Skip to main content

ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ

ଶ୍ରୀଲଙ୍କାର ବୈଦେଶିକ ସମ୍ପର୍କ , କୌଶଳ ବିକାଶ, ନିଯୁକ୍ତି ଓ ଶ୍ରମ ମନ୍ତ୍ରୀ ଦିନେଶ ଗୁଣବର୍ଦ୍ଧନ କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମ ସରକାରୀ ବିଦେଶ ଗସ୍ତରେ ଭାରତ ଆସିଥିଲେ | ତାଙ୍କ ସହ ଏକ ଚାରିଜଣିଆ ସଦସ୍ୟ ବିଶିଷ୍ଟ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ | ଗତ ବର୍ଷ ନଭେମ୍ବର ମାସରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷଙ୍କ ଭାରତ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ଉଚ୍ଚ ସ୍ତରୀୟ ଗସ୍ତ କାର୍ଯ୍ୟକ୍ରମକୁ ଜାରି ରଖିବା ଲକ୍ଷ୍ୟରେ ଶ୍ରୀ ଗୁଣବର୍ଦ୍ଧନ ନୂଆଦିଲ୍ଲୀ ଆସିଥିଲେ | ତାଙ୍କର ଏହି ଗସ୍ତ କାଳରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ସହ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ | ଶ୍ରୀ ଗୁଣବର୍ଦ୍ଧନ ଭାରତୀୟ ଶିଳ୍ପ ଓ ବଣିକ ମହାସଂଘର ସଦସ୍ୟ ମାନଙ୍କୁ ଉଦବୋଧନ ଦେବା ସଙ୍ଗେ ସଙ୍ଗେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଓ ପରିବେଶ କେନ୍ଦ୍ର ଓ ଭାରତୀୟ ମହାବୋଧି ସମାଜ କେନ୍ଦ୍ର ପରିଦର୍ଶନ କରିଥିଲେ |

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଦ୍ଵାରା ଆୟୋଜିତ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତାରେ ପୁଞ୍ଜିନିବେଶ, ନିରାପତ୍ତା, ମତ୍ସ୍ୟ ପାଳନ, ବର୍ତ୍ତମାନର ପ୍ରକଳ୍ପ ଗୁଡିକ ପାଇଁ ଉନ୍ନୟନ ସହାୟତା, ପର୍ଯ୍ୟଟନ, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ସହଯୋଗ ତଥା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବନ୍ଧୁତ୍ଵ ପୂର୍ଣ୍ଣ ମଜବୁତ ସମ୍ପର୍କକୁ ଆହୁରି ନିବିଡ କରିବା ପାଇଁ ଉପାୟ ସମେତ ଦୁଇ ଦେଶ ମଧ୍ୟରେ ଦ୍ଵିପକ୍ଷୀୟ ସମ୍ପର୍କର ଆମୂଳ ଚୂଳ ଆଲୋଚନା ହୋଇଥିଲା | ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷଙ୍କ ପ୍ରଥମ ଭାରତ ଗସ୍ତ ସମୟରେ କୌଶଳ ବିକାଶ, ଧନ୍ଦାମୂଳକ ପ୍ରଶିକ୍ଷଣ ଏବଂ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ଵ ପ୍ରଦାନ ସହ ନୂଆଦିଲ୍ଲୀ ସହ ନୂଆଁ ନୂଆଁ କ୍ଷେତ୍ରରେ ସହଯୋଗ ପାଇଁ ସମ୍ଭାବନା ଗୁଡିକୁ ଖୋଜି ବାହାର କରିବା ଓ ଭାରତର ସମର୍ଥନ ପାଇଁ ଅନୁରୋଧ ଗୁଡିକ ଉପରେ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ | ଶ୍ରୀଲଙ୍କା ର ଆବଶ୍ୟକତା ଅନୁଯାୟୀ ଏହି କ୍ଷେତ୍ରରେ ସଂସ୍ଥା ଗୁଡିକର ଦକ୍ଷତା ଆଧାରରେ ଭାରତ ପୂର୍ଣ୍ଣ ସମର୍ଥନ ଯୋଗାଇବ ବୋଲି ଶ୍ରୀ ଜୟଶଙ୍କର ପ୍ରତିଶ୍ରୁତି ଦେଇଥିଲେ | ଏହି କ୍ଷେତ୍ରରେ ବୁଝାମଣା ପତ୍ର ଗୁଡିକରେ ସ୍ଵାକ୍ଷର କରିବା ଲାଗି ଉଭୟ ପକ୍ଷ ବିବେଚନା କରୁଛନ୍ତି | ଆପୋଷ ସ୍ଵାର୍ଥ ବିଜଡିତ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ସମେତ ଜଳବାୟୁ ପରିବର୍ତ୍ତନ ଓ ସନ୍ତ୍ରାସବାଦ ଦମନ ଉପରେ ଦୁଇ ମନ୍ତ୍ରୀ ମତ ବିନିମୟ କରିଛନ୍ତି |

ଶ୍ରୀଳଙ୍କାର ଜେଲ ଗୁଡିକରେ ଥିବା 15 ଜଣ ଭାରତୀୟ ମତ୍ସ୍ୟଜୀବୀ ଏବଂ 52 ଟି ମାଛଧରା ଡଙ୍ଗା ମୁକ୍ତ କରିବା ପାଇଁ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷଙ୍କ ଘୋଷଣାର ପ୍ରଗତି ସଙ୍କ୍ରାନ୍ତରେ ଡଃ ଜୟଶଙ୍କର ସମୀକ୍ଷା କରିଛନ୍ତି | ମତ୍ସ୍ୟଜୀବୀ ମାନଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ଶ୍ରୀଲଙ୍କା ପକ୍ଷରୁ କୁହାଯାଇଛି | ଭାରତରେ ରହୁଥିବା ଶ୍ରୀଲଙ୍କା ଶରଣାର୍ଥୀ ମାନଙ୍କ ବିଷୟ ନେଇ ମଧ୍ୟ ଉଭୟ ମନ୍ତ୍ରୀ ଆଲୋଚନା କରିଛନ୍ତି |

ଶ୍ରୀଲଙ୍କା ଫେରିଯିବା ପରେ ଶ୍ରୀ ଗୁଣବର୍ଦ୍ଧନ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ କହିଛନ୍ତି ନିଜ ଜନ୍ମଭୂମିକୁ ଫେରିଆସିବା ପାଇଁ ଚାହୁଁଥିବା ପାଖାପାଖି 3 ହଜାର ଶରଣାର୍ଥୀଙ୍କୁ ଗ୍ରହଣ କରିବା ଓ ଆବଶ୍ୟକୀୟ ସୁବିଧା ଯୋଗାଇଦେବା ପାଇଁ ସେହି ସବୁ ଜିଲ୍ଲାର ସଚିବ ମାନଙ୍କ ଜରିଆରେ ଶ୍ରୀଲଙ୍କା ସରକାର ଯୋଜନା କରୁଛନ୍ତି | ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ ପ୍ରଥମ ବ୍ୟାଚ ର ପ୍ରଥମ ଶରଣାର୍ଥୀ ଦଳ ଫେବୃଆରି ମାସରେ ଫେରିବେ ବୋଲି ଆଶା କରାଯାଉଛି | ବହୁ ବର୍ଷ ହେଲା ଭାରତରେ ରହୁଥିବା ଶ୍ରୀଲଙ୍କା ଶରଣାର୍ଥୀ ମାନଙ୍କ ଫେରିଯିବା ଲାଗି ଉଭୟ ଦେଶ ମଧ୍ୟରେ ବହୁ ଦିନ ହେଲା କଥାବାର୍ତ୍ତା ଚାଲିଛି | ବର୍ତ୍ତମାନ ସୁଦ୍ଧା ଜାତିସଂଘ ମାନବାଧିକାର କମିଶନ ପକ୍ଷରୁ ଶ୍ରୀଲଙ୍କା ଶରଣାର୍ଥୀ ମାନେ ଫେରିଯିବାର ବ୍ୟବସ୍ଥା କରାଯାଉଛି | ଶରଣାର୍ଥୀ ମାନଙ୍କୁ ପୁନଃ ଥୁଇଥାନ ଲାଗି ଶ୍ରୀଲଙ୍କା ସରକାରଙ୍କ ସହାୟତା ଏବଂ ବାସ୍ତବ ସୁବିଧା ବିନା କେତେକ ଶରଣାର୍ଥୀ ଶ୍ରୀଲଙ୍କା ଫେରିବାକୁ ମନା କରୁଥିବା ବେଳେ ଶ୍ରୀ ଗୁଣବର୍ଦ୍ଧନଙ୍କ ଗଣମାଧ୍ୟମରେ ଏପରି ବିବୃତ୍ତି ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି ବିବେଚନା କରାଯାଉଛି |

ଉଭୟ ଦେଶ ମଧ୍ୟରେ ନିରାପତ୍ତା, ପର୍ଯ୍ୟଟନ, ସଂସ୍କୃତି, ଶିକ୍ଷା, କୌଶଳ ବିକାଶ , ଦକ୍ଷତା ବିକାଶ ଓ ମୌଳିକ ଢାଞ୍ଚା ବିକାଶ କ୍ଷେତ୍ରରେ ଘନିଷ୍ଠ ସମ୍ପର୍କ ରହିଥିଲେ ମଧ୍ୟ ମାଛ ଧାରା କ୍ଷେତ୍ରରେ ଏବଂ ଭାରତୀୟ ପାଣ୍ଠିରେ ଶ୍ରୀଲଙ୍କା ଉନ୍ନୟନ ପ୍ରକଳ୍ପ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ତଥାପି କେତେକ ସମସ୍ୟା ରହିଛି | ଏହିସବୁ ସମସ୍ୟା ଗୁଡିକୁ ବହୁ ଦିନ ଧରି ଚିହ୍ନଟ କରାଯାଇଥିଲେ ମଧ୍ୟ ଏହି ସମସ୍ୟା ଗୁଡିକ ବାଧା ସୃଷ୍ଟି କରୁଛି | ଗତ ନଭେମ୍ବର ମାସରେ ଗୋତବାୟାଙ୍କ ଭାରତ ଗସ୍ତ ପରେ ପରେ ଶ୍ରୀ ଦିନେଶ ଗୁଣବର୍ଦ୍ଧନଙ୍କ ଭାରତ ଗସ୍ତ ଦ୍ଵାରା ସୃଷ୍ଟି ହୋଇଥିବା ଉଚ୍ଚ ସ୍ତରୀୟ ଆଦାନ ପ୍ରଦାନ ପ୍ରକ୍ରିୟା ଦୁଇ ଦେଶ ମଧ୍ୟରେ ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ନିବିଡ କରିବା ସଙ୍ଗେ ସଙ୍ଗେ ଏହି ସବୁ ସମସ୍ୟା ଓ ଉଦବେଗ ଗୁଡିକୁ ଦୂର କରିବା ପାଇଁ ଫଳପ୍ରଦ ଓ ନିରନ୍ତର ସମାଧାନ ସୂତ୍ର କୁ ସୁଗମ କରିବ ବୋଲି ଆଶା କରାଯାଉଛି |

ମୂଳ ଲେଖା : ଗୁଲବୀନ ସୁଲତାନା, ଗବେଷଣା ବିଶ୍ଳେଷକ, ଆଇଡ଼ିଏସଏ

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...