ଭୁଟାନ ପ୍ରଧାନମନ୍ତ୍ରୀ ଡକ୍ଟର ଲୋଟେ ସେରିଙ୍ଗଙ୍କ ଆମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦୁଇଦିନିଆ ଗସ୍ତରେ ଥିମ୍ପୁ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ତଳି ମଧ୍ୟ ଯାଇଥିଲା। ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଶ୍ରୀ ମୋଦିଙ୍କର ଭୁଟାନକୁ ଏହା ପ୍ରଥମ ଗସ୍ତ ଏବଂ ଗତ ପାଞ୍ଚ ବର୍ଷ ମଧ୍ୟରେ ଏହା ଥିଲା ଦ୍ବିତୀୟ ଗସ୍ତ। ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଶ୍ରୀ ମୋଦି ଏହା ପୂର୍ବରୁ ଶ୍ରୀଲଙ୍କା ଏବଂ ମାଳଦ୍ବୀପ ଗ୍ସତ କରିଛନ୍ତି। ଏହି ତିନୋଟି ପଡ଼ୋଶୀ ରାଷ୍ଟ୍ରକୁ ଗସ୍ତ କରିବା ଭାରତର ପଡ଼ୋଶୀ ପ୍ରଥମେ ନୀତିକୁ ପ୍ରତିଫଳିତ କରୁଛି।
ଜମ୍ମୁ କଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଆନ୍ତର୍ଜାତୀୟ ସ୍ତରରେ ଉଠାଇବାକୁ ପ୍ରଚେଷ୍ଠା କରୁଥିବାବେଳେ ଏହାକୁ ପ୍ରଭାବହୀନ କରିବା ପାଇଁ ଭାରତ ଅଭିଯାନ ଜାରି ରଖିଥିବା ସ୍ଥଳେ ପ୍ରଧାନମନ୍ତ୍ରୀ ଭୁଟାନକୁ ଗସ୍ତ କରିଛନ୍ତି। ଧାରା 370 ଉଚ୍ଛେଦକୁ ଭୁଟାନ ପୂର୍ବରୁ ଭାରତର ଏକାନ୍ତ ଆଭ୍ୟନ୍ତରୀଣ ମାମଲା ଏବଂ ଏହା ସାହସୀକତା ବୋଲି କହିସାରିଛି।
ଭାରତ ସହିତ ସଂପର୍କକୁ ସ୍ବତନ୍ତ୍ର ପ୍ରାଧାନ୍ୟ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିବାନବନ୍ଦରରେ ସ୍ବାଗତ କରିବାକୁ ଭୁଟାନ ପ୍ରଧାନମନ୍ତ୍ରୀ ଡକ୍ଟର ସେରିଙ୍ଗ ଆସିଥିଲେ। ପ୍ରଧାନମନ୍ତ୍ରୀ ମୋଦି ସେଠାକାର ରାଜା ଏବଂ ରାଣୀଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା କରିଛନ୍ତି । ଭୁଟାନ ସହ ସଂପର୍କକୁ ପ୍ରଧାନମନ୍ତ୍ରୀ ବାରତର ପଡୋଶୀ ପ୍ରଥମେ ନୀତିର ମଧ୍ୟ ସ୍ତମ୍ବ ବୋଲି ବର୍ଣ୍ଣନା କରିଛନ୍ତି।
ପ୍ରଧାନ ମନ୍ତ୍ରୀ ମୋଦି ତାଙ୍କର ଭୁଟାନ ପ୍ରତିପକ୍ଷଙ୍କ ସହ ପ୍ରତିନିଧି ସ୍ତରୀୟ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ବିଭିନ୍ନ କ୍ଷେତ୍ରରେ ଭାରତ ଭୁଟାନର ଭାଗିଦାରୀ ସଂପର୍କକୁ ଆହୁରି ସୁଦୃଢ ଏବଂ ପରିବ୍ୟାପ୍ତ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଶ୍ରୀ ମୋଦି ସେଠାକାର ବିରୋଧି ଦଳ ନେତାଙ୍କ ସହ ମଧ୍ୟ ଆଲୋଚନା କରିବା ସହିତ ରୟାଲ ୟୁନିଭରସିଟି ଅଫ ଭୁଟାନରେ ବିଦ୍ୟାର୍ଥୀମାନଙ୍କୁ ସମ୍ବୋଧନ କରିଛନ୍ତି।
ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସଂପର୍କକୁ ଆହୁରି ଅଧିକ ସୁଦୃଢ କରିଛି। ଭୁଟାନ ପ୍ରଧାନମନ୍ତ୍ରୀ ଡକ୍ଟର ସେରିଙ୍ଗ ଗତ ବର୍ଷ ଡିସେମ୍ବର ମାସରେ ଭାରତ ଗସ୍ତରେ ଆସିଥିଲେ ଏବଂ 2019 ନିର୍ବାଚନ ପରେ ନୂଆ ସରକାର ଗଠନ ହେବା ମାତ୍ରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ସରକାରୀ ଗସ୍ତରେ ଭୁଟାନ ଯାଇଥିଲେ।
1968ରେ ଭାରତ ଏବଂ ଭୁଟାନ ମଧ୍ୟରେ କୂଟନୈତିକ ସଂପର୍କ ସ୍ଥାପନ ହେବା ପରେ ଏହି ସଂପର୍କ ଦକ୍ଷିଣ ଏସିଆରେ ଏକ ସଫଳ ପଡ଼ୋଶୀର କାହାଣୀ ପ୍ରତିଫଳିତ କରୁଛି। ଏହା ସମ୍ଭବ ହୋଇଛି ଆପୋଷ ବୁଝାମଣା ଏବଂ ଆସ୍ଥା ସ୍ଥାପନ ଦ୍ବାରା। ବାରତ ଭୁଟାନ ବନ୍ଧୁତ୍ବ ଏବଂ ସହଯୋଗ ରାଜିନାମା 1949ରେ ସ୍ବାକ୍ଷରିତ ହୋଇଥିଲା ଯାହାକୁ 2007 ଫେବୃୟାରୀରେ ଏହାକୁ ସଂସୋଧିତ ଏବଂ ଅଧିକ ଫଳପ୍ରଦ କରାଯାଇଛି। ଏହି ବୁଝାମଣା ସଂପର୍କର ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇଛି ଏବଂ ଏହା ଦୁଇ ଦେଶର ସୀମା ମଧ୍ୟରେ କୌଣସି ବାଧା ନରଖିବା, ସାମରିକ ସହଯୋଗ ଏବଂ ଲୋକମାନଙ୍କ ମଧ୍ୟରେ ପରସ୍ପର ସଂପର୍କକୁ ସ୍ଥାନ ଦେଇଛି। ଦୁଇ ଦେଶ ଆଞ୍ଚଳିକ ଶାନ୍ତି, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଗଣତନ୍ତ୍ରର ସୁଦୃଢିକରଣକୁ ଗୁରୁତ୍ବ ଦେଇ ଆସିଛନ୍ତି।
ଜଳ ସମ୍ପଦ, ବାଣିଜ୍ୟ କାରବାର, ଅର୍ଥନୈତିକ ସହଯୋଗ, ସୁରକ୍ଷା ଏବଂ ସୀମା ପରିଚାଳନା ଆଦି ଅନେକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସାଂଗଠନିକ ଦ୍ବିପକ୍ଷୀୟ ବ୍ୟବସ୍ଥା ରହିଛି। ଭୁଟାନର ସର୍ବାଧିକ ବାଣିଜ୍ୟିକ ସହଯୋଗୀ ଭାରତ ରହିଛି। ଭାରତର ଅଧିକ ପୁଞ୍ଜିନିବେଶ ମଧ୍ୟ ଭୁଟାନରେ ରହିଛି। ସେଠାରେ ଭାରତ 4ଟି ଜଳବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରିଛି ଯେଉଁଥିରୁ 2000 ମେଟାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଛି।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାଳରେ 10ଟି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ଯେଉଁଥିରେ ମହାକାଶ ଗବେଷଣା, ଶକ୍ତି କ୍ରୟ ରାଜିନାମା ଏବଂ ଜ୍ଞାନକୌଶଳ ଶିକ୍ଷା କ୍ଷେତ୍ରରେ ସହଯୋଗ ସାମିଲ ଅଛି। ଏହା ବ୍ୟତିତ ଦୁଇ ନେତା ମଙ୍ଗଡେଚୁ ଜଳ ବିଦ୍ୟୁତ ପ୍ରକଳ୍ପ, ଦକ୍ଷିଣ ଏସିଆ ଉପଗ୍ରହ କେନ୍ଦ୍ର ଏବଂ ରୁପେ କାର୍ଡକୁ ଭୁଟାନରେ ଉଦଘାଟନ କରିଛନ୍ତି । ଏହା ବ୍ୟତିତ ଭୁଟାନକୁ ଯୋଗାଣ ହେଉଥିବା ଏଲପିଜି ପରିମାଣକୁ 700ରୁ 1000 ମେଟ୍ରିକ ଟନକୁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି। ସାର୍କ ମୁଦ୍ରା ସ୍ବାପ ଢାଞ୍ଚା ଅନ୍ତର୍ଗତ ଭୁଟାନ ପାଇଁ ଅତିରିକ୍ତ 100 ମିଲିୟନ ଡଲାର ଉପଲବ୍ଧ କରାଯାଇଛି। ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଏକ ବହୁବିଧ ସୁପର ସ୍ପେସାଲିଟି ହସପିଟାଲର ସ୍ବପ୍ନକୁ ସାକାର କରିବା ପାଇଁ ଭାରତ ସବୁପ୍ରକାର ସାହାର୍ଯ୍ୟ ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁଟାନ ଗସ୍ତ ଦୁଇ ଦେଶର ସଂପର୍କକୁ ଆହୁରି ସୁଦୃଢ କରିବା ସହିତ ପରିବ୍ୟାପ୍ତ କରିଛି। ଦୁଇ ପ୍ରଧାନମନ୍ତ୍ରୀ ବିଭିନ୍ୟ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ଜଳବାୟୁ ପରିବର୍ତ୍ତନ, ଭିତ୍ତିଭୂମି, ସୁରକ୍ଷା ଏବଂ ସାମରିକ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଛି।
ଆଲେଖ୍ୟ: ନିହାର ରଂଜନ ନାୟକ

ଭାବାନୁବାଦ: ରାମଚଂଦ୍ର ନାଥ
Comments
Post a Comment