Skip to main content

ବୈଜ୍ଞାନିକ ପଦ୍ଧତି ଜରିଆରେ ଗ୍ରାମ୍ୟ ବିକାଶ ଉପରେ ଧ୍ୟାନ

କୃଷକ ଓ ବୈଷୟିକ ଜ୍ଞାନ ବିକାଶକାରୀଙ୍କ ମଧ୍ୟରେ ତାରତମ୍ୟ ଦୂର କରିବା ପାଇଁ ବିଜ୍ଞାନ ଓ କାରିଗରୀ ବିଦ୍ୟା ଜରିଆରେ ଗ୍ରାମ୍ୟ ବିକାଶର ଆବଶ୍ୟକତା ରହିଛି। କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ସରକାର ଏହା ଉପରେ ବି ମୁଖ୍ୟତଃ ଧ୍ୟାନ ଦେଉଛନ୍ତି। ଅନେକ ନୂଆ ନୂଆ ଅଭିନବତା ଜରିଆରେ ଶସ୍ୟ ଉତ୍ପାଦନ, ବଜାର ପ୍ରବେଶ ଏବଂ ଗ୍ରାମ୍ୟ ଜୀବିକା ଶୈଳିରେ ଯଥେଷ୍ଟ ସଂପ୍ରସାରଣ ଘଟିଛି। କିନ୍ତୁ କୃଷକ ଓ ବୈଷୟିକ ଜ୍ଞାନ ବିକାଶକାରୀଙ୍କ ମଧ୍ୟରେ ବର୍ତ୍ତମାନର ତାରତମ୍ୟ ଯୋଗୁଁ କୃଷକମାନଙ୍କୁ ଆଂଶିକ ଭାବେ ଉପକାର ମିଳୁଛି ଏବଂ ଏହି ତାରତମ୍ୟକୁ ଦୂର କରିବାର ଆବଶ୍ୟକତା ଦେଖାଦେଇଛି।

ଉପ ରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡୁ ଏ ବିଷୟ ଉଲ୍ଲେଖ କରିଛନ୍ତି। କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ଦୀର୍ଘ ମିଆଦି ସମାଧାନ କରିବା ଏବଂ ଚାଷିମାନଙ୍କ ଆୟ ଏବଂ ଶସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ସେ ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ନାଇଡୁ କହିଛନ୍ତି ଦେଶର କଲ୍ୟାଣ ସାଧନ ପାଇଁ କୃଷକମାନେ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ କାରଣ କୃଷକମାନେ ହିଁ ଭାରତରେ ସ୍ୱଦେଶୀ ଖାଦ୍ୟ ନିରାପତ୍ତାକୁ ବଜାୟ ରଖିବା ସଙ୍ଗେସଙ୍ଗେ ଏହାକୁ ନିଶ୍ଚିତ କରିପାରିବେ।

ଜଳବାୟୁ ପ୍ରତି ଧର୍ଯ୍ୟଶିଳ,, ପୈଷ୍ଠିକତା ପୂର୍ଣ୍ଣ ଓ ଅଳ୍ପ ଜଳ ଆବଶ୍ୟକ ପଡୁଥିବା ଫସଲ ଚାଷ କରିବାକୁ ଉପାୟ ଖୋଜି ବାହାର କରିବା ପାଇଁ ସେ ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଛନ୍ତି। ବର୍ତ୍ତମାନ ବିଶ୍ୱ ତାପମାନ ବୃଦ୍ଧି ଓ ଜଳବାୟୁ କ୍ଷେତ୍ରରେ ଅନିୟମିତତା କାରଣରୁ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଖାଦ୍ୟ ନିରାପତ୍ତା ପ୍ରତି ଘୋର ବିପଦ ଦେଖା ଦେଇଛି। ପ୍ରାକୃତିକ ଦୁର୍ବିପାକରୁ କୃଷକମାନଙ୍କୁ ରକ୍ଷା କରିବା ପାଇଁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ସେଥିପ୍ରତି ଉପାୟ ବାହାର କରିବାକୁ ଶ୍ରୀ ନାଇଡୁ ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଛନ୍ତି।

କୃଷକମାନଙ୍କ ହିତ ଦୃଷ୍ଟିରୁ ବେଙ୍ଗାଲୁରୁରେ ଅନୁଷ୍ଠିତ 107ତମ ଭାରତୀୟ ବିଜ୍ଞାନ କଂଗ୍ରେସରେ ପ୍ରଥମ ଥର ପାଇଁ କୃଷକ ବିଜ୍ଞାନ କଂଗ୍ରେସର ଆୟୋଜନ କରାଯାଇ ଥିଲା। ଏହା କୃଷକମାନଙ୍କ ପାଇଁ ଏକ ବଡ ଧରଣର ଉତ୍ସାହ ବୋଲି ବିବେଚନା କରାଯାଉଛି। ଏଭଳି ମଞ୍ଚରୁ କୃଷକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ କାରଣ ବୈଜ୍ଞାନିକ ଓ କୃଷକମାନଙ୍କ ମଧ୍ୟରେ ଆଲୋଚନା ଜରିଆରେ ଅଭିନବତାକୁ ଉଚ୍ଚ ସ୍ତରରେ ପହଞ୍ଚା ଯାଇ ପାରିବ। ଏଥିରେ ଦେଶର 120 ଜଣ କୃଷକମାନଙ୍କୁ ଆମନ୍ତ୍ରୀତ କରାଯାଇଥିଲା।

ବୈଷୟିକ ପ୍ରଣାଳିରେ କୃଷି କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରିଛନ୍ତି। ଉନ୍ନତ ଜ୍ଞାନ କୌଶଳ ମାଧ୍ୟମରେ କୃଷି ଉତ୍ପାଦନ ବୃଦ୍ଧି ଦେଶର ଦୃତ ବିକାଶ ହୋଇପାରିବ ବୋଲି ସେ ମତ ପୋଷଣ କରିଛନ୍ତି। ରାସାୟନିକ ସାର, କୀଟନାଶକ ବ୍ୟବହାରକୁ ହ୍ରାସ କରିବା ସହିତ କୃଷି ଭିତ୍ତିକ ସମସ୍ୟାର ଦୂରିକରଣ ପାଇଁ ପ୍ରଧାନ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଶସ୍ତା ଓ ଉତ୍ତମ ଅଭିନବତା ପାଇଁ ଅନେକ ସୁଯୋଗକୁ ଆପଣାଇ ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ କାମ କରିବାକୁ ଯୁବ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଜ୍ଞାନ ଓ କାରିଗରୀ ବିଦ୍ୟା ଯୋଗୁଁ ସରକାରୀ କାର୍ଯ୍ୟକ୍ରମ ଗୁଡିକ ସାଧାରଣ ଲୋକମାନଙ୍କ ନିକଟରେ ପହଞ୍ଚି ପାରୁଛି। ପ୍ରଧାନମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ତଥ୍ୟ ବିଜ୍ଞାନ ଓ ଭୌଗୋଳିକ କାରିଗରୀ ବିଦ୍ୟା ବଳରେ ଗ୍ରାମାଞ୍ଚଳରେ ଅନେକ ପ୍ରକଳ୍ପ ଠିକଣା ସମୟରେ ସଂପନ୍ନ ହୋଇ ପାରୁଛି।

କୃଷି ଭାରତୀୟ ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। 2017-18 ଅମଳ ଋତୁରେ ଖାଦ୍ୟ ଶସ୍ୟ ଉତ୍ପାଦନ 284.83 ମିଲିୟନ ଟନ ଉତ୍ପାଦନ କରାଯାଇ ରେକର୍ଡ ସୃଷ୍ଟି କରାଯାଇ ପାରିଛି। ଏହି ସମୟରେ ଖାଦ୍ୟ ଶସ୍ୟ ଉତ୍ପାଦନ ପାଇଁ ସରକାର 285.2 ମିଲିୟନ ଟନ ଖାଦ୍ୟ ଶସ୍ୟ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଥିଲେ। 2017 ଆର୍ଥିକ ବର୍ଷରେ 165.4 ନିୟୁତ ଟନ ଦୁଗ୍ଧ ଉତ୍ପାଦନ ହୋଇଥିଲା। 2018 ସେପ୍ୟେମ୍ୱର ମାସ ବେଳକୁ ଭାରତରେ 105.78 ନିୟୁତ ହେକ୍ଟର ଜମିରେ ଖରିଫ ଫସଲ ହୋଇଥିଲା।

ଫଳ ଉତ୍ପାଦନ କ୍ଷେତ୍ରରେ ଭାରତ ପୃଥିବୀରେ ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର। 2018-19ରେ 314.7 ନିୟୁତ ଟନ ଫଳ ଉତ୍ପାଦନ ରେକର୍ଡ ସୃଷ୍ଟି କରିଛି।

ମୋଟ କୃଷିଜାତ ସାମଗ୍ରୀ ରପ୍ତାନି ଶତକଡା 16.45 ହାରରେ ବୃଦ୍ଧି ପାଇ 2018ରେ 38.21 ବିଲିୟନ ଆମେରିକିୟ ଡଲାରରେ ପହଞ୍ଚିଥିଲା। 2019 ବର୍ଷରେ 38.54 ମିଲିୟନ ଆମେରେକିୟ ଡଲାର ମୂଲ୍ୟର କୃଷିଜାତ ସାମଗ୍ରୀ ରପ୍ତାନି ହୋଇଥିବା ଜଣା ପଡିଛି। ମସଲା ଓ ମସଲାଜାତ ସାମଗ୍ରୀ ରପ୍ତାନି ଓ ଉତ୍ପାଦନ ତଥା ଉପଭୋଗ କ୍ଷେତ୍ରରେ ଭାରତ ସର୍ବ ବୃହତ ରାଷ୍ଟ୍ରର ମାନ୍ୟତା ହାସଲ କରିଛି। 2017-18 ବର୍ଷରେ ଭାରତ 3.1 ବିଲିୟନ ଡଲାର ମୂଲ୍ୟର ମସଲା ରପ୍ତାନି କରିଥିବା ବେଳେ 2017 ଅମଳ ଋତୁରେ ଭାରତ 240.68 ନିୟୁତ କିଲୋଗ୍ରାମ ଚା ରପ୍ତାନି କରି 36 ବର୍ଷରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେହିପରି 2017-18 ବର୍ଷରେ ଭାରତ 395 ହଜାର ଟନ କଫି ରପ୍ତାନି କରିଥିବାର ଜଣା ପଡିଛି। ଖାଦ୍ୟ ସାମଗ୍ରୀ ଓ ତେଜରାତି ବଜାରରେ ଭାରତ 2017ରେ 380 ବିଲିୟନ ଡଲାର ମୂଲ୍ୟର କାରବାର କରିଛି।

ପ୍ରଧାନମନ୍ତ୍ରୀ ମୋଦି ଡିଜିଟିକରଣ, ଇ-ବାଣିଜ୍ୟ, ଇଣ୍ଟରନେଟ ବ୍ୟାଙ୍କିକ ଓ ମୋବାଇଲ ବ୍ୟାଙ୍କିକ ସେବା ଗାଁଗଣ୍ତାର ଲୋକମାନଙ୍କୁ ଯଥେଷ୍ଟ ସହାୟକ ହେଉଛି ଓ କାରିଗରୀ ବିଦ୍ୟା ଅନେକ ଗ୍ରାମ୍ୟ ବିକାଶ ଯୋଜନା ବିଶେଷ କରି ଶସ୍ତାରେ କୃଷି ଓ କୃଷିଜାତ ସାମଗ୍ରୀ ଉପଭୋକ୍ତା ଯୋଗାଣ ନେଟୱର୍କ ଚକ୍ର ସ୍ଥାପନ ଲାଗି କାରିଗରୀ ବିଦ୍ୟାକୁ ବିଶେଷ ଭାବେ ଉପଯୋଗ କରାଯାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି।

ଆଲେଖ୍ୟ: ବିମାନ ବାସୁ

ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...