ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ଆମେ ପ୍ରବେଶ କରିଥିବା ବେଳେ ବିଶ୍ଵସ୍ତରରେ ବିବିଧ ଆହ୍ଵାନ ଓ କ୍ଷମତା ପରିବର୍ତ୍ତନ ଭଳି ଘଟଣା ମାନ ଦୃଶ୍ୟମାନ ହୋଇଛି | ନୂଆଁ କ୍ଷମତା ଗୁଡିକର ପତିଆରା ବୃଦ୍ଧି ପାଉଥିବା ବେଳେ ପୁରୁଣା କ୍ଷମତା ପରିବର୍ତ୍ତନଶୀଳ ବିଶ୍ଵରେ ତାଳମେଳ ରକ୍ଷା କରିନପାରି ଅବକ୍ଷୟ ଆଡକୁ ମୁହାଁଇଛି | ବର୍ତ୍ତମାନ ସ୍ଥିତିରେ ଦୁଇ ପ୍ରକାରର ଐତିହାସିକ କ୍ଷମତା ପରିବର୍ତ୍ତନ ଦେଖାଦେଇଛି ତାହା ହେଲା କ୍ଷମତା ଅବସ୍ଥାନ୍ତର ଓ କ୍ଷମତା ବିସ୍ତାର | ଚୀନର କ୍ଷମତା ବିସ୍ତାର ବିଶ୍ଵକୁ ହତଚକିତ କରିଛି କିନ୍ତୁ ଭାରତ ମଧ୍ୟ ବିଶ୍ଵସ୍ତରୀୟ ପ୍ରଭାବ ବିସ୍ତାର କ୍ଷେତ୍ରରେ ପଛେଇନାହିଁ | ଏସିଆ ମହାଦେଶ ଅର୍ଥନୈତିକ କେନ୍ଦ୍ରସ୍ଥଳୀ ଭାବେ ଉଭା ହୋଇଥିବା ବେଳେ ନିରାପତ୍ତାଜନିତ ଉତ୍ତେଜନାର ମଞ୍ଚ ଭାବେ ଉଭା ହୋଇଛି ଏବଂ ଏଭଳି ପରିସ୍ଥିତିରେ ବିଶ୍ଵ ସ୍ତରୀୟ ପରିବେଶ ପରିବର୍ତ୍ତନରେ ଏହିସବୁ ବିଷୟ ଗୁଡିକ ନିର୍ଣ୍ଣାୟକ ପ୍ରଭାବ ପକାଉଛି |
ଭବିଷ୍ୟତରେ ଅଭିନବତା ହିଁ ମାନବ ସଭ୍ୟତା ପାଇଁ ଏକମାତ୍ର ଉପାୟ ଭାବେ ଉପସ୍ଥିତ ହେବ | ଅଭିନବତାର ଇତିହାସ ହେଉଛି ଅବଧାରଣା ଗୁଡିକର କାହାଣୀ, ଯଦି ନୂଆଁ ନୂଆଁ କଥା ଆମେ ଉଦ୍ଭାବନ କରିବା ନାହିଁ ତେବେ ନିଶ୍ଚିତ ରୂପେ ଆମେ ରସାତଳକୁ ଚାଲିଯିବା | ଏହା ବୈଦେଶିକ ନୀତି ଏବଂ ସାମରିକ ସ୍ଵାର୍ଥ ହାସଲ ପାଇଁ ଅଭିନବତା ନିହାତି ଜରୁରୀ | ଜଟିଳତାପୂର୍ଣ୍ଣ ଏହି ବିଶ୍ବରେ ନୂଆଁ ନୂଆଁ ଆହ୍ଵାନ ଦେଖାଦେଇଥିବା ବେଳେ ନୂଆଁ ନୂଆଁ ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି | ବିଶ୍ଵର ମୁଖ୍ୟ ବିନ୍ଦୁ ଏବେ ପୂର୍ବ ମୁହାଁ ହୋଇଥିବା ବେଳେ ଶ୍ରେଷ୍ଠ ସ୍ଥାନରେ ଥିବା ପାଶ୍ଚାତ୍ୟ ଦେଶ ଗୁଡିକର ପତିଆରା ଅବକ୍ଷୟ ଆଡକୁ ମୁହଁଉଛି କିନ୍ତୁ ନୂଆକରି ମୁଣ୍ଡ ଟେକୁଥିବା କ୍ଷମତା ଗୁଡିକ ପକ୍ଷରୁ ଆହ୍ଵାନକୁ ପ୍ରତିଯୋଗୀତା ନୁହେଁ ବୋଲି ଭାବିବା ଭୁଲ ହେବ | ଏଥିପାଇଁ ନୂଆଁ ଚିନ୍ତାଧାରା ଏବଂ ବିଶ୍ଵସ୍ତରୀୟ ନୂଆଁ ଦିଗଦର୍ଶନର ଆବଶ୍ୟକତା ରହିଛି | ଏହିଦୃଷ୍ଟିରୁ ଦେଖିବାକୁ ଗଲେ ଭୂ-ରାଜନୀତି ଓ ଭୁ-ଅର୍ଥନୀତି ପାଇଁ ରାଇସିନା ଡାଏଲଗକୁ ଭାରତର ମୁଖ୍ୟ ମଞ୍ଚ ଭାବେ ବିବେଚନା କରାଯିବା ଉଚିତ |
ନରେନ୍ଦ୍ର ମୋଦୀ ସରକାର କ୍ଷମତାକୁ ଆସିବା ପରେ ଭାରତର ବୈଦେଶିକ ନୀତି ଅତି ମଜବୁତ ଓ ଅତି କ୍ରିୟାଶୀଳ ହୋଇଛି | ବୈଦେଶିକ ନୀତି ଲକ୍ଷ ହାସଲ ପାଇଁ ଭାରତ ଗଣତନ୍ତ୍ର, ଜନସଂଖ୍ୟା ଭିତ୍ତିକ ଲାଭ ଏବଂ ବୃହତ ବଜାରକୁ ନିଜର ଶକ୍ତି ଭାବେ ବ୍ୟବହାର କରୁଛି | ଭାରତର ଶକ୍ତିଶାଳୀ ଅର୍ଥନୀତି ଓ ସକ୍ରିୟ ବୈଦେଶିକ ନୀତି ଯୋଗୁଁ ରାଇସିନା ଡାଏଲଗ ସଫଳତା ହାସଲ କରୁଛି | ବହୁ ବର୍ଷ ହେଲା ରାଇସିନା ଡାଏଲଗ ବିଭିନ୍ନ ଦିଗରେ ଧ୍ୟାନ କେନ୍ଦ୍ରୀଭୂତ କରିଛି | 2017 ମସିହାରେ ନୂଆଁ ସ୍ଵାଭାବିକ ଦିଗଦର୍ଶନରୁ ପରିବର୍ତ୍ତନଶୀଳ ବିଶ୍ଵ ସ୍ଥାପତ୍ୟ ଆଡକୁ ମୁହାଁଇଥିବା ବେଳେ 2018 ମସିହାରେ ବାଧାବିଘ୍ନ ଠାରୁ ଦୂରେଇ ଯିବା ପାଇଁ ପ୍ରୟାସ କରିଛି | 2019 ମସିହାରେ ରାଇସିନା ଡାଏଲଗରେ “ନୂଆଁ ଜ୍ୟାମିତିକ” ଦିଗଦର୍ଶନକୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ 2020 ମସିହାର ଏହି ଡାଏଲଗ ନୂଆଁ ଶତାବ୍ଦୀ ଆଡକୁ ଯାତ୍ରା କରୁଛି |
ପଞ୍ଚମ ରାଇସିନା ଡାଏଲଗରେ ରୁଷ, ଇରାନ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଆଦି ରାଷ୍ଟ୍ର ଗୁଡିକର 12 ଜଣ ବୈଦେଶିକ ମନ୍ତ୍ରୀଙ୍କ ସମେତ ଅନେକ ପୂର୍ବତନ ରାଷ୍ଟ୍ର ଓ ସରକାରୀ ମୁଖ୍ୟ, ସାମରିକ ବିଶେଷଜ୍ଞ, ଶିକ୍ଷାବିତ ତଥା ଅନେକ ବିଶେଷଜ୍ଞ ଯୋଗ ଦେଇଥିଲେ |ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନୀ ବୈଠକରେ ଯୋଗ ଦେଇଥିଲେ |
ରାଇସିନା ଡାଏଲଗରେ ଉଦବୋଧନ ଦେବା ବେଳେ ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର କହିଛନ୍ତି ଭାରତ ସହ ଚୀନର ସମ୍ପର୍କ ଜଟିଳ ଥିଲେ ମଧ୍ୟ ଉଭୟ ସମ୍ପର୍କ ଖରାପ ହେଉ ବୋଲି ଚାହୁଁନାହାନ୍ତି | ଏହି ସମ୍ପର୍କରେ ବାଧା ଉପୁଯାଉଥିବା ଶକ୍ତି ଗୁଡିକ ସହ ସମତୁଲତା ରକ୍ଷା କରିବା ପାଇଁ ଭାରତର ସ୍ଥିରତା ଭୂମିକାକୁ ସେ ଉଲ୍ଲେଖ କରିଛନ୍ତି | ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗୀଦାରୀତା (ଆରସିଇପି) ପାଇଁ ଭାରତ ତାର ଦ୍ଵାର ବନ୍ଦ କରିନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟିକରଣ ଦେଇଛନ୍ତି |
ବିଶ୍ଵ ନେତା ମାନେ ଭାରତକୁ ଆଞ୍ଚଳିକ ଓ ବିଶ୍ଵ ସ୍ତରୀୟ ବ୍ୟାପାରରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା କଥା ବିବେଚନା କରୁଛନ୍ତି ବିଶ୍ଵ ସ୍ଥିରତା ଓ ସମୃଦ୍ଧି ଲାଗି ଭାରତ କିଭଳି ଦାୟିତ୍ଵ ନିଭାଉଛି ସେ ବିଷୟକୁ ସେମାନେ ମଧ୍ୟ ବଖାଣୁଛନ୍ତି | ରୁଷର ବୈଦେଶିକ ମନ୍ତ୍ରୀ ସରଗେ ଲାଭରୋଭ ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରତି ତାଙ୍କ ଦେଶର ପୂର୍ଣ୍ଣ ସମର୍ଥନ ଥିବା କଥା ଜଣେଇଛନ୍ତି, ତେବେ ସେ ଚୀନକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ପ୍ରଶାନ୍ତ ମହାସାଗରୀୟ ଉଦ୍ୟମକୁ ନିର୍ଣ୍ଣାୟକ ପଦକ୍ଷେପ ଭାବେ ଗ୍ରହଣ କରିନାହାନ୍ତି | ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜରିଫ ଆମେରିକାର ଏକତରଫା ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ଏବଂ ଆଟଲାଣ୍ଟିକ ମହାସାଗର ଉପକୂଳବର୍ତ୍ତୀ ଦେଶ ଗୁଡିକୁ ଭୟଭୀତ କରାଯାଉଥିବା ବିରୁଦ୍ଧରେ ସେ ୟୁରୋପୀୟ ଦେଶ ଗୁଡିକୁ ଆହ୍ଵାନ ଜଣାଇଛନ୍ତି |
ଏହି ତିନିଦିନିଆ ବୈଠକରେ ଯୋଗ ଦେଇଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ହେଲେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ହେଲେନ କ୍ଲାର୍କ, ଆଫଗାନିସ୍ତାନ ର ପୂର୍ବତନ ରାଷ୍ଟ୍ରପତି ହାମିଦ କାର୍ଜାଇ, କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ ହାର୍ପର, ସ୍ଵିଡେନର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଲ ବିଲ୍ଟ , ଡେନମାର୍କର ପୂର୍ବତନ ପ୍ରଧାନମନ୍ତ୍ରୀ ଆଣ୍ଡେର୍ଷ ରାସମୁସେନ, ଭୁଟାନର ପୂର୍ବତନ ପ୍ରଧାନମନ୍ତ୍ରୀ ସେରିଙ୍ଗ ଟୋବଗେ ଓ ଦକ୍ଷିଣ କୋରିଆର ପୂର୍ବତନ ପ୍ରଧାନମନ୍ତ୍ରୀ ହାନ ସୁଂ ସୋ | ବିଶ୍ଵ ଗଣତାନ୍ତ୍ରିକ ମେଣ୍ଟରେ ଭାରତ ଏକ ମଜବୁତ ଅଂଶ ବୋଲି ଡେନମାର୍କର ପୂର୍ବତନ ପ୍ରଧାନମନ୍ତ୍ରୀ ଆଣ୍ଡେର୍ଷ ରାସମୁସେନଙ୍କ ଉକ୍ତିକୁ ଅଧିକାଂଶ ନେତା ସମର୍ଥନ ଜଣାଇଛନ୍ତି | କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ ହାର୍ପର ଭବିଷ୍ୟତ ବିଶ୍ଵ ସ୍ଥିତିରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ମତ ଦେଇଛନ୍ତି |
ଭାରତ ଅନେକ ବାଧା ବିଘ୍ନ ଦୂରକରି ପ୍ରଗତି ପଥରେ ଆଗେଇଛି କିନ୍ତୁ ବିଶେଷ ଭାବେ ପଡୋଶୀ ଦେଶ ପକ୍ଷରୁ ଅନେକ ଚାଲେଞ୍ଜର ସମ୍ମୁଖୀନ ହେଉଛି | ଅନେକ ସୁଯୋଗ ଥାଇ ମଧ୍ୟ ଭାରତ ତାକୁ ଉପଯୋଗ କରିପାରୁନାହିଁ | ଭୂ-ରାଜନୈତିକ ସମତୁଲତା ରକ୍ଷା କରିବା ଦିଗରେ ଭାରତ ସମର୍ଥନ ହାସଲ ପାଇଁ ଉଦ୍ୟମ ଜାରି ରଖିବ | ପ୍ରତିରକ୍ଷା ବାହିନୀ ମୁଖ୍ୟ ଭାବେ ଭାରତ ପାଇଁ ସନ୍ତ୍ରାସବାଦ ହେଉଛି ଏକ ବଡ ଆହ୍ଵାନ | ଯୁବଗୋଷ୍ଠୀକୁ କଠୋରତା ପଥରୁ ବା ମୌଳବାଦ ପଥରୁ ଦୂରେଇ ରଖିବା ପାଇଁ ଜେନେରାଲ ରାୱତଙ୍କ ମତକୁ ସରକାର ଗ୍ରହଣ କରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ଅଛି |
ମୂଳଲେଖା : ଡଃ ଆଶ ନାରାୟଣ ରାୟ, ନିର୍ଦ୍ଦେଶକ, ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ, ଦିଲ୍ଲୀ
ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ
Comments
Post a Comment