Skip to main content

ଭାରତ – ଆମେରିକା ସମ୍ପର୍କ ପ୍ରଗତି ପଥରେ

ଦକ୍ଷିଣ ଓ ମଧ୍ୟ ଏସିଆ ପାଇଁ ଆମେରିକାର ଉପ ବୈଦେଶିକ ମନ୍ତ୍ରୀ ସୁଶ୍ରୀ ଏଲିସ ୱେଲ୍ସ ଓ ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ମେଥ୍ୟୁ ପୋଟିଙ୍ଗର ଭାରତରେ ଅନେକ ଦ୍ଵିପକ୍ଷୀୟ ବୈଠକ ଓ ପଞ୍ଚମ ରାଇସିନା ଡାଏଲଗରେ ଯୋଗ ଦେବା ଲାଗି ଭାରତ ଗସ୍ତରେ ଆସିଥିଲେ | ସୁଶ୍ରୀ ୱେଲ୍ସ ତାଙ୍କ ଉପ–ମହାଦେଶ ଗସ୍ତରେ ପାକିସ୍ତାନ ଓ ଶ୍ରୀଲଙ୍କାକୁ ମଧ୍ୟ ଯାଇଥିଲେ | 

ରାଇସିନା ଡାଏଲଗ ରେ ଏକ ମହତ୍ଵପୂର୍ଣ୍ଣ ବକ୍ତବ୍ୟରେ ଶ୍ରୀ ମେଥ୍ୟୁ ପୋଟିଙ୍ଗର କହିଥିଲେ ଯେ ଭାରତ-ପ୍ରଶାନ୍ତ ଅଞ୍ଚଳ “ଏକ ନୀତିଗତ ଦୁରଦୃଷ୍ଟି” ଆଭିମୁଖ୍ୟ ଉପରେ ପର୍ଜ୍ୟବେଶିତ | ଭାରତ-ପ୍ରଶାନ୍ତ ଅଞ୍ଚଳ ଏକ ଏପରି ରାଷ୍ଟ୍ରସମୂହ ଯିଏ ଆଇନର ଶାସନକୁ ସମ୍ମାନ ଜଣାଇଥାଏ, ସମୁଦ୍ର ପଥ ଓ ଆକାଶ ପଥରେ ଯାତାୟାତର ସ୍ଵତନ୍ତ୍ରତା ପ୍ରତି ସମ୍ମାନ ଜଣାଏ, ମୁକ୍ତ ବାଣିଜ୍ୟକୁ ପ୍ରୋତ୍ସାହନ କରେ ଏବଂ ମୁକ୍ତ ଚିନ୍ତାଧାରା ତଥା ପ୍ରତ୍ୟେକ ଦେଶର ସାର୍ବଭୌମତା ର ପବିତ୍ରତା କୁ ସମ୍ମାନ ଜଣାଇଥାଏ ବୋଲି ଏହି ଅବସରରେ ସେ ବର୍ଣ୍ଣନା କରିଥିଲେ | କୌଣସି ଦେଶକୁ ବର୍ଜିତ ନକରି ପ୍ରତ୍ୟେକ ରାଷ୍ଟ୍ରର ସିଦ୍ଧାନ୍ତ ଗୁଡିକୁ ସମ୍ମାନ କରିବା ଓ ପ୍ରୋତ୍ସାହିତ କରିବା ପାଇଁ ଆହ୍ଵାନ କରିଥାଏ ଯାହାକି ସମସ୍ତେ ପାଳନ କରିଥାନ୍ତି ତେଣୁ ଏହା ଏକ ସ୍ଵାଧୀନ ଓ ମୁକ୍ତ ରାଷ୍ଟ୍ରସମୂହ । ଆମେରିକାର ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ଆହୁରି ମଧ୍ୟ କହିଲେ ଯେ ଯେଉଁ ଦେଶ ଗୁଡିକ ସ୍ଵାଧୀନ ଓ ମୁକ୍ତ ଭାରତ-ପ୍ରଶାନ୍ତ ଧାରଣା କୁ ସମର୍ଥନ କରନ୍ତି , ସେମାନଙ୍କର ଶାସନ କେନ୍ଦ୍ରିତ ଦୂରଦୃଷ୍ଟି ନୁହେଁ ବରଂ ନାଗରିକ କେନ୍ଦ୍ରିତ ଦୂରଦୃଷ୍ଟି ରହିଛି |

ଉପ ବୈଦେଶିକ ମନ୍ତ୍ରୀ ସୁଶ୍ରୀ ୱେଲ୍ସ ଏହି ଡାଏଲଗରେ ଯୋଗ ଦେବା ବ୍ୟତୀତ ତାଙ୍କ ଯାତ୍ରାକୁ ଚଳିତ ବର୍ଷ ଫେବୃଆରୀରେ ରାଷ୍ଟ୍ରପତି ଟ୍ରମ୍ଫଙ୍କ ଦ୍ଵାରା ସମ୍ଭାବ୍ୟ ଭାରତ ଗସ୍ତ ଲାଗି ପ୍ରାରମ୍ଭିକ କାର୍ଯ୍ୟସୂଚୀ ପ୍ରସ୍ତୁତି କରିବା ପାଇଁ ଥିଲା ବୋଲି ବିବେଚନା କରାଯାଉଛି | ଯଦି ଏହା ସ୍ପଷ୍ଟ ହୋଇଯିବ, ତେବେ 2016 ରେ କ୍ଷମତାସୀନ ହେବା ପରେ ରାଷ୍ଟ୍ରପତି ଟ୍ରମ୍ଫଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ଫଙ୍କ ମଧ୍ୟରେ ଏକ ମଜବୁତ ସମ୍ପର୍କ ରହିଛି, ଯାହାକି 2019 ରେ ଟେକ୍ସାସ ରେ ‘ହାଉଡି ମୋଦୀ’ କାର୍ଯ୍ୟକ୍ରମରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା |

ଭାରତ ଓ ସଂଯୁକ୍ତ ରାଷ୍ଟ୍ର ଆମେରିକା ସେମାନଙ୍କ ସାମରିକ ଭାଗୀଦାରୀତା ସମ୍ପର୍କକୁ ଆଗକୁ ବଢାଇବା ପାଇଁ ମାର୍ଗ ଅନ୍ଵେଷଣ କରୁଥିବା ବେଳେ ସୁଶ୍ରୀ ୱେଲ୍ସଙ୍କ ଯାତ୍ରା ୱାଶିଙ୍ଗଟନ ଡ଼ିସି ରେ ଡିସେମ୍ବର 2019 ରେ ଆୟୋଜିତ 2+2 କଥାବାର୍ତ୍ତାକୁ ଆହୁରି ପ୍ରଗତି ପଥରେ ଆଗେଇ ନେବ ବୋଲି କୁହାଯାଉଛି | ଏହି ବୈଠକରେ ପ୍ରତିରକ୍ଷା ଓ ବେସାମରିକ କ୍ଷେତ୍ରରେ ସହଯୋଗ ନେଇ ଉଭୟ ଅନେକ ଗୁରୁତ୍ୱପୂର୍ଣ୍ଣ ରାଜିନାମାରେ ଉପନୀତ ହୋଇଥିଲେ | ଦୁଇ ଦେଶ ଉଦ୍ୟୋଗିକ ସୁରକ୍ଷା ଅନୁବନ୍ଧ (ଆଇଏସଏ) ରେ ସ୍ଵାକ୍ଷରିତ କରିଥିଲେ ଯାହା ଭାରତୀୟ ଓ ଆମେରିକା ପ୍ରତିରକ୍ଷା ଉଦ୍ୟୋଗ ମଧ୍ୟରେ ନିର୍ଦ୍ଦିଷ୍ଟ ସାମରିକ ସୂଚନା ଆଦାନ ପ୍ରଦାନ ଲାଗି ସହାୟକ ହେବ | ସେମାନେ ମଧ୍ୟ ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟା ଓ ବାଣିଜ୍ୟ ପଦକ୍ଷେପ (ଡ଼ିଟିଟିଆଇ) ଅନ୍ତର୍ଗତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ନେଇ ଘୋଷଣା କରିଛନ୍ତି | ଏହି ପଦକ୍ଷେପ ଗୁଡିକ ଭାରତ ଓ ଆମେରିକାର ବେସରକାରୀ ପ୍ରତିରକ୍ଷା ଉଦ୍ୟୋଗ ମଧ୍ୟରେ ସହଯୋଗ ସ୍ଥାପନ କରିବ ବୋଲି ଆଶା କରାଯାଉଛି | ପ୍ରତିରକ୍ଷା ଅଭିନବତା କ୍ଷେତ୍ରରେ କଥାବାର୍ତ୍ତା ଜାରି ରଖିବା ଲାଗି ମଧ୍ୟ ଉଭୟ ପକ୍ଷ ସହମତ ହୋଇଛନ୍ତି |

ସୁଶ୍ରୀ ୱେଲ୍ସ ଭାରତର ବରିଷ୍ଠ ଅଧିକାରୀ ଓ ନାଗରିକ ସମାଜ ର ସଦସ୍ୟ ମାନଙ୍କ ସହ ସାକ୍ଷାତ କରି ଦ୍ଵିପକ୍ଷୀୟ ଓ ଆଞ୍ଚଳିକ ପ୍ରସଙ୍ଗ ନେଇ ବ୍ୟାପକ ଆଲୋଚନା କରିଥିଲେ | ଏହି ବୈଠକରେ ସମୃଦ୍ଧି, ଗଣତନ୍ତ୍ର ଓ ନ୍ୟାୟକୁ ପ୍ରୋତ୍ସାହନ ଦେଉଥିବା ସ୍ଵାଧୀନ ଓ ମୁକ୍ତ ଭାରତ–ପ୍ରଶାନ୍ତ ଅଞ୍ଚଳ ପ୍ରସଙ୍ଗ ମଧ୍ୟ ଆଲୋଚ୍ୟ ବିଷୟ ଥିଲା | 2019 ରେ ୱାଶିଙ୍ଗଟନ ଡ଼ିସି ଠାରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଚତୁର୍ଭୁଜ ସ୍ତରୀୟ ପ୍ରଥମ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ପ୍ରସଙ୍ଗ ଗୁଡିକ ଉପରେ ଆଲୋଚନା କରାଯାଇଥିଲା ଏହି ବୈଠକ ଭାରତ–ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗକୁ ଆହୁରି ମଜବୁତ କରିବା ଲାଗି ଅଷ୍ଟ୍ରେଲିଆ, ଭାରତ, ଜାପାନ ଓ ଆମେରିକା ର ଏକ ମହତ୍ବପୂର୍ଣ୍ଣ ପ୍ରୟାସ ଥିଲା |

ସୁଶ୍ରୀ ୱେଲ୍ସ ଭାରତୀୟ ବାଣିଜ୍ୟ ସମୁଦାୟ ସହ ମଧ୍ୟ ବାର୍ତ୍ତାଳାପ କରିଥିଲେ | ଦ୍ଵିପକ୍ଷୀୟ ବାଣିଜ୍ୟ ଓ ପୁଞ୍ଜି ନିବେଶ ରାଜିନାମା ନେଇ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଜାରିରହିଛି | ଦୁଇ ଦେଶ କୃଷି ଓ ଡାଏରୀ କ୍ଷେତ୍ରରେ ଥିବା ପ୍ରଭେଦ ତଥା ଘରୋଇ ଉଦ୍ଦ୍ୟୋଗକୁ ପ୍ରଦାନ କରାଯାଉଥିବା ଶୁଳ୍କ ଓ ସବସିଡି ବିଷୟରେ ମଧ୍ୟ ଆଲୋଚନା କରିଥିଲେ | 

ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ-ଆମେରିକା ସମ୍ପର୍କରେ ପରିବର୍ତ୍ତନ ଦେଖାଦେଇଛି ଏବଂ ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ଦୁଇ ଦେଶ ମିଳିମିଶି କାମ କରୁନାହାନ୍ତି | ଗତ ଦୁଇ ଦଶନ୍ଧିରେ ଦ୍ଵିପକ୍ଷୀୟ ଭାଗୀଦାରୀତା ସମ୍ପର୍କ ନିରନ୍ତର ବିସ୍ତାର ପାଉଥିବା ବେଳେ ରାଷ୍ଟ୍ରମୁଖ୍ୟ ମାନଙ୍କ ମଧ୍ୟରେ ନିରନ୍ତର ଦ୍ଵିପକ୍ଷୀୟ ଶିଖର ବୈଠକ ଓ ବରିଷ୍ଠ ଅଧିକାରୀ ମାନଙ୍କ ମଧ୍ୟରେ ରୀତିମତ କଥାବାର୍ତ୍ତା ସହ ଉଭୟଙ୍କ ମଧ୍ୟରେ ବର୍ତ୍ତମାନ ଚାଲିଥିବା ମିଳିତ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହଜନକ | ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେରିକା ଓ ଭାରତ, ଅନେକ ସାମରିକ ସଙ୍କ୍ରାନ୍ତୀୟ ପ୍ରସଙ୍ଗ ନେଇ ବିଚାର ବିମର୍ଶ କରିବା ସହ ବ୍ୟାପକ ପ୍ରତିରକ୍ଷା , ସନ୍ତ୍ରାସବାଦ ଦମନ, ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ସୁରକ୍ଷା ଏବଂ ଗୁଇନ୍ଦା ସହଯୋଗ ତଥା ଶକ୍ତି, ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସାର୍ବଜନୀକ ସ୍ୱାସ୍ଥ୍ୟ ତଥା ସଂସ୍କୃତି ଆଦି ନେଇ କଥାବାର୍ତ୍ତା ଜାରିରଖିଛନ୍ତି | 

ମୂଳ ଲେଖା : ଡଃ ସ୍ତୁତି ବାନାର୍ଜୀ, ଆମେରିକା ବ୍ୟାପାର ଉପରେ ରଣନୀତିକ ବିଶ୍ଳେଷକ 

ଅନୁବାଦ: ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...