Skip to main content

ଓମାନ: ଏକ ଯୁଗର ଅବସାନ

ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଓମାନର ଶାସନ ଦାୟିତ୍ୱ ଗ୍ରହଣ କରିଥିବା ସୁଲତାନ କବୁଜ ବିନ ସେଦ ଅଲ ସେଦ ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଜାନୁୟାରୀ 10 ତାରିଖରେ ଇହଲିଳା ସମ୍ୱରଣ କରିଛନ୍ତି। ତାଙ୍କ ଦେହାନ୍ତ ପରେ ଓମାନରେ ଏକ ଯୁଗର ଅବସାନ ଘଟିଛି ଏବଂ ତାଙ୍କ ପରେ ଦେଶରେ ନୂତନ ନେତା ଶାସନ ଭାର ଗ୍ରହଣ କରିବାର ରାସ୍ତା ଖୋଲିଛି। ସୁଲତାନ କବୁଜଙ୍କର ସମଗ୍ର ବିଶ୍ୱରେ ସମ୍ମାନ ଥିଲା। 79 ବର୍ଷ ବୟସ୍କ ସୁଲତାନ ଓମାନକୁ ଏକ ସ୍ଥିର ଶାସକ ଦେବା ସହିତସ୍ୱାଧୀନ ବୈଦେଶିକ ନୀତି ପ୍ରଣୟନ କରିଥିଲେ ଏବଂ ଇରାନ ଓ ସାଉଦି ଆରବ ପରି ପାରସ୍ୟ ଦେଶ ସହିତ ସାମଞ୍ଜସ୍ୟ ରଖିଥିଲେ। 1970ରେ ତାଙ୍କ ପିତା ସେଦ ବିନ ତୈମୁରଙ୍କ ଦେହାନ୍ତ ପରେ ସୁଲତାନ କବୁଜ ଦୋଫର ବିଦ୍ରୋହକୁ ଦମନ କରିବା ସହିତ ଦେଶରୁ ଦାସତ୍ୱର ଲୋପ କରି ଓମାନକୁ ଏକ ଆଧୁନିକ ଦେଶରେ ପରିଗଣିତ କରିଥିଲେ। 1996ରେ ପ୍ରଥମେ ଦେଶର ସମ୍ୱିଧାନ ଲେଖାଯାଇ ମହିଳାମାନଙ୍କୁ ରାଜନୀତି, ବ୍ୟବସାୟ ଏବଂ କ୍ରିଡା ଆଦିରେ ସାମିଲ କରି କ୍ଷମତାପନ୍ନ କରିଥିଲେ। ତାଙ୍କୁ ଆଧୁନିକ ଓମାନର ଜନକ ବୋଲି କୁହାଯାଉଛି।

ସୁଲତାନଙ୍କ ଦେହାନ୍ତ ପରେ କିଏ ଶାସନ ଦାୟିତ୍ୱ ଗ୍ରହଣ କରିବ ସେନେଇ ତନାଘନା ଚାଲିଥିବାବେଳେ ସୁଲତାନଙ୍କର ପୂର୍ବତନ ପସନ୍ଦ ତାଙ୍କର ସଂପର୍କୀୟ ଭାଇ ହଇଥାମ ବିନ ତାରିକ ଅଲ ସେଦଙ୍କୁ ଶାସନ ଭାର ଦେବାକୁ ସୁଲତାନଙ୍କ ପରିବାର ନିଷ୍ପତ୍ତି ନେଇଛି। ତାରିକ ଅକ୍ସଫୋର୍ଡରୁ ଅଧ୍ୟୟନ କରିଛନ୍ତି ଏବଂ ଦେଶର ସଂସ୍କୃତି ଓ ଐତିହ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏବେ ନୂଆ ସୁଲତାନ ପୂର୍ବତନ ସୁଲତାନଙ୍କ ପରି ଦେଶର ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀର ଦାୟିତ୍ୱ ନେବେ। ଏସବୁ ପରିପ୍ରେକ୍ଷୀରେ ତାରିକଙ୍କୁ ପୂର୍ବତନ ସୁଲତାନଙ୍କ ପରି ସମ୍ମାନ ମିଳିବ ଏହା କୁହାଯିବା କଷ୍ଟକର। ବର୍ତ୍ତମାନ ଦେଶର ଆର୍ଥିକ ସ୍ଥିତି ଏବଂ ବେକାରୀକୁ ଦୃଷ୍ଟିରେ ରଖି ନୂଆ ଶାସକଙ୍କ ପାଇଁ ଦେଶ ଚଳାଇବା ଏତେ ସହଜ ହେବନି ଏବଂ ତାଙ୍କ ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ଏସବୁ ବିଷୟ। ଦାୟିତ୍ୱ ଗ୍ରହଣ ପରେ ନୂତନ ସୁଲତାନ ତାଙ୍କର ପୂର୍ବତନ ଶାସକଙ୍କ ପଦାଙ୍କ ଅନୁସରଣ କରି ସମସ୍ତଙ୍କ ସହିତ ସୁସଂପର୍କ ରଖିବେ ବୋଲି ତାରିକ କହିଛନ୍ତି।

କବୁଜ ବିନ ସେଦଙ୍କ ଦେହାନ୍ତରେ ମସକଟ ତିନି ଦିନର ଶୋକ ଦିବସ ଘୋଷଣା କରିଛନ୍ତି ଏବଂ ଆଗାମି 40 ଦିନ ପର୍ଯ୍ୟନ୍ତ ଦେଶର ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ତାଙ୍କ ମୃତ୍ୟୁରେ ଆମେରିକା, ବ୍ରିଟେନ, ଇରାନ, ସାଉଦି ଆରବ, ୟୁଏଇ, ତର୍କି, ଜୋର୍ଡାନ, ଇଜିପ୍ଟ ଏବଂ ବାହାରିନ ଗଭିର ଶୋକ ପ୍ରକାଶ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓମାନ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ସୁଲତାନ କବୁଜ ଆମ ଅଞ୍ଚଳ ଏବଂ ବିଶ୍ୱର ଶାନ୍ତି ପାଇଁ ଏକ ମଶାଲ ଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସୁଲତାନ କବୁଜଙ୍କୁ ଭାରତର ଘନିଷ୍ଠ ବନ୍ଧୁ ଥିଲେ ବୋଲି କହିଛନ୍ତି। ଭାରତର ସୌରାଷ୍ଟ୍ର ମନ୍ତ୍ରଣାଳୟ ଦିବଂଗତ ନେତାଙ୍କ ସମ୍ମାନାର୍ଥେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଆଜି ଦେଶର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଅବାସ ନକବି ଭାରତର ଲୋକମାନଙ୍କ ପକ୍ଷରୁ ଏକ ପ୍ରତିନିଧି ମଣ୍ତଳିର ନେତୃତ୍ୱ ନେଇ ଓମାନ ଯାଇ ଶୋକସଭାରେ ଯୋଗ ଦେବେ।

ସୁଲତାନ କବୁଜଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦିବଂଗତ ସୁଲତାନ ଭାରତ ଓ ଓମାନ ମଧ୍ୟରେ ଚଳଚଞ୍ଚଳ ସାମରିକ ଭାଗିଦାରୀ ପାଇଁ ବିଶେଷ ଭାବେ ଅବଦାନ ରଖିଥିଲେ। ନୂଆ ସୁଲତାନଙ୍କୁ ଅଭିନନ୍ଦନ ଜଣାଇ ସ୍ରୀ ମୋଦି କହିଛନ୍ତି ଦୁଇ ଦେଶ ମଧ୍ୟରେ ସାମରିକ ବାଗିଦାରୀ ସଂପର୍କକୁ ଆହୁରି ଆଗକୁ ବଢାଇବା ଲାଗି କାନ୍ଧକୁ କାନ୍ଧ ମିଳାଇ କାମ କରିବାକୁ ବାରତ ଆଗ୍ରହୀ ଅଛି। ସେ କହିଛନ୍ତି ବାରତ ଓମାନ ମଧ୍ୟରେ ଭାଗିଦାରୀ ଓ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ରହିଛି ଓ ଉଭୟ ଦେଶ ମଧ୍ୟରେ ବହୁ ପୁରାତନ କାଳରୁ ବାଣିଜ୍ୟ ସଂପର୍କ ବଳବତ୍ତର ରହିଛି। ଓମାନରେ ରହୁଥିବା 8ଲକ୍ଷ ପ୍ରବାସୀ ଭାରତୀୟ ଦେଶକୁ ବିପୁଳ ପରିମାଣର ବୈଦେଶିକ ଅର୍ଥ ପଠାଉଛନ୍ତି ଏବଂ ଏହି ଭାରତୀୟ କର୍ମଚାରୀ ଓ ଶ୍ରମିକମାନେ ଓମାନର ସର୍ବବିଧ ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ମଧ୍ୟ ରଖିଛନ୍ତି। ନୂଆ ସୁଲତାନଙ୍କ ଅଧିନରେ ଭାରତ ସେ ଦେଶ ସହ ଘନିଷ୍ଠ ସଂପର୍କ ବଜାୟ ରଖିବାକୁ ଆଶା ରଖିଛି ଏବଂ ବାଣିଜ୍ୟ ଓ ଅନ୍ୟାନ୍ୟ ସଂପର୍କକୁ ଆଗପରି ଜାରି ରଖିବା ପାଇଁ ମଧ୍ୟ ଇଛା ପ୍ରକାଶ କରୁଛି।

ଆଲେଖ୍ୟ: ଡକ୍ଟର ଲକ୍ଷ୍ମୀ ପ୍ରିୟା

ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...