Skip to main content

ୟୁରୋପୀୟ ବୈଦେଶିକ ଓ ନିରାପତ୍ତା ନୀତି ବ୍ୟାପାର ମୁଖ୍ୟ ଭାରତ ସହ ଘନିଷ୍ଠ ସଂପର୍କ ବିଷୟ ଦୋହରାଇଛନ୍ତି

ୟୁରୋପୀୟ ସଂଘ ବୈଦେଶିକ  ଓ ନିରାପତ୍ତା ନୀତି ବ୍ୟାପାର ମୁଖ୍ୟ ଯୋସେଫ ବୋରେଲ ଫନଟେଲ୍ସ 2020 ରାଇସୀନା ଡାଇଲଗରେ ଯୋଗଦେବାକୁ ଆସିଥିବାବେଳେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସାଧାରଣ ସାମଞ୍ଜସ୍ୟଗୁଡିକ ବିଷୟ ଆଲୋକପାତ କରିଥିଲେ। ବିଶ୍ୱ ବାଣିଜ୍ୟ ସଂଗଠନ ବିବାଦ ସମାଧାନ ବ୍ୟବସ୍ଥାକୁ ବନ୍ଦ ରଖାଯାଇଥିବା ପରିପ୍ରେକ୍ଷୀରେ ୟୁରୋପ, ଭାରତ ତଥା ଅନେକ ଦକ୍ଷୀଣ ପୂର୍ବ ଏସିଆ ରାଷ୍ଟ୍ରଗୁଡିକର ଉଦବେଗ ବୃଦ୍ଧି ପାଇଥିବାବେଳେ ନୀତି ଭିତ୍ତିକ ବହୁ ପାକ୍ଷୀକ ବ୍ୟବସ୍ଥାର ଆବଶ୍ୟକତା ପ୍ରତି ଶ୍ରୀ ଫନଟେଲ୍ସ ଗୁରୁତ୍ୱାରୋପ କରିଛନ୍ତି। ଏହି ଅଚଳାବସ୍ଥା ଭଙ୍ଗ କରିବା ପାଇଁ ୟୁରୋପୀୟ ସଂଘ ପକ୍ଷରୁ ପ୍ରସ୍ଥାବ ଦିଆଯାଇଥିବା ସେ ଦର୍ଶାଇଛନ୍ତି। ଏହି ଦୃଷ୍ଟିରୁ ଏହି ସମସ୍ୟାର ସମାଧାନ କରିବା ଓ ବାସ୍ତବ ସମାଧାନ ପନ୍ଥାକୁ ଆପଣାଇବା ଉଭୟ ପକ୍ଷର ସ୍ୱାର୍ଥ ରକ୍ଷା କରିବ ବୋଲି ମତ ପ୍ରକାଶ ପାଇଛି।
ସାମୁଦ୍ରିକ ସଂପଦ ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ତଥା ଜଳଦସ୍ୟୁମାନଙ୍କ ଉପଦ୍ରବ ଭଳି ବିଭିନ୍ନ ଚ୍ୟାଲେଞ୍ଜଗୁଡିକର ବିଶ୍ୱ ସଂପ୍ରଦାୟ ମୁକାବିଲା କରୁଥିବାବେଳେ ସାମୁଦ୍ରିକ ନିରାପତ୍ତା ବ୍ୟବସ୍ଥାକୁ ମଜବୁତ କରିବା ଏବେ ଗୁରୁତ୍ୱ ବହନ କରୁଛି। ଏହି ଦୃଷ୍ଟିରୁ ସାମୁଦ୍ରିକ ନିରାପତ୍ତା ଓ ସ୍ଥିରତା ରକ୍ଷା କରିବା ପାଇଁ ମିଳିମିଶି କାମ କରିବା ନିହାତି ଜରୁରି ବୋଲି ଉପଲବ୍ଧି କରାଯାଇଛି। ପଶ୍ଚିମ ଭାରତ ମହାସାଗର ଏବଂ ଆଫ୍ରିକୀୟ ଜଳରାଶିରେ ଜଳଦସ୍ୟୁମାନଙ୍କର ମୁକାବିଲା କରିବା ପାଇଁ ଭାରତ ସହ ସହଯୋଗ ସକାଶେ ଅପରେସନ ଆଟଲାଣ୍ଟା ଏକ ସମୁଚିତ ପଦକ୍ଷେପ ବୋଲି ସେ ମତ ଦେଇଛନ୍ତି। 
ନିରାପତ୍ତା ସମେତ ଡିଜିଟାଲ ଓ ଜଳବାୟୁ ପରିବର୍ତ୍ତନ ଆଦି କ୍ଷେତ୍ରରେ ସହଯୋଗ ପାଇଁ 2025 ମସିହା ସୁଦ୍ଧା ଭାରତ ୟୁରୋପୀୟ ସଂଘ ଭାଗିଦାରୀତା ପାଇଁ ଏକ ନୂଆ ରୂପରେଖ ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ଭାଗିଦାରୀତା କଥାବାର୍ତ୍ତା ଆରମ୍ଭ ହୋଇ ସାରିଛି ଏବଂ ଆସନ୍ତା ମାର୍ଚ୍ଚ ମାସ 13 ତାରିଖରେ ପରବର୍ତ୍ତ ଭାରତ ୟୁରୋପ ଶୀର୍, ବୈଠକରେ ଏହାକୁ ଅନୁମୋଦନ କରାଯିବ ବୋଲି ଆଶା ବ୍ୟକ୍ତ କରାଯାଇଛି।
ଜଳବାୟୁ ସମସ୍ୟାର ପ୍ରଭାବ ହ୍ରାସ କରିବା ପାଇଁ ଉପାୟ ଓ ସମ୍ୱଳ କ୍ଷେତ୍ରରେ ମିଳିତ ଭାବେ କାମ କରିବାର ଆବଶ୍ୟକତା ଆଉ ଏକ ଗୁରୁତ୍ୱପୂର୍ଣ ବିଷୟ ବୋଲି ବିବେଚନା କରାଯାଉଛି। ଏ ସଂକ୍ରାନ୍ତରେ ପ୍ୟାରିସ ଜଳବାୟୁ ରାଜିନାମାକୁ କାର୍ଯ୍ୟକାରୀ କରିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ପକ୍ଷ ମଧ୍ୟରେ ମିଳିତ ସହଯୋଗ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଲକ୍ଷ୍ୟ ହାସଲ ପାଇଁ ନିରବଚ୍ଚିନ୍ନ ଭାବେ ଦାୟିତ୍ୱ ଆଦାନ ପ୍ରଦାନ ସହ ଜଳବାୟୁ ପରିବର୍ତ୍ତନର ବିପଦ ଦୂର ପାଇଁ ଦୁଇ ଦେଶ ମିଳିମିଶି କାମ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି।
ଭାରତ ୟୁରୋପୀୟ ସଂଘ ପ୍ରଦୂଷଣ ରହିତ ଶକ୍ତି ଏବଂ ଜଳବାୟୁ ଭାଗିଦାରୀତା ସିଇସିପି ରାଜିନାମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁରୋପୀୟ ସଂଘର ନେତାମାନଙ୍କ ମଧ୍ୟରେ 2016ରେ ସ୍ୱାକ୍ଷର କରାଯିବା ଦ୍ଲାରା ଏ କ୍ଷେତ୍ରରେ ଏକ ସକାରାତ୍ମକ ଉନ୍ନତି ଘଟିଛି। ଏହି ରାଜିନାମାର ଲକ୍ଷ୍ୟ ହେଲା ପ୍ୟାରିସ ରାଜିନାମା କାର୍ଯ୍ୟକାରିତାର ପ୍ରଗତି ପାଇଁ ଶସ୍ତା ଓ ନିରାପଦ ପ୍ରଦୂଷଣରହିତ ଓ ଭରଷାଯୋଗ୍ୟ ଶକ୍ତି ଯୋଗାଣକୁ ନିଶ୍ଚିତ କରିବା ସଙ୍ଗେସଙ୍ଗେ ଶକ୍ତି ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସହଯୋଗକୁ ତ୍ୱରାନ୍ୱିତ କରିବ। ଭାରତ ୟୁରୋପୀୟ ସଂଘ ମିଳିତ ଭାବେ ଅନେକ ଥର ସନ୍ତ୍ରାସବାଦ, ଉଗ୍ରବାଦ ଓ ମୌଳବାଦ ବିରୁଦ୍ଧରେ ସମର୍ଥନ ପାଇଁ ସ୍ୱର ଉତ୍ତୋଳନ କରିଆସିଛନ୍ତି। ୟୁରୋପ, ଦକ୍ଷୀଣ ଏସିଆ ଓ ମଧ୍ୟ ପ୍ରାଚ୍ୟରେ ସନ୍ତ୍ରାସବାଦ ଶକ୍ତିଗୁଡିକୁ ପ୍ରତିହତ କରିବା ଦିଗରେ ନିରନ୍ତର ପ୍ରଗତି ହାସଲ ପ୍ରତି ଉଭୟ ପକ୍ଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏଥିପାଇଁ ଏକ ଫଳପ୍ରଦ ବ୍ୟବସ୍ଥା ରହିଛି ଏବଂ ଉଭୟ ପକ୍ଷ ହିଂସା ଓ ଉଗ୍ରବାଦକୁ ପ୍ରତିହତ କରିବା ପାଇଁ ଧ୍ୟାନ କେନ୍ଦ୍ରିଭୁତ କରିଛନ୍ତି। ୟୁରୋପୀୟ ସଂଘ-ଭାରତ ସନ୍ତ୍ରାସବାଦ ଦମନ କର୍ମଶାଳା ଦ୍ୱାରା ଭାରତ ଓ ୟୁରୋପୀୟ ସଂଘର ବିଶେଷଜ୍ଞମାନେ ଏକତ୍ରୀତ ହୋଇପାରିଛନ୍ତି ଫଳରେ ଦକ୍ଷତା ବୃଦ୍ଧି, ଚିହ୍ନଟ, ନିବାରଣ ଓ ଇଣ୍ଟରନେଟ ଜରିଆରେ ପ୍ରଚାର ଦମନ ତଥା ତଦନ୍ତ ଓ ଆଇଏସଆଇଏସ ସନ୍ତ୍ରାସବାଦ ନେଟୱର୍କ ଦମନ ପାଇଁ ଉଭୟ ପକ୍ଷ ଗୁରୁତ୍ୱ ପ୍ରଦାନ କରିଛନ୍ତି । 
ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଉଭୟ ପକ୍ଷ ଉଦ୍ୟମକୁ ତ୍ୱରାନ୍ୱତ କରିବାର ଆବଶ୍ୟକତା ଥିବା ଫନଟେଲ୍ସ ଦର୍ଶାଇଛନ୍ତି। ଭାରତ-ୟୁରୋପୀୟ ସଂଘ ଅବାଧ ବାଣିଜ୍ୟ ରାଜିନାମା ସଂକ୍ରାନ୍ତ କଥାବାର୍ତ୍ତା ପୁନର୍ବାର ଆରମ୍ଭ କରିବାକୁ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଛନ୍ତି। ଏହି ରାଜିନାମାକୁ ସଫଳ କରିବା ପାଇଁ ଉଭୟ ପକ୍ଷରୁ କେତେକ କୋହଳ ବ୍ୟବସ୍ଥା ପ୍ରବର୍ତ୍ତନ କରିବାର ଆବଶ୍ୟକତା ରହିଛି। ମୁକ୍ତ ବାଣିଜ୍ୟ ରାଜିନାମା ଅଧିନରେ ପୁଞ୍ଜିନିବେଶ ପାଇଁ  ୟୁରୋପୀୟ ସଂଘ ରାଜି ହେଉନାହିଁ ଏବଂ ଅଟୋମୋବାଇଲ୍ସ ତଥା ଓ ମଦ୍ୟ ଆଦି ସାମଗ୍ରୀଗୁଡିକ ପାଇଁ ବଜାର ପ୍ରବେଶ ଭଳି କେତେକ ମୌଳିକ ବିଷୟ ଉପରେ ସହମତି ପ୍ରକାଶ ପାଇଲେ ଏବଂ ସରକାରୀ ସଂଗ୍ରହଣ ଓ ଶ୍ରମମାନ ଅନ୍ତର୍ବୁକ୍ତିକରଣ ବିଷୟ ଉପରେ ଏକମତ ହେବା ପରେ ମୁକ୍ତ ବାଣିଜ୍ୟ ରାଜିନାମା ସଂକ୍ରାନ୍ତରେ କଥାବାର୍ତ୍ତା କରିବାକୁ ୟୁରୋପୀୟ ସଂଘ ଗୁରୁତ୍ୱ ଦେଉଛି। ଅନ୍ୟ ପକ୍ଷରେ ରାଜିନାମାରେ ଶ୍ରମ ଓ ମାନବାଧିକାରକୁ ସାମିଲ କରିବା ପାଇଁ ୟୁରୋପୀୟ ସଂଘର ଉଦ୍ୟମକୁ ଭାରତ ବିରୋଧ କରିଛି ଏବଂ ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକାରୀ ଗୋଷ୍ଠି ଗଠନ କରିବାକୁ ମତ ଦେଇଛି।  
ଶ୍ରୀ ଫନଟେଲ୍ସ କହିଛନ୍ତି ଆଗାମି ମାର୍ଚ୍ଚ ମାସରେ ଭାରତ-ୟୁରୋପୀୟ ସଂଘ ଶୀର୍ଷ ବୈଠକ ଫଳପ୍ରଦ ହେଲେ ଦୁଇ ପକ୍ଷ ମଧ୍ୟରେ ଭାଗିଦାରୀ ସଂପର୍କ ସଂପ୍ରସାରିତ ହୋଇପାରିବ ଏବଂ ବାଣିଜ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ମଧ୍ୟ ବୃଦ୍ଧି ପାଇବ। ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଗଣତାନ୍ତ୍ରୀକ ମୂଲ୍ୟବୋଧ, ବହୁଦେଶୀୟ ବ୍ୟବସ୍ଥା ଏବଂ ନିୟମ ଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ସଂରକ୍ଷତ ରଖିବା ପାଇଁ ଉଭୟ ପକ୍ଷ ପ୍ରାଧାନ୍ୟ ଦେବା ସଙ୍ଗେସଙ୍ଗେ ପ୍ରତିଶ୍ରୁତି ବଦ୍ଧତା ପ୍ରକାଶ କରିଛନ୍ତି । ଭାରତ ପ୍ରଶାନ୍ତ୍ର ମହାସାଗରୀୟ ଅଞ୍ଚଳରେ ଉନ୍ମୁକ୍ତ ନୀତି ପ୍ରତି ଉଭୟ ପକ୍ଷର ସାଧାରଣ ଦୂରଦୃଷ୍ଟି ରହିଥିବାରୁ ନିରାପଦ ଓ ନିଶ୍ଚିତ ନିୟମଭିତ୍ତିକ ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ସୁହାଇଲା ଭଳି ମିଳିତ ନୀତି ଓ କୌଶଳ ଅବଲମ୍ୱନ କରିବା ପାଇଁ ଉଭୟ ପକ୍ଷ ଆଗେଇ ଆସିବା ଉଚିତ ବୋଲି ସେ ମତ ଦେଇଛନ୍ତି। 
ଆଲେଖ୍ୟ: ସଂଘମିତ୍ରା ଶର୍ମା

ଭାଷାନ୍ତର:  ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...