଇ-କମର୍ଷ ଓ ଡିଜିଟିକରଣ କ୍ଷେତ୍ରରେ ଭାଗୀଦାରୀତା ଦ୍ଵାରା ଭାରତର ବହୁ ଦିନରୁ ଆବଶ୍ୟକତା ଥିବା ଶ୍ରମ- ବୃଦ୍ଧି କାରକ ଅର୍ଥନିତୀକୁ କାରିଗରୀ ବିଦ୍ୟାରେ ରୂପାନ୍ତରିତ କ୍ଷେତ୍ରରେ ସହାୟତା ମିଳିପାରିବ |

ଶ୍ରୀ ଥରମନ ଶନମୁଗରତ୍ନମ ବିସ୍ତୃତ ଅଭିବୃଦ୍ଧି ଶୀର୍ଷକ ସୁରେଶ ତେନ୍ଦୁଲକର ସ୍ମାରକି ବକ୍ତୃତାରେ ମଧ୍ୟ ଉଦବୋଧନ ଦେଇଥିଲେ | ଭାରତୀୟ ରିଜର୍ବ ବ୍ୟାଙ୍କରେ ମୌଳିକ ସଂସ୍କାରକୁ ଆଗେଇନେବାକୁ ଶ୍ରୀ ଥରମନ ଶନମୁଗରତ୍ନମ ପରାମର୍ଶ ଦେଇଛନ୍ତି | ମାନବ ସମ୍ବଳ କ୍ଷେତ୍ରରେ ଗଠନ ମୂଳକ ସଂସ୍କାର ଆବଶ୍ୟକତା ଏବଂ ନିର୍ମଳ ଓ ସ୍ମାର୍ଟ ନଗରି ବିକାଶ ପାଇଁ ସେ ଆଲୋକପାତ କରିଛନ୍ତି | ମାନବ ପୁଞ୍ଜି ସଙ୍କ୍ରାନ୍ତରେ ଉଲ୍ଲେଖ କରିବାକୁ ଯାଇ ଶିକ୍ଷା, ସ୍ୱାସ୍ଥ୍ୟ ଯତ୍ନ, କୌଶଳ ମ୍ୟାଚିଙ୍ଗ ଏବଂ ଶ୍ରମ ବଜାରରେ ସଂସ୍କାର ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି | ଶ୍ରୀ ଥରମନ ଶନମୁଗରତ୍ନମ କହିଛନ୍ତି ନୂଆ ନଗରି ଗୁଡିକର ବିକାଶ ସମଷ୍ଟିଗତ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ନିର୍ମଳ ଓ ସ୍ମାର୍ଟ ନଗରୀର ବିକାଶ ପାଇଁ ଭାରତ ସିଙ୍ଗାପୁର ଠାରୁ ଅନେକ ଶିଖିପାରିବ ବୋଲି ସେ ମତାପୋଷଣ କରିଛନ୍ତି |

2019 ମସିହାରେ ପାଖାପାଖି ଦେଢ ନିୟୁତ ଭାରତୀୟ ପର୍ଯ୍ୟଟକ ସିଙ୍ଗାପୁର ଯାଇଥିବାରୁ ପୂର୍ବ ଦେଶଗୁଡିକ ସହ ସମ୍ପର୍କ କ୍ଷେତ୍ରରେ ସିଙ୍ଗାପୁରକୁ ଅତ୍ୟନ୍ତ ଗୁରୁତ୍ଵ ଦିଆଯାଉଥିବା ପ୍ରତିପାଦନ ହୋଇପାରିଛି | ଚୀନ ଓ ଇଣ୍ଡୋନେସିଆ ପରେ ଭାରତ ହେଉଛି ତୃତୀୟ ରାଷ୍ଟ୍ର ଯେଉଁଠୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ସିଙ୍ଗାପୁର ଯାଇଛନ୍ତି ଏଣୁ ସିଙ୍ଗାପୁରରୁ କିପରି ଅଧିକ ସଂଖ୍ୟକ ପର୍ଯ୍ୟଟକ ଭାରତ ଆସିପାରିବେ ସେଥିପ୍ରତି ଧ୍ୟାନ ଦେବାର ଏବେ ସମୟ ଉପନୀତ ହୋଇଛି |

ମୂଳ ଲେଖା : ଡଃ ରାହୁଲ ମିଶ୍ର, ଦକ୍ଷିଣପୂର୍ବ ଓ ପୂର୍ବ ଏସୀୟ ବ୍ୟାପାର ଉପରେ ରଣନୀତିକ ବିଶ୍ଳେଷକ

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...