ଭାରତ ନିକଟ ଭବିଷ୍ୟତରେ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ନିର୍ମାଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି |ଏହି ଲକ୍ଷ୍ୟ ଗୋଟିଏ ପଟେ ଘରୋଇ ବ୍ୟାପାର ଏବଂ ନିବେଶର ସୁଦୃଢ ବାତାବରଣ ଉପରେ ଦଣ୍ତାୟମାନ ତ ଅନ୍ୟପଟେ ଆନ୍ତର୍ଜାତୀୟ ଅର୍ଥବ୍ୟବସ୍ଥା ସହିତ ମଜବୁତ ସଂପର୍କ ଗଢିବା ଉପରେ ପର୍ଯ୍ୟବଶିତ | ଏହି ଲକ୍ଷ୍ୟକୁ ପାଇବା ପାଇଁ ଭାରତ ଇନସଲଭେନ୍ସି ଏବଂ ବ୍ୟାଙ୍କରପ୍ଟି କୋର୍ଡ(ଆଇବିସି) ଏବଂ ଜିଏସଟି ପରି ସୁଧାର ମାଧ୍ୟମରେ ଏକ ବଡ ପ୍ରୟାସ କରିଛି | ନିଜର ଲକ୍ଷ୍ୟକୁ ପୁରା କରିବା ପାଇଁ ଭାରତ ନିଜର ବଜାର ହିତକୁ ଆଗକୁ ବଢାଇବା ଏବଂ ନିଜର ବାଣିଜ୍ୟିକ ଭାଗିଦାରୀ ସହିତ ଆନ୍ତର୍ଜାତୀୟ ବଜାରରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚାହୁଁଛି | ଏହାବ୍ୟତିତ ବାରତ ରଚନାତ୍ମକ ଏବଂ ପାରସ୍ପରିକ ଲାଭକାରୀ ଆର୍ଥିକ ସଂପର୍କକୁ ବୃଦ୍ଧି କରି କ୍ଷେତ୍ରୀୟ ତଥା ଦ୍ଵିପକ୍ଷୀୟ ଆର୍ଥିକ ବାର୍ତ୍ତା ପାଇଁ ପଥ ଉନ୍ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲା ଯେଉଁଥିରେ ବିଶ୍ଵର କେତେକ ଦେଶ ସାମିଲ ଥିଲେ | ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଭାରତ ବିଶ୍ଵର ବ୍ୟବସାୟୀ ସମୁଦାୟକୁ କ୍ଷେତ୍ରିୟ ବ୍ୟାପକ ଆର୍ଥିକ ଭାଗିଦାରୀ(ଆରସିଇପି) ଆଡକୁ ଧ୍ୟାନ ଆକର୍ଷଣ କରୁଛି |
କିଛି ବର୍ଷ ପୂର୍ବେ ଭାରତର ଅନେକ ଆଞ୍ଚଳିକ ଗୋଷ୍ଠି ଏବଂ ୟୁରୋପୀୟ ସଂଘ, ୟୁରେସିଆ ଇକନୋମିକ ୟୁନିୟନ, ଅଷ୍ଟ୍ରେଲିଆ, ମରିସସ, ଇସ୍ରାଇଲ ଏବଂ ଇରାନ ପରି ଦେଶମାନହ୍କ ସହିତ ମୁକ୍ତ ବାଣିଜ୍ୟ ରାଜିନାମା ଉପରେ ସକ୍ରିୟ ଭାବେ ଆଲୋଚନା କରୁଥିଲା | 2007ରେ ଭାରତ ୟୁରୋପୀୟ ସଂଘ ସହିତ ହୋଇଥିବା ଆଲୋଚନାକୁ ଆଗକୁ ବଢାଇବା ପାଇଁ ଇଛା ବ୍ୟକ୍ତ କରିଛି | ମଦ ଏବଂ ଅଟୋମୋବାଇଲ ପାଇଁ ବଜାର ଏବଂ ଶ୍ରମମାନକ ଓ ସରକାରୀ କ୍ରୟ ସହ ସଂବନ୍ଧୀୟ ବ୍ୟବସ୍ଥାକୁ ସାମିଲ କରିବା ପାଇଁ ଏହି ଆଲୋଚନା ପ୍ରାୟ 7 ବର୍ଷରୁ ବନ୍ଦ ହୋଇ ରହିଛି | ୟୁରୋପୀୟ ସଂଘ ରତ୍ନ ଏବଂ ଆଭୁଷଣ ପରି ସାମଗ୍ରୀ ଉପରେ ଟିକସ ହ୍ରାସ କରିବାକୁ ଚାହିଁବ ଯେଉଁଥିରେ ତାର ରପ୍ତାନି ହିତ ଥିବ | ଭାରତ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଇଂଲଣ୍ତ,ବ୍ରେକଜିଟ ପରବର୍ତ୍ତିକୁ ସ୍ଵତନ୍ତ୍ର ଭାବେ ସ୍ଥାନଦେବାକୁ ମଧ୍ୟ ଚାହୁଁଛି | ଭାରତର ବହୁ ସଂଖ୍ୟକ ଲୋକ ସେଠାରେ ରହୁଛନ୍ତି ଏବଂ ସେଥିରୁ ଲାଭ ଉଠାଯାଇପାରେ ବ୍ରିଟେନ ଏକ ସୁରକ୍ଷା ବ୍ୟବସ୍ଥା ଚାହୁଁଛି |
ଅବଶ୍ୟ ଭାରତ ଏବଂ ଆମେରିକା ମୁକ୍ତ ବାଣିଜ୍ୟ ରାଜିନାମା ଉପରେ ରାଜିନାମା କରିବା ଉପରେ ଆଲୋଚନା କରି ନାହାନ୍ତି କିନ୍ତୁ ବାଣିଜ୍ୟ ରାଜିନାମା ଉପରେ ଆଲୋଚନା ହୋଇଛି | ଆଶା କରାଯାଉଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃୟାରୀରେ ଭାରତ ଗସ୍ତ କାଳରେ ବାଣିଜ୍ୟ ରାଜିନାମା ଉପରେ ଆଲୋଚନା ହୋଇପାରେ |ଏହି ଆଲୋଚନାରେ ଜେଏସପି ପ୍ରତ୍ୟାହାର ଉପରେ ଏକ ସହମତି ପ୍ରକାଶ ପାଇବା ନେଇ ଶିଳ୍ପପତିମାନେ ଆଶା ପ୍ରକାଶ କରିଛନ୍ତି |
ଭାରତ ଆରସିଇପିରୁ ଦୂରେଇଯାଇଛି | କାରଣ ଏହା ଭାରତର ଘରୋଇ ଉଦୌଗକୁ କ୍ଷତି କରୁଥିଲା ଏବଂ ଏହା ଭାରତର ହିତ ପାଇଁ ନଥିଲା | ଏବେ ଭାରତ ଆସିଆନ, ଜାପାନ ଏବଂ ଦକ୍ଷିଣ କୋରିଆ ପରି ନିଜର ଏସିଆଇ ପଡୋଶୀ ଦେଶମାନଙ୍କ ସହିତ କରାଯାଇଥିବା | କିଛି ବୁଝାମଣାକୁ ପୁଣି କାର୍ଯ୍ୟକାରୀ କରିବାକୁ ମନ ବଳାଇଛି | ଦକ୍ଷିଣ କୋରିଆ, ଜାପାନ ଏବଂ ଆସିଆନ ସହିତ ଆମର ଏଫଟିଏ ଉପଯୋଗ ହାର ଭଲ ନାହିଁ ଏବଂ ଭାରତ କମ ଟିକସ ଏବଂ ଅଣ ଟିକସ ବାଧାକୁ ସମୀକ୍ଷା କରିବାକୁ ଚାହୁଁଛି | ଅଷ୍ଟ୍ରେଲିଆ, ଇଣ୍ତୋନେସିଆ ଏବଂ ଇସ୍ରାଏଲ ପରି ଦେଶ ସହିତ ଆର୍ଥିକ ସଂପର୍କ ମଜବୁତ କରିବା ଉପରେ ଖୁବ ଶିଘ୍ର କଥାବାର୍ତ୍ତା ଆରମ୍ଭ କରିବ |
ଭାରତ ସାମଗ୍ରୀ, ସେବା ଏବଂ ନିବେଶକୁ ବ୍ୟାପକ ରୂପେ ପରିବ୍ୟାପ୍ତ କରିବାର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଉଛି ଏବଂ ଏଫଟିଏ ଯେପରି ସମ୍ଵେଦନଶିଳ କ୍ଷେତ୍ରରେ ସଂକଟ ଭାବେ ଉଭା ନହେବ ସେଥିପ୍ରତି ଦୃଷ୍ଟି ଦେଉଛି |
ମୂଳଲେଖା : ସତ୍ୟଜୀତ ମହାନ୍ତି
ଭାବାନୁବାଦ: ରାମଚଂଦ୍ର ନାଥ

Comments
Post a Comment