Skip to main content

ସାମାଜିକ ଅର୍ଥନୈତିକ ବିକାଶ କ୍ଷେତ୍ରରେ ବିଜ୍ଞାନର ଦକ୍ଷତା

ବିଜ୍ଞାନ ସାଧାରଣତଃ ପ୍ରୟୋଗଶାଳା ମଧ୍ୟରେ ଆବଦ୍ଧ ରହିଥାଏ କିନ୍ତୁ ଭାରତରେ ଏବେ ଏହା ସାମାଜିକ କ୍ଷେତ୍ରରେ ପ୍ରାସଙ୍ଗିକତା ହୋଇ ଦେଶର ବିକାଶ କ୍ଷେତ୍ରରେ ସହାୟକ ହେବା ଦିଗରେ ଆଗେଇଛି | ନିକଟରେ ସଂପନ୍ନ ହୋଇଥିବା 107ତମ ଭାରତୀୟ ବିଜ୍ଞାନ କଂଗ୍ରେସରେ ଭାରତର ଜାତୀୟ ନେତାମାନେ ବିଜ୍ଞାନକୁ ପ୍ରୟୋଗଶାଳା ଏବଂ କାର୍ଯ୍ୟକ୍ଷେତ୍ର ମଧ୍ୟରେ ରହିଥିବା ତାରତମ୍ୟକୁ ଦୂର କରିବାରେ ସେତୁ ସାବ୍ୟସ୍ତ କରିବାକୁ ଆହ୍ଵାନ ଦେଇଛନ୍ତି | 

ଚଳିତ ବର୍ଷ ଭାରତୀୟ ବିଜ୍ଞାନ କଂଗ୍ରେସର ବିଷୟବସ୍ତୁ ଥିଲା ବିଜ୍ଞାନ ଏବଂ ଜ୍ଞାନ କୌଶଳ ଓ ଗ୍ରାମାଞ୍ଚଳ ବିକାଶ | ଜ୍ଞାନକୌଶଳ ସରକାର ଏବଂ ସାଧାରଣ ଲୋକମାନଙ୍କ ମଧ୍ଯରେ ଏକ ସେତୁବଦ୍ଧ | ଜ୍ଞାନକୌଶଳ ହେଉଛି ଦ୍ରୁତ ବିକାଶ ଏବଂ ପ୍ରକୃତ ବିକାଶ ମଧ୍ୟରେ ଭାରସାମ୍ୟ ରକ୍ଷା କରିଥାଏ | ଜ୍ଞାନକୌଶଳର କୌଣସି ପାତର ଅନ୍ତର ନଥାଏ କିମ୍ଵା କୌଣସି ପକ୍ଷଭକ୍ତ ହୋଇନଥାଏ ବରଂ ଏହା ସ୍ଵାଭାବିକ ହୋଇଥାଏ | ବେଙ୍ଗାଲୁରୁରେ ଭାରତୀୟ ବିଜ୍ଞାନ କଂଗ୍ରେସକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଜ୍ଞାନକୌଶଳ ଯେତେବେଳେ ମାନବୀୟ ସମ୍ଵେଦନଶୀଳତା ଏବଂ ଆଧୁନିକ ଜ୍ଞାନକୌଶଳ ମଧ୍ୟରେ ସମନ୍ଵୟ ସ୍ଥାପନ କରେ ସେତେବେଳେ ଅଦ୍ଭୁତପୂର୍ବ ଫଳ ମିଳିଥାଏ |

ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ଵ ତାପମାନ ଯୋଗୁଁ ବିଶ୍ଵର ଅସ୍ତିତ୍ଵ ସଂକଟରେ | ଅଷ୍ଟ୍ରେଲିଆ ଏବଂ ଆମାଜନ ଜଙ୍ଗଲରେ ହୋଇଥିବା ବ୍ୟାପକ ଅଗ୍ନୀକାଣ୍ତ ମଣିଷର ଦାୟିତ୍ଵହୀନତା ବୋଲି କୁହାଯାଉଥିଲେ ମଧ୍ୟ ବୈଜ୍ଞାନିକମାନେ ଏହାକୁ ଜଳବାୟୁ ପରିବର୍ତ୍ତନର ସ୍ପଷ୍ଟ ଇଙ୍ଗିତ ବୋଲି କହିଛନ୍ତି |

ଆମେ ବନ୍ୟା ବାତ୍ୟା ମରୁଡ଼ି ଏବଂ ଅଗ୍ନୀକାଣ୍ତ ପରି ପ୍ରକୃତିର କରାଳ ରୂପ ଦେଖିଛନ୍ତି | ଏଣୁ ଆମ ସମସ୍ତଙ୍କୁ ଜଳବାୟୁ ପରିବର୍ତ୍ତନର ସମାଧାନ ଖୋଜିବା ଆବଶ୍ୟକ ବୋଲି ଉପ ରାଷ୍ଟ୍ରପତି ଏମ. ଭେଙ୍କିଯା ନାଇଡୁ ବିଜ୍ଞାନ କଂଗ୍ରେସର ଉଦଯାପନୀ ଉତ୍ସବରେ ଅଭିଭାଷଣ ଦେଇ କହିଛନ୍ତି |

ବିଶ୍ଵରେ ଯେପରି ଦୁର୍ବିପାକ ଦେଖାଦେଉଛି ସେନେଇ ଭାରତ କେବେ ନିରବ ରହିପାରିବ ନାହିଁ | ବିଜ୍ଞାନ ଏବଂ ବିଶ୍ଵ ବିଭିନ୍ନ ଭାବରେ ପରସ୍ପର ସହ ସଂଯୁକ୍ତ ଏବଂ ଜଳବାୟୁ ପରିବର୍ତ୍ତନକୁ ଆଉ ଅଣଦେଖା କରିହେବନି | କାରଣ ଏହା ଏବେ ଦ୍ଵାର ଦେଶରେ ପହଞ୍ଚି ସାରିଛି ବୋଲି ଉପ ରାଷ୍ଟ୍ରପତି କହିଛନ୍ତି |

ଭାରତ ଭଳି ଏକ ବିଶାଳ ଦେଶର ବିକାଶ ଲକ୍ଷ୍ୟକୁ ଧାନ୍ୟରେ ରଖି ଏବଂ ପରିବେଶର ସୁରକ୍ଷା ପାଇଁ ସମାଧାନ ବିହାର କରିବାକୁ ବୈଜ୍ଞାନିକମାନେ ଏକତ୍ର ଆଗେଇ ଆସିବାର ଆବଶ୍ୟକତା ରହିଛି | ଭାରତରେ ଅନେକ ଜାତୀୟ ପ୍ରସଙ୍ଗ ରହିଛି ଯାହା ପ୍ରତି ତୁରନ୍ତ ବୈଜ୍ଞାନିକମାନଙ୍କର ଧ୍ୟାନ ଦେବା ଆବଶ୍ୟକ ତେଣିକି ତାହା କୃଷି ହେଉ କିମ୍ଵା ସ୍ଵାସ୍ଥ୍ୟ ସେବା | କୃଷି ସଂକଟ ଦୂର କରିବାର ତୁରନ୍ତ ଆବଶ୍ୟକତା ରହିଛି |

ଜ୍ଞାନକୌଶଳ ଦ୍ଵାରା ସାମାଜିକ ଯୋଜନା, କୃଷି ପଦ୍ଧତି ଏବଂ ସ୍ଵାସ୍ଥ୍ଯସେବାର ଉନ୍ନତିକରଣ ହୋଇଛି କିନ୍ତୁ ଏହାର ସୁଫଳ ଗରିବରୁ ଗରିବ ଲୋକ ତଥା ଅଗମ୍ୟ ଅଞ୍ଛଳ ଯାଏଁ ପହଞ୍ଚିବା ଦରକାର | ଏହାହିଁ ହେଉଛି ପ୍ରଶାସକ ଏବଂ ବୈଜ୍ଞାନିକମାନଙ୍କ ପାଇଁ ଚ୍ୟାଲେଞ୍ଜ | ଶ୍ରୀ ନାଇଡୁ କହିଛନ୍ତି ଗବେଷଣା ନିବନ୍ଧଗୁଡିକ ପ୍ରକୃତରେ ମାନବ ଜାତିର କଲ୍ୟାଣରେ ଲାଗୁଛି କି ନାହିଁ ତାହା ଅନୁଧ୍ୟାନ କରାଯିବା ଦରକାର |

ଭାରତର ବୈଜ୍ଞାନିକମାନେ ବିଶ୍ଵରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି | ସେମାନଙ୍କ ମଧ୍ୟରୁ ସି.ଭି. ରମଣ, ମେଘନାଦ ଶାହ, ଶ୍ରୀନିବାସ ରାମାନୁଜନ, ହୋମି ଜେ. ଭାବା ଏବଂ ଜଗଦୀଶ ଚନ୍ଦ୍ର ବୋଷ ଆଦି ଅନେକ | ଆମର ମୌଳିକ ସମସ୍ୟାର ଦୂରିକରଣରେ ବିଜ୍ଞାନ ଏବଂ ଜ୍ଞାନକୌଶଳ ଯେପରି ସହାୟକ ହେବ ସେନେଇ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ଆହ୍ଵାନ ଦେଇଛନ୍ତି |




ଆଲେଖ୍ୟ: ଏନ. ଭଦ୍ରନ ନାୟର

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...