Skip to main content

ରାଇସିନା ଡାଏଲଗ 2020

ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ଆମେ ପ୍ରବେଶ କରିଥିବା ବେଳେ ବିଶ୍ଵସ୍ତରରେ ବିବିଧ ଆହ୍ଵାନ ଓ କ୍ଷମତା ପରିବର୍ତ୍ତନ ଭଳି ଘଟଣା ମାନ ଦୃଶ୍ୟମାନ ହୋଇଛି | ନୂଆଁ କ୍ଷମତା ଗୁଡିକର ପତିଆରା ବୃଦ୍ଧି ପାଉଥିବା ବେଳେ ପୁରୁଣା କ୍ଷମତା ପରିବର୍ତ୍ତନଶୀଳ ବିଶ୍ଵରେ ତାଳମେଳ ରକ୍ଷା କରିନପାରି ଅବକ୍ଷୟ ଆଡକୁ ମୁହାଁଇଛି | ବର୍ତ୍ତମାନ ସ୍ଥିତିରେ ଦୁଇ ପ୍ରକାରର ଐତିହାସିକ କ୍ଷମତା ପରିବର୍ତ୍ତନ ଦେଖାଦେଇଛି ତାହା ହେଲା କ୍ଷମତା ଅବସ୍ଥାନ୍ତର ଓ କ୍ଷମତା ବିସ୍ତାର | ଚୀନର କ୍ଷମତା ବିସ୍ତାର ବିଶ୍ଵକୁ ହତଚକିତ କରିଛି କିନ୍ତୁ ଭାରତ ମଧ୍ୟ ବିଶ୍ଵସ୍ତରୀୟ ପ୍ରଭାବ ବିସ୍ତାର କ୍ଷେତ୍ରରେ ପଛେଇନାହିଁ | ଏସିଆ ମହାଦେଶ ଅର୍ଥନୈତିକ କେନ୍ଦ୍ରସ୍ଥଳୀ ଭାବେ ଉଭା ହୋଇଥିବା ବେଳେ ନିରାପତ୍ତାଜନିତ ଉତ୍ତେଜନାର ମଞ୍ଚ ଭାବେ ଉଭା ହୋଇଛି ଏବଂ ଏଭଳି ପରିସ୍ଥିତିରେ ବିଶ୍ଵ ସ୍ତରୀୟ ପରିବେଶ ପରିବର୍ତ୍ତନରେ ଏହିସବୁ ବିଷୟ ଗୁଡିକ ନିର୍ଣ୍ଣାୟକ ପ୍ରଭାବ ପକାଉଛି |

ଭବିଷ୍ୟତରେ ଅଭିନବତା ହିଁ ମାନବ ସଭ୍ୟତା ପାଇଁ ଏକମାତ୍ର ଉପାୟ ଭାବେ ଉପସ୍ଥିତ ହେବ | ଅଭିନବତାର ଇତିହାସ ହେଉଛି ଅବଧାରଣା ଗୁଡିକର କାହାଣୀ, ଯଦି ନୂଆଁ ନୂଆଁ କଥା ଆମେ ଉଦ୍ଭାବନ କରିବା ନାହିଁ ତେବେ ନିଶ୍ଚିତ ରୂପେ ଆମେ ରସାତଳକୁ ଚାଲିଯିବା | ଏହା ବୈଦେଶିକ ନୀତି ଏବଂ ସାମରିକ ସ୍ଵାର୍ଥ ହାସଲ ପାଇଁ ଅଭିନବତା ନିହାତି ଜରୁରୀ | ଜଟିଳତାପୂର୍ଣ୍ଣ ଏହି ବିଶ୍ବରେ ନୂଆଁ ନୂଆଁ ଆହ୍ଵାନ ଦେଖାଦେଇଥିବା ବେଳେ ନୂଆଁ ନୂଆଁ ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି | ବିଶ୍ଵର ମୁଖ୍ୟ ବିନ୍ଦୁ ଏବେ ପୂର୍ବ ମୁହାଁ ହୋଇଥିବା ବେଳେ ଶ୍ରେଷ୍ଠ ସ୍ଥାନରେ ଥିବା ପାଶ୍ଚାତ୍ୟ ଦେଶ ଗୁଡିକର ପତିଆରା ଅବକ୍ଷୟ ଆଡକୁ ମୁହଁଉଛି କିନ୍ତୁ ନୂଆକରି ମୁଣ୍ଡ ଟେକୁଥିବା କ୍ଷମତା ଗୁଡିକ ପକ୍ଷରୁ ଆହ୍ଵାନକୁ ପ୍ରତିଯୋଗୀତା ନୁହେଁ ବୋଲି ଭାବିବା ଭୁଲ ହେବ | ଏଥିପାଇଁ ନୂଆଁ ଚିନ୍ତାଧାରା ଏବଂ ବିଶ୍ଵସ୍ତରୀୟ ନୂଆଁ ଦିଗଦର୍ଶନର ଆବଶ୍ୟକତା ରହିଛି | ଏହିଦୃଷ୍ଟିରୁ ଦେଖିବାକୁ ଗଲେ ଭୂ-ରାଜନୀତି ଓ ଭୁ-ଅର୍ଥନୀତି ପାଇଁ ରାଇସିନା ଡାଏଲଗକୁ ଭାରତର ମୁଖ୍ୟ ମଞ୍ଚ ଭାବେ ବିବେଚନା କରାଯିବା ଉଚିତ |

ନରେନ୍ଦ୍ର ମୋଦୀ ସରକାର କ୍ଷମତାକୁ ଆସିବା ପରେ ଭାରତର ବୈଦେଶିକ ନୀତି ଅତି ମଜବୁତ ଓ ଅତି କ୍ରିୟାଶୀଳ ହୋଇଛି | ବୈଦେଶିକ ନୀତି ଲକ୍ଷ ହାସଲ ପାଇଁ ଭାରତ ଗଣତନ୍ତ୍ର, ଜନସଂଖ୍ୟା ଭିତ୍ତିକ ଲାଭ ଏବଂ ବୃହତ ବଜାରକୁ ନିଜର ଶକ୍ତି ଭାବେ ବ୍ୟବହାର କରୁଛି | ଭାରତର ଶକ୍ତିଶାଳୀ ଅର୍ଥନୀତି ଓ ସକ୍ରିୟ ବୈଦେଶିକ ନୀତି ଯୋଗୁଁ ରାଇସିନା ଡାଏଲଗ ସଫଳତା ହାସଲ କରୁଛି | ବହୁ ବର୍ଷ ହେଲା ରାଇସିନା ଡାଏଲଗ ବିଭିନ୍ନ ଦିଗରେ ଧ୍ୟାନ କେନ୍ଦ୍ରୀଭୂତ କରିଛି | 2017 ମସିହାରେ ନୂଆଁ ସ୍ଵାଭାବିକ ଦିଗଦର୍ଶନରୁ ପରିବର୍ତ୍ତନଶୀଳ ବିଶ୍ଵ ସ୍ଥାପତ୍ୟ ଆଡକୁ ମୁହାଁଇଥିବା ବେଳେ 2018 ମସିହାରେ ବାଧାବିଘ୍ନ ଠାରୁ ଦୂରେଇ ଯିବା ପାଇଁ ପ୍ରୟାସ କରିଛି | 2019 ମସିହାରେ ରାଇସିନା ଡାଏଲଗରେ “ନୂଆଁ ଜ୍ୟାମିତିକ” ଦିଗଦର୍ଶନକୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ 2020 ମସିହାର ଏହି ଡାଏଲଗ ନୂଆଁ ଶତାବ୍ଦୀ ଆଡକୁ ଯାତ୍ରା କରୁଛି | 

ପଞ୍ଚମ ରାଇସିନା ଡାଏଲଗରେ ରୁଷ, ଇରାନ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଆଦି ରାଷ୍ଟ୍ର ଗୁଡିକର 12 ଜଣ ବୈଦେଶିକ ମନ୍ତ୍ରୀଙ୍କ ସମେତ ଅନେକ ପୂର୍ବତନ ରାଷ୍ଟ୍ର ଓ ସରକାରୀ ମୁଖ୍ୟ, ସାମରିକ ବିଶେଷଜ୍ଞ, ଶିକ୍ଷାବିତ ତଥା ଅନେକ ବିଶେଷଜ୍ଞ ଯୋଗ ଦେଇଥିଲେ |ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନୀ ବୈଠକରେ ଯୋଗ ଦେଇଥିଲେ |

ରାଇସିନା ଡାଏଲଗରେ ଉଦବୋଧନ ଦେବା ବେଳେ ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର କହିଛନ୍ତି ଭାରତ ସହ ଚୀନର ସମ୍ପର୍କ ଜଟିଳ ଥିଲେ ମଧ୍ୟ ଉଭୟ ସମ୍ପର୍କ ଖରାପ ହେଉ ବୋଲି ଚାହୁଁନାହାନ୍ତି | ଏହି ସମ୍ପର୍କରେ ବାଧା ଉପୁଯାଉଥିବା ଶକ୍ତି ଗୁଡିକ ସହ ସମତୁଲତା ରକ୍ଷା କରିବା ପାଇଁ ଭାରତର ସ୍ଥିରତା ଭୂମିକାକୁ ସେ ଉଲ୍ଲେଖ କରିଛନ୍ତି | ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗୀଦାରୀତା (ଆରସିଇପି) ପାଇଁ ଭାରତ ତାର ଦ୍ଵାର ବନ୍ଦ କରିନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟିକରଣ ଦେଇଛନ୍ତି |

ବିଶ୍ଵ ନେତା ମାନେ ଭାରତକୁ ଆଞ୍ଚଳିକ ଓ ବିଶ୍ଵ ସ୍ତରୀୟ ବ୍ୟାପାରରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା କଥା ବିବେଚନା କରୁଛନ୍ତି ବିଶ୍ଵ ସ୍ଥିରତା ଓ ସମୃଦ୍ଧି ଲାଗି ଭାରତ କିଭଳି ଦାୟିତ୍ଵ ନିଭାଉଛି ସେ ବିଷୟକୁ ସେମାନେ ମଧ୍ୟ ବଖାଣୁଛନ୍ତି | ରୁଷର ବୈଦେଶିକ ମନ୍ତ୍ରୀ ସରଗେ ଲାଭରୋଭ ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରତି ତାଙ୍କ ଦେଶର ପୂର୍ଣ୍ଣ ସମର୍ଥନ ଥିବା କଥା ଜଣେଇଛନ୍ତି, ତେବେ ସେ ଚୀନକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ପ୍ରଶାନ୍ତ ମହାସାଗରୀୟ ଉଦ୍ୟମକୁ ନିର୍ଣ୍ଣାୟକ ପଦକ୍ଷେପ ଭାବେ ଗ୍ରହଣ କରିନାହାନ୍ତି | ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜରିଫ ଆମେରିକାର ଏକତରଫା ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ଏବଂ ଆଟଲାଣ୍ଟିକ ମହାସାଗର ଉପକୂଳବର୍ତ୍ତୀ ଦେଶ ଗୁଡିକୁ ଭୟଭୀତ କରାଯାଉଥିବା ବିରୁଦ୍ଧରେ ସେ ୟୁରୋପୀୟ ଦେଶ ଗୁଡିକୁ ଆହ୍ଵାନ ଜଣାଇଛନ୍ତି |

ଏହି ତିନିଦିନିଆ ବୈଠକରେ ଯୋଗ ଦେଇଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ହେଲେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ହେଲେନ କ୍ଲାର୍କ, ଆଫଗାନିସ୍ତାନ ର ପୂର୍ବତନ ରାଷ୍ଟ୍ରପତି ହାମିଦ କାର୍ଜାଇ, କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ ହାର୍ପର, ସ୍ଵିଡେନର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଲ ବିଲ୍ଟ , ଡେନମାର୍କର ପୂର୍ବତନ ପ୍ରଧାନମନ୍ତ୍ରୀ ଆଣ୍ଡେର୍ଷ ରାସମୁସେନ, ଭୁଟାନର ପୂର୍ବତନ ପ୍ରଧାନମନ୍ତ୍ରୀ ସେରିଙ୍ଗ ଟୋବଗେ ଓ ଦକ୍ଷିଣ କୋରିଆର ପୂର୍ବତନ ପ୍ରଧାନମନ୍ତ୍ରୀ ହାନ ସୁଂ ସୋ | ବିଶ୍ଵ ଗଣତାନ୍ତ୍ରିକ ମେଣ୍ଟରେ ଭାରତ ଏକ ମଜବୁତ ଅଂଶ ବୋଲି ଡେନମାର୍କର ପୂର୍ବତନ ପ୍ରଧାନମନ୍ତ୍ରୀ ଆଣ୍ଡେର୍ଷ ରାସମୁସେନଙ୍କ ଉକ୍ତିକୁ ଅଧିକାଂଶ ନେତା ସମର୍ଥନ ଜଣାଇଛନ୍ତି | କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ ହାର୍ପର ଭବିଷ୍ୟତ ବିଶ୍ଵ ସ୍ଥିତିରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ମତ ଦେଇଛନ୍ତି |


ଭାରତ ଅନେକ ବାଧା ବିଘ୍ନ ଦୂରକରି ପ୍ରଗତି ପଥରେ ଆଗେଇଛି କିନ୍ତୁ ବିଶେଷ ଭାବେ ପଡୋଶୀ ଦେଶ ପକ୍ଷରୁ ଅନେକ ଚାଲେଞ୍ଜର ସମ୍ମୁଖୀନ ହେଉଛି | ଅନେକ ସୁଯୋଗ ଥାଇ ମଧ୍ୟ ଭାରତ ତାକୁ ଉପଯୋଗ କରିପାରୁନାହିଁ | ଭୂ-ରାଜନୈତିକ ସମତୁଲତା ରକ୍ଷା କରିବା ଦିଗରେ ଭାରତ ସମର୍ଥନ ହାସଲ ପାଇଁ ଉଦ୍ୟମ ଜାରି ରଖିବ | ପ୍ରତିରକ୍ଷା ବାହିନୀ ମୁଖ୍ୟ ଭାବେ ଭାରତ ପାଇଁ ସନ୍ତ୍ରାସବାଦ ହେଉଛି ଏକ ବଡ ଆହ୍ଵାନ | ଯୁବଗୋଷ୍ଠୀକୁ କଠୋରତା ପଥରୁ ବା ମୌଳବାଦ ପଥରୁ ଦୂରେଇ ରଖିବା ପାଇଁ ଜେନେରାଲ ରାୱତଙ୍କ ମତକୁ ସରକାର ଗ୍ରହଣ କରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ଅଛି |



ମୂଳଲେଖା : ଡଃ ଆଶ ନାରାୟଣ ରାୟ, ନିର୍ଦ୍ଦେଶକ, ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ, ଦିଲ୍ଲୀ 

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...