Skip to main content

ପାକିସ୍ତାନର ବିଚଳିତ ପ୍ରତିକ୍ରିୟା

ଭାରତ ଏହାର ସମ୍ବିଧାନରୁ ଧାରା 370କୁ ଉଚ୍ଛେଦ କରିବା ପରେ ପାକିସ୍ତାନ ବିଚଳିତ ହୋଇପଡିଛି। ଭାରତର ଏପରି ପଦକ୍ଷେପ ପାକିସ୍ତାନ ପାଇଁ କଳ୍ପନାତୀତ ଥିଲା। ଧାରା 370 ହଟାଇ ଜମ୍ମୁ କଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରିବା ଭାରତର ନିହାତି ଆଭ୍ୟନ୍ତରୀଣ ମାମଲା କିନ୍ତୁ ଏହି ପଦକ୍ଷେପ ପାକିସ୍ତାନକୁ ହତଚକିତ କରିଦେଇଛି। ପାକିସ୍ତାନ ଜାଣେ ଯେ ଏହି ପଦକ୍ଷେପ ଦ୍ବାରା କଶ୍ମୀର ପ୍ରସଙ୍ଗ ସଂପୂର୍ଣ୍ଣ ବଦଳିଯିବ। ଏଣୁ ଇମରାନ ଖାନ ସରକାର ଏହାକୁ ନେଇ ବିଚଳିତ ହୋଇପଡିଛି।

ବିଚଳିତ ପାକିସ୍ତାନ ଭାରତ ସହିତ ଏହାର ସଂପର୍କ ଛିନ୍ନ କରିବାକୁ ଯାଇ ନୂଆଦିଲ୍ଲୀରୁ ଏହାର ରାଷ୍ଟ୍ରଦୂତଙ୍କୁ ଡକାଇଆଣିବା ସହିତ ପାକିସ୍ତାନରେ ଅବସ୍ଥିତ ଭାରତର ରାଷ୍ଟ୍ରଦୂତଙ୍କୁ ପଠାଇବା ସଙ୍ଗେ ସଙ୍ଗେ ବାଣିଜ୍ୟିକ ସଂପର୍କ ବାତିଲ କରିଛି। ଜମ୍ମୁ କଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦରେ ଉଠାଇବାକୁ ଧମକ ଦେଇଛି। ଅବଶ୍ୟ ଏହାର କୌଣସି ସୁଫଳ ପାକିସ୍ତାନକୁ ମିଳିବ ନାହିଁ କାରଣ କେହିବି ପାକିସ୍ତାନର କାର୍ଯ୍ୟକୁ ଗୁରୁତର ଭାବେ ଗ୍ରହଣ କରୁନାହାନ୍ତି।

ପାକିସ୍ତାନର ଘରୋଇ ରାଜନୀତିରେ କଶ୍ମୀର ସର୍ବଦା ଅସ୍ତ୍ର ଭାବେ ରହିଆସିଛି। ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଆମେରିକା ଗସ୍ତ ଏବଂ କଶ୍ମୀର ପ୍ରସଙ୍ଗକୁ ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ଥାବକୁ ପାକିସ୍ତାନ କଶ୍ମୀର ପ୍ରସଙ୍ଗର ସଫଳ ପଦକ୍ଷେପ ବୋଲି ଭାବୁଥିଲା। କିନ୍ତୁ ଭାରତ ସରକାରଙ୍କ ପଦକ୍ଷେପ ପାକିସ୍ତାନର ଆଶାକୁ ଧୂଳିସାତ କରିବା ସହିତ ସେଠାକାର ରାଜନୈତିକ ପରିସ୍ଥିତିକୁ ମଧ୍ୟ ଓଲଟପାଲଟ କରିଦେଲା।

କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଏହାର ନ୍ୟାସନାଲ ଆସେମ୍ଲିର ଏକ ସ୍ବତନ୍ତ୍ର ଅଧିବେଶନ ଡାକିଥିଲା। ଉଭୟ ସରକାର ଏବଂ ସାମରିକ ନେତୃତ୍ବ ଭାରତ ବିରୁଦ୍ଧରେ ବିଶୋଦଗାର କଲେ। କିନ୍ତୁ ସେଠାରେ ଇମରାନ ଖାନଙ୍କ ଆମେରିକା ଗସ୍ତ ର ଉଦ୍ଦେଶ୍ୟ ଉପରେ କେତେକ ବିରୋଧି ସଦସ୍ୟ ପ୍ରଶ୍ନ ଉଠାଇଥିଲେ। ଯେତେବେଳେ ଅଧିକାଂଶ ବିରୋଧି ଦଳ ନେତା ଙ୍କୁ ଜେଲରେ ରଖାଯାଇଛି ସେପରି ସମୟରେ ଏପରି ମିଳିତ ଅଧିବେଶନର ଅନାବଶ୍ୟକତା ଉପରେ ବିରୋଧି ଦଳ ପ୍ରଶ୍ନ କରିଥିଲେ।

କଶ୍ମୀରର କୌଣସି ପ୍ରକାର ଜନସଂଖ୍ୟିକ ପରିବର୍ତ୍ତନ କଶ୍ମୀର ପ୍ରସଙ୍ଗ ଉପରେ ପାକିସ୍ତାନର ଭୂମିକାକୁ ସବୁଦିନ ପାଇଁ ବଦଳାଇ ଦେବ ବୋଲି ସେଠାକାର ଗଣମାଧ୍ୟମରେ ଚର୍ଚା ଚାଲିଛି। ଅପରପକ୍ଷେ କଶ୍ମୀରରେ ଜେହାଦ ନାମ ନେଇ ଇସଲାମିକ ଦେଶ ତଥା ପାଶ୍ଚାତ୍ୟ ଦେଶମାନଙ୍କୁ ଯେଉଁ ଚାନ୍ଦା ଆଦାୟ କରାଯାଉଥିଲା ତାହା ବାଧାପ୍ରାପ୍ତ ହେବ। ଭାରତ କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରି କଶ୍ମୀର ନାମରେ ପାଣ୍ଠି ସଂଗ୍ରହ ପାଇଁ ପାକିସ୍ତାନର ଦ୍ବାର ବନ୍ଦ କରିଦଇଛି।

ପାକିସ୍ତାନର ବିଶେଷଜ୍ଞମାନଙ୍କ ମତରେ ଯଦି କଶ୍ମୀରର ଶାସନ ପ୍ରଶାସନ ଉପରେ ଭାରତ ସରକାରଙ୍କ ନିୟନ୍ତ୍ରଣ ରହିବ ତେବେ ପାକିସ୍ତାନରେ କଶ୍ମୀରକୁ ନେଇ ରାଜନୈତିକ ପ୍ରାସଙ୍ଗିକତା ଲୋପ ପାଇଯିବ। କେତେକ ବିଶେଷଜ୍ଞମାନଙ୍କ ମତରେ ବିଗତ ଶତାବ୍ଦିରେ କଶ୍ମୀର ସଂଘର୍ଷକୁ ସମର୍ଥନରେ ହ୍ରାସ ଘଟିଛି ଏବଂ ଏହି ପ୍ରସଙ୍ଗକୁ ଆନ୍ତର୍ଜାତୀକ ସ୍ତରରେ ଉଠାଇବାରେ ବିଫଳ ହେଇଥିବାରୁ ପାକିସ୍ତାନ ସରକାରଙ୍କୁ ଦୋଷାରୋପ କରାଯାଇଛି। ଏବେ ଏହି ଘଟଣା ପରେ ପାକିସ୍ତାନକୁ କୌଣସି ବାହାର ଦେଶ ସମର୍ଥନ କରିବ ନାହିଁ। ଏହି ପ୍ରସଙ୍ଗକୁ ଇସଲାମିକ ସହଯୋଗ ସଂଗଠନରେ ଉଠାଇବାକୁ ଇମରାନ ଖାନ ପ୍ରଚେଷ୍ଟା କରୁଛନ୍ତି।

ଭାରତ ପାକିସ୍ତାନ ପାଇଁ ଖସ୍ମୀରକୁ ନେଇ ରାଜନୀତି କରିବାର ରାସ୍ତା ବନ୍ଦ କରି ପାକିସ୍ତାନକୁ ବିଚଳିତ କରିଦେଇଛି। ଏବେ ଏହାର ଭାରତର ଆଭ୍ୟନ୍ତରୀଣ ମାମଲା ଆଉ ଭାରତ ପାକିସ୍ତାନର ଦ୍ବିପକ୍ଷୀୟ ମାମଲା ହୋଇ ରହିନାହିଁ।

ପାକିସ୍ତାନ ମନେ ରଖିବା ଉଚିତ ଯେ ଏହା ପାକିସ୍ତାନ ଅଧିକୃତ କଶ୍ମୀର ଏବଂ ଗିଲଗିଟ- ବାଲତିସ୍ତାନକୁ ବେଆଇନ ଭାବେ କବଜା କରି ରଖିଛି। ଏଣୁ ପାକିସ୍ତାନ ଏବେ କଶ୍ମୀର କଥା କହୁଥିବା ବେଳେ ତାକୁ ପାକିସ୍ତାନ ଅଧିକୃତ କଶ୍ମୀର ଓ ଗିଲଗିତ ବାଲତିସ୍ତାନ ପ୍ରସଙ୍ଗ ଉପରେ ଆତ୍ମ ସମୀକ୍ଷା କରିବା ଉଚିତ।


ଆଲେଖ୍ୟ: ଡକ୍ଟର ଜୈନବ ଅଖତର

ଭାବନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...