ସିଙ୍ଗାପୁର ର ସାମାଜିକ ନୀତି ପାଇଁ ସମନ୍ଵୟ ମନ୍ତ୍ରୀ ଶ୍ରୀ ଥରମନ ଶନମୁଗରତ୍ନମ ନୂଆଦିଲ୍ଲୀ ଓ ମୁମ୍ବାଇକୁ ସପ୍ତାହକ ପାଇଁ ଗସ୍ତରେ ଆସିଥିଲେ ତାଙ୍କ ର ଏହି ଗସ୍ତ କାଳରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟ ସରକାରୀ ଅଧିକାରୀ ମାନଙ୍କୁ ସାକ୍ଷାତ କରିଥିଲେ | ସେ ସିଙ୍ଗାପୁର ବୈଦେଶିକ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟର ବରିଷ୍ଠ ଅଧିକାରୀ ମାନଙ୍କ ସହ ଯାଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଉଦ୍ଧବ ଥାକରେ ଓ ଶିଲ୍ପପତି ମାନଙ୍କୁ ମଧ୍ୟ ସାକ୍ଷାତ କରିଥିଲେ |
ଶ୍ରୀ ଥରମନ ଶନମୁଗରତ୍ନମଙ୍କ ଭାରତ ଗସ୍ତ ବାଣିଜ୍ୟ ଓ ପୁଞ୍ଜି ନିବେଶ ସମ୍ପର୍କକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଛି | ଭାରତୀୟ ନୀତିନିର୍ଦ୍ଧାରକ ମାନଙ୍କ ସହ କଥାବାର୍ତ୍ତା ବେଳେ ଡିଜିଟାଲ ଅର୍ଥନୀତି, ମୌଳିକ ଢାଞ୍ଚା, କୌଶଳ ବିକାଶ କ୍ଷେତ୍ରରେ ସହଭାଗିତା ଓ ଭାରତ ସିଙ୍ଗାପୁର ଅର୍ଥନୈତିକ ସହଯୋଗ ରାଜିନାମା (ସିଇସିଏ ) ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା| ଏହି ଗସ୍ତ କାଳରେ ଶ୍ରୀ ଥରମନ ଶନମୁଗରତ୍ନମ 2022 ମସିହାରେ ଜି 20 ଶୀର୍ଷ ବୈଠକ ଲାଗି ଭାରତର ଅଧ୍ୟକ୍ଷତା ପ୍ରତି ସିଙ୍ଗାପୁର ର ସମର୍ଥନ ବିଷୟ ଜଣାଇଥିଲେ |
ଦୁଇ ଦେଶ ମଧ୍ୟରେ ଦ୍ଵିପକ୍ଷୀୟ କାରବାର ବା ବାଣିଜ୍ୟ ବୃଦ୍ଧି ପାଇଁ 2019 ମସିହାରେ 26 ବିଲିୟନ ଆମେରିକୀୟ ଡଲାର ଟପି ଯାଇଥିଲା | ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର ଆହୁରି ବୃଦ୍ଧି ପାଇବ ବୋଲି ଉଭୟ ଦେଶ ସହମତ ହୋଇଛନ୍ତି | ବର୍ତ୍ତମାନ ଭାରତ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗୀଦାରୀ ଆରସିଇପି କଥାବାର୍ତ୍ତାରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିବାରୁ 2005 ମସିହାରେ ସ୍ବାକ୍ଷରିତ ସିସିଇଏ ରାଜିନାମା ଅଧୀନରେ ସିଙ୍ଗାପୁର ସହ ଭାରତର ବାଣିଜ୍ୟ ସମ୍ପର୍କ ପରିଚାଳିତ ହେବ ବୋଲି ନିଶ୍ଚିତ ମନେ କରାଯାଉଛି | 2018 ମସିହାରେ ଏହି ରାଜିନାମା ଉପରବେ ଦ୍ଵିତୀୟ ସମୀକ୍ଷା କରାଯାଇଥିଲା | ସିଙ୍ଗାପୁର ରେ ଭାରତୀୟ ପ୍ରଯୁକ୍ତି ବିଦ୍ୟା ଓ ପେଷାଦାର ମାନଙ୍କ ଅଧିକ ପ୍ରବେଶ ଫଳରେ ଦ୍ଵିପକ୍ଷୀୟ ବାଣିଜ୍ୟ ସମ୍ପର୍କ ଆହୁରି ମଜବୁତ ହେବ |
ଭାରତର ଦୀର୍ଘ ମିଆଦୀ ଅଭିବୃଦ୍ଧି ହେବ ବୋଲି ସିଙ୍ଗାପୁର ଆଶା ରଖିଥିବା କଥା ଦର୍ଶାଇ ଶ୍ରୀ ଥରମନ ଶନମୁଗରତ୍ନମ କହିଛନ୍ତି ଯେ ଭାରତରେ ଟେକ୍ନୋଲୋଜି ପାର୍କ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ସିଙ୍ଗାପୁର ର ପୁଞ୍ଜି ନିବେଶ ବୃଦ୍ଧି ପାଉଛି | ଭାରତର ବାର୍ଷିକ ଅଭିବୃଦ୍ଧି ହ୍ରାସ ପାଇଥିବା ବେଳେ ସିଙ୍ଗାପୁର ପକ୍ଷରୁ ଏଭଳି ପ୍ରତିଶ୍ରୁତି ଦିଆଯିବା କିଛି କମ କଥା ନୁହେଁ | ଏଠାରେ ସ୍ମରଣ ଯୋଗ୍ୟ ଯେ ଭାରତରେ ସିଙ୍ଗାପୁର ହେଉଛି ସର୍ବବୃହତ ପୁଞ୍ଜି ନିବେଶକାରୀ ରାଷ୍ଟ୍ର |
ଶ୍ରୀ ଥରମନ ଶନମୁଗରତ୍ନମ ଙ୍କ ଭାରତ ଗସ୍ତ କାଳରେ ନୂଆଦିଲ୍ଲୀ ଭାରତୀୟ ମୌଳିକଢାଞ୍ଚା କ୍ଷେତ୍ରରେ ସିଙ୍ଗାପୁର ର ସମର୍ଥନ ଲୋଡିଥିଲା | ଆଗାମୀ ପାଞ୍ଚ ବର୍ଷ ଭିତରେ କାର୍ଯ୍ୟକାରୀ ହେବାକୁ ଥିବା ଜାତୀୟ ମୌଳିକଢାଞ୍ଚା ପାଇପଲାଇନ (ଏନଆଇପି)ମୌଳିକ ଢାଞ୍ଚା କ୍ଷେତ୍ରରେ ସରକାରଙ୍କ ବ୍ୟୟ ଉଦ୍ୟମରେ ଏକ ଅଂଶବିଶେଷ | ସରକାର ମୌଳିକ ଢାଞ୍ଚା କ୍ଷେତ୍ରରେ 102 ଲକ୍ଷ କୋଟି ରୁ ଅଧିକ ଅର୍ଥ ବ୍ୟୟ କରିବାର ଲକ୍ଷ୍ୟ ରଖିଛନ୍ତି | ସାରା ଦେଶରେ ଉଚ୍ଚ ମାନର ମୌଳିକଢାଞ୍ଚାର ବିକାଶ ଲାଗି ଏନଆଇପି ଏକ ବଡଧରଣର ପଦକ୍ଷେପ ହୋଇପାରିବ ଏଥିପାଇଁ ବ୍ୟାପକ ସମ୍ବଳର ଆବଶ୍ୟକତା ହୋଇଥିବାରୁ ବହୁ ଦିନର ପୁରୁଣା ବନ୍ଧୁ ସିଙ୍ଗାପୁର ଏକ୍ଷେତ୍ରରେ ଅଧିକ ସହାୟକ ହୋଇପାରିବ ବୋଲି ବିବେଚନା କରାଯାଉଛି |
ସିଙ୍ଗାପୁର ଅବକାରୀ ଓ ସରକାରୀ ବୈଷୟିକ ବିଦ୍ୟା ବିଭାଗ ଦ୍ଵାରା ପ୍ରସ୍ତୁତ ନେଟୱାର୍କ ଟ୍ରେଡ ପ୍ଲାଟଫର୍ମ ବା (ଏନଟିପି) ପ୍ରକଳ୍ପରେ ମିଳିମିଶି କାମ କରିବାକୁ ଉଭୟ ଦେଶ ରାଜି ହୋଇଛନ୍ତି | ଏନଟିପି ହେଉଛି ଡିଜିଟାଲ ଭିତ୍ତିକ ଏକ ଉଦ୍ୟମ ଯାହା ବାଣିଜ୍ୟ ଓ ଲଜିଷ୍ଟିକ୍ସ ପରିବେଶ ପାଇଁ ଏକକ ବ୍ୟବସ୍ଥା ଏବଂ ଏହା ବାଣିଜ୍ୟ ମୂଲ୍ୟ ଭିତ୍ତିକ ଚକ୍ରରେ ଭାଗୀଦାରୀ ରାଷ୍ଟ୍ର ଗୁଡିକୁ ସାମିଲ କରି ଦ୍ରୁତ ଓ ସୁରୁଖୁରୁ ପ୍ରକ୍ରିୟାରେ ବାଣିଜ୍ୟକୁ ଆଗେଇ ନେଇ ପାରିବ | ସିଙ୍ଗାପୁର ସହ ଡିଜିଟାଲ ଇ-କମର୍ଷ ଓ ଡିଜିଟିକରଣ କ୍ଷେତ୍ରରେ ଭାଗୀଦାରୀତା ଦ୍ଵାରା ଭାରତର ବହୁ ଦିନରୁ ଆବଶ୍ୟକତା ଥିବା ଶ୍ରମ- ବୃଦ୍ଧି କାରକ ଅର୍ଥନିତୀକୁ କାରିଗରୀ ବିଦ୍ୟାରେ ରୂପାନ୍ତରିତ କ୍ଷେତ୍ରରେ ସହାୟତା ମିଳିପାରିବ |
ଶ୍ରୀ ଥରମନ ଶନମୁଗରତ୍ନମ ବିସ୍ତୃତ ଅଭିବୃଦ୍ଧି ଶୀର୍ଷକ ସୁରେଶ ତେନ୍ଦୁଲକର ସ୍ମାରକି ବକ୍ତୃତାରେ ମଧ୍ୟ ଉଦବୋଧନ ଦେଇଥିଲେ | ଭାରତୀୟ ରିଜର୍ବ ବ୍ୟାଙ୍କରେ ମୌଳିକ ସଂସ୍କାରକୁ ଆଗେଇନେବାକୁ ଶ୍ରୀ ଥରମନ ଶନମୁଗରତ୍ନମ ପରାମର୍ଶ ଦେଇଛନ୍ତି | ମାନବ ସମ୍ବଳ କ୍ଷେତ୍ରରେ ଗଠନ ମୂଳକ ସଂସ୍କାର ଆବଶ୍ୟକତା ଏବଂ ନିର୍ମଳ ଓ ସ୍ମାର୍ଟ ନଗରି ବିକାଶ ପାଇଁ ସେ ଆଲୋକପାତ କରିଛନ୍ତି | ମାନବ ପୁଞ୍ଜି ସଙ୍କ୍ରାନ୍ତରେ ଉଲ୍ଲେଖ କରିବାକୁ ଯାଇ ଶିକ୍ଷା, ସ୍ୱାସ୍ଥ୍ୟ ଯତ୍ନ, କୌଶଳ ମ୍ୟାଚିଙ୍ଗ ଏବଂ ଶ୍ରମ ବଜାରରେ ସଂସ୍କାର ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି | ଶ୍ରୀ ଥରମନ ଶନମୁଗରତ୍ନମ କହିଛନ୍ତି ନୂଆ ନଗରି ଗୁଡିକର ବିକାଶ ସମଷ୍ଟିଗତ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ନିର୍ମଳ ଓ ସ୍ମାର୍ଟ ନଗରୀର ବିକାଶ ପାଇଁ ଭାରତ ସିଙ୍ଗାପୁର ଠାରୁ ଅନେକ ଶିଖିପାରିବ ବୋଲି ସେ ମତାପୋଷଣ କରିଛନ୍ତି |
2019 ମସିହାରେ ପାଖାପାଖି ଦେଢ ନିୟୁତ ଭାରତୀୟ ପର୍ଯ୍ୟଟକ ସିଙ୍ଗାପୁର ଯାଇଥିବାରୁ ପୂର୍ବ ଦେଶଗୁଡିକ ସହ ସମ୍ପର୍କ କ୍ଷେତ୍ରରେ ସିଙ୍ଗାପୁରକୁ ଅତ୍ୟନ୍ତ ଗୁରୁତ୍ଵ ଦିଆଯାଉଥିବା ପ୍ରତିପାଦନ ହୋଇପାରିଛି | ଚୀନ ଓ ଇଣ୍ଡୋନେସିଆ ପରେ ଭାରତ ହେଉଛି ତୃତୀୟ ରାଷ୍ଟ୍ର ଯେଉଁଠୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ସିଙ୍ଗାପୁର ଯାଇଛନ୍ତି ଏଣୁ ସିଙ୍ଗାପୁରରୁ କିପରି ଅଧିକ ସଂଖ୍ୟକ ପର୍ଯ୍ୟଟକ ଭାରତ ଆସିପାରିବେ ସେଥିପ୍ରତି ଧ୍ୟାନ ଦେବାର ଏବେ ସମୟ ଉପନୀତ ହୋଇଛି |
ମୂଳ ଲେଖା : ଡଃ ରାହୁଲ ମିଶ୍ର, ଦକ୍ଷିଣପୂର୍ବ ଓ ପୂର୍ବ ଏସୀୟ ବ୍ୟାପାର ଉପରେ ରଣନୀତିକ ବିଶ୍ଳେଷକ
ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments
Post a Comment