Skip to main content

ଭାରତ ଏବଂ ନେପାଳ ସଂପର୍କରେ ଅଗ୍ରଗତି

ସଂପ୍ରତି କାଠମାଣ୍ତୁରେ ହୋଇଥିବା ଭାରତ ନେପାଳ ପଞ୍ଚମ ଯୁଗ୍ମ କମିଶନ ବୈଠକରେ ଦ୍ବିପକ୍ଷୀୟ ସଂପର୍କର ବିଭିନ୍ନ ଦିଗ ଉପରେ ସମୀକ୍ଷା ହେବା ସହିତ ଯୋଗାଯୋଗ ସଂଯୋଗ, ଅର୍ଥନୈତିକ ଭାଗିଦାରୀ, ବାଣିଜ୍ୟ, ପରିବହନ, ଶକ୍ତି, ଜଳ ସମ୍ବଳ, ସଂସ୍କୃତି ଏବଂ ଶିକ୍ଷା ଆଦି ନିର୍ଦ୍ଧିଷ୍ଟ ପ୍ରସଙ୍ଗ ଉପରେ ଥିବା ଦ୍ବିପକ୍ଷୀୟ ସଂପର୍କର ସ୍ବତନ୍ତ୍ର ଭାବେ ସମୀକ୍ଷା ହୋଇଛି। ଏହି ବୈଠକରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ସହ ଅଧ୍ୟକ୍ଷତା କରିଥିଲେ। ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ବାଙ୍ଗଲାଦେଶର ଢାକାରୁ ବିଭିନ୍ନ ପ୍ରସଙ୍ଗ ଉପରେ ଫଳପ୍ରଦ ବୈଠକ ପରେ କାଠମାଣ୍ତୁ ଯାଇଥିଲେ।

ଯୁଗ୍ମ କମିଶନ ବୈଠକ ପୂର୍ବରୁ ଶ୍ରୀ ଜୟଶଙ୍କର ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ଏହା ଥିଲା କୌଣସି ଭାରତୀୟ ମନ୍ତ୍ରୀଙ୍କ ପ୍ରଥମ ଉଚ୍ଚ ସ୍ତରୀୟ ବୈଠକ। ବୈଠକ ପରେ ନେପାଳର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ବିଗତ ଦୁଇ ବର୍ଷ ମଧ୍ୟରେ ଦୁଇ ଦେଶ ପକ୍ଷରୁ ଉଚ୍ଚ ସ୍ତରୀୟ ଗସ୍ତ ଫଳରେ ପରସ୍ପର ମଧ୍ୟରେ ସଂପର୍କରେ ଅଧିକ ମଧୁରତା ଆସିଛି। ପ୍ରଧାନମନ୍ତ୍ରୀ ଶ୍ରୀ ଓଲି ଗତ ବର୍ଷ ଏପ୍ରିଲରେ ଭାରତ ଗସ୍ତରେ ଆସିଥିଲେ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 2018ରେ ନେପାଳକୁ ଦୁଇ ଥର ଗସ୍ତ କରିଛନ୍ତି।

ମୋତିହାରୀ-ଅମଲେଖଗଞ୍ଜ ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନ ଏବଂ ଭୂମିକଂପ ପରେ ନୂଆକୋଟ ଓ ଗୋରର୍ଖା ଜିଲ୍ଲାରେ ଆବାସୀକ ପୁନର୍ଗଠନ କ୍ଷେତ୍ରରେ ଭାରତର ସହାୟତାରେ ଯୁଗ୍ମ କମିଶନ ସନ୍ତୋଷ ପ୍ରକାଶ କରିଛି। ଆବାସୀକ ପ୍ରକଳ୍ପ ବାବଦରେ ଭାରତ ନେପାଳକୁ 2.45 ବିଲିୟନ ନେପାଳି ଅର୍ଥର ଚେକ ଦୁଇ ମନ୍ତ୍ରୀଙ୍କ ଉପସ୍ଥିତିରେ ଭାରତ ପକ୍ଷରୁ ପ୍ରଦାନ କରାଯାଇଛି। ନେପାଳର ତେରାଇ ଅଞ୍ଚଳରେ ସଡକ ଭିତ୍ତିଭୂମିର ବିକାଶ ପାଇଁ ଭାରତ 500 କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେ ବାବଦରେ ସେଥିମଧ୍ୟରୁ 80.71 କୋଟି ଟଙ୍କାର ଚେକ ମଧ୍ୟ ପ୍ରଦାନ କରାଯାଇଛି। ତେରାଇ ଅଞ୍ଚଳରେ ହୁଲାକି ସଡକ ପଥ ଉଦଘାଟନ ପାଇଁ ପ୍ରସ୍ତୁତ ହୋଇସାରିଛି। ଦୁଇ ଦେଶ ମଧ୍ୟରେ ଖାଦ୍ୟ ନିରାପତ୍ତା ଏବଂ ମାନକ ଉପରେ ଏକ ବୁଝାମଣା ସ୍ମାରକୀ ପତ୍ର ଦୁଇ ମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ହୋଇଛି।

ଯୁଗ୍ମ କମିଶନରେ ସହ ଅଦ୍ୟକ୍ଷତା କରିଥିବା ଉଭୟେ ଡକ୍ଟର ଜୟଶଙ୍କର ଏବଂ ତାଙ୍କ ନେପାଳର ପ୍ରତିପକ୍ଷ ପ୍ରଦୀପ ଗ୍ୟାୱଲି ଜୟନଗର-ଜନକପୁର ଏବଂ ଯୋଗବାନି-ବିରାଟନଗର ସୀମା ଆରପଟ ରେଳ ପ୍ରକଳ୍ପ ତଥା ବିରାଟନଗରର ସମନ୍ବିତ ଯାଞ୍ଚ ଘାଟି ପ୍ରକଳ୍ପର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ଓଲିଙ୍କ ଭାରତ ଗସ୍ତ କାଳରେ ସହମତି ପ୍ରକାଶ ପାଇଥିବା ରକ୍ସଲ-କାଠମାଣ୍ତୁ ଇଲେକ୍ଟ୍ରିକରଣ ରେଳ ଲାଇନ, ଆନ୍ତ ଜଳ ପଥ ଏବଂ କୃଷି କ୍ଷେତ୍ରରେ ସହଭାଗିତା ଆଦି ତିନୋଟି କ୍ଷେତ୍ରରେ ହେଉଥିବା ପ୍ରଗତି ଉପରେ ମଧ୍ୟ ଦୁହେଁ ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପ ପାଇଁ ତଥା ନାରାୟଣୀ ଓ କୋସି ନଦୀର ଜଳପଥରେ ମଧ୍ୟମ ଧରଣର ଜାହାଜ ଚଳାଚଳ ଉପରେ ହୋଇଥିବା ଯୁଗ୍ମ ସମୀକ୍ଷା ଓ ଗବେଷଣା ଉପରେ ମଧ୍ୟ ଆଲୋଚନା ହୋଇଛି।

ଦୁଇ ମନ୍ତ୍ରୀ 1950ର ଭାରତ ନେପାଳ ବନ୍ଧୁତ୍ବ ଓ ଶାନ୍ତି ରାଜିନାମା ଉପରେ ମଧ୍ୟ ତର୍ଜମା କରିଥିଲେ। ଦୁଇ ଦେଶ ବାଣିଜ୍ୟ ଏବଂ ପରିବହନ ରାଜିନାମା ତଥା ସୀମାରେ ଥିବା ଭିତ୍ତିଭୂମି ସୁବିଧାର ରକ୍ଷଣାବେକ୍ଷଣ ଓ ଅନ୍ୟ ସୁବିଧା ଗୁଡିକର ସମୀକ୍ଷା ଶିଘ୍ର କରିବାକୁ ରାଜି ହୋଇଚନ୍ତି।

ପ୍ରାୟ ତିନି ବର୍ଷ ବ୍ୟବଧାନ ପରେ ଭାରତ ନେପାଳ ଯୁଗ୍ମ କମିଶନ ବୈଠକ ହୋଇଛି। ଏହାର ପୂର୍ବ ବୈଠକ 2016 ଅକ୍ଟୋବରରେ ନୂଆଦିଲ୍ଲୀରେ ହୋଇଥିଲା। ଦୁଇ ଦେଶର ଦ୍ବିପକ୍ଷୀୟ ସଂପର୍କ ଉପରେ ବାଧ୍ୟତାମୂଳକ ସମୀକ୍ଷା ପାଇଁ 1987ରେ ଦୁଇ ଦେଶ ପକ୍ଷରୁ ଯୁଗ୍ମ କମିଶନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। କିନ୍ତୁ ଅନେକ ବର୍ଷ ଧରି ଏହା ନିଷ୍କ୍ରିୟ ହୋଇ ରହିଥିଲା।

ଭାରତ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର ନେପାଳ ରାଷ୍ଟ୍ରପତି ବିଦ୍ୟାଦେବି ଭଣ୍ତାରୀଙ୍କୁ ସାକ୍ଷାତ କରିଥିଲେ। ଦୁଇ ଦେଶ ମଧ୍ୟରେ ଯୁଗ୍ମ କମିଶନ ବୈଠକରେ ଯେପରି ଭାବେ ସଂକଳ୍ପବଦ୍ଧତା ଜାହିର କରାଯାଇଛି ସେଥିରୁ ଏହା ଆଶା କରାଯାଉଛି ଯେ ଦୁଇ ଦେଶ ମଧ୍ୟରେ ରହିଥିବା ସଂପର୍କ ଏକ ନୂଆ ଉଚ୍ଚତାକୁ ଛୁଇଁବ।




ଆଲେଖ୍ୟ: ରତନ ସାଲଦି

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...