Skip to main content

ଚୀନ – ପାକିସ୍ତାନ ଷଡଯନ୍ତ୍ର ପୁଣିଥରେ ପଣ୍ଡ ହୋଇଛି

କାଶ୍ମୀର ପ୍ରସଙ୍ଗ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ଚୀନ ପୁଣି ଥରେ “ ଅଣଆନୁଷ୍ଠାନିକ ପରାମର୍ଶ” ଲାଗି ଦାବି କରିଥିଲା | ଚୀନର ଏହି ପଦକ୍ଷେପ ଯୋଗୁଁ ପ୍ରତିକୂଳ ସ୍ଥିତି ଉତ୍ପର୍ଣ୍ଣ ହୋଇଛି | ଏହାକୁ ପାକିସ୍ତାନ ସମର୍ଥନ ଜଣାଇଥିଲା | ତେବେ ସୁରକ୍ଷା ପରିଷଦର ଅଧିକାଂଶ ସଦସ୍ୟ ଏହି ପଦକ୍ଷେପକୁ ଖାରଜ କରିଦେଇଛନ୍ତି | ଭାରତୀୟ ସମ୍ବିଧାନର ଧାରା 370 ର ଉଚ୍ଛେଦ ପ୍ରସଙ୍ଗ ଉତଥାପନ କରିବା ନେଇ ଏହା ଥିଲା ଚୀନର ତୃତୀୟ ପ୍ରୟାସ | ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏପରି ବୃଥା ଚେଷ୍ଟାରୁ ବେଜିଙ୍ଗକୁ ଶିକ୍ଷା ମିଳିବା ଉଚିତ | ଏହା ଏକ ଦ୍ଵିପକ୍ଷୀୟ ପ୍ରସଙ୍ଗ ଅଟେ ବୋଲି ୟୁଏନଏସସି ର ଅଧିକାଂଶ ସଦସ୍ୟ ମତପୋଷଣ କରିଛନ୍ତି |

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ ଆକବରୁଦ୍ଦିନ କହିଛନ୍ତି ଯେ ଦେଶକୁ ପ୍ରଭାବିତ କରୁଥିବା ସମସ୍ୟା ରୁ ବିଶ୍ଵର ଧ୍ୟାନ ହଟାଇବା ଲାଗି ମିଥ୍ୟା ବାହାନା ବନେଇବାର ପାକିସ୍ତାନ ର ଚିରାଚରିତ ଅଭ୍ୟାସ ସର୍ବବିଦିତ ଅଟେ | କୂଟନୀତିର ଆଳରେ ଅନାବଶ୍ୟକ ସହାୟତା ପ୍ରାପ୍ତ କରିବା ଲାଗି ନେହୁରା ହେବା ଉଚିତ ନୁହେଁ | ଏଥିପାଇଁ ବଳିଷ୍ଠ ଓ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ | ବାସ୍ତବରେ ସୁରକ୍ଷା ପରିଷଦର ମୁଖ୍ୟ ସ୍ଥାୟୀ ସଦସ୍ୟ ଆମେରିକା, ବ୍ରିଟେନ, ଫ୍ରାନ୍ସ ତଥା ରୁଷ 370 ଧାରା ଉଚ୍ଛେଦ ଲାଗି ଭାରତ ଦ୍ଵାରା ଗ୍ରହଣ କରାଯାଇଥିବା ପଦକ୍ଷେପ ପ୍ରତି ସମର୍ଥନ ଜଣାଇଥିଲେ ଏବଂ ଚାରିଜଣ ଯାକ ସ୍ଥାୟୀ ସଦସ୍ୟ ଏହାକୁ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିଥିଲେ |

ଶ୍ରୀ ଆକବରୁଦ୍ଦିନ କହିଥିଲେ ଯେ କୂଟନୀତିର ସ୍ପଷ୍ଟ ଆଭିମୁଖ୍ଯ ରହିଥିବା ବେଳେ ପାକିସ୍ତାନ ଦୀର୍ଘ ପାଞ୍ଚ ମାସ ହେଲା ଏକ୍ଷେତ୍ରରେ ବାଧିତ କରିରଖିଛି | ଇସଲାମାବାଦ ପାଇଁ ପ୍ରଥମ ପଦକ୍ଷେପ, ଏହି ମାର୍ଗରେ ଆଗକୁ ବଢିବା ଉଚିତ ଓ ଏହାପରେ କୂଟନୀତି କ୍ଷେତ୍ରରେ ଗମ୍ଭୀରତା ପ୍ରଦର୍ଶନ କରିବା ଉଚିତ |

ପାକିସ୍ତାନ ର ସବୁଦନିଆ ବନ୍ଧୁ ଚୀନ, ସୁରକ୍ଷା ପରିଷଦରେ ରୁଦ୍ଧଦ୍ଵାର ବିଚାର ବିମର୍ଶ ସମୟରେ ଅନ୍ୟ ମାମଲାରେ କାଶ୍ମୀର ପ୍ରସଙ୍ଗ ଉଠାଇବା ପାଇଁ ପୁଣି ଥରେ ପ୍ରଚେଷ୍ଟା ଚଳେଇଥିଲା | ପାଞ୍ଚୋଟି ସ୍ଥାୟୀ ସଦସ୍ୟ ମଧ୍ୟରୁ ଜଣେ ସଦସ୍ୟ କାଶ୍ମୀର ପ୍ରସଙ୍ଗରେ ଆଲୋଚନାକୁ ଆଗକୁ ବଢାଇବା ଲାଗି ଚାହିଁଥିବା ବେଳେ ଏହି ପ୍ରସଙ୍ଗ ନେଇ ଅନ୍ୟ ସ୍ଥାୟୀ ସଦସ୍ୟ ମାନଙ୍କ ପ୍ରତିକ୍ରିୟା ଭିନ୍ନ ଥିଲା 

କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତୀୟକରଣ କରିବା ଲାଗି ଏହପରି ହସ୍ତକ୍ଷେପ କରି ଚୀନ ଆଜି ମଧ୍ୟରେ ତିନି ଥର ଅଯଥା ପ୍ରୟାସ କରିସାରିଲାଣି | ଜାତିସଂଘ ରେ ଭାରତର ପ୍ରମୁଖ କୂଟନୈତିକ କହିଥିଲେ ଯେ ସୁରକ୍ଷା ପରିଷଦର ନୂଆଁ ସଦସ୍ୟ ମାନଙ୍କ ସମ୍ମୁଖରେ ବେଜିଙ୍ଗ ଦ୍ଵାରା କରାଯାଇଥିବା ଏହା ଥିଲା ଆଉ ଏକ ବୃଥା ପ୍ରଚେଷ୍ଟା ମାତ୍ର | ସୁରକ୍ଷା ପରିଷଦ ହେଉଛି ଏକ ପନ୍ଦର ଜଣିଆ ସଦସ୍ୟ ବିଶିଷ୍ଟ ପରିଷଦ | ଏହି ସଦସ୍ୟ ମାନଙ୍କର ପ୍ରତିବର୍ଷ ଅଦଳ ବଦଳ ହୋଇଥାଏ | ଗତ ବର୍ଷ ଯେଉଁ ପାଞ୍ଚ ଜଣ ସଦସ୍ୟ ଥିଲେ ଚଳିତ ବର୍ଷ ଠାରୁ ଭିନ୍ନ ଅଛନ୍ତି | ବେଜିଙ୍ଗ ଭାବୁଥିଲା ଯେ ପରିବର୍ତ୍ତିତ ସଂଯୋଜନ ଯୋଗୁଁ ଇଉଏନଏସସି ର ନୂଆଁ ସଦସ୍ୟ ମାନେ ନିଜର ଦୃଷ୍ଟିକୋଣରେ ଭିନ୍ନ ହେବେ କିନ୍ତୁ ଚୀନ ଓ ପାକିସ୍ତାନର ଏହି ପ୍ରଚେଷ୍ଟା ମଧ୍ୟ ପଣ୍ଡ ହୋଇଛି |

ରୁଦ୍ଧ ଦ୍ଵାରର ନୂତନ ଅଣଆନୁଷ୍ଠାନିକ ବୈଠକରରୁ ଏହା ସ୍ପଷ୍ଟ ପ୍ରତୀୟମାନ ହେଲା ଯେ ସମଗ୍ର ବିଶ୍ଵ କାଶ୍ମୀର ପ୍ରସଙ୍ଗ କୁ ଏକ ଏପରି ପ୍ରସଙ୍ଗ ବୋଲି ବିବେଚନା କରୁଛି ଯାହାକୁ ଭାରତ ତଥା ପାକିସ୍ତାନ ମଧ୍ୟରେ ଦ୍ଵିପକ୍ଷୀୟ ସ୍ତରରେ ଆଲୋଚନା କରିବା ଉଚିତ | ଶ୍ରୀଆକବରୁଦ୍ଦିନ କହିଥିଲେ ଯେ ଜାତିସଂଘର ସବୁ ସଦସ୍ୟ ମାନଙ୍କ ଏହି ପ୍ରସଙ୍ଗ ଉପରେ ଯେଉଁ ସ୍ପଷ୍ଟ ଆଭିମୁଖ୍ଯ ରହିଛି ସେନେଇ ପାକିସ୍ତାନ ଓ ଚୀନ ହୃଦୟଙ୍ଗମ କରିବା ଉଚିତ | ରାଷ୍ଟ୍ରର ଏକ ନୀତି ରୂପେ ସନ୍ତ୍ରାସବାଦର ପ୍ରୟୋଗ କରିବା ପ୍ରସଙ୍ଗ ନେଇ ଭାରତୀୟ କୂଟନୈତିକ ପାକିସ୍ତାନର ତୀବ୍ର ସମାଲୋଚନା କରିଥିଲେ | କୌଣସି ହେଲେ ରାଷ୍ଟ୍ର ଏପରି କାର୍ଯ୍ୟ କରେ ନାହିଁ ବୋଲି ଯୁକ୍ତି ବାଢି ଆମେ ସ୍ଵାଭାବିକ ପ୍ରଣାଳୀରେ କଥାବାର୍ତ୍ତା ପାଇଁ ସର୍ବଦା ପ୍ରସ୍ତୁତ ଅଛୁ ବୋଲି ଶ୍ରୀ ଆକବରୁଦ୍ଦିନ ମତବ୍ୟକ୍ତ କରିଥିଲେ |

ଧାରା 370 ର ଉଚ୍ଛେଦ ପରେ ପାକିସ୍ତାନ ସବୁ ଅବସରରେ ଏହି ପ୍ରସଙ୍ଗ ବାରମ୍ବାର ଉତଥାପନ କରିଆସୁଛି | ତେବେ ଇସଲାମାବାଦ ଏହି ରଣନୀତିରୁ କୌଣସି ଫାଇଦା ହାସଲ କରିପାରିନାହିଁ |ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଜ ସରକାରର କୁ-ପ୍ରଶାସନରୁ ଧ୍ୟାନ ହଟେଇବାଲାଗି ଭାରତର ଆଭାନ୍ତରୀଣ ପ୍ରସଙ୍ଗ ଉପରେ ବାରମ୍ବାର ହସ୍ତକ୍ଷେପ କରୁଛନ୍ତି | ବାସ୍ତବରେ କହିବାକୁ ଗଲେ ଏହା ଏକ କପଟାଚାରୀ ମନୋଭାବ ଅଟେ |

ପାକିସ୍ତାନ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ସହ ଦେଶରେ ଅସ୍ଥିରତା ଜାରିରହିଥିବା ବେଳେ ଏହି ପ୍ରସଙ୍ଗ ଗୁଡିକୁ ଟାଳିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପାକିସ୍ତାନ ର ସବୁ ରାଜନେତା ମାନଙ୍କୁ ଭାରତ ବିରୋଧୀ ବୟାନବାଜି କରିବା ପାଇଁ ଉସକାଉଛନ୍ତି | କ୍ରିକେଟ ଜଗତରୁ ରାଜନୀତି ରେ ପଦାର୍ପଣ କରିଥିବା ଇମ୍ରାନ ଖାଁ ହୃଦବୋଧ କରିବା ଉଚିତ ଯେ ଏପରି ଅଯଥା କୌଶଳ ଲୋକମାନଙ୍କ ଆପତ୍ତି ଅଭିଯୋଗ ର ଦୂରୀକରଣ ଲାଗି ପ୍ରତିକଳ୍ପ ହୋଇପାରେ ନାହିଁ | ଦକ୍ଷିଣ ଏସିଆର ସବୁ ଦେଶ ତୁଳନାରେ ପାକିସ୍ତାନରେ ସବୁଠୁ କମ ମାନବ ବିକାଶ ସୂଚକାଙ୍କ (ଏଚଡ଼ିଆଇ) ରହିଛି | ଏହି ଦେଶରେ 65 ନିୟୁତ ଲୋକ ଅତି ଗରିବ ଅବସ୍ଥାରେ ରହୁଥିବା ବେଳେ ସେଠାକାର ଅଧିକାଂଶ ମହିଳା ଦାରିଦ୍ର୍ୟତା ଓ ସୁଯୋଗ ଅଭାବରେ କାଳାତିପାତ କରୁଛନ୍ତି |

ମୋଟାମୋଟି ଭାବେ କହିବାକୁ ଗଲେ ଇମ୍ରାନ ଖାଁ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ ମୁଣ୍ଡ ନଖେଳେଇ ପାକିସ୍ତାନକୁ “ରିୟାସତ-ଏ-ମଦିନା” ଅର୍ଥାତ କଲ୍ୟାଣକାରୀ ରାଷ୍ଟ୍ର ଭାବେ ଗଢି ତୋଳିବା ନେଇ ନିଜ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାର ପ୍ରକୃଷ୍ଟ ସମୟ ଏବେ ଉପନୀତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ | . 

ମୂଳଲେଖା : କୌଶିକ ରାୟ, ଆକାଶବାଣୀ : ସମ୍ବାଦ ବିଶ୍ଳେଷକ 

ଅନୁବାଦ : ରୀତା ଯୋଶୀ ______________

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...