Skip to main content

ଲାଭରୋଭଙ୍କ ଗସ୍ତ ଭାରତ-ରୁଷ ସମ୍ପର୍କକୁ ମଜବୁତ କରିବ

ରୁଷ ବୈଦେଶିକ ମନ୍ତ୍ରୀ ସରଗେଇ ଲାଭରୋଭଙ୍କ “ରାଇସିନା ଡାଇଲଗ “ରେ ଅଂଶଗ୍ରହଣ ଭାରତ ଓ ରୁଷ ମଧ୍ୟରେ ଦ୍ଵିପକ୍ଷୀୟ ସମ୍ପର୍କକୁ ସମୀକ୍ଷା କରିବା ପାଇଁ ସୁଯୋଗ ପ୍ରଦାନ କରିଛି | ଶ୍ରୀ ଲାଭରୋଭ ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କରଙ୍କ ସହ ସାମ୍ପ୍ରତ୍ତିକ ଆଞ୍ଚଳିକ ପରିସ୍ଥିତି ବିଶେଷ କରି ଇରାନ, ସିରିଆ ଓ ଲିବ୍ୟା ବିଷୟ ନେଇ ଆମୂଳଚୂଳ ଆଲୋଚନା କରିଛନ୍ତି | ଏହା ପରେ ରୁଷ ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି | ଶ୍ରୀ ଲାଭରୋଭଙ୍କ ସହ କାଥାବାର୍ତ୍ତା ସମୟରେ ଶ୍ରୀ ମୋଦୀ କହିଥିଲେ ଗତ ବର୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଏବଂ 2020 ମସିହା ଦୁଇ ଦେଶ ମଧ୍ୟରେ ଭାଗୀଦାରୀ ସମ୍ପର୍କ ସ୍ଥାପନର ବିଂଶବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ସବୁ ନିଷ୍ପତ୍ତି ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଉଭୟ ଦେଶ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିବା ଉଚିତ |

ବୈଦେଶିକ ମନ୍ତ୍ରୀ ସ୍ତରୀୟ କଥାବାର୍ତ୍ତା ବେଳେ ଉଭୟ ଡଃ ଜୟଶଙ୍କର ଓ ଶ୍ରୀ ଲାଭରୋଭ ମଧ୍ୟ ପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ସଙ୍କ୍ରାନ୍ତରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଏହି ଉତ୍ତେଜନା ଆହୁରି ବୃଦ୍ଧି ପାଇବ ଏବଂ ବିଶ୍ଵଅର୍ଥନୀତି ତଥା ପାରସ୍ୟ ଉପସାଗର ଅଞ୍ଚଳରେ ଭୂ ରାଜନୈତିକ ସ୍ଥିତି କୁ ପ୍ରଭାବିତ କରିବ ବୋଲି ଉଭୟ ନେତା ପ୍ରକାଶ କରିଛନ୍ତି | 2020 ବର୍ଷ ପାଇଁ ଦ୍ଵିପକ୍ଷୀୟ କାର୍ଯ୍ୟସୂଚୀ ଉପରେ ବୈଦେଶିକ ମନ୍ତ୍ରୀ ଦ୍ୱୟ ଗୁରୂତ୍ବାରୋପ କରିଛନ୍ତି | ନୂଆବର୍ଷ ଆରମ୍ଭରୁ ଦୁଇ ଦେଶ ମଧ୍ୟରେ ଏହି ଉଚ୍ଚସ୍ତରୀୟ କଥାବାର୍ତ୍ତା ଭବିଷ୍ୟତ ପାଇଁ ଶିଖର ବୈଠକ ସକାଶେ ରାସ୍ତା ପରିଷ୍କାର କରିବା ସଙ୍ଗେ ସଙ୍ଗେ ଅନେକ ବହୁପାକ୍ଷିକ କଥାବାର୍ତ୍ତା ପାଇଁ ପଥ ପରିଷ୍କାର କରିଛି |

ବିଂଶ ଭାରତ ରୁଷ ବାର୍ଷିକୀ ସମ୍ମିଳନୀ ରେ ରାଷ୍ଟ୍ରପତି ବ୍ଳାଡିମିର ପୂତିନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ସେପ୍ଟେମ୍ବର ମାସରେ ଭ୍ଲାଡିଭୋସ୍ତକ ଠାରେ ଭେଟ ହୋଇଥିବା ବେଳେ ଏଇବର୍ଷ ଶେଷ ଆଡକୁ ରୁଷ ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଲେ ଉଭୟ ନେତାଙ୍କ ମଧ୍ୟରେ ଦେଖା ସାକ୍ଷାତ ହେବ ବୋଲି ସେମାନେ ଆଶା ବ୍ୟକ୍ତ କରିଥିଲେ | ଇତିମଧ୍ୟରେ ଦୁଇ ନେତା ଜି 20 ଶୀର୍ଷ ସମ୍ମିଳନୀ , ବ୍ରିକ୍ସ ସମ୍ମିଳନୀ ଓ ସାଙ୍ଘାଇ ସହଯୋଗ ସଙ୍ଗଠନ (ଏସସିଓ) ଶିଖର ବୈଠକ ସମେତ ବହୁ ପାକ୍ଷିକ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି |75 ତମ ବିଜୟ ଦିବସର ବାର୍ଷିକୀ ଉପଲକ୍ଷେ ଉଭୟ ନେତାଙ୍କ ଦେଖା ସାକ୍ଷାତ ହେବାର କାର୍ଯ୍ୟକ୍ରମ ରହିଛି | ଏହି ଅବସରରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ ମାସରେ ମସ୍କୋ ଯିବାର କାର୍ଯ୍ୟସୂଚୀ ରହିଛି |

ବୈଦେଶିକ ମନ୍ତ୍ରୀ ଶ୍ରୀ ଲାଭରୋଭ ଦୁଇ ଦେଶ ମଧ୍ୟରେ ସ୍ଵତନ୍ତ୍ର ଓ ବିଶେଷ ଗୁରୁତ୍ଵ ବହନ କରୁଥିବା ଭାଗୀଦାରୀ ସମ୍ପର୍କର ପ୍ରଗତି ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି | ଦ୍ଵିପକ୍ଷୀୟ ସମ୍ପର୍କ ର ଉପସ୍ଥିତ ସ୍ଥିତି ବିଷୟରେ ମଧ୍ୟ ସେମାନେ ଆଲୋଚନା କରିଥିବାର ଜଣାପଡିଛି | ଗତ ବର୍ଷ ଭ୍ଲାଡିଭୋସ୍ତୋକ ଠାରେ ବିଂଶ ବାର୍ଷିକ ସମ୍ମିଳନୀ ପରେ ଜାରି ମିଳିତ ବିବୃତ୍ତିରେ କୁହାଯାଇଛି ଯେ ସାମ୍ପ୍ରତ୍ତିକ ଜଗତର ବିପଦ ପୂର୍ଣ୍ଣ ପରିସ୍ଥିତିରେ ଉଭୟ ଦେଶ ସଫଳତାର ସହ ଖାପ ଖୁଆଇ ପାରିଛନ୍ତି ଏବଂ ବାହ୍ୟ ପକ୍ଷ ଦ୍ଵାରା ସେମାନେ ପ୍ରଭାବିତ ହେବେ ନାହିଁ ବୋଲି ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି | ଭାରତ ରୁଷ ସମ୍ପର୍କ ରେ ଉନ୍ନତି ଆଣିବା ପାଇଁ ଉଭୟ ଦେଶର ବୈଦେଶିକ ନୀତିରେ ପ୍ରାଧାନ୍ୟ ଦିଆଯାଇଛି | ଦୁଇ ଦେଶ ମଧ୍ୟରେ ଭାଗୀଦାରୀ ସମ୍ପର୍କ ଜଟିଳତା ପୂର୍ଣ୍ଣ ବିଶ୍ଵ ଆନ୍ତର୍ଜାତୀୟ ସ୍ଥିତିରେ ସ୍ଥିରତା ବଜାୟ ରଖିବା ସଙ୍ଗେ ସଙ୍ଗେ ସ୍ଵତନ୍ତ୍ରତା ପ୍ରତିପାଦନ କରିପାରିଛି | ଉଭୟ ଦେଶ ମଧ୍ୟରେ ଦ୍ଵିପାକ୍ଷୀୟ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ 2025 ସୁଦ୍ଧା 30 ବିଲିଅନ ଡଲାର ବାଣିଜ୍ୟ କାରବାର ଲାଗି ଲକ୍ଷ୍ୟ ରଖାଯାଇଛି ଏହି ଲକ୍ଷ୍ୟ ହାସଲ ଲାଗି ଭାରତ ଓ ରୁଷ ମଧ୍ୟରେ ଥିବା ତାତ୍ପର୍ଜ୍ୟ ପୂର୍ଣ୍ଣ ସମ୍ବଳକୁ ଅତି ସକ୍ରିୟତାର ସହ ବିନିଯୋଗ କରିବା ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି | ଉଭୟ ଦେଶ ଅତ୍ୟାଧୁନିକ ଉଚ୍ଚ କାରିଗରୀ ବିଦ୍ୟା କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବା , ପୁଞ୍ଜି ଭାଗୀଦାରୀତା ଏବଂ ନୂଆଁ କାରିଗରୀ ବିଦ୍ୟା ସୃଷ୍ଟି ଲାଗି ନୂଆଁ ନୂଆଁ କ୍ଷେତ୍ରରେ ସହଯୋଗ ଲାଗି କାମ କରୁଛନ୍ତି |

ସ୍ଵତନ୍ତ୍ର ଦ୍ଵିପକ୍ଷୀୟ ସମ୍ପର୍କ ଏବଂ ସାମରିକ ଭାଗୀଦାରୀତା ଉଭୟଙ୍କ ସମ୍ପର୍କ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି | ଆମେରିକା ପକ୍ଷରୁ ପ୍ରବଳ ଚାପ ସତ୍ତ୍ୱେ ରୁଷ ଭାରତକୁ ‘ଏସ 400 କ୍ଷେପଣାସ୍ତ୍ର ବିଧ୍ଵଂସୀ ବ୍ୟବସ୍ଥା’ ଯୋଗାଇବାକୁ ଏକ ରାଜିନାମାରେ ଉପନୀତ ହୋଇଛି | ଭାରତୀୟ ସଶସ୍ତ୍ର ବାହିନୀ କୁ ଶକ୍ତିଶାଳୀ କାରିବା ପାଇଁ ଏବଂ ଜାତିସଂଘ ତଥା ବିଭିନ୍ନ ଆନ୍ତର୍ଜାତୀୟ ଫୋରମରେ ଭାରତକୁ ସମର୍ଥନ କରିବା କ୍ଷେତ୍ରରେ ରୁଷକୁ ଏକ ବିଶ୍ଵସନୀୟ ଭାଗୀଦାରୀ ରାଷ୍ଟ୍ର ବୋଲି ବିବେଚନା କରାଯାଉଛି | 15 ସଦସ୍ୟ ବିଶିଷ୍ଟ ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରତି ସମର୍ଥନ ଜଣାଇବା ସହ ସମ୍ମାନଜନକ 48 ସଦସ୍ୟ ବିଶିଷ୍ଟ ପରମାଣୁ ଯୋଗାଣକାରୀ ଗୋଷ୍ଠୀ (ଏନଏସଜି) ରେ ଭାରତର ପ୍ରବେଶ ଲାଗି ରୁଷ ଭାରତକୁ ଦୃଢଭାବେ ସମର୍ଥନ କରୁଛି |

ଏଭଳି ପରିପ୍ରେକ୍ଷୀରେ ରୁଷ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ଚାଲିଥିବ ସାମରିକ ସହଯୋଗ କାର୍ଯ୍ୟକ୍ରମ ପାଇଁ ସୁଯୋଗ ଯୋଗାଇଛି| ଭାରତ ରୁଷ ମଧ୍ୟରେ ସମ୍ପର୍କ ବହୁ ପୂରୁଣା ଏବଂ ଦ୍ରୁତ ପରିବର୍ତ୍ତନଶୀଳ ଭୂରାଜନୈତିକ ପରିସ୍ଥିତିରେ ଉଭୟ ଦେଶ ମଧ୍ୟରେ ଭବିଷ୍ୟତରେ ବନ୍ଧୁତା କୁ ଅତୁଟ ରଖିବାକୁ ପ୍ରତିଶ୍ରୁତିବଦ୍ଧତା ମଧ୍ୟ ପ୍ରକାଶ ପାଇଛି | 

ମୂଳ ଲେଖା : ରଞ୍ଜିତ କୁମାର, ବରିଷ୍ଠ ସାମ୍ବାଦିକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...