Skip to main content

ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତ, ଦ୍ବିପକ୍ଷୀୟ ସଂପର୍କର ପରିବ୍ୟାପ୍ତି

ଭୁଟାନ ପ୍ରଧାନମନ୍ତ୍ରୀ ଡକ୍ଟର ଲୋଟେ ସେରିଙ୍ଗଙ୍କ ଆମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦୁଇଦିନିଆ ଗସ୍ତରେ ଥିମ୍ପୁ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ତଳି ମଧ୍ୟ ଯାଇଥିଲା। ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଶ୍ରୀ ମୋଦିଙ୍କର ଭୁଟାନକୁ ଏହା ପ୍ରଥମ ଗସ୍ତ ଏବଂ ଗତ ପାଞ୍ଚ ବର୍ଷ ମଧ୍ୟରେ ଏହା ଥିଲା ଦ୍ବିତୀୟ ଗସ୍ତ। ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଶ୍ରୀ ମୋଦି ଏହା ପୂର୍ବରୁ ଶ୍ରୀଲଙ୍କା ଏବଂ ମାଳଦ୍ବୀପ ଗ୍ସତ କରିଛନ୍ତି। ଏହି ତିନୋଟି ପଡ଼ୋଶୀ ରାଷ୍ଟ୍ରକୁ ଗସ୍ତ କରିବା ଭାରତର ପଡ଼ୋଶୀ ପ୍ରଥମେ ନୀତିକୁ ପ୍ରତିଫଳିତ କରୁଛି।

ଜମ୍ମୁ କଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଆନ୍ତର୍ଜାତୀୟ ସ୍ତରରେ ଉଠାଇବାକୁ ପ୍ରଚେଷ୍ଠା କରୁଥିବାବେଳେ ଏହାକୁ ପ୍ରଭାବହୀନ କରିବା ପାଇଁ ଭାରତ ଅଭିଯାନ ଜାରି ରଖିଥିବା ସ୍ଥଳେ ପ୍ରଧାନମନ୍ତ୍ରୀ ଭୁଟାନକୁ ଗସ୍ତ କରିଛନ୍ତି। ଧାରା 370 ଉଚ୍ଛେଦକୁ ଭୁଟାନ ପୂର୍ବରୁ ଭାରତର ଏକାନ୍ତ ଆଭ୍ୟନ୍ତରୀଣ ମାମଲା ଏବଂ ଏହା ସାହସୀକତା ବୋଲି କହିସାରିଛି।

ଭାରତ ସହିତ ସଂପର୍କକୁ ସ୍ବତନ୍ତ୍ର ପ୍ରାଧାନ୍ୟ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିବାନବନ୍ଦରରେ ସ୍ବାଗତ କରିବାକୁ ଭୁଟାନ ପ୍ରଧାନମନ୍ତ୍ରୀ ଡକ୍ଟର ସେରିଙ୍ଗ ଆସିଥିଲେ। ପ୍ରଧାନମନ୍ତ୍ରୀ ମୋଦି ସେଠାକାର ରାଜା ଏବଂ ରାଣୀଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା କରିଛନ୍ତି । ଭୁଟାନ ସହ ସଂପର୍କକୁ ପ୍ରଧାନମନ୍ତ୍ରୀ ବାରତର ପଡୋଶୀ ପ୍ରଥମେ ନୀତିର ମଧ୍ୟ ସ୍ତମ୍ବ ବୋଲି ବର୍ଣ୍ଣନା କରିଛନ୍ତି।

ପ୍ରଧାନ ମନ୍ତ୍ରୀ ମୋଦି ତାଙ୍କର ଭୁଟାନ ପ୍ରତିପକ୍ଷଙ୍କ ସହ ପ୍ରତିନିଧି ସ୍ତରୀୟ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ବିଭିନ୍ନ କ୍ଷେତ୍ରରେ ଭାରତ ଭୁଟାନର ଭାଗିଦାରୀ ସଂପର୍କକୁ ଆହୁରି ସୁଦୃଢ ଏବଂ ପରିବ୍ୟାପ୍ତ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଶ୍ରୀ ମୋଦି ସେଠାକାର ବିରୋଧି ଦଳ ନେତାଙ୍କ ସହ ମଧ୍ୟ ଆଲୋଚନା କରିବା ସହିତ ରୟାଲ ୟୁନିଭରସିଟି ଅଫ ଭୁଟାନରେ ବିଦ୍ୟାର୍ଥୀମାନଙ୍କୁ ସମ୍ବୋଧନ କରିଛନ୍ତି।

ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସଂପର୍କକୁ ଆହୁରି ଅଧିକ ସୁଦୃଢ କରିଛି। ଭୁଟାନ ପ୍ରଧାନମନ୍ତ୍ରୀ ଡକ୍ଟର ସେରିଙ୍ଗ ଗତ ବର୍ଷ ଡିସେମ୍ବର ମାସରେ ଭାରତ ଗସ୍ତରେ ଆସିଥିଲେ ଏବଂ 2019 ନିର୍ବାଚନ ପରେ ନୂଆ ସରକାର ଗଠନ ହେବା ମାତ୍ରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ସରକାରୀ ଗସ୍ତରେ ଭୁଟାନ ଯାଇଥିଲେ।

1968ରେ ଭାରତ ଏବଂ ଭୁଟାନ ମଧ୍ୟରେ କୂଟନୈତିକ ସଂପର୍କ ସ୍ଥାପନ ହେବା ପରେ ଏହି ସଂପର୍କ ଦକ୍ଷିଣ ଏସିଆରେ ଏକ ସଫଳ ପଡ଼ୋଶୀର କାହାଣୀ ପ୍ରତିଫଳିତ କରୁଛି। ଏହା ସମ୍ଭବ ହୋଇଛି ଆପୋଷ ବୁଝାମଣା ଏବଂ ଆସ୍ଥା ସ୍ଥାପନ ଦ୍ବାରା। ବାରତ ଭୁଟାନ ବନ୍ଧୁତ୍ବ ଏବଂ ସହଯୋଗ ରାଜିନାମା 1949ରେ ସ୍ବାକ୍ଷରିତ ହୋଇଥିଲା ଯାହାକୁ 2007 ଫେବୃୟାରୀରେ ଏହାକୁ ସଂସୋଧିତ ଏବଂ ଅଧିକ ଫଳପ୍ରଦ କରାଯାଇଛି। ଏହି ବୁଝାମଣା ସଂପର୍କର ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇଛି ଏବଂ ଏହା ଦୁଇ ଦେଶର ସୀମା ମଧ୍ୟରେ କୌଣସି ବାଧା ନରଖିବା, ସାମରିକ ସହଯୋଗ ଏବଂ ଲୋକମାନଙ୍କ ମଧ୍ୟରେ ପରସ୍ପର ସଂପର୍କକୁ ସ୍ଥାନ ଦେଇଛି। ଦୁଇ ଦେଶ ଆଞ୍ଚଳିକ ଶାନ୍ତି, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଗଣତନ୍ତ୍ରର ସୁଦୃଢିକରଣକୁ ଗୁରୁତ୍ବ ଦେଇ ଆସିଛନ୍ତି।

ଜଳ ସମ୍ପଦ, ବାଣିଜ୍ୟ କାରବାର, ଅର୍ଥନୈତିକ ସହଯୋଗ, ସୁରକ୍ଷା ଏବଂ ସୀମା ପରିଚାଳନା ଆଦି ଅନେକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସାଂଗଠନିକ ଦ୍ବିପକ୍ଷୀୟ ବ୍ୟବସ୍ଥା ରହିଛି। ଭୁଟାନର ସର୍ବାଧିକ ବାଣିଜ୍ୟିକ ସହଯୋଗୀ ଭାରତ ରହିଛି। ଭାରତର ଅଧିକ ପୁଞ୍ଜିନିବେଶ ମଧ୍ୟ ଭୁଟାନରେ ରହିଛି। ସେଠାରେ ଭାରତ 4ଟି ଜଳବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରିଛି ଯେଉଁଥିରୁ 2000 ମେଟାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଛି।

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାଳରେ 10ଟି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ଯେଉଁଥିରେ ମହାକାଶ ଗବେଷଣା, ଶକ୍ତି କ୍ରୟ ରାଜିନାମା ଏବଂ ଜ୍ଞାନକୌଶଳ ଶିକ୍ଷା କ୍ଷେତ୍ରରେ ସହଯୋଗ ସାମିଲ ଅଛି। ଏହା ବ୍ୟତିତ ଦୁଇ ନେତା ମଙ୍ଗଡେଚୁ ଜଳ ବିଦ୍ୟୁତ ପ୍ରକଳ୍ପ, ଦକ୍ଷିଣ ଏସିଆ ଉପଗ୍ରହ କେନ୍ଦ୍ର ଏବଂ ରୁପେ କାର୍ଡକୁ ଭୁଟାନରେ ଉଦଘାଟନ କରିଛନ୍ତି । ଏହା ବ୍ୟତିତ ଭୁଟାନକୁ ଯୋଗାଣ ହେଉଥିବା ଏଲପିଜି ପରିମାଣକୁ 700ରୁ 1000 ମେଟ୍ରିକ ଟନକୁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି। ସାର୍କ ମୁଦ୍ରା ସ୍ବାପ ଢାଞ୍ଚା ଅନ୍ତର୍ଗତ ଭୁଟାନ ପାଇଁ ଅତିରିକ୍ତ 100 ମିଲିୟନ ଡଲାର ଉପଲବ୍ଧ କରାଯାଇଛି। ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଏକ ବହୁବିଧ ସୁପର ସ୍ପେସାଲିଟି ହସପିଟାଲର ସ୍ବପ୍ନକୁ ସାକାର କରିବା ପାଇଁ ଭାରତ ସବୁପ୍ରକାର ସାହାର୍ଯ୍ୟ ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁଟାନ ଗସ୍ତ ଦୁଇ ଦେଶର ସଂପର୍କକୁ ଆହୁରି ସୁଦୃଢ କରିବା ସହିତ ପରିବ୍ୟାପ୍ତ କରିଛି। ଦୁଇ ପ୍ରଧାନମନ୍ତ୍ରୀ ବିଭିନ୍ୟ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ଜଳବାୟୁ ପରିବର୍ତ୍ତନ, ଭିତ୍ତିଭୂମି, ସୁରକ୍ଷା ଏବଂ ସାମରିକ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଛି।



ଆଲେଖ୍ୟ: ନିହାର ରଂଜନ ନାୟକ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...