ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଜାମ୍ମୁ ଓ କାଶ୍ମୀରକୁ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଧାରା 370ର ଉଚ୍ଛେଦ ପଛରେ କଣ କାରଣ ରହିଛି ସେ ନେଇ ବିସ୍ତ୍ରୁତ ବିବରଣୀ ପ୍ରଦାନ କରିଥିଲେ| ଚଳିତ ସପ୍ତାହରେ ସଂସଦର ଉଭୟ ସଭାଗୃହରେ ଧାରା 370 ର ଉଚ୍ଛେଦ ଲାଗି ଭୋଟ ନିଆଯାଇଥିଲା | ଏବେ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଜାମ୍ମୁ କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ଦିଆଯାଇଥିବାରୁ ସେଠାରେ ବିଚ୍ଛିନ୍ନତାବାଦ, ଆତଙ୍କବାଦ, ଦୁର୍ନୀତି ଓ ପରିବାରବାଦ ଶାସନ ସୃଷ୍ଟି କରିଛି | ଶ୍ରୀ ମୋଦୀ କହିଛନ୍ତି ଯେ ଧାରା 370 ରୁ ମୁକୁଳିବା ବାସ୍ତବତାରେ ପରିଣତ ହୋଇଛି | ଏହାର ସୁଯୋଗ ନେଇ ପାକିସ୍ତାନ ସେଠାରେ ବିଚ୍ଛିନ୍ନତାବାଦ କାର୍ଯ୍ୟକଳାପ ଚଳାଇଛି ଓ ପୃଥିବୀର ସ୍ଵର୍ଗ କାଶ୍ମୀରରେ ସଦା ସର୍ବଦା ଭୀତତ୍ରସ୍ତ ପରିବେଶ ସୃଷ୍ଟି କରିଛି | ଗତ ତିନି ଦଶନ୍ଧିରେ 42,000 ହଜାର ରୁ ଅଧିକ ନିରୀହ ଲୋକଙ୍କ ମୃତ୍ୟୁ ପାଇଁ କେବଳ ପାକିସ୍ତାନ ହିଁ ଦାୟୀ | ଜାମ୍ମୁ ଓ କାଶ୍ମୀରରେ ଧାରା 370 ଲାଗୁ ହୋଇଥିବା ଯୋଗୁଁ ସେଠାରେ ଦେଶର ଆଇନ ଗୁଡିକ ଫଳପ୍ରଦ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ | ଏଥିଯୋଗୁଁ ଯୁବପିଢୀ ତଥା ମହିଳା ଓ ସମାଜର ଅବହେଳିତ ବର୍ଗର ଲୋକମାନେ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି | ସେ କହିଛନ୍ତି ଯେ ଧାରା 370ର ଉଚ୍ଛେଦ ଯୋଗୁଁ ଡଃଭୀମରାଓ ଆମ୍ବେଦକର, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଡଃ ଶ୍ୟାମା ପ୍ରସାଦ ମୁଖର୍ଜି ତଥା ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ଵପ୍ନ ସାକାର ହୋଇଛି | ଭାରତର ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ଉପଭୋଗ କରୁଥିବା ସୁବିଧା ସୁଯୋଗ ଭଳି ଏଣିକି ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ର ଲୋକମାନେ ମଧ୍ୟ ଏହି ସୁବିଧା ସୁଯୋଗରୁ ଉପକୃତ ହେବେ |
ପ୍ରଧାନମନ୍ତ୍ରୀ ଉଦବୋଧନ ଦେବା ବେଳେ ଦୁଇଟି ନୂତନ କେନ୍ଦ୍ରଶାସିତ ଅଞ୍ଚଳର ବିକାଶର ରୂପରେଖ ନେଇ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଛନ୍ତି | ଶ୍ରୀ ମୋଦୀ କହିଛନ୍ତି ଯେ ଧାରା 370 ହିଁ ଜାମ୍ମୁ କାଶ୍ମୀରରେ ସନ୍ତ୍ରାସବାଦର ପ୍ରାଦୁର୍ଭାବ ବୃଦ୍ଧି ପାଇବାର ମୁଖ୍ୟ କାରଣ |ସେ କହିଛନ୍ତି ଯେ 370 ଧାରା ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀର ଓ ଲଦାଖ ର ଜନସାଧାରଣ ଙ୍କ ପାଇଁ ଏକ ନୂଆଁ ଯୁଗର ଅୟମାରମ୍ଭ ହୋଇଛି | ଉଭୟ କେନ୍ଦ୍ରଶାସିତ ଅଞ୍ଚଳରେ ଉଚ୍ଚ ପାରଦର୍ଶୀ ଓ ସୁଶାସନ ପ୍ରତିଷ୍ଠା ଉପରେ ସେ ଜୋର ଦେଇଛନ୍ତି |
ପ୍ରଧାନମନ୍ତ୍ରୀ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ସମୃଦ୍ଧି ଓ ବିକାଶ ପାଇଁ ଅନେକ ନୂତନ ପଦକ୍ଷେପ ବିଷୟ ଘୋଷଣା କରିଛନ୍ତି | ସେ କହିଛନ୍ତି ଯେ ରାଜ୍ୟର ଦେଢ କୋଟି ଜନସାଧାରଣ ଏବେ ବିକାଶର ସ୍ଵାଦ ଚାଖିବେ | ଭାରତ ସରକାର ଦେଶ ତଥା ଏହି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ବିକାଶ ପାଇଁ ସବୁବେଳେ ସହାୟତାର ହାତ ବଢେଇବେ ବୋଲି ପ୍ରଧାନମନ୍ତ୍ରୀ ଆଶ୍ଵାସନା ଦେଇଛନ୍ତି| ଏକଦା କାଶ୍ମୀର, ଚଳଚ୍ଚିତ୍ର ଶୁଟିଙ୍ଗ ର କେନ୍ଦ୍ରସ୍ଥଳୀ ଥିବା ବେଳେ ବହୁ ଦଶନ୍ଧି ହେଲାଣି କାଶ୍ମୀର ର ମନୋରମ ସ୍ଥାନ ଗୁଡିକରେ ଫିଲ୍ମ ଶୁଟିଙ୍ଗ ଲାଗି ଭାରତୀୟ ଚଳଚ୍ଚିତ୍ର ଜଗତକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି | କାଶ୍ମୀର ରେ ଫିଲ୍ମ ଶୁଟିଙ୍ଗ କରିବା ଲାଗି ସେ ଚଳଚ୍ଚିତ୍ର ଜଗତକୁ ନିବେଦନ କରିଛନ୍ତି ଓ ଏହାଦ୍ଵାରା ବିଶ୍ଵବ୍ୟାପୀ ଅଗଣିତ ଲୋକ କାଶ୍ମୀର ର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି |
ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରକୁ ଏକ ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଢି ତୋଳିବା ପାଇଁ ଆଗେଇଆସିବା ଲାଗି ଯୁବକ ତଥା ମହିଳା ମାନଙ୍କୁ ଆହ୍ଵାନ ଜଣାଇଛନ୍ତି | ଆଗାମୀ ବିଧାନସଭା ନିର୍ବାଚନରେ ଅଂଶଗ୍ରହଣ କରି ବିକାଶ ପ୍ରକ୍ରିୟାରେ ଅଂଶୀଦାର ହେବା ଲାଗି ସେ ପରାମର୍ଶ ଦେଇଛନ୍ତି | କାଶ୍ମୀର ସ୍ଥିତି ଯଥାଶୀଘ୍ର ସ୍ଵାଭାବିକ ଅବସ୍ଥାକୁ ଫେରିଆସିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି | ସେ କହିଛନ୍ତି ଯେ ମତାନ୍ତର ଗଣତନ୍ତ୍ରର ଏକ ଅଂଶବିଶେଷ କିନ୍ତୁ ଜାତୀୟ ସ୍ଵାର୍ଥକୁ ଊର୍ଦ୍ଧ୍ଵରେ ରଖି ଜାମ୍ମୁ ଓ କାଶ୍ମୀର ର ବିକାଶ ଲାଗି ସବୁ ପକ୍ଷ ମିଳିମିଶି କାର୍ଯ୍ୟ କରିବା ଉଚିତ |
ଲଦାଖକୁ ଏକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦିଆଯାଇଥିବା ଯୋଗୁଁ ସେଠାକାର ଲୋକମାନେ ଅତ୍ୟନ୍ତ ଖୁସି ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | ସେ କହିଛନ୍ତି ଲଦାଖରେ ଉନ୍ନୟନ ମୂଳକ ପ୍ରକଳ୍ପ ର କାର୍ଯ୍ୟକାରିତା ଲାଗି କେନ୍ଦ୍ର ସରକାର ସବୁ ମନ୍ତେ ସହାୟତା କରିବେ | ଏହି ଦୁଇ ନୂତନ କେନ୍ଦ୍ରଶାସିତ ଅଞ୍ଚଳରେ ସଡକ, ବିମାନବନ୍ଦର ର ଆଧୂନିକୀକରଣ , ରେଳଲାଇନ , ହସ୍ପିଟାଲ ତଥା ସ୍କୁଲ ଭଳି ମୌଳିକଢାଞ୍ଚା ପ୍ରକଳ୍ପ ଗୁଡିକର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି | ଏଥି ସହିତ ପର୍ଯ୍ୟଟନ ଓ ଅନ୍ୟାନ୍ୟ ଭିତ୍ତିଭୂମି ତଥା ଉଦ୍ୟୋଗ ର ବିକାଶ ଯୋଗୁଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମଧ୍ୟ ସେ କହିଛନ୍ତି | ସେ ଦିନ ଆଉ ଦୂର ନୁହେଁ ଯେତେବେଳେ ଉଭୟ ଜାମ୍ମୁ କାଶ୍ମୀର ଏବଂ ଲଦାଖ ବିକଶିତ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଗଣିତ ହେବ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି |.

ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଦୀର୍ଘ 38 ମିନିଟ ଧରି ଦେଇଥିବା ସମ୍ବୋଧନରେ ଦୁଇଟି ନୂତନ କେନ୍ଦ୍ରଶାସିତ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ବିଷୟ ନେଇ ଆଲୋକପାତ କରିଥିଲେ ଓ ପାକିସ୍ତାନର କାର୍ଯ୍ୟକଳାପ ପ୍ରତି ଆଦୌ ଗୁରୁତ୍ଵ ଦେଇନଥିଲେ| ଭାରତର ପଡୋଶୀ ରାଷ୍ଟ୍ର କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତୀୟ ମଞ୍ଚରେ ଉତଥାପନ କରି କୁଚକ୍ର ଚଳେଇଛି କିନ୍ତୁ ଏହାର ସୁଫଳ ପାକିସ୍ତାନକୁ ମିଳିବ ନାହିଁ କାରଣ ବିଶ୍ଵ ସମୁଦାୟ ଇସଲାମାବାଦ ର ନାଟକବାଜି ସହ ବେଶ ଅବଗତ ଓ କେହିବି ପାକିସ୍ତାନର କାର୍ଯ୍ୟକୁ ଗୁରୁତର ଭାବେ ଗ୍ରହଣ କରୁନାହାନ୍ତି |
ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ବିକାଶ କାର୍ଯ୍ୟସୂଚୀକୁ ଅନୁକରଣ କରିବା ଲାଗି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ | ତେଣୁ ଏହାକୁ ଅନୁକରଣ କରି ବିକାଶ ପଥରେ ଅଗ୍ରସର ହେଲେ ପାକିସ୍ତାନର ଜନସାଧାରଣ ନିଶ୍ଚିତ ରୂପେ ଏଥିରୁ ଉପକୃତ ହେବେ |
ମୂଳ ଲେଖା - ପଦମ ସିଂ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ
ଅନୁବାଦ - ରୀତା ଯୋଶୀ

Comments
Post a Comment