Skip to main content

ଭାରତର ଅର୍ଥନୈତିକ କ୍ଷେତ୍ରରେ ଆଗାମି ପଦକ୍ଷେପ

ଭାରତ ନିକଟ ଭବିଷ୍ୟତରେ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ନିର୍ମାଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି |ଏହି ଲକ୍ଷ୍ୟ ଗୋଟିଏ ପଟେ ଘରୋଇ ବ୍ୟାପାର ଏବଂ ନିବେଶର ସୁଦୃଢ ବାତାବରଣ ଉପରେ ଦଣ୍ତାୟମାନ ତ ଅନ୍ୟପଟେ ଆନ୍ତର୍ଜାତୀୟ ଅର୍ଥବ୍ୟବସ୍ଥା ସହିତ ମଜବୁତ ସଂପର୍କ ଗଢିବା ଉପରେ ପର୍ଯ୍ୟବଶିତ | ଏହି ଲକ୍ଷ୍ୟକୁ ପାଇବା ପାଇଁ ଭାରତ ଇନସଲଭେନ୍ସି ଏବଂ ବ୍ୟାଙ୍କରପ୍ଟି କୋର୍ଡ(ଆଇବିସି) ଏବଂ ଜିଏସଟି ପରି ସୁଧାର ମାଧ୍ୟମରେ ଏକ ବଡ ପ୍ରୟାସ କରିଛି | ନିଜର ଲକ୍ଷ୍ୟକୁ ପୁରା କରିବା ପାଇଁ ଭାରତ ନିଜର ବଜାର ହିତକୁ ଆଗକୁ ବଢାଇବା ଏବଂ ନିଜର ବାଣିଜ୍ୟିକ ଭାଗିଦାରୀ ସହିତ ଆନ୍ତର୍ଜାତୀୟ ବଜାରରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚାହୁଁଛି | ଏହାବ୍ୟତିତ ବାରତ ରଚନାତ୍ମକ ଏବଂ ପାରସ୍ପରିକ ଲାଭକାରୀ ଆର୍ଥିକ ସଂପର୍କକୁ ବୃଦ୍ଧି କରି କ୍ଷେତ୍ରୀୟ ତଥା ଦ୍ଵିପକ୍ଷୀୟ ଆର୍ଥିକ ବାର୍ତ୍ତା ପାଇଁ ପଥ ଉନ୍ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲା ଯେଉଁଥିରେ ବିଶ୍ଵର କେତେକ ଦେଶ ସାମିଲ ଥିଲେ | ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଭାରତ ବିଶ୍ଵର ବ୍ୟବସାୟୀ ସମୁଦାୟକୁ କ୍ଷେତ୍ରିୟ ବ୍ୟାପକ ଆର୍ଥିକ ଭାଗିଦାରୀ(ଆରସିଇପି) ଆଡକୁ ଧ୍ୟାନ ଆକର୍ଷଣ କରୁଛି |

କିଛି ବର୍ଷ ପୂର୍ବେ ଭାରତର ଅନେକ ଆଞ୍ଚଳିକ ଗୋଷ୍ଠି ଏବଂ ୟୁରୋପୀୟ ସଂଘ, ୟୁରେସିଆ ଇକନୋମିକ ୟୁନିୟନ, ଅଷ୍ଟ୍ରେଲିଆ, ମରିସସ, ଇସ୍ରାଇଲ ଏବଂ ଇରାନ ପରି ଦେଶମାନହ୍କ ସହିତ ମୁକ୍ତ ବାଣିଜ୍ୟ ରାଜିନାମା ଉପରେ ସକ୍ରିୟ ଭାବେ ଆଲୋଚନା କରୁଥିଲା | 2007ରେ ଭାରତ ୟୁରୋପୀୟ ସଂଘ ସହିତ ହୋଇଥିବା ଆଲୋଚନାକୁ ଆଗକୁ ବଢାଇବା ପାଇଁ ଇଛା ବ୍ୟକ୍ତ କରିଛି | ମଦ ଏବଂ ଅଟୋମୋବାଇଲ ପାଇଁ ବଜାର ଏବଂ ଶ୍ରମମାନକ ଓ ସରକାରୀ କ୍ରୟ ସହ ସଂବନ୍ଧୀୟ ବ୍ୟବସ୍ଥାକୁ ସାମିଲ କରିବା ପାଇଁ ଏହି ଆଲୋଚନା ପ୍ରାୟ 7 ବର୍ଷରୁ ବନ୍ଦ ହୋଇ ରହିଛି | ୟୁରୋପୀୟ ସଂଘ ରତ୍ନ ଏବଂ ଆଭୁଷଣ ପରି ସାମଗ୍ରୀ ଉପରେ ଟିକସ ହ୍ରାସ କରିବାକୁ ଚାହିଁବ ଯେଉଁଥିରେ ତାର ରପ୍ତାନି ହିତ ଥିବ | ଭାରତ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଇଂଲଣ୍ତ,ବ୍ରେକଜିଟ ପରବର୍ତ୍ତିକୁ ସ୍ଵତନ୍ତ୍ର ଭାବେ ସ୍ଥାନଦେବାକୁ ମଧ୍ୟ ଚାହୁଁଛି | ଭାରତର ବହୁ ସଂଖ୍ୟକ ଲୋକ ସେଠାରେ ରହୁଛନ୍ତି ଏବଂ ସେଥିରୁ ଲାଭ ଉଠାଯାଇପାରେ ବ୍ରିଟେନ ଏକ ସୁରକ୍ଷା ବ୍ୟବସ୍ଥା ଚାହୁଁଛି |

ଅବଶ୍ୟ ଭାରତ ଏବଂ ଆମେରିକା ମୁକ୍ତ ବାଣିଜ୍ୟ ରାଜିନାମା ଉପରେ ରାଜିନାମା କରିବା ଉପରେ ଆଲୋଚନା କରି ନାହାନ୍ତି କିନ୍ତୁ ବାଣିଜ୍ୟ ରାଜିନାମା ଉପରେ ଆଲୋଚନା ହୋଇଛି | ଆଶା କରାଯାଉଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃୟାରୀରେ ଭାରତ ଗସ୍ତ କାଳରେ ବାଣିଜ୍ୟ ରାଜିନାମା ଉପରେ ଆଲୋଚନା ହୋଇପାରେ |ଏହି ଆଲୋଚନାରେ ଜେଏସପି ପ୍ରତ୍ୟାହାର ଉପରେ ଏକ ସହମତି ପ୍ରକାଶ ପାଇବା ନେଇ ଶିଳ୍ପପତିମାନେ ଆଶା ପ୍ରକାଶ କରିଛନ୍ତି |

ଭାରତ ଆରସିଇପିରୁ ଦୂରେଇଯାଇଛି | କାରଣ ଏହା ଭାରତର ଘରୋଇ ଉଦୌଗକୁ କ୍ଷତି କରୁଥିଲା ଏବଂ ଏହା ଭାରତର ହିତ ପାଇଁ ନଥିଲା | ଏବେ ଭାରତ ଆସିଆନ, ଜାପାନ ଏବଂ ଦକ୍ଷିଣ କୋରିଆ ପରି ନିଜର ଏସିଆଇ ପଡୋଶୀ ଦେଶମାନଙ୍କ ସହିତ କରାଯାଇଥିବା | କିଛି ବୁଝାମଣାକୁ ପୁଣି କାର୍ଯ୍ୟକାରୀ କରିବାକୁ ମନ ବଳାଇଛି | ଦକ୍ଷିଣ କୋରିଆ, ଜାପାନ ଏବଂ ଆସିଆନ ସହିତ ଆମର ଏଫଟିଏ ଉପଯୋଗ ହାର ଭଲ ନାହିଁ ଏବଂ ଭାରତ କମ ଟିକସ ଏବଂ ଅଣ ଟିକସ ବାଧାକୁ ସମୀକ୍ଷା କରିବାକୁ ଚାହୁଁଛି | ଅଷ୍ଟ୍ରେଲିଆ, ଇଣ୍ତୋନେସିଆ ଏବଂ ଇସ୍ରାଏଲ ପରି ଦେଶ ସହିତ ଆର୍ଥିକ ସଂପର୍କ ମଜବୁତ କରିବା ଉପରେ ଖୁବ ଶିଘ୍ର କଥାବାର୍ତ୍ତା ଆରମ୍ଭ କରିବ |

ଭାରତ ସାମଗ୍ରୀ, ସେବା ଏବଂ ନିବେଶକୁ ବ୍ୟାପକ ରୂପେ ପରିବ୍ୟାପ୍ତ କରିବାର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଉଛି ଏବଂ ଏଫଟିଏ ଯେପରି ସମ୍ଵେଦନଶିଳ କ୍ଷେତ୍ରରେ ସଂକଟ ଭାବେ ଉଭା ନହେବ ସେଥିପ୍ରତି ଦୃଷ୍ଟି ଦେଉଛି |

ମୂଳଲେଖା : ସତ୍ୟଜୀତ ମହାନ୍ତି

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...